‘କବିର ସିଂହ’ର ‘ଶିବା’ ଚରିତ୍ର ଆଣିଦେଇଛି ସଫଳତା, ଚର୍ଚ୍ଚାରେ ସୋହମ୍‌

ମୁମ୍ବାଇ: ଚଳଚ୍ଚିତ୍ରର କାହାଣୀ ସାଙ୍ଗକୁ ନାୟିକା-ନାୟକଙ୍କ ଅଭିନୟ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ିଥାଏ। ଏଥିରୁ ଫିଲ୍ମଟି କେତେ ସଫଳ ତାହା ବାରି ହୋଇପଡେ। ଏମାନଙ୍କୁ ଛାଡ଼ି ଦେଲେ ଚଳଚ୍ଚିତ୍ରରେ ଏଭଳି କିଛି ଚରିତ୍ର ଥାଏ ତାହା ସବୁଦିନ ପାଇଁ ମନେ ରହେ। ସେହିପରି ଗୋଟିଏ ଚରିତ୍ର ହେଉଛି ଫିଲ୍ମ ‘କବିର ସିଂହ’ରେ ନାୟକ ଶାହିଦ କପୁରଙ୍କ ବନ୍ଧୁ ‘ଶିବା’ ଭୂମିକାରେ ଅଭିନୟ କରିଥିବା ସୋହମ୍‌ ମଜୁମ୍‌ଦାର। ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହେବା ସହ ଭଲ ବ୍ୟବସାୟ କରିଛି। ଫିଲ୍ମରେ ଶାହିଦଙ୍କ ଅଭିନୟକୁ ଯୁବଗୋଷ୍ଠୀ ବେଶ ପସନ୍ଦ କରୁଛନ୍ତି। ଏସବୁ ମଧ୍ୟରେ ସୋହମଙ୍କ ଭୂମିକାକୁ ମଧ୍ୟ ପସନ୍ଦ କରାଯାଉଛି। ଜଣେ ବନ୍ଧୁ ହିସାବରେ ସେ ବହୁତ ଭଲ ବୋଲି ଦର୍ଶକ ପ୍ରତିକ୍ରିୟା ରଖୁଛନ୍ତି। ଶିବା ଓ କବିରଙ୍କ ଯୋଡ଼ିକୁ ନେଇ ଅନେକ ମେମେ ମଧ୍ୟ ଭାଇରାଲ ହେଉଛି।
କେବଳ ଯେ କବିର-ଶିବା ତାହା ନୁହେଁ, ପୂର୍ବରୁ ଅନେକ ଫିଲ୍ମରେ ନାୟକଙ୍କ ବନ୍ଧୁ ହୋଇ ବାହା ବାଃ ସାଉଁଟିଛନ୍ତି କଳାକାର। ‘ରାଞ୍ଝଣା’ ଚଳଚ୍ଚିତ୍ରରେ କୁନ୍ଦନ(ଧନୁଷ)ଙ୍କ ସାଙ୍ଗ ମୁରାରି(ମହମ୍ମଦ ଜୀଶାନ ଅୟୁବ), ‘ଦବଙ୍ଗ-୨’ରେ ଠାକୁର ବଚ୍ଚା ସିଂହଙ୍କ ଭାଇ ଭୂମିକାରେ ଅଭିନୟ କରିଥିବା ଦୀପକ ଡୋବରିୟାଲ, ‘ଗଲି ବୟ’ ଫିଲ୍ମରେ ରଣବୀରଙ୍କ ବନ୍ଧୁ ଭୂମିକାରେ ସିଦ୍ଧାନ୍ତ ଚତୁର୍ବେଦୀ ପ୍ରମୁଖ ଦର୍ଶକଙ୍କ ମନ କିଣିଛନ୍ତି।


All Right Reserved By

ଏହି ଭିଡିଓ ପାଇଁ ରାତାରାତି ଷ୍ଟାର ପାଲଟି ଯାଇଥିଲେ ନେହା

ମୁମ୍ବାଇ: ବଲିଉଡ୍‌ ସିଙ୍ଗର ନେହା କକ୍କର ୩୧ ବର୍ଷରେ ପାଦ ଥାପିବାକୁ ଯାଉଛନ୍ତି। ଜୁନ୍‌ ୬ରେ ଜନ୍ମ ନେଇଥିବା ଏହି ପ୍ଲେବ୍ୟାକ୍‌ ସିଙ୍ଗର ପ୍ରଥମରୁ ବହୁ...

କାହିଁକି କମ୍‌ ବୟସରେ ବାହାହେଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍‌ ବିରାଟ କୋହଲି ପ୍ରାୟ ଦେଢ ବର୍ଷ ହେବ ବିବାହ ବନ୍ଧନରେ ବାନ୍ଧି...

ଜିତେନ୍ଦ୍ରଙ୍କ ନଁ।ରେ ଅସଦାଚରଣ ଅଭିଯୋଗ ଆଣିଥିଲେ ସମ୍ପର୍କୀୟା: ମାମଲା ଖାରଜ କଲେ କୋର୍ଟ

ମୁମ୍ବାଇ,୨୨।୫ : ଗତବର୍ଷ ୯୦ ଦଶକର ଲୋକପ୍ରିୟ ବଲିଉଡ୍‌ ଅଭିନେତା ଜିତେନ୍ଦ୍ରଙ୍କ ନଁ।ରେ ହୋଇଥିବା ଅସଦାଚରଣ ଅଭିଯୋଗକୁ ହିମାଚଳ ପ୍ରଦେଶ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି।...

ବଲିଉଡ୍‌ରେ ଦେଶଭକ୍ତିର ସଂଳାପ, ଆଜି ବି ଲୋମ ଟାଙ୍କୁରାଇ ଦିଏ

ବଲିଉଡ୍‌ରେ ଏମିତି କିଛି ଦେଶପ୍ରେମ ତଥା ଦେଶଭକ୍ତି ଫିଲ୍ମ ରହିଛି, ଯାହା ଦର୍ଶକଙ୍କୁ ଆଜି ପର୍ଯ୍ୟନ୍ତ ବାନ୍ଧି ରଖିଛି। କେବଳ ଯେ ଫିଲ୍ମ ତାହା ନୁହେଁ,...

ମାଆଙ୍କ ଅବିକଳ ହେଉଛନ୍ତି ବଲିଉଡ୍‌ର ଏହିସବୁ ଅଭିନେତ୍ରୀ

କୁହାଯାଏ, ଝିଅଟିଏ ଅଧିକାଂଶ ଗୁଣ ମାଆଙ୍କର ଆଣିଥାଏ। ଯଦି ଲୁକ୍‌ କଥା କହିବା ତେବେ ମାଆଙ୍କ ସହ ଝିଅମାନଙ୍କ ଲୁକ୍‌ ବିଲ୍‌କୁଲ ମେଳ ଖାଇଥାଏ। ଏହାର...

ପୁଣି ପରଦାରେ ଧମାଲ୍‌ କରିବେ ପ୍ରଭାସ୍‌, ଆସୁଛି ଫିଲ୍ମ ‘ସାହୋ’

ବାହୁବଳୀ ଫେମ୍‌ ପ୍ରଭାସ ପୁଣି ପରଦାରେ ଧମାଲ୍‌ କରିବାକୁ ଯାଉଛନ୍ତି। ବାହୁବଳୀ ଏବଂ ବାହୁବଳୀ ୨ ପରେ ଏବେ ଫିଲ୍ମ ‘ସାହୋ’ ପାଇଁ ଜୋରଦାର ପ୍ରସ୍ତୁତି...

କଷ୍ଟ୍ୟୁମ ଡିଜାଇନ୍‌ର ମୂଲ୍ୟ ଏବେ ଆଉ ନାହିଁ

ଫିଲ୍ମ ନିର୍ମାଣ ପୂର୍ବରୁ ଗୋଟିଏ ମିଳିତ ବୈଠକ ଡକାଯାଉଥିଲା। ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସମେତ ବାକି ସମସ୍ତ ବିଭାଗର ଲୋକ ଉପସ୍ଥିତ ରହୁଥିଲେ। କେଉଁ ସ୍ଥାନରେ ଶୁଟିଂ...

ନଭେମ୍ବରରେ ସୁସ୍ମିତାଙ୍କ ବାହାଘର

ମୁମ୍ବାଇ: ହିନ୍ଦୀ, ତାମିଲ, ବେଙ୍ଗଲୀ ଆଦି ଫିଲ୍ମରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ମୋହିବାରେ ସଫଳ ହୋଇଥିବା ପୂର୍ବତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନ୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *