ଏଇ ଭାରତରେ

ବିହାରର ଭୋଜପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୧୩ ବର୍ଷର ଜଣେ ବାଳିକାବଧୂ ବିବାହ ପୂର୍ବରୁ ପୋଲିସ ସହାୟତା ଲୋଡିଥିଲେ। ଏନେଇ ସେ ସ୍ଥାନୀୟ ମହିଳା ଥାନାକୁ ଏକ ଚିଠି ଲେଖି ବିବାହ କରିବାକୁ ତାଙ୍କର ଇଚ୍ଛା ନ ଥିବା ପ୍ରକାଶ କରିଥିଲେ। ଏଥିସହିତ ବରଙ୍କ ବୟସ ୩୪ ବର୍ଷ ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ। ସ୍ଥାନୀୟ ଥାନାର ଟାଳଟୁଳ ନୀତି ଯୋଗୁ ନାବାଳିକା ସଦର ଏସ୍‌ଡିଓଙ୍କୁ ମଧ୍ୟ ଚିଠି ଲେଖିଥିଲେ। ଏସ୍‌ଡିଓ ଏନେଇ ତଦନ୍ତ ପାଇଁ ଧନଗାଇ ପୋଲିସ ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ବିବାହ ହେବ ନାହିଁ ବୋଲି ପୋଲିସ ପକ୍ଷରୁ ଆଶ୍ୱାସନା ମଧ୍ୟ ଦିଆଯାଇଥିଲା। ତେବେ ପୋଲିସ ଏହି ଘଟଣାରେ କିଛି ପଦକ୍ଷେପ ଗ୍ରହଣ ନ କରିବାରୁ ତାଙ୍କର ବିବାହ ହୋଇଯାଇଥିଲା। ବିବାହର ୨୦ ଦିନ ପରେ ଆରମ୍ଭ ହୋଇଛି ଖୋଳତାଡ଼। ମହିଳା ଥାନା ଅଧିକାରୀ ମାଧୁରୀ କୁମାରୀ ବଧୂଙ୍କ ଚିଠି ମିଳି ନ ଥିବା ସଫେଇ ଦେଇଛନ୍ତି। ବିବାହ କରାଇଥିବା ଅଖଗାଓଁ ମନ୍ଦିର ପୂଜାରୀଙ୍କୁ ଏନେଇ ପୋଲିସ ପଚରାଉଚରା କରିଛି। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।


All Right Reserved By Dharitri.Com

ଲୋକ ସଭାର ଅଧିଷ୍ଠାତା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ଲୋକ ସଭାର ମୁଖ୍ୟ ହେଉଛନ୍ତି ବାଚସ୍ପତି। ସେ ଗୃହ ସଦସ୍ୟଙ୍କ କ୍ଷମତା ଓ ସ୍ବାଧିକାର ରକ୍ଷକ ଭାବେ ଜଣାଶୁଣା। ସଂସଦୀୟ...

ପରିବେଶ, ପ୍ରଗତି ଓ ଗାନ୍ଧୀବାର୍ତ୍ତା

ଦିଲୀପ କୁମାର ଦାଶ ଜାତିସଂଘର ୨୦୧୯ ଜଳବାୟୁ କ୍ରିୟାନୁଷ୍ଠାନ ସମ୍ମିଳନୀ ନ୍ୟୁୟର୍କରେ ଅନୁଷ୍ଠିତ ହୋଇଥିଲା। ସେଠାରେ ଭାରତର ପ୍ରଧାନମନ୍ତ୍ରୀ ଅଙ୍ଗାରକାମ୍ଳ ନିର୍ଗମନ ରୋକିବା ଏବଂ ଥରେ...

ସାହିତ୍ୟର ସଂକଳ୍ପ

ଅରୁଣ କୁମାର ପଣ୍ଡା ହଁ ,ଶହେବାର କହିବି, ସାହିତ୍ୟ ଗୋଟାଏ ସାଧନା-ସାଧନାର ଧାରା। ଏହି ଶବ୍ଦଟିକୁ କିଏ କେବେ ଉଦ୍ଭାବନ କରିଥିଲା କେଜାଣି, ସାହିତ୍ୟ କହିବା...

ଏଇ ଭାରତରେ

ହେଲ୍‌ମେଟ ପିନ୍ଧି ବୁଲେଟ ଚଢି ଉଦୟପୁର ସହରରେ ସ୍ବଚ୍ଛତା ପାଇଁ ଲୋକଙ୍କୁ ସଚେତନ କରୁଥିବା ଝିଅ ଜଣଙ୍କୁ ଦେଖିଲେ ଜାଣିବେ ଯେ ସେ ହେଉଛନ୍ତି ଡ....

ଏଇ ଭାରତରେ

ନାଶିକର ଜଣେ ୮ବର୍ଷର ବାଳକ ସାଇକେଲ ଯୋଗେ ୩୬୦ କିଲୋମିଟର ଯାତ୍ରା କରିବାକୁ ଉଦ୍ୟମ କରିବା ନିଆରା ନିଶ୍ଚୟ। ଏହି ବାଳକ ନାଶିକଠାରୁ ପଣ୍ଢରପୁର ‘ସାଇକେଲ...

ଏଇ ଭାରତରେ

ଜଣେ ବ୍ୟକ୍ତି ରେଲ୍‌ଓ୍ବେ ଚାକିରି ଛାଡି ଆଦିବାସୀ ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ସବୁ ସମୟ ଲଗାଇଦେବା ଘଟଣା ଦେଖିବାକୁ ମିଳିଛି ଝଡ଼ଖଣ୍ଡରେ। ଚାଇବାସା ପୁଲହାତୁର...

ସମ୍ପାଦକୀୟ/ଦେଖଣାହାରି

ଗୁଜରାଟ ସୁରଟର ଏକ କୋଚିଂ ସେଣ୍ଟରରେ ୨୪ ମେ’ରେ ହୋଇଥିବା ଅଗ୍ନିକାଣ୍ଡରେ ୨୨ ଛାତ୍ରଙ୍କ ମୃତ୍ୟୁ ଘଟିଛି । ନିଅଁା ଲାଗିଯିବା ପରେ ଭୟରେ ଉକ୍ତ...

ନରକରେ ଜମାକାରୀ

ଭାରତୀୟ ଅର୍ଥନୀତି ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ଏହାକୁ ସୁଧାରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ଏପରି...

Leave a comment

Your email address will not be published. Required fields are marked *