ସମ୍ପାଦକୀୟ/ ମଦ ପିଇ ମରିବା

ଚଳିତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଓଡ଼ିଶାରେ ୨୯ ଏପ୍ରିଲରେ ଶେଷ ହୋଇଛି। ଏହି ଚୂଡ଼ାନ୍ତ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖାଦେଇଥିଲା। ଇଭିଏମ୍‌ ଭଙ୍ଗାରୁଜା ଓ ହତ୍ୟାକାଣ୍ଡ ଭିତରେ ଏହା ସୀମିତ ନ ରହି ବିଷାକ୍ତ ମଦ ପିଇ ଲୋକଙ୍କ ଜୀବନ ଯିବା ପର୍ଯ୍ୟନ୍ତ ଦୁଃଖଦ ଘଟଣା ଦେଖିବାକୁ ମିଳିଲା। ଭଦ୍ରକ ଜିଲା ତିହିଡ଼ିରେ ଭୋଟ ଗ୍ରହଣ ପରେ ରାତିରେ କେତେକେ ଭୋଜିଭାତ ସହ ମଦ ପିଇଥିଲେ। ବାନ୍ତି କରିବା ସହ କେତେକେ ଅସୁସ୍ଥ ହୋଇପଡ଼ିବା ପରେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁତରମାନଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଇଥିଲେ ମଧ୍ୟ ଏହା ଲେଖା ହେଲା ବେଳକୁ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ଅସୁସ୍ଥ ଅଛନ୍ତି। ଗୁରୁତରଙ୍କ ଅବସ୍ଥା ଦେଖିଲେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ। ବିଷାକ୍ତ ମଦ ପିଇଥିବା କେତେକଙ୍କ ଦୃଷ୍ଟିଶକ୍ତି ହରାଇବା ଆଶଙ୍କା ସୃଷ୍ଟି ହୋଇଛି। ଭଦ୍ରକ ଜିଲା ପ୍ରଶାସନ ସଫେଇ ଦେଇ କହିଛି ଯେ, ଭୋଟ ଗ୍ରହଣର ଦିନକ ପୂର୍ବରୁ ଜିଲାର ମଦ ଦୋକାନଗୁଡ଼ିକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ପ୍ରଶାସନର ନିର୍ଦ୍ଦେଶ କେବଳ ନିର୍ଦ୍ଦେଶ ଭିତରେ ରହିଯାଇଥିବା ଉପରଲିଖିତ ଘଟଣାରୁ ଜଣାପଡ଼ୁଛି। ଅବଶ୍ୟ ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ ରନ୍ଧାମଦ କିମ୍ବା ବିଦେଶୀ ମଦକୁ ପୂର୍ବରୁ କିଣାଯାଇ ଛପେଇ ରଖାଯାଇଥାଇପାରେ। ସରକାରୀ ଲାଇସେନ୍ସ ପାଇଥିବା ଦୋକାନୀ କୌଣସି ବେଆଇନ କାର୍ଯ୍ୟ କରିଥିବେ ବୋଲି ବିଶ୍ୱାସ ହେଉନାହିଁ।
ଓଡ଼ିଶାର ମଦମୃତ୍ୟୁ ଇତିହାସ ଦେଖିଲେ ୧୯୯୨ର କଟକ ମଦମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି। ସେତେବେଳେ ବିଷାକ୍ତ ମଦ ପିଇ ୨୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିଲା। ଏହା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ପିଇ ବହୁ ଲୋକଙ୍କ ଜୀବନଯାଇଛି। ଅକାଳରେ ଲୋକଙ୍କ ଜୀବନହାନି ପରେ ସ୍ଥାନୀୟ ଅଞ୍ଚଳରେ ହୋହଲ୍ଲା ହେବା ସହ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦିଆଯିବା ନିୟମିତ ଘଟଣା। କିନ୍ତୁ ସାଧାରଣ କରଦାତା ପାଇଁ ଏହିଭଳି କ୍ଷତିପୂରଣ ଅତ୍ୟନ୍ତ ପୀଡ଼ାଦାୟକ ହୋଇଥାଏ। ଅନେକ ସମୟରେ ମତ ପ୍ରକାଶ ପାଏ ଯେ ମଦୁଆଙ୍କ ମୃତ୍ୟୁ ଘଟିଲେ ସରକାରୀ ଅର୍ଥରୁ କ୍ଷତିପୂରଣ ଦେବା ଅନୁଚିତ। ଯିଏ ଜାଣିଶୁଣି ଏଭଳି କାର୍ଯ୍ୟରେ ଲିପ୍ତ ରହୁଛି, ସେଭଳି ମଣିଷ ପ୍ରତି କରଦାତାଙ୍କ ଅର୍ଥରୁ ଅନୁକମ୍ପା ପ୍ରଦର୍ଶନ ଉଚିତ ଦୃଷ୍ଟାନ୍ତ ସୃଷ୍ଟି କରେ ନାହିଁ। ଦେଖିବାକୁ ଗଲେ ମଦମୃତ୍ୟୁ ଘଟଣାରେ ମଦ ବ୍ୟବସାୟୀଙ୍କୁ ଗିରଫ କରାଯିବା ସହ କେତେକ ଦୋକାନ ଉପରେ ଲୋକଦେଖାଣିଆ ଚଢ଼ାଉ ହୋଇଥାଏ। ପ୍ରଶାସନିକ ସ୍ତରରେ ଏଭଳି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯିବା ପରେ କମିଶନ ବସିବା ଅନେକ ଥର ଦେଖିବାକୁ ମିଳିଛି। ହେଲେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସିପାରୁ ନାହିଁ। ସାଧାରଣତଃ ଗରିବ ଲୋକମାନେ ସ୍ଥାନୀୟ ଅଞ୍ଚଳରେ ଥିବା ଦେଶୀ ମଦଭାଟିରୁ କମ୍‌ ପଇସାରେ ମଦ କିଣି ପିଇଥାଆନ୍ତି। ଅନେକ ସମୟରେ ସେହି ମଦ ପ୍ରସ୍ତୁତି ଠିକ୍‌ ଭାବେ ହେଉ ନ ଥିବାରୁ ଭାଗମାପ ଭୁଲ ହୋଇ ବିଷାକ୍ତ ପାଲଟିଯାଏ। ଏହା ବ୍ୟତୀତ ରନ୍ଧାମଦକୁ ଶକ୍ତିଶାଳୀ କରିବାକୁ ଯାଇ ଅଧିକ ସ୍ପିରିଟ୍‌ ବା ରାସାୟନିକ ପଦାର୍ଥ ମିଶାଇ କଡ଼ା କରିଦିଆଯାଏ। ଏହାକୁ ପାନ କରି ଯେଉଁ ଉଚ୍ଚକୋଟୀର ନିଶା ଧରେ ତାହା ଜୀବନର ଶେଷନିଃଶ୍ୱାସ ପାଲଟିଯାଏ। ଭଦ୍ରକ ଜିଲା ତିହିଡ଼ିରେ ନିର୍ବାଚନ ସମୟରେ ଲୋକଙ୍କୁ ଦିଆଯାଇଥିବା ମଦ ବିଦେଶୀ କୁହାଯାଉଥିଲେ ମଧ୍ୟ ତାହା ନକଲି ଥିବା ଅନୁମାନ କରାଯାଉଛି। ଏହାକୁ ଯେଉଁ ରାଜନୈତିକ ଦଳ ଲୋକଙ୍କୁ ଯୋଗାଇଛି, ସେ ବିଷୟରେ ବିଭିନ୍ନ ଅଭିଯୋଗ ହୋଇଥିଲେ ମଧ୍ୟ ଠୋସ୍‌ ପ୍ରମାଣ ମିଳିପାରି ନାହିଁ।
ଫେବୃୟାରୀ ୨୦୧୯ରେ ଆସାମରେ ବିଷାକ୍ତ ମଦ ପିଇ ୧୫୫ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଉତ୍ତରାଖଣ୍ଡରେ ସେହି ମାସରେ ସମାନ ଧରଣ ଘଟଣାରେ ୭୦ ଜଣଙ୍କ ପ୍ରାଣ ଯାଇଥିଲା। ମଦ ପିଉଥିବା ଲୋକଙ୍କ ସଂଖ୍ୟା କମାଇବା ଲାଗି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସରକାର ପଦକ୍ଷେପ ନେଉଛନ୍ତି। ଗୁଜରାଟ, ବିହାର, ମିଜୋରାମ, ଲାକ୍ଷାଦୀପ, ନାଗାଲାଣ୍ଡ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜ ଇଲାକାକୁ ମଦମୁକ୍ତ କରିଦେଇଛନ୍ତି। ଏହା ସତ୍ତ୍ୱେ ସେହିସବୁ ରାଜ୍ୟକୁ ଚୋରାରେ ବିପୁଳ ପରିମାଣର ମଦ ଯାଉଥିବା ସମସ୍ତେ ଜାଣନ୍ତି। ବିଶେଷକରି ଗୁଜରାଟରେ ମଦ ବିକ୍ରି ଓ ବ୍ୟବହାରକୁ ନିଷେଧ କରାଯାଇଥିଲେ ମଧ୍ୟ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ମଦ କିଣିବା ଅତି ସହଜ।
ରାଜସ୍ବ ସଂଗ୍ରହ ଉଦ୍ଦେଶ୍ୟ ରଖାଯାଇ ଓଡ଼ିଶା ଭଳି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ରାଜ୍ୟରେ ମଦ ବିକ୍ରି କରାଯାଉଛି। ହେଲେ ଅଣଲାଇସେନ୍ସପ୍ରାପ୍ତ ବ୍ୟବସାୟୀ ଅବକାରୀ ଆଇନ ଉଲ୍ଲଂଘନ କରି ବେପାର କରୁଛନ୍ତି। ଦେଶୀ ମଦର ବହୁଳ ପ୍ରସାର ମଧ୍ୟ ହେଉଛି। ଅବକାରୀ ଦ୍ରବ୍ୟରୁ କଞ୍ଚା ଅର୍ଥ ମିଳୁଥିବାରୁ ଏହି ବ୍ୟବସାୟ ସହ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ସରକାରୀ ଅଧିକାରୀଙ୍କ ପର୍ଯ୍ୟନ୍ତ ପକେଟ ଗରମ କରିବାରେ ବ୍ୟସ୍ତ। ବିଧିବଦ୍ଧ ଯାଞ୍ଚ କରାଯାଉ ନ ଥିବାରୁ ସମୟ ବ୍ୟବଧାନରେ ମଦମୃତ୍ୟୁ ଘଟଣା ଘଟିଚାଲିଛି। ନିର୍ବାଚନ ଋତୁ ଆସିଲେ କର୍ମୀଙ୍କୁ ମଦ ଓ ମାଂସରେ ନେତାମାନେ ଆପ୍ୟାୟିତ କରିବା ବିଷୟ ଜଣାଶୁଣା କଥା। ଭଦ୍ରକରେ ଘଟିଥିବା ଘଟଣାରୁ ଏସବୁ ସହଜରେ ଅନୁମେୟ। ଏଥିରୁ ବୁଝିବାକୁ ହେବ, କ୍ଷଣକ ପାଇଁ ନିର୍ବାଚନ ଓ ପର୍ବପର୍ବାଣି ବେଳେ ଯେଭଳି ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବନ୍ଦ କରାଯାଏ ତାହା ଉପରଠାଉରିଆ ମାତ୍ର। ସବୁ ମେଢ଼ ବିସର୍ଜନ ବେଳେ ଯୁବକମାନେ ଯେଭଳି ମଦ୍ୟପାନ କରି ରାସ୍ତାରେ ଉଦଣ୍ଡ ନୃତ୍ୟ କରନ୍ତି ତାହାକୁ ସବୁ ପୋଲିସ, ଅବକାରୀ ଓ ସରକାରୀ ବିଭାଗର ଅଧିକାରୀ ଦେଖିଥାଆନ୍ତି। ତେବେ ଜନସାଧାରଣଙ୍କୁ ରୋକିବାର କ୍ଷମତା କିମ୍ବା ଶକ୍ତି ସେମାନଙ୍କ ପାଖରେ ସ୍ବାଭାବିକ ଭାବେ ନ ଥାଏ। ଏହିଭଳି ସାମାଜିକ କୁପ୍ରଭାବକୁ ଦୂର କରିବାକୁ ହେଲେ ଜନସାଧାରଣ ନିଜେ ସଚେତନ ହେବା ଦରକାର ଏବଂ ମୁରବିମାନେ ଯୁବକମାନଙ୍କୁ ବାରଣ ମଧ୍ୟ କରିବା ଆବଶ୍ୟକ। ଯେଉଁମାନେ ନ ମାନିବେ, ସେମାନଙ୍କୁ କ୍ଷତିପୂରଣ ଦେବା ପରିବର୍ତ୍ତେ ଚାଲ ମଦ ପିଇବା କହି ମୃତ୍ୟୁମୁଖକୁ ଠେଲିଦେବା ଦରକାର।


All Right Reserved By

ଉପକୂଳର ଯୋଦ୍ଧା

ପ୍ରକାଶ ତ୍ରିପାଠୀ ହୃଦୟକୁ ଛୁଇଁଲା ଭଳି ଲେଖାଟିଏ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି ବନ୍ଧୁ ବଦ୍ରି ମିଶ୍ର- ”ହେ ଯୋଦ୍ଧା! ତୁମକୁ ସଲାମ୍‌। ଦୀର୍ଘ ୪ ଘଣ୍ଟା...

ଭାରତୀୟତା ଓ ଓଡ଼ିଶା

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ମୁଁ  ରୁର୍କୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟର ଏକ ଘଟଣା। ଆମ ଇଞ୍ଜିନିୟରିଂ ବିଭାଗର ସ୍ନାତକୋତ୍ତର ଶ୍ରେଣୀରେ ସିଟ୍‌ ଥାଏ ୧୫ଟି।...

ପ୍ରାଣୀ ମଣିଷର ଭିନ୍ନ ରୂପ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ସବୁ ପ୍ରାଣୀ କ’ଣ ସମାନ? ହଁ, ମଣିଷ, ହାମରହେଡ୍‌ ପୋକ, ଶାମୁକା, କୁକୁଡ଼ା ଓ ଶାର୍କ: ସବୁ ପ୍ରାଣୀଙ୍କର ସମାନ...

ଏଇ ଭାରତରେ

ପୋଲିସ ଆଖିରେ ଧୂଳି ଦେଇ ଅପରାଧୀ ଖସିଯାଉଥିବାବେଳେ ଦୁଇଟି ଛେଳି ପୋଲିସ ହାବୁଡ଼ରେ ପଡି ଗିରଫ ହୋଇ ଥାନାକୁ ଆସିବା ଖବର ଶୁଣି ଟିକେ ଆଶ୍ଚର୍ଯ୍ୟ...

ଏଇ ଭାରତରେ

ମଧ୍ୟପ୍ରଦେଶର ମଣ୍ଡଲା ଜିଲାର ଏକ ଗାଁରେ ରହିଛି ଏକ ଅଦ୍ଭୁତ ପରମ୍ପରା। ଏଠାରେ ବସବାସ କରୁଥିବା ଗୋଣ୍ଡ ଜନଜାତିରେ କୌଣସି ମହିଳା ଜୀବନକାଳ ମଧ୍ୟରେ ବିଧବା...

ନୂଆ ଭାରତ ଓ ନୂଆ ଓଡ଼ିଶା କେତେ ବାସ୍ତବ

ଡ. ସନ୍ତୋଷ କୁମାର ମହାପାତ୍ର ଯିଏ ସରକାର ଗଢୁ ବା ଶାସନ କରୁ ବିଭିନ୍ନ ପ୍ରକାର ଆର୍ଥିକ, ରାଜନୈତିକ ତଥା ସାମାଜିକ ସମସ୍ୟା ସମାଧାନ କରିବା...

ସାହିତ୍ୟିକ ବନାମ ଏନ୍‌ପିଡବ୍ଲ୍ୟୁ

ଜିତେନ୍ଦ୍ର କୁମାର ନାୟକ ତାମିଲ, ତେଲୁଗୁ, ସଂସ୍କୃତ, କନ୍ନଡ଼ ଓ ମାଲାୟାଲମ୍‌ ପରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ହେଲେ ଏବର ଓଡ଼ିଆ ସାହିତ୍ୟ...

ଏଇ ଭାରତରେ

ଭାରତର ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ଏସବୁ ପରମ୍ପରା ଲୋକଙ୍କ ଶ୍ରଦ୍ଧା ତଥା ବିଶ୍ୱାସ ଯୋଗୁ କରାଯାଇଥାଏ। ଶ୍ରଦ୍ଧାଳୁମାନେ ମାନସିକ ପୂରଣ ପରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *