ବନ ବିଭାଗ ପକ୍ଷରୁ ଚଢ଼ାଉ: ସାଇଜ୍‌ ଶାଳ, ଶାଗୁଆନ ପଟା ଜବତ

ଓଡ଼ଗାଁ,୧୩ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବାହାଡ଼ାଝୋଲା ସେକ୍ସନ ଅଧୀନ ବିଭିନ୍ନ ଗ୍ରାମରେ ବିଭାଗ ତରଫରୁ କ୍ରମାଗତ ଚଢ଼ାଉ ଜାରି ରହିଛି । ଶୁକ୍ରବାର ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ନାଥ ପଣ୍ଡା, ବାହାଡ଼ାଝୋଲା ସେକ୍ସନ ବନପାଳ ସରିତା ବରାଳ, ବନରକ୍ଷୀ ଓ ବନ ସୁରକ୍ଷା ସ୍କ୍ବାଡ୍‌ ପକ୍ଷରୁ ଚଢ଼ାଉ କରାଯାଇ ଉକ୍ତ ଥାନା ଅନ୍ତର୍ଗତ ସିଙ୍ଗାରପଲ୍ଲୀ ଗ୍ରାମର ଅଶୋକ ସେନାପତିଙ୍କ ଏକ ବନ୍ଦ ଘରୁ ବିପୁଳ ପରିମାଣର ସାଇଜ୍‌ ଶାଳ, ଶାଗୁଆନ ପଟା ଜବତ କରାଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ସେନାପତି ଦୀର୍ଘଦିନ ଧରି ଏହି ଘରେ ରହୁ ନ ଥିବାବେଳେ ମୂଲ୍ୟବାନ କାଠ ମହଜୁଦ ଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଥିଲା । ତେବେ ଚଢ଼ାଉବେଳେ ଘର ମାଲିକ ଅଶୋକ ଗାଁରେ ଅନୁପସ୍ଥିତ ଥିବାରୁ ନିର୍ବାଚିତ ପ୍ରତିନିଧି ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ତାଲା ଖୋଲାଯାଇଥିଲା। ମାପ, ଓଜନ କରାଯିବା ପରେ ପଟା, ସାଇଜ୍‌ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ବନପାଳ ସୂଚନା ଦେଇଛନ୍ତି । ଘଟଣାର ତଦନ୍ତପୂର୍ବକ ଘର ମାଲିକଙ୍କ ନାମରେ କେସ୍‌ ରୁଜୁ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ପଣ୍ଡା ଓ ବନପାଳ ବରାଳ ସୂଚନା ଦେଇଛନ୍ତି । ବନରକ୍ଷୀ ଶୁଭେନ୍ଦୁ ପ୍ରସାଦ ନାୟକ, ଧରଣୀଧର ନାୟକ ଏବଂ ବନ ସୁରକ୍ଷା ବଳର ସଦସ୍ୟମାନେ ଚଢ଼ାଉରେ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ, ବାରମ୍ବାର ଚଢ଼ାଉ ଫଳରେ ୨ ସପ୍ତାହ ମଧ୍ୟରେ ବନ ବିଭାଗ ପକ୍ଷରୁ ପ୍ରାୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଶାଳ ଓ ଶାଗୁଆନ ପଟା ଜବତ କରାଯାଇଛି । ତେବେ ବିଭିନ୍ନ ଗ୍ରାମରୁ ଜବତ ହୋଇଥିବା ବିପୁଳ ପରିମାଣର ଏହି ମୂଲ୍ୟବାନ ସାଇଜ୍‌ କାଠ ଓ ପଟା କେତେଜଣ ବିଭାଗୀୟ କର୍ମଚାରୀଙ୍କ ସଲାସୁତରାରେ ଟିମ୍ବର ଡିପୋକୁ ବେଆଇନ ଭାବେ ଯୋଗାଣ ହେଉଥିବା ଅଭିଯୋଗ ହେଉଛି।


All Right Reserved By

ଜନନୀ ଯନ୍ତ୍ରଣା : ଷ୍ଟ୍ରେଚରରେ ୧୨ କି.ମି. ବୁହା ହେଲେ ଗର୍ଭବତୀ

ଭବାନୀପାଟଣା,୨୨।୮(ସ୍ବ.ପ୍ର.): ରାସ୍ତା ଓ ପୋଲ ନ ଥିବାରୁ ଜଙ୍ଗଲ ରାସ୍ତା ଦେଇ ନାଳ ପାର କରି ଜଣେ ଗର୍ଭବତୀଙ୍କୁ ୧୨ କି.ମି. ଷ୍ଟ୍ରେଚରରେ ବୋହି ଡାକ୍ତରଖାନା...

ଟେଷ୍ଟ ଡ୍ରାଇଭ୍‌ ବେଳେ ଦୁର୍ଘଟଣା: ୪ ଶ୍ରମିକଙ୍କ ଉପରେ ଚଢ଼ିଗଲା କାର୍‌

ଭୁବନେଶ୍ୱର, ୨୫ା୫(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀ ବିହାର ଛକ ନିକଟରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଜଣେ ସରକାରୀ କର୍ମଚାରୀ ଟେଷ୍ଟ ଡ୍ରାଇଭ୍‌...

ଭୁବନେଶ୍ୱରରେ ଟ୍ରାଫିକ୍‌ ଜଗିବ ଡ୍ରୋନ୍‌

ଭୁବନେଶ୍ୱର,୨୬।୮(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏଣିକି ଟ୍ରାଫିକ୍‌ ଜଗିବ ଡ୍ରୋନ୍‌ । ରବୀନ୍ଦ୍ରମଣ୍ଡପରୁ ଏୟାରପୋର୍ଟ ଛକଯାଏ ‘ନୋ ଓଭରଟେକିଂ’ ଜୋନ୍‌ ହେବ। ଏହା ସହ ଲେନ୍‌ ଡ୍ରାଇଭିଂ...

ପାଚେରି ଭୁଶୁଡ଼ି ୪ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା:ଆପରାଧିକ ମାମଲା ରୁଜୁକଲା ପୋଲିସ

ଢେଙ୍କାନାଳ ଅଫିସ,୧୧ା୬ଢେଙ୍କାନାଳ ସହରର ଅଳସୁଆ ହାଟରେ ରବିବାର ଏକ ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି ଭୁଶୁଡି ୪ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୫ଜଣ...

ଜାଇକା କାମ ବେଳେ ଘର ଭାଙ୍ଗିଲା

କଟକ ଅଫିସ,୧୮ା୭: ଜାଇକାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି। ଜାଇକା କାର୍ଯ୍ୟ ଚାଲିଥିବା ବେଳେ ଗୋଟିଏ ଘର ଓ ପାଚେରି ଭାଙ୍ଗି ଯାଇଥିବା କଟକ...

ଚାକରାଣୀଙ୍କ ଛୁରା ମାଡ଼ରେ ବୃଦ୍ଧ ଗୁରୁତର

ଭୁବନେଶ୍ୱର, ୧୯ା୭(ବ୍ୟୁରୋ): ଏୟାରଫିଲ୍ଡ ଥାନା ଅନ୍ତର୍ଗତ କପିଳପ୍ରସାଦ ଅଞ୍ଚଳରେ ଚାକରାଣୀଙ୍କ ଛୁରା ମାଡ଼ରେ ଜଣେ ୯୦ ବର୍ଷୀୟ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବେକ,...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ବିଶ୍ୱବାସୀଙ୍କୁ ଜଣାଯିବ ରଥଯାତ୍ରାର ବିଧି

ପୁରୀ ଅଫିସ, ୬ା୯: ବିଶ୍ୱର ବିଭିନ୍ନ ରାଷ୍ଟ୍ର ସମେତ ଭାରତର ଅନେକ ରାଜ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉଛି। କିନ୍ତୁ ପୁରୀରେ ଯେଉଁଭଳି ବିଧି ଓ ପରମ୍ପରା...

ହୁମ୍ମର ଗାଁ ରାସ୍ତା ନିର୍ମାଣ ନିମ୍ନମାନର: ପୁନଃ ନିର୍ମାଣ ନିର୍ଦ୍ଦେଶ ଦେଲେ ବିଡିଓ

ଛତ୍ରପୁର,୨୫ା୭(ଡି.ଏନ.ଏ)-ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଛତ୍ରପୁର ବ୍ଲକ ପୋଡାପଦର ପଞ୍ଚାୟତ ହୁମ୍ମର ଗାଁରେ ଅତି ନିମ୍ନମାନର କଂକ୍ରିଟ୍‌ ରାସ୍ତା ନିର୍ମାଣ ହେଉଥିବା ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *