Posted inରାଜ୍ୟ

ପରିବେଶ ସଚେତନତା ପାଇଁ ଅଭିନବ ପ୍ରୟାସ: ମହାପ୍ରସାଦ ବାଣ୍ଟି ଚାରା ଲଗାଇବାକୁ ପରାମର୍ଶ

ଖଣ୍ଡପଡ଼ା,୧୩ା୭(ସ୍ବ.ପ୍ର.): ସେ ଏମିତି ଜଣେ ବ୍ୟକ୍ତି, ଯାହାର ରାତି ପାହିଲେ ପରିବେଶ ଚିନ୍ତା । ସକାଳୁ ଚାରା, କୋଡ଼ି, ଶାବଳ ଓ ଗାଣ୍ଡୁଆ ଧରି ସେ ଚାରାରୋପଣ କରିବାରେ ବ୍ୟସ୍ତ ରହିଥାନ୍ତି । ଶୁକ୍ରବାର ବାହୁଡ଼ା ଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟରେ ସାଦାସିଧା ପୋଷାକ ପିନ୍ଧି, ବେକରେ ପରିବେଶ ସଚେତନତାଭିତ୍ତିକ ଏକ ପୋଷ୍ଟର ଝୁଲାଇ ସ୍ଥାନୀୟ ଅଞ୍ଚଳରେ ଗଛସାର୍‌ ଭାବେ ପରିଚିତ ଏହି ବ୍ୟକ୍ତି ଜଣକ ମହାପ୍ରସାଦ ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରେ ଚାରାରୋପଣ କରି ବୃକ୍ଷଗୁଡ଼ିକର ବୃଦ୍ଧି ଓ ପରିବେଶ ସୁରକ୍ଷା ନିମନ୍ତେ ପରାମର୍ଶ ଦେଉଥିବା ଦେଖାଯାଇଥିଲା। ସେ ହେଉଛନ୍ତି ନୟାଗଡ ଜିଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତସ୍ଥ କୃଷ୍ଣେଶ୍ୱର ପାଟଣା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ। ଜଙ୍ଗଲ, ବୃକ୍ଷଲତା ଓ ପ୍ରାଣୀଜଗତର ଦ୍ରୁତ ଅବକ୍ଷୟ ହେଉଥିବାବେଳେ ପଶୁପକ୍ଷୀଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ, ଘରଚଟିଆ, ବାଇଚଢ଼େଇଙ୍କ ବଂଶବୃଦ୍ଧି କିପରି କରାଯାଇପାରିବ ସେଥିନିମନ୍ତେ ଅହରହ ଚେଷ୍ଟା କରୁଛନ୍ତି ଏହି ପରିବେଶପ୍ରେମୀ। କେହି କେହି ତାଙ୍କର ଏଭଳି କାର୍ଯ୍ୟକୁ ପାଗଳାମୀ ଭାବୁଥିଲେ ମଧ୍ୟ ପବିତ୍ର ଏକାଦଶୀ ତିଥିରେ କୁଡ଼ୁଆରୁ ମହାପ୍ରସାଦ ପାଇ ଅନେକ ଜଗନ୍ନାଥପ୍ରେମୀ ନିଜକୁ ଧନ୍ୟ ମନେ କରୁଥିଲେ । ସାହୁ ଫୋନ୍‌ ଉଠାଇବାବେଳେ ହାଲୋ ନ କହି ଜୟ ଜଗନ୍ନାଥ କହିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରୁଥିଲେ। ଜଗତର କଲ୍ୟାଣ ପାଇଁ ଶ୍ରୀଜଗନ୍ନାଥଙ୍କୁ ପ୍ରତି ମୁହୂର୍ତ୍ତରେ ସ୍ମରଣ କରିବା ସହିତ ପରିବେଶ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବାକୁ ଗଛସାର୍‌ ପରାମର୍ଶ ଦେଉଥିଲେ। ବୃକ୍ଷ ବୃଦ୍ଧି ନିମନ୍ତେ କାର୍ଯ୍ୟ କରିବା ସହ ପୁରୁଣା ବର ଓ ଓସ୍ତ ବୃକ୍ଷର ସୁରକ୍ଷା ଦିଗରେ ଯତ୍ନଶୀଳ  ହେବାକୁ ସେ ଆହ୍ବାନ ଦେଇଥିଲେ ।


All Right Reserved By Dharitri.Com

ରେଲଓ୍ବେ ଚାକିରି ଦେବାକୁ କହି ଦେଢ଼ଲକ୍ଷ ଠକେଇ, ଯୁବକ ଗିରଫ

ପାତ୍ରପଡା,୧୯ା୧୦(ଡି.ଏନ.ଏ.): ରେଲଓ୍ବେରେ ଚାକିରି କରାଇ ଦେବା ଆଳରେ ଦେଢଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ...

ଯୁକ୍ତ୨ ବିଜ୍ଞାନରେ ଶୂନ ଫଳାଫଳ କରିଥିବା ୯ କଲେଜ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୯ା୬(ବ୍ୟୁରୋ)- ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ଶୂନ ରେଜଲ୍ଟ କରିଥିବା ୯ କଲେଜ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।...

ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ : କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତିର ବିକ୍ଷୋଭ

ବୌଦ୍ଧ,୨୮।୧୨(ସ୍ବ.ପ୍ର) ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ବୌଦ୍ଧ ଜିଲାରେ ୧୦୭ କିଲୋମିଟର ରେଳପଥ ନିର୍ମାଣ ହେବାକୁ ଥିବାବେଳେ ଏହାର ଜମି ଅଧିଗ୍ରହଣ ପ୍ରକିୟା ଆଗେଇ...

ସମସ୍ୟା ଘେରରେ ମିଳିମିଳା ପୀଠ

ମାର୍ଶାଘାଇ, ୧୨।୧୦ (ଡି.ଏନ୍‌.ଏ.): ମେଡିକାଲ ସାଇନ୍ସ ଉନ୍ନତ ହେବା ପୂର୍ବରୁ ହଇଜା, ମିଳିମିଳା, ହାଡ଼ଫୁଟି ଆଦି ଦୁରାରୋଗର ଚିକିତ୍ସା ପାଇଁ ଲୋକମାନେ ଝଡ଼ା, ପୁଙ୍କା ଆଦି...

ପକ୍ଷାଘାତରେ ପୀଡ଼ିତ ଶୁକଦେବ: ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌ ଦେବକୀ

  ଲୋଇସିଂହା, ୨୧।୧୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ଗଁାର ଶୁକଦେବ ପଧାନ(୪୫)। ସେ ବନେ ବଛରକେତେ ହେଲା ପକ୍ଷାଘାତ ରୋଗ୍‌ରେ ପୀଡ଼ିତ...

୨୪ରୁ ପ୍ରବଳ ବର୍ଷା : ୪ଦିନ ପର୍ଯ୍ୟନ୍ତ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ୨୪ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ବିଶେଷକରି ଗଞ୍ଜାମ, ପୁରୀ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ...

ରାଜଧାନୀରେ ଗାଡ଼ି ପଲ୍ୟୁଶନ ସାର୍ଟିଫିକେଟ କେଳେଙ୍କାରୀ: ଧୂଆଁ ବାହାରିଲେ ବି ମେଶିନକୁ ଭୂଆଁ

ଭୁବନେଶ୍ୱର, ୧୦ା୯(ବ୍ୟୁରୋ): ବାଇକ୍‌ରୁ ବାହରୁଥିଲା ଧୂଆଁ, ହେଲେ ଚାଳକଙ୍କ ହାତରେ ଥିଲା ପଲ୍ୟୁଶନ ସାର୍ଟିଫିକେଟ। ଅସଲି ନା ନକଲି ପରଖୁ ପରଖୁ କଥା ପହଞ୍ଚତ୍ଥିଲା ରାଜଧାନୀରେ...

ଏନ୍‌ପିଆର୍‌, ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ଉଠାଇଲା ବିଜେଡି

ନୂଆଦିଲ୍ଲୀ,୩୧-୧:ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ବିଜେଡି ଯୋଗଦେଇ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିବା ସହ ଜାତୀୟ ଜନସଂଖ୍ୟା ପଞ୍ଜିକା...

Leave a comment

Your email address will not be published. Required fields are marked *