ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟରିଂ କରିବେ ଧର୍ମସେନା, ମାରିଆସ

ଲଣ୍ଡନ,୧୨।୭(ପି.ଟି.)- ରବିବାର ଆଇକନିକ୍‌ ଲଡର୍‌ସ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଚଳିତ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଲାଗି ଶ୍ରୀଲଙ୍କା ଅମ୍ପାୟର କୁମାର ଧର୍ମସେନା ଓ ଦକ୍ଷିଣ ଆଫ୍ରିକାର ମାରିଆସ ଇରାସମୁସଙ୍କୁ ଅନ୍‌ଫିଲ୍ଡ ଅମ୍ପାୟର ଭାବେ ନିଯୁକ୍ତ କରାଯାଇଛି। ଅଷ୍ଟ୍ରେଲିଆର ରଡ୍‌ ଟକର ୩ୟ ଅମ୍ପାୟର ଓ ପାକିସ୍ତାନର ଅଲିମ ଦାର ଚତୁର୍ଥ ଅଫିସିଆଲ ଭାବେ କାର୍ଯ୍ୟ କରିବେ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଶ୍ରୀଲଙ୍କାର ରଞ୍ଜନ ମଦୁଗଲେ ମ୍ୟାଚ୍‌ ରେଫରି ଦାୟିତ୍ୱ ତୁଲାଇବେ। ଉପରୋକ୍ତ ଅଫିସିଆଲମାନେ ବିଶ୍ୱକପ୍‌ର ଦୁଇ ସେମିଫାଇନାଲର ବିଭିନ୍ନ ପରିଚାଳନା ଦାୟିତ୍ୱରେ ଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ଇଂଲିଶ ଓପନର ଜାସନ ରୟ ଅମ୍ପାୟର ଧର୍ମସେନାଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଶତକ ହାତଛଡ଼ା କରିଥିଲେ। ଆଉଟ୍‌ ହେବା ପୂର୍ବରୁ ସେ ୬୫ ବଲରୁ ୮୫ ରନ୍‌ କରିଥିଲେ। ଇଂଲଣ୍ଡ ୨୨୪ ରନ୍‌ର ବିଜୟଲକ୍ଷ୍ୟର ପିଛା କରୁଥିବାବେଳେ ଇନିଂସର ୨୦ତମ ଓଭରରେ ପାଟ୍‌ କୁମିନ୍ସଙ୍କ ବଲରେ ରୟ ଉଇକେଟକିପର ଆଲେକ୍ସ କାରିଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଥିବା ଅପିଲ ହୋଇଥିଲା। ଧର୍ମସେନା ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ପରେ ଅଷ୍ଟ୍ରେଲିଆନ ଖେଳାଳିଙ୍କ କ୍ରମାଗତ ଅପିଲ ଯୋଗୁ ରୟଙ୍କୁ ଆଉଟ୍‌ ଦେଇଥିଲେ। ବ୍ୟାଟ୍‌ଠାରୁ ବଲ ବହୁ ଦୂରରେ ଥିବାରୁ ରୟ ଆପତ୍ତି ଉଠାଇବା ସହ କିଛି ସମୟ ଯୁକ୍ତିତର୍କ କରିଥିଲେ। ଏଥିଯୋଗୁ ତାଙ୍କ ମ୍ୟାଚ୍‌ ଫି’ର ୩୦ ପ୍ରତିଶତ କାଟ୍‌ କରାଯାଇଛି।


All Right Reserved By

ବିରୁଷ୍କାଙ୍କୁ ଅନ୍‌ଫଲୋ କଲେ ରୋହିତ

ମୁମ୍ବାଇ,୨୬।୭- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଇନ୍‌ଷ୍ଟାଗ୍ରାମରେ ଜଣେ ବଡ଼ ଫଲୋଅର ହରାଇଛନ୍ତି। ଦଳର ଉପଅଧିନାୟକ...

ଏଆଇଟିଏ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟ: ମହମ୍ମଦ ଫହାଦ ଚାମ୍ପିୟନ

ଚେନ୍ନାଇ, ୪।୮(ପି.ଟି.)- ସ୍ଥାନୀୟ କ୍ରିଷ୍ଣନ୍‌ ଟେନିସ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା ପୁରୁଷ ଏଆଇଟିଏ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟରେ ସ୍ଥାନୀୟ ଖେଳାଳି ମହମ୍ମଦ ଫହାଦ ଟାଇଟଲ ହାସଲ କରିଛନ୍ତି।...

ଭାରତ ସପକ୍ଷରେ ନାହିଁ ରେକର୍ଡ

ସାଉଥାମ୍ପଟନ,୫।୬- ଚଳିତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରୁ ଭାରତୀୟ ଦଳ ତା’ର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ହେଲେ ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ୍‌ ଭାରତ...

ଓ୍ବାର୍ନରଙ୍କ ବ୍ୟାଟ୍‌ରେ ସେନ୍‌ସର

ଲଣ୍ଡନ,୯ା୬(ପି.ଟି.): ଅଷ୍ଟ୍ରେଲିଆ ଓପନର ଡେଭିଡ୍‌ ଓ୍ବାର୍ନର ବିଶ୍ୱକପ୍‌ରେ ଘାତକ ବୋଲରଙ୍କ ସମ୍ମୁଖୀନ ହେବା ପାଇଁ ବ୍ୟାଟ୍‌ରେ ଏକ ନୂଆ ଯନ୍ତ୍ରର ବ୍ୟବହାର କରିଛନ୍ତି। ସେ ଭାରତ...

ଦ୍ୱାଦଶ ଅନ୍ତର୍ଜାତୀୟ କିଟ୍‌ ଚେସ୍‌ ମହୋତ୍ସବ ଉଦ୍‌ଯାପିତଇତୁରିଜାଗା ବୋନେଲି ଚାମ୍ପିୟନ

ଭୁବନେଶ୍ୱର, ୮।୬(କ୍ରୀଡ଼ା ପ୍ରତିନିଧି)-ଦ୍ୱାଦଶ ଅର୍ନ୍ତଜାତୀୟ କିଟ୍‌ ଚେସ୍‌ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଭେନେଜୁଏଲା ଗ୍ରାଣ୍ଡମାଷ୍ଟର ଇତୁରିଜାଗା ବୋନେଲି ଏଡୁଆର୍ଡୋ (୮ ପଏଣ୍ଟ) ‘ଏ’ କାଟେଗୋରୀରେ...

ମୁମ୍ବାଇ ୪୦ ରନରେ ବିଜୟୀ

ନୂଆଦିଲ୍ଲୀ,୧୯।୪(ପି.ଟି)- ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୪ତମ ମ୍ୟାଚ୍‌ରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୦ ରନରେ ପରାସ୍ତ...

ଆଇସିସି ବିଶ୍ୱକପ୍‌: ଭାରତ ଆଶା ଧୂଳିସାତ୍‌, ଫାଇନାଲରେ ନ୍ୟୁଜିଲାଣ୍ଡ

ମାଞ୍ଚେଷ୍ଟର,୧୧।୭(ପି.ଟି.)- ଶେଷରେ ଭାରତ ଆଶା ଧୂଳିସାତ୍‌ ହୋଇଛି। କୋଟି କୋଟି ଭାରତୀୟ କ୍ରିକେଟ ପ୍ରଶଂସକ ନିରାଶ ହୋଇଛନ୍ତି। ସେମିଫାଇନାଲରେ ପରାସ୍ତ ହୋଇ ଭାରତ ଚଳିତ ଆଇସିସି...

ରକ୍ଷଣଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ: ସବିତା

ବେଙ୍ଗାଲୁରୁ, ୮।୮- ଚଳିତମାସ ୧୭ରୁ ୨୧ ପର୍ଯ୍ୟନ୍ତ ଜାପାନର ଟୋକିଓଠାରେ ହେବାକୁଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟ ପାଇଁ ଭାରତୀୟ ସିନିୟର ମହିଳା ଓ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *