Posted inରାଜ୍ୟ

ଦେବୋତ୍ତର ବିଭାଗର ଅବହେଳା ଅଭିଯୋଗ: ବିଳମ୍ବରେ ହେଲା ପହଣ୍ଡି ବିଜେ, ରାତିରେ ଛେରାପହଁରା

ରଣପୁର,୧୩ା୭(ସ୍ବ.ପ୍ର.): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁରରେ ବାହୁଡାଯାତ୍ରା ଅବସରରେ ଶୁକ୍ରବାର ଜନ୍ମବେଦୀରୁ ଶ୍ରୀଜୀଉମାନେ ରତ୍ନବେଦୀ ଅଭିମୁଖେ ବିଜେ କରିବେ। ତେବେ ବର୍ଷା ବାଧକ ସାଜିବାରୁ ନିର୍ଦ୍ଧାରିତ ସମୟଠାରୁ ୫ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ପରେ ରାତି ହେବା ଯୋଗୁ ରଥଟଣା କାର୍ଯ୍ୟ ବନ୍ଦ ରହିଥିଲା । ସୂଚନାଯୋଗ୍ୟ, ଗୋଟିଏ ଦିନରେ ଏକାଦଶୀ ଓ ବାହୁଡ଼ା ପଡ଼ୁଥିବାରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥିଲା। ଗୁଣ୍ଡିଚା ମନ୍ଦିରରେ ପ୍ରଭାତ ସମୟରୁ ଅବକାଶ, ବଲ୍ଲଭ, ସକାଳ ଧୂପ ଆଦି ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି ସମାପ୍ତ ହୋଇଥିଲା । ତେବେ ଦେବୋତ୍ତର ବିଭାଗ, ଶ୍ରୀମନ୍ଦିର ପ୍ରଶାସନର ଅବହେଳା ଯୋଗୁ ନିର୍ଦ୍ଧାରିତ ସମୟ ଅର୍ଥାତ୍‌ ପୂର୍ବାହ୍ନ ୧୧ଟାରେ ମହାପ୍ରଭୁଙ୍କ ପହଣ୍ଡି ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରି ନ ଥିଲା। ଅପରାହ୍ନ ୫ଟା ପରେ ଘଣ୍ଟଘଣ୍ଟା, କାହାଳୀ, ହରିବୋଲ ଓ ହୁଳହୁଳି ଶବ୍ଦ ମଧ୍ୟରେ ଗୁଣ୍ଡିଚା ମନ୍ଦିରରୁ ମହାପ୍ରଭୁଙ୍କ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜାପଣ୍ଡାମାନେ ତିନି ଠାକୁରଙ୍କୁ ରଥ ଉପରେ ବିରାଜ କରାଇଥିଲେ । ଛେରାପହଁରା ପାଇଁ ଦେବୋତ୍ତର ବିଭାଗ କର୍ମକର୍ତ୍ତା ଏବଂ ପୂଜାପଣ୍ଡା ରଣପୁର ରାଜା ଦିଲୀପ କୁମାର ସିଂଦେଓଙ୍କୁ ନିମନ୍ତ୍ରଣ କରିଥିଲେ । ମଧ୍ୟାହ୍ନ ୧୨ଟାରେ ଛେରାପହଁରା ହେବାକୁ ଥିବାବେଳେ ରାତ୍ର ୭ଟାରେ ୩ ରଥରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ନିୟମାନୁସାରେ ସନ୍ଧ୍ୟାବେଳେ ସାଧାରଣ ବାସଗୃହରେ ମଧ୍ୟ ମହିଳାମାନେ ଝାଡୁ ମାରୁ ନ ଥିବାବେଳେ ରଥରେ ଏଭଳି ଏକ ନୀତି ବିରୋଧ ସମୟରେ କିଭଳି ଛେରାପହଁରା କରାଯାଇପାରିଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ଓ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଛେରାପହଁରା ବେଳେ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଥିଲା । ମନ୍ଦିର ପ୍ରଶାସନ ତରଫରୁ ଅପରାହ୍ନ ୨ଟାରେ ରଥଟଣା କାର୍ଯ୍ୟ ହେବ ବୋଲି ଘୋଷଣା କରାଯାଇଥିବାବେଳେ ଏଥିରୁ କିଭଳି ବ୍ୟତିକ୍ରମ ଘଟିଥିଲା ସେଥିପାଇଁ ପରିଚାଳନା ବ୍ୟବସ୍ଥାକୁ ଅନେକ ଦାୟୀ କରିଥିଲେ। ହଜାର ହଜାର ଭକ୍ତ ରଥ ଟାଣିବାକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବାବେଳେ ବିଳମ୍ବ ଯୋଗୁ ରଥଟଣା କାର୍ଯ୍ୟ ବନ୍ଦ ରହିବାରୁ ନିରାଶ ହୋଇ ଫେରିଥିଲେ।


All Right Reserved By Dharitri.Com

ଆଇସିୟୁରେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ : ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି

ଭୁବନେଶ୍ୱର, ୨୫।୩(ବ୍ୟୁରୋ): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ(୯୭) ମଙ୍ଗଳବାର ଗୁରୁତର ଅସୁସ୍ଥ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅବସ୍ଥା...

କରୋନା ମୁକାବିଲା: ମାଇକ୍ରୋ ବାୟୋଲୋଜିଷ୍ଟ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଯୁକ୍ତି ବିଜ୍ଞାପନ

ଭୁବନେଶ୍ୱର,୨୮।୨(ବ୍ୟୁରୋ): କୋଭିଡ-୧୯ ଡିପିଏଚ୍‌ଏଲ୍‌ ଓ ସ୍ବାବ୍‌ ନମୁନା ସଂଗ୍ରହ ପାଇଁ ନିଯୁକ୍ତି ବିଜ୍ଞାପନ ଦିଆଯାଇଛି। ମାଇକ୍ରୋ ବାୟୋଲୋଜିଷ୍ଟ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର...

କୂଅଖୋଳା ନାଁରେ ଦୁର୍ନୀତି

ଦଶମନ୍ତପୁର,,୧୨।୧୦(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତ ଦେଓଖୋଡକ ଗ୍ରାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଚାଷୀଙ୍କ ଜମିରେ ୩ଟି କୂଅ ଖୋଳାଯାଇଥିଲା। ଗ୍ରାମର ପୋଇଲି ମୁଦୁଲି ଯୋଡ଼ିଗଛ ନିକଟରେ ଥିବା...

ପିପିଲି ଟୋଲ୍‌ ପ୍ଲାଜାରୁ ଟିକସ ଆଦାୟ ଆରମ୍ଭ

ପିପିଲି,୨୧ା୪ (ସ୍ବ.ପ୍ର): ରାଜ୍ୟ ସରକାର ଲକ୍‌ଡାଉନକୁ କିଛିମାତ୍ରାରେ କୋହଳ କରିଛନ୍ତି। ପୁରୀ ଜିଲା ପିପିଲି ଟୋଲ ପ୍ଲାଜା ସିଲକୁ ସୋମବାରଠାରୁ ଖୋଲା ଯାଇଛି। ଏଥିସହ କର୍ମଚାରୀମାନେ...

ଇନ୍ଦ୍ରଜିତ ମହାନ୍ତି ହେବେ ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି

କଟକ ଅଫିସ, ୩୧ା୮: ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ଏ. ରବୀନ୍ଦ୍ର ଭଟ୍ଟ ଖୁବ୍‌ଶୀଘ୍ର ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ଯୋଗଦେବେ। ଫଳରେ ରାଜସ୍ଥାନ...

ହାଡ଼ଭଙ୍ଗା ଚିକିତ୍ସାଳୟରେ ଚାଲିଥିଲା ବେଆଇନ ଗର୍ଭପାତ: ନୟାଗଡ଼ ଟାଉନ ଥାନା ପୋଲିସର ଚଢ଼ାଉ; ଦୁଇ ଅଟକ

ନୟାଗଡ଼ ଅଫିସ,୨ା୬- ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପଛପଟେ ଥିବା ଏକ ହାଡ଼ଭଙ୍ଗା ଚିକିତ୍ସାଳୟ ( କ୍ଲିନିକ୍‌)ରେ ଚାଲୁଥିଲା ବେଆଇନ୍‌ ଗର୍ଭପାତ। ଶନିବାର ବିଳମ୍ବିତ ରାତ୍ରିରେ...

ବେଧଡ଼କ ଚାଲିଛି ବେଆଇନ କରତକଳ

ରୂପ୍‌ସା,୭।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ସମେତ ବସ୍ତା, ବାଲିଆପାଳ ଓ ଭୋଗରାଇ ଆଦି ଅଞ୍ଚଳରେ ଅବାଧରେ ବେଆଇନ ଭାବେ କରତକଳ ଚାଲୁଥିବା ଅଭିଯୋଗ ହେଉଛି।...

ସୁଅ ମୁହଁରେ ଅଥୟ କଙ୍କଡ଼ାପାଳ

ବାଲିଆପାଳ, ୨୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଚଉମୁଖ ପଞ୍ଚାୟତ କଙ୍କଡାପାଳ ଅଞ୍ଚଳରେ ସୁବର୍ଣ୍ଣରେଖା କୂଳ ଖାଇ ଗତିପଥ ବଦଳାଇବା ପରିସ୍ଥିତି ସୃଷ୍ଟି ହୋଇଛି। ଏ ନେଇ...

Leave a comment

Your email address will not be published. Required fields are marked *