Posted inUncategorized

ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ ଘଟଣା: ବନ୍ଧୁକ, ବାଇକ, ଟଙ୍କା ଜବତ: ୬ ଗିରଫ

ରାଇକିଆ,୧୩ା୭(ଡ଼ି.ଏନ.ଏ.)-ରାଇକିଆ ଥାନା କରଡ଼ା ନିକଟରେ ଗତ ଫେବୃୟାରୀରେ ଏକ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀମାନଙ୍କଠାରୁ ହୋଇଥିବା ଟଙ୍କା ଲୁଟ ଘଟଣାରେ ୬ ଅଭିଯୁକ୍ତଙ୍କୁ ଶୁକ୍ରବାର ରାଇକିଆ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଦାରିଙ୍ଗବାଡ଼ିର ପ୍ରଶାନ୍ତ ପ୍ରଧାନ, ରାଇକିଆର ବିଜୟ ନାୟକ, ରଣବାର ଅଧୀର ଦଳ ବେହେରା, ସଞ୍ଜୟ ନାୟକ , ଚନ୍ଦ୍ର ଶେଖର ନାୟକ ଓ ଭଞ୍ଜନଗରର ଅମିତ ବେହେରା। ତାଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୪ ବାଇକ୍‌, ନଗଦ ୪୪ ହଜାର ଟଙ୍କା, ଦୁଇଟି ଟ୍ୟାବ, ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରିଛି। ଫେବୃୟାରୀ ୬ ତାରିଖରେ ସୋରଡ଼ାର ଏକ ଫାଇନାନ୍ସ କମ୍ପାନୀ କର୍ମଚାରୀମାନେ ଋଣ ଟଙ୍କା ଆଦାୟ ପାଇଁ ରାଇକିଆ ଆସିଥିଲେ। ବିଭିନ୍ନ ଅଞ୍ଚଳରୁ ଟଙ୍କା ସଂଗ୍ରହ କରି ୭ ଜଣ କର୍ମଚାରୀ ସନ୍ଧ୍ୟାରେ ସୋରଡ଼ା ଅଭିମୁଖେ ୭ଟା ବାଇକ୍‌ରେ ବାହାରିଥିଲେ। ପୂର୍ବରୁ ଏମାନଙ୍କ ଗତିବିଧି ଲକ୍ଷ୍ୟ ରଖିଥିବା ଅଭିଯୁକ୍ତମାନେ କରଡ଼ା – ସୁନାପାଲି ନିକଟରେ ସନ୍ଧ୍ୟା ପ୍ରାୟ ସାଢେ ୬ଟାlj ଅତର୍କିତ ଆକ୍ରମଣ କରିଥିଲେ। ଚାରିଜଣ କର୍ମଚାରୀ ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ୩ ଜଣ ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କୁ ପ୍ରଥମେ ମାଡ଼ ମାରିବା ପରେ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ୬ଲକ୍ଷ ଟଙ୍କା ସମେତ ଏକ ବାଇକ୍‌, ଦୁଇଟି ଟ୍ୟାବ, ଦୁଇଟି ମୋବାଇଲ ଫୋନ, ଦୁଇଟି ପାଓ୍ବାର ବ୍ୟାଙ୍କ ଛଡ଼଼ାଇ ନେଇଥିଲେ। ଏ ନେଇ କର୍ମଚାରୀମାନେ ରାଇକିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ. ୬/୧୯ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଗୁରୁବାର ରାଇକିଆ ସତ୍‌ସଙ୍ଗ ବିହାର ନିକଟରେ ଯାନବାହନ ଯାଞ୍ଚ ବେଳେ ଏକ ବାଇକ୍‌କୁ ଅଟକାଇବା ସହ କାଗଜପତ୍ର ମାଗିଥିଲା। ଗାଡ଼ିଟି ଚୋରା ଏବଂ କରଡ଼ା ଡ଼କାୟତିରେ ଚୋରି ହୋଇଥିବା ନେଇ ନିଶ୍ଚିତ ହେବା ପରେ ଏହି ଘଟଣାରେ ଜଣକ ପରେ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଥିଲ। ଘଟଣାରେ ଆହୁରି ୪ ଜଣ ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଥିବା ନେଇ ରାଇକିଆ ଥାନା ଅଧିକାରୀ ନରେଶ ସାହୁ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

Posted inUncategorized View All

ବଳାତ୍କାର ମାମଲାକୁ ଗୁରୁତ୍ୱ ଦେଉନି ପୋଲିସ: ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କଲେ ପୀଡ଼ିତା

ବଣାଇ, ୧୭।୩(ସ୍ବ.ପ୍ର.)-ସୁନ୍ଦରଗଡ଼ ଜିଲା ବଣାଇ ଥାନା ପୋଲିସ ବଳାତ୍କାର ମାମଲା ଭଳି ଘଟଣାକୁ ଗୁରୁତ୍ୱ ଦେଉନାହିଁ। ଅଭିଯୋଗ ହେବାର ୧୫ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ...

