ପାକିସ୍ତାନ କୋର୍ଟକୁ ଜଣାଇଲେ ହଫିଜ୍‌: ୨୬/୧୧ ଆକ୍ରମଣରେ ସମ୍ପୃକ୍ତ ନୁହେଁ

ଇସଲାମାବାଦ,୧୩ା୭: ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି)ର ମୁଖ୍ୟ ହଫିଜ୍‌ ସୟିଦ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ନୁହଁନ୍ତି ବୋଲି ଶୁକ୍ରବାର ଲାହୋର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ନେଇ ଦାଏର ମାମଲାକୁ ହଫିଜ୍‌ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ହଫିଜ୍‌ ସମେତ ଅମିର ହମ୍‌ଜା, ଅବଦୁର୍‌ ରେହମନ ମକ୍କି, ଏମ୍‌. ୟାହ୍ୟା ଅଜିଜ ଏବଂ ଅନ୍ୟ ୪ ଜଣ ଲାହୋର ହାଇକୋର୍ଟରେ ପିଟିଶନ୍‌ ଦାଏର କରିଛନ୍ତି। ସେମାନଙ୍କ ବିରୋଧରେ ଦାଏର ଏତଲାକୁ ଖାରଜ କରିବା ଲାଗି ପିଟିଶନ୍‌ରେ ଅନୁରୋଧ କରାଯାଇଛି। ବେଆଇନ ଘୋଷିତ ଲଶ୍କର-ଇ-ତୋଇବା ଏବଂ ଅଲ୍‌-କଏଦା କିମ୍ବା ଅନ୍ୟ କୌଣସି ଆତଙ୍କବାଦୀ ସଂଗଠନ ସହ ହଫିଜ୍‌ର ସମ୍ପୃକ୍ତି ନ ଥିବା ପିଟିଶନ୍‌ରେ ଉଲ୍ଲେଖ କରାଯାଇଛି। ହଫିଜକୁ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ଭାରତ ଅଭିଯୋଗ କରୁଥିବାବେଳେ ଏହା ବାସ୍ତବତା ଉପରେ ଆଧାରିତ ନୁହେଁ ବୋଲି ପିଟିଶନ୍‌ରେ କୁହାଯାଇଛି।


All Right Reserved By Dharitri.Com

ଇରାନ୍‌ ଉପରେ ଆମେରିକାର ସାଇବର ଆଟାକ୍‌: କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ବ୍ୟବହୃତ କମ୍ପ୍ୟୁଟର ଅକାମୀ

ଓ୍ବାଶିଂଟନ,୨୩।୬: ଆମେରିକା ଇରାନ୍‌ ଉପରେ ସାଇବର ଆଟାକ୍‌ କରିଥିବା କୁହାଯାଉଛି। ଏହାଦ୍ୱାରା କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ବ୍ୟବହୃତ ହେଉଥିବା କମ୍ପ୍ୟୁଟର ଅକାମୀ ହୋଇପଡ଼ିଛି। ଏହା ସହିତ...

ମୋଦିଙ୍କ ଜନ୍ମଦିନରେ ଟୁଇଟ୍‌ କରି ଲୋକହସା ହେଲେ ପାକ୍‌ ମନ୍ତ୍ରୀ

ଇସ୍‌ଲାମାବାଦ,୧୭।୯: ପାକିସ୍ତାନ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଫୟାଦ ଚୌଧୁରୀ ପୁଣିଥରେ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। କେବଳ ଚର୍ଚ୍ଚାକୁ ନୁହେଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ...

ଯୁଦ୍ଧ ନୁହେଁ ଆଲୋଚନାକୁ ଦିଆଯିବ ଗୁରୁତ୍ୱ

ଲାହୋର, ୩ା୯(ପି.ଟି.): କୌଣସି ସମସ୍ୟାର ସମାଧାନ ଯୁଦ୍ଧ ଦ୍ୱାରା ହୋଇ ନ ଥିଏ। ଭାରତକୁ ମୁଁ ଏହା କହିବାକୁ ଚାହୁଁଛି। ଯୁଦ୍ଧରେ ବିଜୟ ଲାଭ କରିଥିବା...

ପାକ୍‌ ରେଳମନ୍ତ୍ରୀଙ୍କୁ ଲଣ୍ଡନରେ ଅଣ୍ଡାମାଡ଼

ଇସ୍‌ଲାମାବାଦ,୨୪।୮(ଆଇଏଏନ୍‌ଏସ୍‌): ପାକିସ୍ତାନ ରେଳମନ୍ତ୍ରୀ ତଥା ଆଓ୍ବାମୀ ମୁସ୍‌ଲିମ୍‌ ଲିଗ୍‌ (ଏଏମ୍‌ଏଲ୍‌) ଅଧ୍ୟକ୍ଷ ଶେଖ୍‌ ରଶିଦ୍‌ ଅହମ୍ମଦଙ୍କୁ ମଙ୍ଗଳବାର ଲଣ୍ଡନରେ ଅଣ୍ଡାମାଡ଼ ହୋଇଛି। ପାକିସ୍ତାନ ପିପୁଲ୍ସ ପାର୍ଟି...

ବହି ଦୋକାନ ଯେଉଁଠି ନାହାଁନ୍ତି କୌଣସି କର୍ମଚାରୀ…

ଦୁବାଇର ‘ବୁକ୍‌ ହିରୋ’ ନାମକ ଏକ ବହି ଦୋକାନ ରହିଛି। ଏଠାରେ କେବଳ ବହି ରହିଛି। ଲୋକେ ଦୋକାନକୁ ଯାଇ ନିଜ ପସନ୍ଦର ବହି କିଣି...

ଆତଙ୍କବାଦୀ ଶିବିର ଧ୍ୱଂସ ଘଟଣା: ଭାରତର ଦାବିକୁ ପାକ୍‌ର ଖଣ୍ଡନ

ଇସ୍‌ଲାମାବାଦ,୨୨ା୧୦(ପି.ଟି.)- ପିଓକେରେ ପଶି ଭାରତ ୩ ଆତଙ୍କବାଦୀ ଶିବିର ଧ୍ୱଂସ କରିବା ସହ ଅନେକ ପାକ୍‌ ସୈନ୍ୟ ଓ ଆତଙ୍କବାଦୀଙ୍କୁ ମାରିଥିବା ଦାବି କରୁଥିବାବେଳେ ପାକିସ୍ତାନ...

ଥରିଲା ଜାପାନ ଓ ଦକ୍ଷିଣ ଫିଲିପାଇନ୍ସ୍‌

ଟୋକିଓ,୧୩।୭: ଜାପାନ ଏବଂ ଦକ୍ଷିଣ ଫିଲିପାଇନ୍ସ୍‌ରେ ଶନିବାର ଭୂକମ୍ପ ଅନୁଭୁତ ହୋଇଛି। ଜାପାନରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିବାବେଳେ ଦକ୍ଷିଣ ଫିଲିପାଇନ୍ସ୍‌ରେ...

ପ୍ରପୋଜ କରିବାର ୫ ଦିନ ପରେ ହେଲା ଝଗଡା, ଗର୍ଲଫ୍ରେଣ୍ଡ୍‌ଙ୍କୁ ହତ୍ୟା କଲେ ଯୁବକ

ଟେକ୍ସାସ, ୫।୧: ଆମେରିକାର ଟେକ୍ସାସ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରପୋଜ କରିବାର ୫ ଦିନ ପରେ ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡ୍‌ଙ୍କୁ ହତ୍ୟା...

Leave a comment

Your email address will not be published. Required fields are marked *