ଆଇକନିକ୍‌ ଡେଷ୍ଟିନେଶନରୁ ଓଡ଼ିଶା ଗାଏବ: ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର, ୧୨।୭(ବ୍ୟୁରୋ): କେନ୍ଦ୍ର ସରକାର ସମଗ୍ର ଦେଶରେ ୧୭ଟି ପର୍ଯ୍ୟଟନ ସ୍ଥଳକୁ ଆଇକନିକ୍‌ ଡେଷ୍ଟିନେଶନ ମାନ୍ୟତା ଦେଇଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ବିଶ୍ୱପ୍ରସିଦ୍ଧ ପୁରୀ ଓ କୋଣାର୍କକୁ ଏଥିରେ ସ୍ଥାନ ଦିଆଯାଇ ନାହିଁ। ଏହାଛଡ଼ା ରାଜ୍ୟର କୌଣସି ସ୍ଥାନକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଶାସକ ଦଳର ସଦସ୍ୟମାନେ ଶୁକ୍ରବାର ବିଧାନସଭାରେ ଜୋର୍‌ଦାର ବିରୋଧ କରିଛନ୍ତି। ସର୍ବସମ୍ମତି କ୍ରମେ ଏ ନେଇ ଏକ ପ୍ରସ୍ତାବ ଗୃହରେ ପାରିତକରି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଉ ବୋଲି ସଦସ୍ୟମାନେ ଏକ ସ୍ବରରେ କହିଛନ୍ତି।
ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ସଭ୍ୟ ପ୍ରଦୀପ ମହାରଥୀ କହିଥିଲେ ଯେ, କେନ୍ଦ୍ର ସରକାର ୧୭ଟି ଜାଗାକୁ ଆଇକନିକ୍‌ ଡେଷ୍ଟିନେଶନ ଘୋଷଣା କଲେ। ପୁରୀକୁ ସେଥିରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ପୁରୀ ଭଳି ତୀର୍ଥକ୍ଷେତ୍ର ବିଶ୍ୱରେ ପ୍ରସିଦ୍ଧ। ତୁରନ୍ତ କେନ୍ଦ୍ର ସରକାର ପୁରୀକୁ ଆଇକନିକ୍‌ ଡେଷ୍ଟିନେଶନ ପରିସରଭୁକ୍ତ କରିବାକୁ ସେ ଦାବି କହିଛନ୍ତି। ଶାସକ ଦଳ ସଭ୍ୟ ଅମର ଶତପଥୀ, ଦେବୀ ପ୍ରସାଦ ମିଶ୍ର, ଅନନ୍ତ ଦାସ, ଅରବିନ୍ଦ ଢାଲି, ଭୂପିନ୍ଦର ସିଂହ, କିଶୋର ମହାନ୍ତି, ନୃସିଂହ ସାହୁ ପ୍ରମୁଖ ମହାରଥୀ ଉଠାଇଥିବା ପ୍ରସଙ୍ଗକୁ ଦୃଢ଼ ସମର୍ଥନ କରିଥିଲେ। କେନ୍ଦ୍ର ସରକାର କେଉଁ ପରିସ୍ଥିତିରେ ଏଭଳି ଘୋଷଣା କଲେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପ୍ରତିବାଦକରି କେନ୍ଦ୍ରକୁ ଚିଠି ଲେଖିଛନ୍ତି। ରାଜ୍ୟ ଅଭିବୃଦ୍ଧିରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୁରୀ ଓ କୋଣାର୍କ ବ୍ୟତୀତ ଚିଲିକା, ଭିତରକନିକା ଭଳି ଅନେକ ପର୍ଯ୍ୟଟନ କ୍ଷେତ୍ର ରହିଛି। ଏଥିସହିତ ଓଡ଼ିଶାରେ ୬୨ ଶ୍ରେଣୀର ଆଦିବାସୀ ରହିଛନ୍ତି। ଏହା ସତ୍ତ୍ୱେ କେନ୍ଦ୍ର ବଜେଟରେ ଓଡ଼ିଶାରୁ କୌଣସି ସ୍ଥାନକୁ ଆଇକନିକ୍‌ ଡେଷ୍ଟିନେଶନରେ ସାମିଲ କରା ନ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧକରି ସର୍ବସମ୍ମତି କ୍ରମେ ଗୃହରେ ଏକ ପ୍ରସ୍ତାବ ପାରିତ କରାଯାଉ। ଏଥିପାଇଁ ଏକ କମିଟି ମଧ୍ୟ ଗଠନ ହେଉ। କମିଟି ଏ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି।


All Right Reserved By

‘ଗେଲ୍‌ ଉତ୍କର୍ଷ’କୁ ଶତପ୍ରତିଶତ ସଫଳତା : ଜେଇଇ ମେନ୍‌ରେ ସଫଳ ହେଲେ ସମସ୍ତ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୩।୫(ବ୍ୟୁରୋ): ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଏହାର ଫ୍ଲାଗ୍‌ସିପ୍‌ କର୍ପୋରେଟ୍‌ ସୋସିଆଲ ରେସ୍‌ପନ୍ସିବିଲିଟି(ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ କାନପୁର ସେଣ୍ଟରଠାରେ ଜେଇଇ ମେନ୍‌ ୨୦୧୯ ପରୀକ୍ଷା ପାଇଁ...

ନୂଆ ମୋଟର ଯାନ ଆଇନ ଲାଗୁ ପରେ ବଢୁଛି ଜାଲିଆତି

ଭୁବନେଶ୍ୱର,୯ା୯(ବ୍ୟୁରୋ) : ନୂଆ ମୋଟର ଯାନ ଆଇନ-୨୦୧୯ ସେପ୍ଟେମ୍ବର ପହିଲାରୁ ଲାଗୁହେବା ପରେ ପୋଲିସ୍‌ ଏବଂ ଆରଟିଓ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଯେଉଁମାନଙ୍କର ଡ୍ରାଇଭିଂ...

ଚାଷୀ ଆତ୍ମହତ୍ୟା ଉଦ୍ୟମ ଘଟଣା : ବିରୋଧୀ ଦଳ ନେତାଙ୍କ ଅନୁଧ୍ୟାନ

କେସିଙ୍ଗା,୨୫।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମ ପଞ୍ଚାୟତର ବାହାଦୂରପଦର ଗ୍ରାମର ଚାଷୀ ଡମ୍ବରୁଧର ପୋଢ଼ (୩୫) ଆତ୍ମହତ୍ୟା ଉଦ୍ୟମ କରିଥିଲେ ।...

୫ ଜିଲାରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର, ୮ା୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ବାଲେଶ୍ୱର ଉପକୂଳଠାରୁ ୭୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବ ଦିଗରେ ଏହା...

ପଶ୍ଚିମ ଓଡ଼ିଶାରେ ବନ୍ୟା: ଏସ୍‌ଆର୍‌ସି, ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ଭାଜପା ଟିମ୍‌

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି, କନ୍ଧମାଳ, ବରଗଡ ଆଦି ଜିଲାରେ ଗତ ୩ ଦିନରେ ପ୍ରବଳ ବର୍ଷା ହୋଇଛି। ଏବେ ସେହି ଅଞ୍ଚଳଗୁଡିକରେ...

ଆଶା ଆଶଙ୍କାରେ ବହୁ ହେଭିୱେଟ୍‌

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ପ୍ରତୀକ୍ଷାର ଅନ୍ତଘଟାଇ ଗୁରୁବାର ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ନିର୍ବାଚନ ମଇଦାନରେ ଥିବା ସବୁ ଦଳର ହେଭିୱେଟ୍‌ଙ୍କ ରାଜନୈତିକ ଭାଗ୍ୟ ସଂକ୍ରାନ୍ତ...

ଲୁଟେରା ଗ୍ୟାଙ୍ଗ୍‌ଠାବ: ୬ ଗିରଫ

କଟକ ଅଫିସ, ୧୧।୭: ସିଡିଏ ଫେଜ-୨ ପୋଲିସ ବୁଧବାର ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। ଏଥିସହ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।...

୧୦ରେ ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ: ‘ଓଡ଼ିଶା ପୋଷ୍ଟ’, ‘ଧରିତ୍ରୀ’ର ସସ୍ମିତା ହେବେ ସମ୍ମାନିତ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ପଲ୍ଲୀବାଣୀ ମିଶନ ପକ୍ଷରୁ ଅଗଷ୍ଟ ୧୦ରେ ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ ପ୍ରଦାନ କରାଯିବ। ନୂଆଦିଲ୍ଲୀର କନ୍‌ଷ୍ଟିଚ୍ୟୁଶନ କ୍ଲବର ସ୍ପିକର ହଲ୍‌ରେ ହେବାକୁ ଥିବା ଏହି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *