Posted inଜାତୀୟ

ରାଫାଲରେ ଉଡିଲେ ଭାଇସ୍‌ ଚିଫ୍‌ ଏୟାର ମାର୍ଶଲ

ନୂଆଦିଲ୍ଲୀ, ୧୨।୭: ଭାରତୀୟ ବାୟୁ ସେନାର ଭାଇସ୍‌ ଚିଫ୍‌ ଏୟାର ମାର୍ଶଲ ଆର୍‌କେଏସ୍‌ ଭଦୌରିଆ ଭାରତ ଆସିବାକୁ ଥିବା ଯୁଦ୍ଧ ବିମାନ ରାଫାଲରେ ପରୀକ୍ଷା ମୂଳକ ଉଡାଣ କରିଛନ୍ତି। ଫ୍ରାନ୍ସରେ ସେ ଏହି ବିମାନରେ ଉଡିଛନ୍ତି। ଏହାପରେ ସେ କହିଛନ୍ତି, ରାଫାଲରେ ଉଡିବାର ଅନୁଭୂତି ସବୁଠାରୁ ନିଆରା। ଏଥିରୁ ଅନେକ କଥା ଶିଖିବାକୁ ମିଳିଲା ଯାହାକୁ ଭାରତୀୟ ବାୟୁସେନାରେ ଭଲଭାବେ ବ୍ୟବହାର କରାଯାଇ ପାରିବ। ଏହାସହ ଏସ୍‌ୟୁ-୩୦ ସହ ଏହାକୁ କିପରି ସଂଯୋଜନା କରାଯାଇ ପାରିବ ତାହା ମଧ୍ୟ ଦେଖିବାର ଅଛି ବୋଲି ସେ କହିଛନ୍ତି। ଭଦୌରିଆଙ୍କ କହିବା କଥା ହେଲା ରାଫାଲ ପୁଣି ଥରେ ଭାରତୀୟ ବାୟୁସେନାରେ ଟେକ୍ନୋଲୋଜି ଓ ଅସ୍ତ୍ରଶସ୍ତ୍ର ହିସାବରେ ଗେମ୍‌ ଚେଞ୍ଚର ଭାବେ ଉଭା ହେବ। ଯୁଦ୍ଧ ପରିସ୍ଥିତିରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।


All Right Reserved By

ସ୍ଥିତି ନ ସୁଧୁରିଲେ ପଶ୍ଚିମବଙ୍ଗରେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ: ବିଜୟବର୍ଗୀୟ

କୋଲକତା,୧୦।୬: ପଶ୍ଚିମବଙ୍ଗର ରାଜନୈତିକ ହିଂସା ନେଇ ଏବେ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ...

ଉନ୍ନାଓ ଘଟଣା: ହସିି ଫଶିଗଲେ ଜୟା

ନୂଆଦିଲ୍ଲୀ, ୩୧।୭: ଉନ୍ନାଓ ବଳାତ୍କାର ପୀଡିତାଙ୍କ କାର୍‌ ଦୁର୍ଘଟଣାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ବୁଧବାର ଏହି ଘଟଣାକୁ ବିରୋଧ କରି...

ଭାଙ୍ଗିବ ଚନ୍ଦ୍ରାବାବୁଙ୍କ ବିଳାସମୟ କୋଠା: ମୁଖ୍ୟମନ୍ତ୍ରୀ ଜଗନ ମୋହନ ଦେଲେ ନିର୍ଦ୍ଦେଶ

ହାଇଦ୍ରାବାଦ,୨୪।୬: ଆନ୍ଧ୍ରପ୍ରଦେଶ ଅମରାବତୀରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ବାସଭବନ ‘ପ୍ରଜା ବେଦିକା’ ଏବେ ଭାଙ୍ଗିବାକୁ ଯାଉଛି। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟର ନବନିର୍ବାଚିତ...

ସୋପୋରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ଲଶ୍କର ଆତଙ୍କବାଦୀ ଆସିଫ୍‌ ନିହତ

ଶ୍ରୀନଗର,୧୧।୯: ଜମ୍ମୁ-କଶ୍ମୀର ସୋପୋରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଲଶ୍କର-ଇ-ତୋଏବା ଶୀର୍ଷ ଆତଙ୍କବାଦୀ ଆସିଫ୍‌ଙ୍କ ମୃତ୍ୟୁ ଘଟିଛି। ଆସିଫ୍‌ ଏଠାରେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ...

ପାକିସ୍ତାନକୁ ଭାରତର ଜବାବ

ନୂଆଦିଲ୍ଲୀ,୯।୮: ମୋଦି ସରକାର ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇବା ପରେ ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ପାକିସ୍ତାନ ଭାରତ ସହ ବ୍ୟବସାୟୀକ ସମ୍ପର୍କ...

କମଳନାଥଙ୍କ ପୁତୁରାଙ୍କ ୩୦୦ କୋଟିର ବଙ୍ଗଳା ଜବତ

ନୂଆଦିଲ୍ଲୀ,୧୨ା୮: ବେନାମୀ ସମ୍ପତ୍ତି ରଖିବା ମାମଲାରେ ଆୟକର ବିଭାଗ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁତୁରା ରାତୁଲ ପୁରୀଙ୍କର ୩୦୦ କୋଟି ଟଙ୍କାର ବଙ୍ଗଳା ସମେତ ୪୦...

ମୋଦିଙ୍କ ଶୁଭେଚ୍ଛା ଜଣାଇ ଟ୍ରଲ ହେଲେ ଶବାନା

ମୁମ୍ବାଇ,୨୪।୫: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ସୋସିଆଲ ମିଡିଆରେ ମୋଦିଙ୍କ ସମର୍ଥକ ଓ ବିରୋଧୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଭଲ...

ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି : ଡେରେକ୍‌ଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ,୨୭ା୭(ପି.ଟି.): ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତରେ ସାମିଲ ହେବା ଲାଗି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଡେରେକ୍‌ ଓ’ବ୍ରିଏନ୍‌ଙ୍କୁ ସିବିଆଇ ସମନ ଜାରି କରିଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *