Posted inଖେଳ

କୋହଲି, ଶାସ୍ତ୍ରୀ ଫେରିବା ପରେ ପ୍ରଦର୍ଶନ ନେଇ ସମୀକ୍ଷା ହେବ

ଲଣ୍ଡନ,୧୩।୭(ପି.ଟି.)- ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା କ୍ରିକେଟ ପ୍ରଶାସକ କମିଟି (ସିଓଏ) ବିଶ୍ୱକପ୍‌ରେ ଭାରତର ପ୍ରଦର୍ଶନ ନେଇ ତର୍ଜମା କରିବ। ଅଧିନାୟକ କୋହଲି ଓ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ସ୍ବଦେଶ ଫେରିବା ପରେ ସିଓଏ ଭାରତର ଖେଳାଳିମାନଙ୍କ ପ୍ରଦର୍ଶନ ନେଇ ଆଲୋଚନା କରିବ। ବିଶ୍ୱକପ୍‌ ଭଳି ବଡ଼ ଟୁର୍ନାମେଣ୍ଟରେ ଦଳ ଚୟନ ଉପରେ ଫୋକସ କରାଯିବ।
ଅଧ୍ୟକ୍ଷ ବିନୋଦ ରାଏଙ୍କ ନେତୃତ୍ୱରେ ସିଓଏର ଅନ୍ୟ ସଦସ୍ୟା ଯଥା ଡାଏନା ଇଦୁଲଜୀ ଓ ଅବସରପ୍ରାପ୍ତ ଲ୍ୟୁଟନାଣ୍ଟ ଜେନେରାଲ ରବି ଥୋଡଗେ ମୁଖ୍ୟ ଚୟନକର୍ତ୍ତା ଏମ୍‌.ଏସ୍‌.କେ. ପ୍ରସାଦଙ୍କ ସହ ଆଲୋଚନ କରିବେ। ଖାସ୍‌ କରି ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ର ରୋଡମ୍ୟାପ୍‌ ତଥା ଯୋଜନା ସମ୍ପର୍କରେ ଏହି ଆଲୋଚନା କରାଯିବ ବୋଲି କୁହାଯାଇଛି। କୋହଲି ଓ ଶାସ୍ତ୍ରୀ ସ୍ବଦେଶ ଫେରିଲେ ତାଙ୍କ ସହ ଆଲୋଚନା କରାଯିବ ବୋଲି ବିନୋଦ କହିଛନ୍ତି। ତେବେ ଏନେଇ ତାରିଖ ବା ସମୟ ଧାର୍ଯ୍ୟ କରାଯାଇ ନାହିଁ। କେବେଳ ସେତିକି ନୁହଁ ମୁଖ୍ୟ ଚୟନକର୍ତ୍ତାଙ୍କ ସହ ମଧ୍ୟ ଆଲୋଚନା କରାଯିବ ବୋଲି ବିନୋଦ କହିଛନ୍ତି।
ଗତ ବୁଧବାର ଭାରତ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ୧୮ ରନରେ ପରାସ୍ତ ହୋଇ ବିଶ୍ୱକପ୍‌ରୁ ବାଦ୍‌ ପଡିଥିଲା। ରବିବାର କୋହଲିଙ୍କ ସମେତ ଅନ୍ୟ ଭାରତୀୟ ଖେଳାଳି ବିମାନ ଯୋଗେ ମୁମ୍ବାଇରେ ଅବତରଣ କରିବେ। ଲିଗ୍‌ ପର୍ଯ୍ୟାୟରେ ଭାରତ ମାତ୍ର ଗୋଟିଏ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା ଓ ପଏଣ୍ଟ ତାଲିକାର ଶୀର୍ଷରେ ରହି ସେମିଫାଇନାଲରେ ପ୍ରବେଶ କରିଥିଲା। ଏହି ରିଭ୍ୟୁ ମିଟିଂ ବା ତର୍ଜମା ବୈଠକ ସମ୍ପର୍କରେ ସିଓଏ ମୁଖ୍ୟ ଅଧିକ କିଛି ସୂଚନା ଦେଇନାହାନ୍ତି। ବିଶ୍ୱକପ୍‌ରେ ଭାରତର ଅଭିଯାନ ଶେଷ ହୋଇଛି। ତେବେ କିଭଳି, କାହିଁକି ଓ କେତେବେଳେ ସେ ସମ୍ପର୍କରେ ଅଧିକ କିଛି କହିବି ନାହିଁ ବୋଲି ବିନୋଦ କହିଛନ୍ତି। ତେବେ କୋହଲି, ଶାସ୍ତ୍ରୀ ଓ ଚୟନ କମିଟି ମୁଖ୍ୟଙ୍କୁ କିଛି ପ୍ରଶ୍ନ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଶେଷ ମୁହୂର୍ତ୍ତରେ ବିଶ୍ୱକପ୍‌ ଦଳରୁ ବାଦ୍‌ ପଡିଥିବା ଅମ୍ବାତି ରାୟୁଡୁଙ୍କ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ। ଯଦି ୪ ନମ୍ବର ସ୍ଥାନ ପାଇଁ ରାୟୁଡୁ ଯୋଗ୍ୟ ନ ଥିଲେ ତେବେ ତାଙ୍କୁ ବିଶ୍ୱକପ୍‌ର ଠିକ୍‌ ପୂର୍ବରୁ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ କାହିଁକି ଖେଳାଯାଇଥିଲା। ଏ ନେଇ ମଧ୍ୟ ପ୍ରଶ୍ନ କରାଯିବ। ବିଶ୍ୱକପ୍‌ ଦଳରେ ରାୟୁଡୁ ରିଜର୍ଭ ଖେଳାଳି ଭାବେ ସାମିଲ ହୋଇଥିଲେ। କେତୋଟି ଆଘାତ ସମସ୍ୟା ପରେ ତାଙ୍କୁ ଦଳରେ ସାମିଲ କରାଯାଇ ଖେଳାଯାଇ ପାରିଥାନ୍ତା। କନ୍ତୁ ଶେଷରେ ତାଙ୍କୁ ସାମିଲ କରାଗଲା ନାହିଁ। ଯାହା ଫଳରେ ସେ ଅଭିମାନରେ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଥିଲେ।
ସେହିପରି ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ଦଳରେ ୩ଜଣ ଉଇକେଟେକିପରଙ୍କୁ ଖେଳାଯିବା ନେଇ ମଧ୍ୟ ପ୍ରଶ୍ନ କରାଯିବ। ବହୁଦିନ ଧରି ଦୀନେଶ କାର୍ତ୍ତିକ ଦିନିକିଆରେ ଭଲ ପ୍ରଦର୍ଶନ କରି ନ ଥିଲେ। ଏପରିକି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ମଧ୍ୟ ସେ ଭଲ ପ୍ରଦର୍ଶନ କରି ନ ଥିଲେ। ଏପରିସ୍ଥଳେ ତାଙ୍କୁ ଦଳରେ ସାମିଲ କରାଯିବା ନେଇ ମଧ୍ୟ ପ୍ରଶ୍ନ ହେବ। ଧୋନୀ, କାର୍ତ୍ତିକଙ୍କ ସମେତ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମଧ୍ୟ ଦଳରେ ସାମିଲ ହୋଇଥିଲେ। ସେମିଫାଇନାଲରେ ଧୋନୀଙ୍କୁ ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରି ତାଙ୍କୁ ନିମ୍ନକ୍ରମରେ ଖେଳାଇବା ମଧ୍ୟ ଆଶ୍ଚର୍ଯ୍ୟଜନକ ଥିଲା। ୫ ରନରେ ୩ ଉଇକେଟ ହରାଇ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଧୋନୀଙ୍କୁ ୪ ନମ୍ବରରେ ଖେଳା ନ ଯାଇ ୭ ନମ୍ବରରେ ଖେଳାଯିବା ନେଇ ପ୍ରଶ୍ନ କରାଯିବ। ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର ଧୋନୀଙ୍କ ବ୍ୟାଟିଂ କ୍ରମ ନେଇ ନିଷ୍ପତ୍ତି ନେଇଥିଲେ। ଶାସ୍ତ୍ରୀଙ୍କୁ ମଧ୍ୟ ଏ ନେଇ ପ୍ରଶ୍ନ ପଚରାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଆଗାମୀ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ପର୍ଯ୍ୟନ୍ତ ଏବେକାର ୫ଜଣିଆ ଚୟନ କମିଟି କାର୍ଯ୍ୟ କରିବ। ଅନ୍ୟ ଚୟନକର୍ତ୍ତା ସରନଦୀପ ସିଂ ଓ ଦେବାଙ୍ଗ ଗାନ୍ଧୀ ମଧ୍ୟ ବୈଠକରେ ନିଜ ଆଡୁ ପର୍ଯ୍ୟାପ୍ତ ମତାମତ ଦେଇ ନ ଥିଲେ। ତେଣୁ ସବୁ ଦୃଷ୍ଟିକୋଣରୁ ବିଚାର ଆଲୋଚନା ହେବ ବୋଲି ସିଓଏ ତରଫରୁ କୁହାଯାଇଛି।


All Right Reserved By Dharitri.Com

Posted inଖେଳ View All

ନିର୍ଭୟା ମାମଲାକୁ ନେଇ ଗମ୍ଭୀରଙ୍କ ଟୁଇଟ

ନୂଆଦିଲ୍ଲୀ,୭।୧: ନିର୍ଭୟା ଗଣହତ୍ୟା ମାମଲାରେ ୪ ଦୋଷୀଙ୍କ ବିରୋଧରେ ମଙ୍ଗଳବାର ପଟିଆଲା ହାଉସ୍‌ କୋର୍ଟ ଡେଥ୍‌ ଓ୍ବାରେଣ୍ଟ ଉପରେ ଶୁଣାଣି କରିଛନ୍ତି। ଅଭିଯୁକ୍ତ ଅକ୍ଷୟ ଠାକୁର,...

୨୦୨୮ ଅଲିମ୍ପିକ୍ସରେ ସ୍ଥାନ ପାଇପାରେ କ୍ରିକେଟ

ଲଣ୍ଡନ,୧୩।୮- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୮ ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍ସରେ ସାମିଲ ହେବା ନେଇ ବେଶ୍‌ ଆଶାବାଦୀ ଅଛି। ଏହା ମାରିଲେବୋନ କ୍ରିକେଟ କ୍ଲବର...

ଏହି ଖେଳାଳିଙ୍କ ହାତ ଧରିବାକୁ ଯାଉଛନ୍ତି ବଜରଙ୍ଗ ପୁନିଆ

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆ। ସେ ଭାରତର ଲୋକପ୍ରିୟ ମହିଳା କୁସ୍ତି ଯୋଦ୍ଧା ସଙ୍ଗୀତା ଫୋଗଟ୍‌ଙ୍କୁ ବିବାହ...

ବିଜୁ ପଟ୍ଟନାୟକ ଗୋଲ୍ଡ କପ୍‌ ଫୁଟବଲ ଫୁଲବାଣୀ, ବାଲେଶ୍ୱର ସେମିଫାଇନାଲରେ

ଭୁବନେଶ୍ୱର, ୨୭।୧୨(କ୍ରୀଡ଼ା ପ୍ରତିନିଧି)- ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ବିଜୁ ପଟ୍ଟନାୟକ ଗୋଲ୍ଡ କପ୍‌ ଫୁଟବଲ ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ୨ଟି ମ୍ୟାଚରେ ଫୁଲବାଣୀ...

୧୯ ବର୍ଷରୁ କମ୍‌ ଫୁଟ୍‌ବଲ: ଉଜ୍‌ବେକିସ୍ତାନଠାରୁ ହାରିଲା ଭାରତ

ଅଲ୍‌ ଖୋବାର (ସୌଦି ଆରବ), ୭ା୧୧ (ପି.ଟି.)- ୧୯ ବର୍ଷରୁ କମ୍‌ ଏଏଫ୍‌ସି ଚାମ୍ପିୟନଶିପ୍‌ ୨୦୨୦ ଯୋଗ୍ୟତାପର୍ଯ୍ୟାୟ ଟୁର୍ନାମେଣ୍ଟରେ ଭାରତର ଆରମ୍ଭ ନୈରାଶ୍ୟଜନକ ରହିଛି। ବୁଧବାର...

ଜୁନିୟର ଶୁଟିଂ ବିଶ୍ୱକପ୍‌: ପ୍ରଥମ ଦିବସରେ ଭାରତକୁ ଦୁଇ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୧୪ା୭ (ପି.ଟି.)- ଜର୍ମାନୀର ଶୁଲ୍‌ଠାରେ ଜୁନିୟର ଶୁଟରଙ୍କ ଲାଗି ଆୟୋଜିତ କମ୍ବାଇନ୍ଡ ଓ୍ବାଲର୍‌ଡକପ୍‌ରେ ଭାରତର ଉଦୟବୀର ସିଦ୍ଧୁ ଡବଲ୍‌ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫଳରେ...

ଅନ୍‌ଲାଇନରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌କୁ ମିଳିଛି ସର୍ବାଧିକ ଭ୍ୟୁୟର୍ସ

ଦୁବାଇ,୧୬।୯(ପିଟି): ଚଳିତବର୍ଷ ଅନୁଷ୍ଠିତ ପୁରୁଷ ଦିନିକିଆ ବିଶ୍ୱକପ୍‌ରେ ଇଂଲଣ୍ଡ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଥିଲା। ଆଇସିସି ଟୁର୍ନାମେଣ୍ଟ ମଧ୍ୟରୁ ୨୦୧୯ ବିଶ୍ୱକପ୍‌ର ସିଧାପ୍ରସାରଣ ସମଗ୍ର...

କାଲିଫର୍ନିଆରେ ଭୂକମ୍ପ: ଏନ୍‌ବିଏ ଲିଗ୍‌ ଗେମ୍‌ ବାତିଲ

ଲସ୍‌ ଏଞ୍ଜେଲ୍ସ,୬।୭(ଏଏଫ୍‌ପି)- ନ୍ୟୁୟର୍କ କ୍ନିକ୍ସ ଓ ନ୍ୟୁ ଓର୍ଲେନ୍ସ ପଲିକାନ୍ସ ମଧ୍ୟରେ ଲାସ୍‌ ଭେଗାସଠାରେ ଖେଳାଯାଇଥିବା ପ୍ରଦର୍ଶନୀ ମ୍ୟାଚ୍‌କୁ ଅଧାରୁ ବାତିଲ କରାଯାଇଛି। କାଲିଫର୍ନିଆ ଓ...

Leave a comment

Your email address will not be published. Required fields are marked *