Posted inଜାତୀୟ

ମାଡ୍ରାସ ହାଇକୋର୍ଟରୁ କିରଣ ବେଦୀଙ୍କୁ ଝଟକା: ସରକାରଙ୍କ ଦୈନିକ କାର୍ଯ୍ୟକଳାପ ଉପରେ କରିପାରିବେନି ହସ୍ତକ୍ଷେପ

ପଣ୍ଡୁଚେରୀ,୩୦।୪: ପଣ୍ଡୁଚେରୀର ଉପ ରାଜ୍ୟପାଳ କିରଣ ବେଦୀଙ୍କୁ ମାଡ୍ରାସ ହାଇକୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି। କେନ୍ଦ୍ର ଶାସିତ ରାଜ୍ୟର ଦୈନିକ ଗତିବିଧି ଉପରେ ଦଖଲ ଦେବାର ଅଧିକାର କିରଣ ବେଦୀଙ୍କର ନାହିଁ ବୋଲି ଅଦାଲତ ରାୟ ଶୁଣାଇଛନ୍ତି। ଏଥିସହ କିରଣ ବେଦୀ ସରକାରଙ୍କ ପ୍ରତି ଦୈନିକ ଗତିବିଧିରେ ହସ୍ତକ୍ଷେପ ଓ ଫାଇଲ ଯାଞ୍ଚ କରିବାର ଅଧିକାରକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି । କିଛି ଦିନରୁ ପଣ୍ଡୁଚେରୀର ମୁଖ୍ୟମନ୍ତ୍ରୀ ନାରାୟଣ ସାମି ଏବଂ କିରଣ ବେଦୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଏପରିକି ମୁଖ୍ୟମନ୍ତ୍ରୀ ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ମଧ୍ୟ ଦେଇଥିଲେ। ଦୁଇ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଝଗଡ଼ା ଶେଷରେ ଅଦାଲତରେ ପହଞ୍ଚିଥିଲା। ଯାହାର ଶୁଣାଣି କରି ମଙ୍ଗଳବାର ମାଡ୍ରାସ ହାଇକୋର୍ଟ ଏଭଳି ରାୟ ଶୁଣାଇଛି । ସୂଚନାଯୋଗ୍ୟ, ପ୍ରଥମେ କିରଣ ବେଦୀ କୌଣସି ଫାଇଲ କାମ ଆଗକୁ ବଢ଼ାଉ ନଥିବା ନେଇ ଅଭିଯୋଗ ଆଣିଥିଲେ ମୁଖ୍ୟମନ୍ତ୍ରୀ। ଏଥିସହ କେନ୍ଦ୍ର ସରକାରଙ୍କ ଇଶାରାରେ ରାଜ୍ୟ ସରକାରଙ୍କୁ ନିଜ କାମ କରିବାକୁ ଦେଉ ନଥିବା ଅଭିଯୋଗ କରିଥିଲେ ନାରାୟଣ ସାମି।


All Right Reserved By Dharitri.Com

ବାଲାଜୀଙ୍କ ସମେତ ଅନ୍ୟ ଦେବାଦେବୀଙ୍କ ନାଗରିକତ୍ୱ ପ୍ରମାଣ ଲୋଡିଲେ ପୂଜାରୀ

ହାଇଦ୍ରାବାଦ୍‌ ,୨୬।୧: ଦେଶରେ ସିଏଏ ବିରୋଧ ତଥା ସମର୍ଥନରେ ବିଭିନ୍ନ ପ୍ରଦର୍ଶନ ଜାରି ରହିଛି। ତେବେ ହାଇଦ୍ରାବାଦ୍‌ ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସି.ଏସ୍‌....

ଜମି ଦୁର୍ନୀତି ମାମଲା: ସ୍ବତନ୍ତ୍ର କୋର୍ଟରେ ହାଜର ହେଲେ ହୁଡ୍ଡା

ଚଣ୍ଡିଗଡ଼,୩୦।୧୦: ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେନ୍ଦ୍ର ସିଂ ହୁଡ୍ଡାଙ୍କୁ ପଞ୍ଚକୁଲା ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି।...

ନୂଆ ସରକାର ଗଠନ ପରେ ୫ ରାଜ୍ୟରେ ଅଟକି ରହିଛି ୬ ଲକ୍ଷ ୭୦ ହଜାର କୋଟିର ପ୍ରକଳ୍ପ

ନୂଆଦିଲ୍ଲୀ,୧୫।୧୨: ଭାରତର ୫ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ୬ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଅଟକି ରହିଛି। ସେଥିମଧ୍ୟରୁ...

ଗୁଜୁରାଟ ଗସ୍ତରେ ମୋଦି: ରାସ୍ତା ପାଲଟିଲା ଜନସମୁଦ୍ର

ନୂଆଦିଲ୍ଲୀ,୨୬।୫: ଲୋକ ସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବା ପରେ ପ୍ରଥମଥର ପାଇଁ ଗୁଜୁରାଟ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମଦାବାଦ୍‌ରେ ପହଞ୍ଚିବା...

‘ସ୍ବଦେଶୀ ଅସ୍ତ୍ରରେ ପରବର୍ତ୍ତୀ ଯୁଦ୍ଧ ଜିତିବୁ’

ନୂଆଦିଲ୍ଲୀ,୧୬ା୧୦(ପି.ଟି.): ସଶସ୍ତ୍ର ବାହିନୀରେ ସ୍ବଦେଶୀ ଜ୍ଞାନକୌଶଳକୁ ଅଧିକ ମାତ୍ରାରେ ସାମିଲ କରିବା ଉପରେ ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ବତ ଗୁରୁତ୍ୱାରୋପ କରିଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ...

କପିଲ ମିଶ୍ରାଙ୍କୁ ମିଳିବ ଓ୍ବାଇ ପ୍ଲସ ସୁରକ୍ଷା!

ନୂଆଦିଲ୍ଲୀ,୩।୩: ଦିଲ୍ଲୀ ଦଙ୍ଗା ପୂର୍ବରୁ ନିଜର ଉତ୍ତେଜିତ ଭାଷଣ ଭାଷଣ ପାଇଁ ଚର୍ଚ୍ଚାରେ ରହିଥିବା ଭାରତୀୟ ଜନତା ପାର୍ଟି(ଭାଜପା) ନେତା କପିଲ ମିଶ୍ରାଙ୍କ ସୁରକ୍ଷାକୁ ବଢାଇ...

ଭାଙ୍ଗିଲା ୫୨୫ ବର୍ଷର ପରମ୍ପରା: ବନ୍ଦ ହେଲା ପଶୁ, ପକ୍ଷୀ ବଳି

ଅଗରତାଲା: ଦୀର୍ଘ ୫୨୫ ବର୍ଷ ପରେ ବଦଳିଲା କୁପ୍ରଥା। ଶାରଦୀୟ ଦୁର୍ଗାପୂଜା ଅବସରରେ ତ୍ରିପୁରାସ୍ଥିତ ଲୋକପ୍ରିୟ ଦୁର୍ଗାବାଡ଼ି ମନ୍ଦିରରେ ଆଉ ବଳି ପଡ଼ିବେନି ନିରୀହ ପଶୁ,...

ଗୁରୁବାର ଯାଏ ବଢ଼ିଲା ଚିଦାମ୍ବରମ୍‌ଙ୍କ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ,୨୮।୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଅନ୍ତରୀଣ ଜାମିନ ଉପରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ବଢ଼ାଇ ଦେଇଛନ୍ତି।...

Leave a comment

Your email address will not be published. Required fields are marked *