ସମବାୟ ସମିତିରୁ ୫ ଲକ୍ଷ ହଡ଼ପ ଅଭିଯୋଗ: ପୂର୍ବତନ ସମ୍ପାଦକ ଗିରଫ

ତିହିଡ଼ି, ୧୨।୭ (ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଗୁଆମାଳ ସେବା ସମବାୟ ସମିତିରୁ ୫ ଲକ୍ଷ ଟଙ୍କା ହଡ଼ପ ହୋଇଛି। ସମିତିର ଉପସଭାନେତ୍ରୀ ଚୁମାରାଣୀ ଜେନା ଗୁରୁବାର ଏ ସମ୍ପର୍କରେ ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ଏକ ମାମଲା(ନଂ.୩୦୬/୧୯) ରୁଜୁ କରି ଶୁକ୍ରବାର ସମିତିର ପୂର୍ବତନ ସମ୍ପାଦକ ଆର୍ତ୍ତବନ୍ଧୁ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ସମବାୟ ସମିତିରେ ଆର୍ତ୍ତବନ୍ଧୁ ସମ୍ପାଦକ ଥିଲାବେଳେ ବିଭିନ୍ନ ଆର୍ଥିକ ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଥିଲା। ପରେ ସମ୍ପାଦକ ଜେନାଙ୍କୁ ନିଲମ୍ବନ କରାଯାଇଥିଲା। ଉପସଭାନେତ୍ରୀ ଜେନା ସମିତିରୁ ଆର୍ତ୍ତବନ୍ଧୁ ୫ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ କରିବା ପରେ ପୋଲିସ ଏହି ପଦକ୍ଷେପ ନେଇଛି।


All Right Reserved By

ଆଜି ଜାତୀୟ ହସ୍ତତନ୍ତ ଦିବସ: ଅନ୍ତର୍ଜାତୀୟ ବଜାରରେ ବଢୁଛି ଓଡ଼ିଶା ହସ୍ତତନ୍ତର ଚାହିଦା

ଭୁବନେଶ୍ୱର, ୭ା୮(ବ୍ୟୁରୋ): ଫେରୁଛି ହସ୍ତତନ୍ତର ଲୋକପ୍ରିୟତା। ପୁଣିଥରେ ଆଦୃତ ହେଉଛି ଭାରତର ପାରମ୍ପରିକ ହସ୍ତତନ୍ତ। କେବଳ ବୟସ୍କ ନୁହଁନ୍ତି, ବର୍ତ୍ତମାନର ଯୁବପିଢୀମାନେ ହସ୍ତତନ୍ତ ପ୍ରତି ଅଧିକ...

ରାସ୍ତା ଉପରେ ପାଣି, ଯୋଗାଯୋଗ ବିଚ୍ଛିନ୍ନ

ଫିରିଙ୍ଗିଆ,୧୩ା୮: ଫିରିଙ୍ଗିଆ ବ୍ଲକ ନେଡିପଦରଠାରୁ ଜାର୍ଗିପଦର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା(ପିଏମ୍‌ଜିଏସ୍‌ୱାଇ)ରେ ହୋଇଥିବା ରାସ୍ତା ପାର୍ଶ୍ୱ ବର୍ଷାରେ ଧୋଇ ଯାଇଥିଲା। ଏବେ ଏହି ରାସ୍ତା...

ଶାରଳା ମନ୍ଦିର ପାର୍କିଂ, ଭୋଗ ଓ ଦୀପ ଦୋକାନୀଙ୍କୁ ତାଗିଦ: ୩ ଦିନରେ ଜମା କର ବକେୟା ୩୫.୩୩ ଲକ୍ଷ

ଜଗତ୍‌ସିଂହପୁର ଅଫିସ,୨୫ା୭: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠ ଆଜି ସଙ୍କଟରେ। ମନ୍ଦିର ଛାତଠାରୁ ଆରମ୍ଭ କରି ଚନ୍ଦନ ପୋଖରୀ ଓ ସମ୍ପୂର୍ଣ୍ଣ...

ଦାମୋଦରପୁରବାସୀଙ୍କ ରାଜପଥ ଅବରୋଧ

ଗଞ୍ଜାମ,୧୮ା୭(ଡି.ଏନ.ଏ.)- ଗଞ୍ଜାମ ଏନଏସି ଦାମୋଦରପୁର ଗ୍ରାମ ୧୧ନଂ. ଓ୍ବାର୍ଡରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଲାଗିଛି। ବାରମ୍ବାର ସମସ୍ୟା ନେଇ ଅବଗତ କଲେ ମଧ୍ୟ...

ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଲାଗି ଆଉ ଏକ ପଦକ୍ଷେପ: ଏଣିକି ରୋଗୀଙ୍କଠାରୁ ଫୋନ୍‌ ଯୋଗେ ମତାମତ ନେବ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ବିଗତ ଦିନରେ ରାଜ୍ୟ ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବା ସକାଶେ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ପୁଣି ଏଭଳି ଏକ ପଦକ୍ଷେପ...

ମା’ ବିରଜାଙ୍କ ଦୁର୍ଗୋତ୍ସବ ପାଇଁ ପ୍ରସ୍ତୁତି

ଯାଜପୁର ଟାଉନ,୧୨।୯(ଡିଏନଏ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଚଳିତ ବର୍ଷ ପାର୍ବଣ ଯାତ୍ରା ତଥା ଦୁର୍ଗୋସତ୍ବ ପାଇଁ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପ୍ରଶାସନ...

ବାଲି ପରିବହନକାରୀ-ଗ୍ରାମବାସୀଙ୍କ ସଂଘର୍ଷ

ଜଳେଶ୍ୱର,୧୬।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଶିଖରପୁର ପଞ୍ଚାୟତ ଅନ୍ତର୍ଗତ କଲୋନୀସାହି ନିକଟସ୍ଥ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଅହୋରାତ୍ର ଶତାଧିକ ଟ୍ରାକ୍ଟର ଓ ଡମ୍ପର ଯୋଗେ...

ଓଡ଼ଗାଁ ତହସିଲ ହରିଡ଼ାବନ୍ଧ ଗ୍ରାମରେ ଅଗ୍ନିକାଣ୍ଡ: ୮ ବଖରା ପୋଡିଗଲା, ୨ ବଳଦ ଜୀବନ୍ତ ଦଗ୍ଧ

ଓଡ଼ଗାଁ,୨ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ତହସିଲ ଅନ୍ତର୍ଗତ ହରିଡ଼ାବନ୍ଧ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ ପରିବାରଙ୍କ ୮ ବଖରା ଜଳିଯାଇଛି ା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *