ଜାତୀୟ କୃମିନାଶକ ଦିବସ ପାଇଁ ସମନ୍ବୟ କମିଟି ବୈଠକ: ଅଗଷ୍ଟ ୮ରେ ପିଲାଙ୍କୁ ଦିଆଯିବ କୃମିନାଶକ ଔଷଧ

ଭୁବନେଶ୍ୱର, ୧୨ା୭(ବ୍ୟୁରୋ): ମାଟିରୁ ଶରୀରକୁ କୃମି ସଂକ୍ରମଣ ହୋଇଥାଏ। ବିଶ୍ୱରେ ୨୪୧ ନିୟୁତରୁ ଅଧିକ ଶିଶୁ କୃମିଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଓଡ଼ିଶାରେ ପ୍ରାୟ ୩୬ ପ୍ରତିଶତ ଶିଶୁ ଏଥିରେ ପୀଡ଼ିତ। ଶିଶୁଙ୍କ ଶରୀରରୁ କୃମି ନାଶ ପାଇଁ ଅଗଷ୍ଟ ୮ କୃମିନାଶକ ଦିବସ ପାଳନ ଅବସରରେ ୧୯ବର୍ଷ ବୟସ ପର୍ଯ୍ୟନ୍ତ ରାଜ୍ୟର ମୋଟ୍‌ ୧କୋଟି ୪୨ଲକ୍ଷ ୯୦ହଜାର ୪୯୧ଜଣ ପିଲାଙ୍କୁ ଏକକାଳୀନ କୃମିନାଶକ ଔଷଧ ଖୁଆଯିବାର ବ୍ୟବସ୍ଥା ହୋଇଛି। ଏଥି ମଧ୍ୟରେ ୧ ରୁ ୫ବର୍ଷ ବୟସ ପର୍ଯ୍ୟନ୍ତ ୩୫ଲକ୍ଷ ୫୪ହଜାର ୨୧୮ଜଣ ଶିଶୁ ରହିଥିବାବେଳେ ୬ରୁ ୧୯ବର୍ଷ ବୟସ ପର୍ଯ୍ୟନ୍ତ ୧କୋଟି ୭ଲକ୍ଷ ୩୬ହଜାର ୨୭୩ ଜଣ ଅଛନ୍ତି। ଏଥିପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସହାୟତାରେ ଏହି ଅଭିଯାନ କରାଯିବ। ଉକ୍ତ ଦିନ ଯେଉଁ ପିଲାମାନେ ଏହି ଔଷଧ ଖାଇ ପାରିବେ ନାହିଁ ସେମାନଙ୍କୁ ଅଗଷ୍ଠ ୧୬ ତାରିଖ ଦିନ ଔଷଧ ଖୁଆଯିବ। ଏ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର ବିଭାଗର କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ଅଭିଯାନ ନିମନ୍ତେ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ଦିଲୀପ ଷଡ଼ଙ୍ଗୀ, ପରିବାର କଲ୍ୟାଣ ନିର୍ଦ୍ଦେଶକ ସରୋଜ ମହାନ୍ତିଙ୍କ ସମେତ ଅନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଇରିଙ୍ଗାଝରଣରେ ବେଲଟିକିରିର ପୁନରାବୃତ୍ତି: ମିଥ୍ୟା ତଥ୍ୟ ଦେଇଥିଲା ଶିଶୁ ସୁରକ୍ଷା ବିଭାଗ

ଢେଙ୍କାନାଳ ଅଫିସ, ୧୨ା୭- ବେଲଟିକିରି ସେଲ୍‌ଟର ହୋମ୍‌ ଅନ୍ତେବାସୀ ନିର୍ଯାତନା ଘଟଣାରୁ କିଛି ଶିଖିଲାନି ଢେଙ୍କାନାଳ ଜିଲା ଶିଶୁ ସୁରକ୍ଷା ବିଭାଗ। ଶିଶୁ ନିର୍ଯାତନା ଭଳି...

ରଥଯାତ୍ରାରେ ସେବା କାର୍ଯ୍ୟ: ପୁରୀରେ ପହଞ୍ଚିଲା ଜୀବନଜ୍ୟୋତି ସଙ୍ଗଠନ

ତିହିଡି,୩।୭(ଡି.ଏନ୍‌.ଏ.): ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସେବାକାର୍ଯ୍ୟ ପାଇଁ ଜୀବନଜ୍ୟୋତି ସଙ୍ଗଠନର କର୍ମକର୍ତ୍ତାମାନେ ବୁଧବାର ସକାଳେ ପୁରୀରେ ପହଞ୍ଚିଛନ୍ତି। ଭଦ୍ରକ ଜିଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ...

ବାଲୁକାକଳାରେ ମୁଖ୍ୟମନ୍ତ୍ରୀଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ ଅଫିସ,୧୬।୧୦: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୪ ବର୍ଷରେ ପଦାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା କରି ତାଙ୍କୁ...

ପ୍ରକାଶ ପାଇଛି ବିଜ୍ଞପ୍ତି: କାଳିଆ ଯୋଜନାରେ ସାମିଲ ଅଯୋଗ୍ୟ ହିତାଧିକାରୀଙ୍କ ଟଙ୍କା ଫେରିବ

ଭୁବନେଶ୍ୱର, ୬ା୮(ବ୍ୟୁରୋ): କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୧ଲକ୍ଷ ହିତାଧିକାରୀଙ୍କୁ ସରକାର ଅର୍ଥ ପ୍ରଦାନ କରିଛନ୍ତି। ଆଗକୁ ଆଉ ୨୪ ଲକ୍ଷ କ୍ଷୁଦ୍ର, ନାମମାତ୍ର ଏବଂ...

୧୦ରେ ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ: ‘ଓଡ଼ିଶା ପୋଷ୍ଟ’, ‘ଧରିତ୍ରୀ’ର ସସ୍ମିତା ହେବେ ସମ୍ମାନିତ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ପଲ୍ଲୀବାଣୀ ମିଶନ ପକ୍ଷରୁ ଅଗଷ୍ଟ ୧୦ରେ ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ ପ୍ରଦାନ କରାଯିବ। ନୂଆଦିଲ୍ଲୀର କନ୍‌ଷ୍ଟିଚ୍ୟୁଶନ କ୍ଲବର ସ୍ପିକର ହଲ୍‌ରେ ହେବାକୁ ଥିବା ଏହି...

ଗେଷ୍ଟ ହାଉସ୍‌ରେ ଯୁବତୀଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ବରମୁଣ୍ଡା ଅଞ୍ଚଳର ଏକ ଗେଷ୍ଟ ହାଉସ୍‌ରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ କଟକ ଜିଲା...

ରାଜ୍ୟରେ ଆଉ ନିର୍ମାଣ ହେବ ୪ ପ୍ଲାନେଟାରିୟମ,ଖର୍ଚ୍ଚ ହେବ ୩୦ କୋଟି

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟର ୩୦ଟି ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲାରେ ଏହି ପାର୍କ ନିର୍ମାଣ କରାଯିବ। ଏଥିସହ ୪ଟି ସ୍ଥାନରେ...

ଭରତପୁର ଖଣି ଦୁର୍ଘଟଣା:କୋଇଲା ମନ୍ତ୍ରଣାଳୟ ହସ୍ତକ୍ଷେପ କରୁ: ବିଜେଡ

ତାଳଚେର,୩ା୮(ନି.ପ୍ର.) ଭରତପୁର କୋଇଲା ଖଣି ଦୁର୍ଘଟଣା ଏମ୍‌ସିଏଲ୍‌ର ଦାୟିତ୍ୱହୀନତା ଓ ଅବହେଳା ଯୋଗୁ ଘଟିଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯିବା ସହ...

Leave a comment

Your email address will not be published. Required fields are marked *