Posted inଜାତୀୟ

କର୍ନାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ୧୬ ଯାଏ କାର୍ଯ୍ୟାନୁଷ୍ଠାନ ନେଇପାରିବେନି ବାଚସ୍ପତି

ନୂଆଦିଲ୍ଲୀ,୧୩ା୭(ପି.ଟି.): କର୍ନାଟକର ବିଦ୍ରୋହୀ ବିଧାୟକମାନଙ୍କ ମାମଲାର ଶୁଣାଣି ୧୬ ତାରିଖରେ ସୁପ୍ରିମକୋର୍ଟରେ ହେବ। ସେ ପର୍ଯ୍ୟନ୍ତ ୧୦ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ବାଚସ୍ପତି କେ.ଆର୍‌. ରମେଶ କୁମାର କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଶୁକ୍ରବାର କହିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ କର୍ନାଟକ ମାମଲାକୁ ଏକ ଗୁରୁତର ପ୍ରସଙ୍ଗ ବୋଲି କହିବା ସହିତ ଏହା ଉପରେ ବିଚାର ନ ହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେ ପର୍ଯ୍ୟନ୍ତ ବାଚସ୍ପତି ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ଏବଂ ଅଯୋଗ୍ୟ ଘୋଷଣା ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ।
ସମ୍ବିଧାନର ଧାରା ୩୨ ଅନୁଯାୟୀ ବିଦ୍ରୋହୀ ବିଧାୟକମାନଙ୍କ ଆବେଦନର ଉଲ୍ଲେଖଯୋଗ୍ୟତା ପ୍ରସଙ୍ଗ ଉପରେ କର୍ନାଟକ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ପ୍ରଶ୍ନ ଉଠାଇଛନ୍ତି। ବିଦ୍ରୋହୀ ବିଧାୟକମାନଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ବାଚସ୍ପତିଙ୍କ ରିପୋର୍ଟକୁ ବିରୋଧ କରିଥିଲେ। ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ଶାସକ ମେଣ୍ଟ ପକ୍ଷରୁ ଆବେଦନ କରାଯାଇଥିବାରୁ ଏଭଳି ନିଷ୍ପତ୍ତି ବିଧାୟକମାନଙ୍କ ଇସ୍ତଫା ପୂର୍ବରୁ ନେବାର ଥିଲା ବୋଲି ରୋହତଗୀ କହିଛନ୍ତି। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ମାମଲାର ଅଧିକ ଶୁଣାଣି ଆବଶ୍ୟକ ବୋଲି ଖଣ୍ଡପୀଠ କହିଥିଲେ। ଏଥିସହିତ ପରବର୍ତ୍ତୀ ଶୁଣାଣି ୧୬ ତାରିଖକୁ ଧାର୍ଯ୍ୟ କରିଥିଲେ।
ସୁପ୍ରିମକୋର୍ଟ ଯାଇଥିବାରୁ ବାଚସ୍ପତି ସେମାନଙ୍କୁ ଗଣମାଧ୍ୟମ ଆଗରେ ଭର୍ତ୍ସନା କରିଛନ୍ତି। ବାଚସ୍ପତିଙ୍କୁ ଦିନେ କିମ୍ବା ଦୁଇଦିନ ମଧ୍ୟରେ ବିଧାୟକମାନଙ୍କ ଇସ୍ତଫା ସମ୍ପର୍କରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନ ଥିବାରୁ ତାଙ୍କ ବିରୋଧରେ ଅଦାଲତ ଅବମାନନା ନୋଟିସ ଜାରି କରାଯାଇପାରିବ ବୋଲି ରୋହତଗୀ କହିଛନ୍ତି। ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ବିଧାନସଭାରେ ବିଧେୟକ ତଥା ଅନ୍ୟାନ୍ୟ କାର୍ଯ୍ୟରେ ବାଚସ୍ପତିଙ୍କୁ ଆଇନଗତ ଯାଞ୍ଚରୁ ବାଦ୍‌ ଦିଆଯାଇଛି। ତେବେ ଇସ୍ତଫା ପ୍ରସଙ୍ଗରେ ନୁହେଁ ବୋଲି ବରିଷ୍ଠ ଆଇନଜୀବୀ କହିଛନ୍ତି। ବାଚସ୍ପତି ଏକ ସାମ୍ବିଧାନିକ ପଦବୀ ହୋଇଥିବାରୁ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ସମ୍ପର୍କରେ ସେ ନିଷ୍ପତ୍ତି ନେଇପାରିବେ ବୋଲି କୁମାରସ୍ବାମୀଙ୍କ ଓକିଲ ଏ.ଏମ୍‌. ସିଙ୍ଗ୍‌ଭି ଯୁକ୍ତି ବାଢ଼ିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରିବା କ୍ଷମତା ବାଚସ୍ପତିଙ୍କର ରହିଛି କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।
ସୁପ୍ରିମକୋର୍ଟ ବାଚସ୍ପତିଙ୍କୁ ନୋଟିସ ଜାରି ନ କରି ବିଦ୍ରୋହୀ ବିଧାୟକମାନଙ୍କ ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରିଥିବା ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ରାଜୀବ ଧାଓ୍ବନ ଖଣ୍ଡପୀଠଙ୍କୁ କହିଥିଲେ। ବିଧାୟକମାନେ ସେମାନଙ୍କ ଆବେଦନରେ ରାଜ୍ୟ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ଅଥଚ ଏ ସମ୍ପର୍କରେ ଶୁଣାଣି କରା ନ ଯାଇ ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ଧାଓ୍ବନ କହିଛନ୍ତି। ଏହା ବ୍ୟତୀତ ଇସ୍ତଫା ଦେଇଥିବା ଜଣେ ବିଦ୍ରୋହୀ ବିଧାୟକ ଚିଟ୍‌ଫଣ୍ଡରେ ସମ୍ପୃକ୍ତ ଯେଉଁଥିରେ ରାଜ୍ୟ ସରକାରଙ୍କୁ ଅଭିଯୁକ୍ତ କରାଯାଇଛି। ବିଧାୟକମାନଙ୍କ ଇସ୍ତଫା ସ୍ବେଚ୍ଛାକୃତ କି ନୁହେଁ ଅନୁଧ୍ୟାନ କରିବା ବାଚସ୍ପତିଙ୍କ ଦାୟିତ୍ୱ ବୋଲି ଧାଓ୍ବନ କହିଥିଲେ।
ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫାପତ୍ରକୁ ବାଚସ୍ପତି ଗ୍ରହଣ କରୁ ନ ଥିବାରୁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗୁରୁବାର ସନ୍ଧ୍ୟା ୬ଟାରେ ବାଚସ୍ପତିଙ୍କୁ ଭେଟିବା ଲାଗି ସୁପ୍ରିମକୋର୍ଟ ଉକ୍ତ ବିଧାୟକମାନଙ୍କୁ କହିବା ସହ ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇଦେବାକୁ କର୍ନାଟକ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। କର୍ନାଟକ ବିଧାନସଭାରେ ଶାସକ ମେଣ୍ଟର ୧୬ ଜଣ ବିଧାୟକ ଇସ୍ତଫା ଦେଇଥିବାରୁ ସରକାର ଭାଙ୍ଗିବା ସ୍ଥିତିରେ ପହଞ୍ଚତ୍ଛି। ୨ ସ୍ବାଧୀନ ବିଧାୟକ ମଧ୍ୟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି।


All Right Reserved By Dharitri.Com

‘ଶୁଣାଣି ବେଳେ ପରିପକ୍ୱତା ଦେଖାଇଛି ଗଣମାଧ୍ୟମ’

ନୂଆଦିଲ୍ଲୀ,୧୬ା୧୧(ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ପଦରୁ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ରବିବାର ଅବସର ଗ୍ରହଣ କରିବାକୁ ଯାଉଥିବାବେଳେ ଶୁକ୍ରବାର ସୁପ୍ରିମକୋର୍ଟରେ ଥିଲା ତାଙ୍କର ଶେଷ...

ଜେଓ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ: ସରକାରୀ କ୍ଷତିପୂରଣ ନେଇ ଚାଷୀ ଅମଙ୍ଗ; ୪୧ ଗିରଫ

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶ ଜେଓ୍ବରରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ନେଇ ସ୍ଥାନୀୟ ଚାଷୀ ଏବଂ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ଜମି ଅଧିଗ୍ରହଣରେ ନିଜର ଜମି ହରାଉଥିବା...

ନୂଆଦିଲ୍ଲୀ,୨୮ା୪: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିଛା ମନ୍ତବ୍ୟ ଦେଇ କଂଗ୍ରେସ ସାଂସଦ ଶଶୀ ଥରୁର୍‌ ଫସିଯାଇଛନ୍ତି। ଏହି ମନ୍ତବ୍ୟ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି...

ପାକିସ୍ତାନର ଅମରନାଥ ଯାତ୍ରା ଆକ୍ରମଣ ଯୋଜନା ପଣ୍ଡ

ଶ୍ରୀନଗର:୨।୮: ଜମ୍ମୁ-କଶ୍ମୀର ଘାଟିରେ ପାକିସ୍ତାନ ସେନା ଓ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ନେଇ ଲାଗିରହିଥିବା ଅଶାନ୍ତ ପରିସ୍ଥିତିର ମୁକାବିଲା କରିବାକୁ ଯାଇ ଶୁକ୍ରବାର ଶ୍ରୀନଗରରେ ସେନା ଓ...

୪ ଦିନରେ ୬ ଅମରନାଥ ଯାତ୍ରୀ ମୃତ

ଶ୍ରୀନଗର, ୨୧ା୭(ପି.ଟି.) : ଚଳିତବର୍ଷ ଦକ୍ଷିଣ କଶ୍ମୀରର ପବିତ୍ର ଅମରନାଥ ଗୁମ୍ଫାକୁ ଯାତ୍ରା ଜାରି ରହିଛି। ଗତ ୪ ଦିନ ମଧ୍ୟରେ ୬ ଜଣ ଯାତ୍ରୀ...

ମନ୍ଦିରରେ ଠାକୁରଙ୍କୁ ମୁଣ୍ଡିଆ ନ ମାରି ଦିଆଯାଏ ତୋପ ସଲାମୀ…

ମନ୍ଦିରରେ ଠାକୁରଙ୍କୁ ମୁଣ୍ଡିଆ ମାରିବା ସହିତ ପୂଜାର୍ଚ୍ଚନା କରାଯାଇଥାଏ। ତେବେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଠାକୁରଙ୍କୁ ମୁଣ୍ଡିଆ ନ ମାରି ତୋପ ସଲାମୀ...

ଉପସ୍ଥାନ ୭୫%ରୁ କମ୍‌ ହେଲେ ସିବିଏସ୍‌ଇ ବୋର୍ଡ ପରୀକ୍ଷା ମନା

ନୂଆଦିଲ୍ଲୀ,୨ା୧: ଚଳିତ ବର୍ଷ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରୀଙ୍କ ଉପସ୍ଥାନ ଅନୂ୍ୟନ ୭୫ ପ୍ରତିଶତ ହେବା ଆବଶ୍ୟକ। ୨୦୨୦...

ଫେସ୍‌ବୁକ୍‌ ବୟଫ୍ରେଣ୍ଡ୍‌ଙ୍କ ଭେଟିବା ପାଇଁ ୧୪୦୦ କିମି ଯାତ୍ରା କରି ବେଙ୍ଗାଲୁରୁରୁ ଭୋପାଳରେ ପହଞ୍ଚିଲେ ୧୦ମ ଶ୍ରେଣୀ ଛାତ୍ରୀ

ଭୋପାଳ,୨୮।୮: ଫେସ୍‌ବୁକ୍‌ ପ୍ରେମ ପ୍ରେମରେ ଲୋକମାନେ ଅନ୍ଧ ହୋଇ ଯାଆନ୍ତି, ଏ ବିଷୟରେ ଆପଣମାନେ ଶୁଣିଥିଲେ। କିନ୍ତୁ ପ୍ରେମରେ ଅନ୍ଧ ହୋଇ ଜଣେ ୧୦ମ ଶ୍ରେଣୀର...

Leave a comment

Your email address will not be published. Required fields are marked *