ରାସ୍ତାରେ ବର୍ଷିଲା ଟଙ୍କା

ଓ୍ବାଶିଂଟନ, ୧୨।୭: ଆମେରିକାର ନର୍ଥ ଆଟଲାଣ୍ଟାର ଇଣ୍ଟରଷ୍ଟେଟ୍‌ ହାଇଓ୍ବେ ନମ୍ବର ୨୮୫ରେ ଡଲାର ବର୍ଷା ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲୋକମାନେ ଉକ୍ତ ଟଙ୍କାକୁ ଗୋଟାଉ ଥିବାର ଭିଡିଓରେ ଦେଖାଯାଇଛି। ସୂଚନାଯୋଗ୍ୟ, ଏକ କମ୍ପାନୀ ପକ୍ଷରୁ ଟ୍ରକରେ ୧, ୭୫, ୦୦୦ ଡଲାର୍‌ ଅର୍ଥାତ୍‌ ପାଖାପାଖି ୧୨୦କୋଟି ଟଙ୍କା ଏକ ଟ୍ରକରେ ପଶି ଯାଉଥିଲା। ହଠାତ୍‌ ଟ୍ରକ୍‌ର ଝରକା ଖୋଲି ଯିବାରୁ ନୋଟ୍‌ ଗୁଡିକ ରାସ୍ତାରେ ବିଛେଇ ହୋଇ ପଡିଥିଲା। ଟଙ୍କା ଗୋଟାଇବା ପାଇଁ ରାସ୍ତାରେ ଲୋକଙ୍କ ଭିଡ ଜମିଥିଲା। ଘଟଣା ସମ୍ପର୍କରେ କମ୍ପାନୀ ପକ୍ଷରୁ ପୋଲିସରେ ଏତଲା ଦିଆଯାଇଥିଲା। ପୋଲିସ ତଦନ୍ତ କରି ଲୋକଙ୍କଠାରୁ ମାତ୍ର ୩ ଲକ୍ଷ ଟଙ୍କା ଫେରାଇ ଆଣିବାରେ ସମର୍ଥ ହୋଇଛି।


All Right Reserved By

ଭାରତ-ପାକିସ୍ତାନ ମଧ୍ୟରେ ସ୍ଥିତି ସଙ୍କଟ ଜନକ: ଟ୍ରମ୍ପ୍‌

ଓ୍ବାଶିଂଟନ,୨୦।୮: ଭାରତ-ପାକିସ୍ତାନ ମଧ୍ୟରେ ସ୍ଥିତି ସଙ୍କଟ ଜନକ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଟୁଇଟ୍‌ କରି ମଙ୍ଗଳବାର ଭୋର୍‌ ୫ଟା ୧୩ରେ ଜଣାଇଛନ୍ତି। ଏହା...

ପାକିସ୍ତାନରେ ରହିଛି ୪୦ ଆତଙ୍କବାଦୀ ସଂଗଠନ: ଇମ୍ରାନ୍‌

ଓ୍ବାଶିଂଟନ,୨୪।୭: ପାକିସ୍ତାନରେ ୪୦ ଆତଙ୍କବାଦୀ ସଂଗଠନ କାମ କରୁଛି। ଏସବୁ ସଂଗଠନରେ ୩୦ରୁ ୪୦ ହଜାର ସଦସ୍ୟ ରହିଛନ୍ତି।ଏନେଇ ପୂର୍ବରୁ କ୍ଷମତାରେ ଥିବା ସରକାର ଗତ...

ଟାଇଫୁନ୍‌ ‘ଲେକିମା’ ତାଣ୍ଡବ: ୧୦ ଲକ୍ଷ ଲୋକ ସ୍ଥାନାନ୍ତର

ବେଜିଂ,୧୦।୮: ଚାଇନାରେ ଟାଇଫୁନ୍‌ ‘ଲେକିମା’ ତାଣ୍ଡବ ରଚିଛି। ସ୍ଥାନୀୟ ପୂର୍ବ ଉପକୂଳରେ ଦେଖାଦେଇଥିବା ଏହି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ରେ ଇତିମଧ୍ୟରେ ୧୩ରୁ ଅଧିକ ଲୋକଙ୍କର ମୃତ୍ୟୁ...

କୋଙ୍ଗୋ ଡଙ୍ଗା ବୁଡ଼ିରେ ପ୍ରାଣ ହରାଇଲେ ୩୦ ଯାତ୍ରୀ

କୋଙ୍ଗୋ,୨୭।୫: ପଶ୍ଚିମ କୋଙ୍ଗୋ ଗଣତାନ୍ତ୍ରିକ ରାଜ୍ୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ଥିବା ଏକ ହ୍ରଦରେ ଡଙ୍ଗା ବୁଡ଼ିବାରୁ ୩୦ଜଣଙ୍କ ମୃତ୍ୟୁ ହୋଇଛି।...

ଏଲନ୍‌ ମସ୍କଙ୍କ ଟିନି ବ୍ରେନ୍‌

ସାନ୍‌ ଫ୍ରାନ୍‌ସିସ୍କୋ: ପାରାଲିସିସ୍‌ରେ ପୀଡ଼ିିତ ଓ ମସ୍ତିଷ୍କ ସମସ୍ୟାରେ ରହିଥିବା ବ୍ୟକ୍ତିଙ୍କ ଜୀବନ ଧାରାରେ ଉନ୍ନତି ଆଣିବା ଲାଗି ଏଲନ୍‌ ମସ୍କଙ୍କ ଷ୍ଟ୍ରାର୍ଟଅପ୍‌ ନ୍ୟୁରଲିଙ୍କ୍‌ ଏକ...

ବିବାହର ୭୧ ବର୍ଷ ପରେ ଏକାଠି ହେଲା ପତ୍ନୀପତିଙ୍କ ମୃତ୍ୟୁ

ବର୍ଲିନ,୧୮।୭: ଜର୍ମାନୀରେ ରହୁଥିବା ଜଣେ ବୃଦ୍ଧ ଦମ୍ପତିଙ୍କ ପ୍ରେମ କାହାଣୀ ଏବେ ଖବର ପାଲଟି ଯାଇଛି। ଦୀର୍ଘ ୭୧ ବର୍ଷର ବୈବାହିକ ଜୀବନ ଅତିବାହିତ କରିବା...

ଇରାନ୍‌ ଉପରେ ଆମେରିକାର ସାଇବର ଆଟାକ୍‌: କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ବ୍ୟବହୃତ କମ୍ପ୍ୟୁଟର ଅକାମୀ

ଓ୍ବାଶିଂଟନ,୨୩।୬: ଆମେରିକା ଇରାନ୍‌ ଉପରେ ସାଇବର ଆଟାକ୍‌ କରିଥିବା କୁହାଯାଉଛି। ଏହାଦ୍ୱାରା କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ବ୍ୟବହୃତ ହେଉଥିବା କମ୍ପ୍ୟୁଟର ଅକାମୀ ହୋଇପଡ଼ିଛି। ଏହା ସହିତ...

କ୍ୟାଟଓ୍ବାକ୍‌ରେ ଚାଲିବା ବେଳେ ମଡେଲଙ୍କ ମୃତ୍ୟୁ

ସାଓ ପାଉଲୋ,୨୮।୪: ସାଓ ପାଉଲୋ ଫ୍ୟାଶନ୍‌ ଓ୍ବିକ୍‌ରେ ଭାଗ ନେଇଥିବା ଜଣେ ବ୍ରାଜିଲିୟନ୍‌ ମଡେଲ କ୍ୟାଟ୍‌ଓ୍ବାକ୍‌ରେ ଚାଲିବା ସମୟରେ ହଠାତ୍‌ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ମେଡିକାଲ୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *