Posted inଖେଳ

କୋହଲିଙ୍କ ମଜାକ୍‌ ଉଡାଇଲେ ଇଂଲଣ୍ଡ କ୍ରିକେଟର୍‌

ଲଣ୍ଡନ, ୧୨।୭: ଇଂଲଣ୍ଡରେ ବିଶ୍ୱକପ ଚାଲିଥିବାବେଳେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ତା’ର ଟୁଇଟର ପେଜରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସମ୍ରାଟ ଭାବରେ ସଜାଇ ଏକ ଫଟୋ ପୋଷ୍ଟ କରିଥିଲା। ସେତେବେଳେ ଏହାକୁ ନେଇ ଚର୍ଚ୍ଚା ହେବା ସହ ଅନ୍ୟ ଦେଶର ପୂର୍ବତନ ଖେଳାଳିମାନେ ଏହାକୁ ବିରୋଧ କରିଥିଲେ। ବିଶ୍ୱକପରେ ୧୦ଟି ଦଳର ଅଧିନାୟକ ଥିବାବେଳେ କେବଳ ଭାରତୀୟ ଦଳର ଅଧିନାୟକ କୋହଲିଙ୍କୁ ସମ୍ରାଟ ଭାବେ ଆଇସିସି କାହିଁକି ସଜେଇଛି ତାକୁ ନେଇ ସେମାନେ ପ୍ରଶ୍ନ କରିଛନ୍ତି। ଏବେ ଭାରତ ବିଶ୍ୱକପର ସେମିଫାଇନାଲରୁ ବିଦାୟ ନେବା ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍‌ କୋହଲିଙ୍କ ମଜାକ ଉଡାଇଛନ୍ତି। ସେ ନିଜ ଟୁଇଟରରେ ବିରାଟଙ୍କ ସମ୍ରାଟ ଫଟୋରେ ଏକ ଫ୍ଲାଇଟ୍‌ ଟିକେଟ ଧରାଇ ପୋଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଇଂଲଣ୍ଡ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ୱକପର ଫାଇନାଲକୁ ଉନ୍ନୀତ ହୋଇଛି।


All Right Reserved By

Posted inଖେଳ

ନ୍ୟୁଜିଲାଣ୍ଡର ଅଫ୍‌ ଦ ଇୟର ଲାଗି ଷ୍ଟୋକ୍ସ ମନୋନୀତ

ଅକ୍‌ଲାଣ୍ଡ,୧୯ା୭- ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡକୁ ବିଶ୍ୱ ଚାମ୍ପିୟନ କରାଇବାରେ ମୁଖ୍ୟଭୂମିକ ଗ୍ରହଣ କରିଥିବା ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ନ୍ୟୁଜିଲାଣ୍ଡର ଅଫ୍‌ ଦ ଇୟର ସମ୍ମାନ ଲାଗି...

ଏସୀୟ ଜୁନିୟର କରାଟେରେ ଓଡ଼ିଶାର ୪ ପ୍ରତିଯୋଗୀ

ଭୁବନେଶ୍ୱର, ୨୮।୪(କ୍ରୀଡ଼ା ପ୍ରତିନିଧି)- ମାଲେସିଆର କୋଟା ବିନାବାଲୁଠାରେ ଶନିବାରଠାରୁ ୧୮ତମ ଏ.କେ.ଏଫ. କ୍ୟାଡେଟ ଜୁନିୟର ଓ ୨୧ ବର୍ଷରୁ କମ୍‌ କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଛି।...

ଡେଭିସ୍‌ କପ୍‌: ସୁରକ୍ଷା ପ୍ରତିଶ୍ରୁତି ଚାହିଁଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୩୧ା୭ (ପି.ଟି.)-ଡେଭିସ୍‌ କପ୍‌ ଖେଳିବା ଲାଗି ଭାରତୀୟ ଟେନିସ୍‌ ଖେଳାଳିମାନେ ପାକିସ୍ତାନ ଯିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ମାତ୍ର ଇସ୍‌ଲାମାବାଦରେ ପହଞ୍ଚିବା ପୂର୍ବରୁ...

ବୟସ ଜାଲିଆତି: ଏମ୍‌ସିଏ ଜୁନିୟର କ୍ୟାମ୍ପରୁ ୫ ବିଦା

ମୁମ୍ବାଇ, ୨|୮ (ପି.ଟି.)-ବୋନ୍‌ ଏଜ୍‌ ଟେଷ୍ଟରେ ବିଫଳ ହୋଇଥିବାରୁ ମୁମ୍ବାଇ କ୍ରିକେଟ ଆସୋସିଏଶନ(ଏମ୍‌ସିଏ)ର ୧୬ ବର୍ଷରୁ କମ୍‌ ଅଫ୍‌ ସିଜନ କ୍ୟାମ୍ପ ଲାଗି ୫ ଜଣ...

ଯୁବରାଜ ଭାରତର ଶ୍ରେଷ୍ଠ ବାମହାତୀ ବ୍ୟାଟ୍ସମ୍ୟାନ: ସୋଏବ ଅଖତର

ନୂଆଦିଲ୍ଲୀ, ୧୧।୬(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିବା ପରେ ସୀମିତ ଓଭର କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ ମ୍ୟାଚ୍‌ ଓ୍ବିନର ଯୁବରାଜ ସିଂଙ୍କୁ ପ୍ରାକ୍ତନ ପାକିସ୍ତାନ...

ପିତା ହେବାକୁ ଯାଉଛନ୍ତି ଏହି ଭାରତୀୟ କ୍ରିକେଟର

ମୁମ୍ବାଇ, ୩୧।୭: ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଅଜିଙ୍କେ ରାହାଣେ ପିତା ହେବାକୁ ଯାଉଛନ୍ତି। ସ୍ତ୍ରୀ ରାଧିକାଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି...

ହନୁମା, ରାହାନେଙ୍କ ଅର୍ଦ୍ଧଶତକ, ମ୍ୟାଚ ଡ୍ର

ଆଣ୍ଟିଗୁଆ,୨୦।୮- ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ସୋମବାର ଶେଷ ହୋଇଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ‘ଏ’ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତଭାବେ ଶେଷ ହୋଇଛି। ମ୍ୟାଚର ଅନ୍ତିମ...

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ ଆଜିଠାରୁ : ପଦକ ଲକ୍ଷ୍ୟରେ ଅପୂର୍ବୀ, ଅଞ୍ଜୁମ

ନୂଆଦିଲ୍ଲୀ, ୨୫।୫(ପି.ଟି.)- ଅନ୍ତର୍ଜାତୀୟ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ରାଇଫଲ୍‌/ପିସ୍ତଲ ବିଶ୍ୱକପ୍‌ ରବିବାରଠାରୁ ଜର୍ମାନୀର ମ୍ୟୁନିକ ସହରରେ ଆରମ୍ଭ ହେବାକୁ ଯାଉଛି। ଏହାହେବ ବର୍ଷର ୩ୟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *