Posted inUncategorized

ଯୁବତୀଙ୍କ ବେକରୁ ଚେନ୍‌ ଝାମ୍ପି ଫେରାର ହେଉଥିବା ବେଳେ ଦୁର୍ଘଟଣା: ୨ ଲୁଟେରା ଗୁରୁତର, ଭଦ୍ରକ ଚିକିତ୍ସାଳୟରେ ଭର୍ତ୍ତି

ଭଣ୍ଡାରିପୋଖରୀ,୧୨।୭(ଡି.ଏନ୍‌.ଏ.): ସ୍କୁଟିରେ ଯାଉଥିବା ଯୁବତୀଙ୍କ ବେକରୁ ଚେନ୍‌ ଝାମ୍ପି ନେଇ ଫେରାର ହେବାକୁ ଚେଷ୍ଟା କରିବା ବେଳେ ଦୁର୍ଘଟଣାର ଶିକାର ହେଲେ ଦୁଇ ଲୁଟେରା। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର କୁଶଗଡ଼ିଆ ଛକ ନିକଟରେ। ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଦୁଇଜଣ ଲୁଟେରା ଏକ ନମ୍ବର ବିହୀନ ପଲସର୍‌ରେ ଜଣେ ଯୁବତୀଙ୍କ ପିଛା କରିଥିଲେ। ଯୁବତୀଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଲୁଟେରାମାନେ ପଛପଟ ବେକରୁ ଚେନ୍‌ ଛିଡ଼ାଇ ନେଇ ଦ୍ରୁତ ଗତିରେ ଭଣ୍ଡାରିପୋଖରୀ ଆଡ଼କୁ ପଳାଇ ଯାଇଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ଏକ ଡଷ୍ଟର କାର୍‌ ଲୁଟେରାଙ୍କ ପିଛା କରିଥିଲା। ଲୁଟେରାମାନେ ଦ୍ରୁତ ଗତିରେ ଆସିବା ବେଳେ ଭଣ୍ଡାରିପୋଖରୀ ତହସିଲ ଅଫିସ ନିକଟରେ ଏକ ପଥରସହ ସେମାନଙ୍କର ଧକ୍କା ହୋଇଥିଲା। ଏଥିରେ ଦୁଇ ଲୁଟେରା ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଭଣ୍ଡାରିପୋଖରୀ ଓ ପରେ ଭଦ୍ରକ ଚିକିତ୍ସା ପାଇଁ ପଠାଯାଇଛି। ଭଣ୍ଡାରିପୋଖରୀ ପୋଲିସ ଭଦ୍ରକ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ ପରିଚୟ ମିଳି ନ ଥିବା ବେଳେ ଲୁଟେରାଙ୍କ ଘର ସୋର ଏବଂ ବରହମ୍‌ପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ପୋଲିସ ବାଇକ୍‌କୁ ଜବତ କରି ଥାନାରେ ରଖିଥିବା ସୂଚନା ମିଳିଛି।


All Right Reserved By Dharitri.Com

Posted inUncategorized View All

ବାଲ୍ୟ ବିବାହକୁ ବିରୋଧ କରି ଆତ୍ମନିର୍ଭରଶୀଳ ହେଲେ ୨ ଝିଅ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ବାଲ୍ୟବିବାହ ଏକ ଘୃଣ୍ୟ ସାମାଜିକ ପ୍ରଥା। ଏହି କୁପ୍ରଥା ବିରୋଧରେ ଆଇନ ପ୍ରଣୟନ ହୋଇଥିଲେ ବି ଗଁା ଗହଳିରେ ଅନେକ ଝିଅ ବାଲ୍ୟ ବିବାହର...

୫୯ ନୂଆ ଜିଲା ଅଧ୍ୟକ୍ଷ ନିଯୁକ୍ତ କଲା ଭାଜପା

ଲକ୍ଷ୍ନୌ,୨୮।୧୧: ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ୫୯ ନୂଆ ଜିଲା ଅଧ୍ୟକ୍ଷଙ୍କୁ ନିଯୁକ୍ତ କରିଥିବା ସୂଚନା ମିଳିଛି। ଏଥିରେ ନୂଆ ତଥା ଯୁବ ଚେହେରାଙ୍କୁ...

୧୨ ଶହ ବର୍ଷ ଧରି ଢ଼ଳି ରହିଛି ଏହି ପଥର…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରହସ୍ୟ ଦେଖିବାକୁ ମିଳିଥାଏ। ଏସବୁ ରହସ୍ୟର ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ ଦେବାକୁ ଅସମର୍ଥ ହୋଇଥାଏ। ତାମିଲ୍‌ନାଡୁର ମହାବଳୀପୁରମ୍‌ରେ...

ଫେସପ୍ୟାକ୍‌

ମୁଖକୁ ସୁନ୍ଦର କରିବାକୁ ହେଲେ ମହିଳାମାନେ କେତେ ଉପାୟ ଆପଣାଇଥାନ୍ତି। ଏହି ଉପାୟ ମଧ୍ୟରୁ ଫେସପ୍ୟାକ୍‌ ଅନ୍ୟତମ। ଯାହାର ସହାୟତାରେ ମହିଳାମାନେ ଆକର୍ଷକ ଦେଖାଯାନ୍ତି। ଫେସପ୍ୟାକ୍‌କୁ...

ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ ଘଟଣା: ଆରଆଇଙ୍କ ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଜେଲ

ରଣପୁର,୧୨।୧୦(ସ୍ବ.ପ୍ର.): ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ ଘଟଣାରେ ରଣପୁର ଥାନା ପୋଲିସ ତତ୍କାଳୀନ ରଣପୁର ଆରଆଇ ତଥା ବର୍ତ୍ତମାନର ଲୋ଼ଧାଚୁଆ ଆରଆଇ ବିରୂପାକ୍ଷ ବିଶ୍ୱାଳ ଓ...

ଟ୍ରେନ୍‌ ଚେନ୍‌ ଟାଣି ଓହ୍ଲାଇଲେ ୩୫୦ପ୍ରବାସୀ:କଣ୍ଟାବାଞ୍ଜି ରେଳ ଷ୍ଟେଶନରୁ ଚମ୍ପଟ୍‌ ମାରିଲେ ୪୫

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି, ୨୬ା୫ (ଡି.ଏନ୍‌.ଏ.) ଗୁଜରାଟର ଗାନ୍ଧୀଧାମରୁ କଟକର ନିର୍ଗୁଣ୍ଡି ଅଭିମୁଖେ ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ର ଚେନ୍‌ ଟାଣି ୩୫୦ ପ୍ରବାସୀ ସୋମବାର ବଲାଙ୍ଗୀର...

ସୋମାଲିଆରେ ୨୦ଲକ୍ଷ ଲୋକଙ୍କ ମୃତ୍ୟୁ ଭୋକରେ ହେବା ଆଶଙ୍କା: ଜାତିସଂଘ

ଜେନେଭା,୬।୬: ଆଗାମୀ ଦିନରେ ଆବଶ୍ୟକ ଖାଦ୍ୟ ପଦାର୍ଥ ଯୋଗାଇ ଦିଆ ନ ଗଲେ ସୋମାଲିଆରେ ୨୦ ଲକ୍ଷ ଲୋକଙ୍କର ଭୋକରେ ମୃତ୍ୟୁ ହେବାର ଆଶଙ୍କା ରହିଛି।...

Leave a comment

Your email address will not be published. Required fields are marked *