ମେସ୍କୋ ଗ୍ରୁପ୍‌ ଅଧ୍ୟକ୍ଷାଙ୍କୁ ନଜରବନ୍ଦୀ ଘଟଣା: କର୍ମଚାରୀ ସଂଘ ସହ ଚାଲିଛି ଆଲୋଚନା

କଳିଙ୍ଗନଗର,୪।୧୨(ଡି.ଏନ୍‌.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଗ୍ରୁପ୍‌ ମାଲିକାନାରେ ଥିବା ମୈଥାନ କାରଖାନା କର୍ମଚାରୀ ୧୧ ମାସର ବକେୟା ଦରମା ପାଇ ନ ଥିବାରୁ...

କର୍ନାଟକ ରାଜନୈତିକ ଅସ୍ଥିରତା ମଧ୍ୟରେ ଆରମ୍ଭ ହେବ ମୌସୁମୀ ଅଧିବେଶନ

ବେଙ୍ଗାଲୁରୁ,୧୨।୭: କର୍ନାଟକରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ଶୁକ୍ରବାର ଏହାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। କିଛିଦିନ ହେବ ଲାଗି ରହିଥିବା ଇସ୍ତଫାକୁ...

ନିଯୁକ୍ତିରେ ନୈରାଶ୍ୟ

ରାୟଗଡ଼ାରେ ବର୍ଷକୁ ପ୍ରାୟ ୧୦ ହଜାର ଶିକ୍ଷିତ ଯୁବତୀ ଯୁବକ ବାହାରୁଛନ୍ତି। ଏହାସହ ପାଠ ପଢ଼ି ନ ଥିବା କିମ୍ବା ଅଧାରୁ ପାଠ ଛାଡ଼ିଥିବା ଯୁବପିଢ଼ିଙ୍କ...

ଅଧାରୁ ପାଠ ଛାଡିଥିବା ଯୁବକ ଏବେ ତିଆରି କରୁଛନ୍ତି ଫାଇଟର ଜେଟ୍‌ର ପାର୍ଟସ୍‌

ହାଇଦ୍ରାବାଦ,୧୬।୨: କୁହାଯାଏ ପ୍ରତିଭା କେବେ ଲୁଚି ରହି ନ ଥାଏ। ହାଇଦ୍ରାବାଦର ରାକେଶ ଚୌପଦାରଙ୍କ ନିକଟରେ ଏବେ ଏହା ଦେଖିବାକୁ ମିଳିଛି। ହାଇସ୍କୁଲ ଅଧାରୁ ପାଠ...

ପ୍ରେସିଡେଣ୍ଟ୍ସ କପ୍‌ ବକ୍ସିଂ: ସ୍ବର୍ଣ୍ଣ ଜିତିବାରେ ଶିବ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ, ୨୧ା୭-ଚାରିଥର ଏସିଆନ ପଦକ ବିଜେତା ଶିବ ଥାପ୍ପା ପ୍ରଥମ ଭାରତୀୟ ବକ୍ସର ଭାବେ କାଜାଖସ୍ତାନର ଅଷ୍ଟାନାଠାରେ ଚାଲିଥିବା ପ୍ରେସିଡେଣ୍ଟ୍ସ କପ୍‌ ବକ୍ସିଂ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ...

ଶୀଘ୍ର ଆସିବ ଆର୍ଥିକ ପ୍ୟାକେଜ: ସୀତାରାମନ୍‌

ନୂଆଦିଲ୍ଲୀ,୨୫-୩: କରୋନା ପ୍ରତିରୋଧ ଲାଗି ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏଥିଲାଗି ଦେଶର ଅର୍ଥ ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହେଉଛି। କ୍ଷତିଗ୍ରସ୍ତ...

Leave a comment

Your email address will not be published. Required fields are marked *