Posted inଜାତୀୟ

ବିଧାୟକଙ୍କୁ ମମତାଙ୍କ ପରାମର୍ଶ: ଲୋକଙ୍କୁ କ୍ଷମା ମାଗ

କୋଲକାତା, ୧୨।୭: ଲୋକ ସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମସି)ର ଖରାପ ପ୍ରଦର୍ଶନ ପରେ ଦଳର କିଛି ନେତା ଦଳ ଛାଡି ଭାଜପାରେ ଯୋଗଦେଇଥିଲେ। ଏହାକୁ ନେଇ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଚିନ୍ତା ବଢିଯାଇଛି। ସେ ଦଳର ସବୁ ବିଧାୟକଙ୍କୁ ଲୋକଙ୍କ ପାଖକୁ ଯାଇ କ୍ଷମା ମାଗିବାକୁ ପରାମର୍ଶ ଦେଇଛନ୍ତି। ଗୁରୁବାର ଏକ ବିଧାୟକ ଦଳର ବୈଠକ ଡାକି ସେ ଏହା କହିଛନ୍ତି। ୨୦୨୨ ବିଧାନ ସଭା ନିର୍ବାଚନ ପୂର୍ବରୁ ଦଳର ପୁରୁଣା ନେତାଙ୍କୁ ଦଳକୁ ପୁଣି ଫେରାଇ ଆଣିବାକୁ ପୟାସ କରାଯାଉଛି ବୋଲି ମମତା କହିଛନ୍ତି। ଆଗାମୀ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶାବାଦୀ ଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ରାଜ୍ୟରେ ଭାଜପା ଶ୍ରେଷ୍ଠ ପ୍ରଦର୍ଶନ କରିଥିବାବେଳେ ଟିଏମସିର ଆସନ ସଂଖ୍ୟା କମିଥିଲା। ଆଗକୁ ଏଭଳି ନ ଘଟିବା ପାଇଁ ମମତା  ସତର୍କ ହୋଇପଡିଛନ୍ତି।


All Right Reserved By Dharitri.Com

ରୋଡ୍‌ ରୋମିଓଙ୍କୁ ପେଟେଣ୍ଟ ମେଡିସିନ: ୩୩ ସେକେଣ୍ଡରେ ୨୬ଥର ଜୋତାରେ ପିଟିଲେ ମହିଳା କନଷ୍ଟେବଳ

କାନପୁର,୧୦।୧୨: ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଦୁର୍ବ୍ୟବହାର। ରୋଡ୍‌ ରୋମିଓଙ୍କୁ ଉଚିତ ଶିକ୍ଷା ଦେଲେ ଆଣ୍ଟି ରୋମିଓ ସ୍କ୍ବାଡ୍‌। ୩୩ ସେକେଣ୍ଡରେ ୨୬ଥର ଜୋତାରେ ପିଟିଲେ ମହିଳା...

କୋର୍ଟ ପହଞ୍ଚିଲା ‘ଛପାକ’: ରିଲିଜ୍‌ ସ୍ଥଗିତ ରଖିବାକୁ ଆବେଦନ

ମୁମ୍ବାଇ,୯।୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’ ଗୋଟିଏ ଦିନ ପରେ ରିଲିଜ୍‌ ହେବାକୁ ଯାଉଛି। ହେଲେ ରିଲିଜ୍‌ ପୂର୍ବରୁ ଏହା ଏବେ...

ଶରୀର ପାଇଁ ବେଶ୍‌ ଉପକାରୀ ସଢା କଦଳୀ

କଦଳୀ ସାମାନ୍ୟ ସଢ଼ି ଆସିଲେ ତାକୁ ଲୋକେ ଫିଙ୍ଗିଦିଅନ୍ତି। କିନ୍ତୁ ଜାଣନ୍ତି ଏହି ସଢ଼ା କଦଳୀ ଶରୀର ପାଇଁ ବେଶ୍‌ ଉପକାରୀ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ...

ପାକିସ୍ତାନୀ ପଙ୍ଗପାଳ ଉଜାଡୁଛନ୍ତି ଭାରତ ଚାଷୀଙ୍କ ଫସଲ: ଘଉଡ଼ାଇବା ପାଇଁ ବଜା ଯାଉଛି ଡିଜେ

ନୂଆଦିଲ୍ଲୀ,୧୯।୧୦: ପାକିସ୍ତାନର ସୀମାରେ ବାରମ୍ବାର ଉତ୍ତେଜନା ସୃଷ୍ଟି କରୁଥିବାବେଳେ ଏବେ ପାକିସ୍ତାନୀ ପଙ୍ଗପାଳ ରାଜସ୍ଥାନ ଅଞ୍ଚଳର ଚାଷୀଙ୍କ ଫସଲ ଉଜାଡ଼ିବାରେ ଲାଗିଛନ୍ତି। ହଜାର ହଜାର ସଂଖ୍ୟାରେ...

ପଶ୍ଚିମବଙ୍ଗରେ ହିଂସା ପରିସ୍ଥିତି: ୧୪୪ ଧାରା ଜାରି

କୋଲକାତା,୨୦।୬: ପଶ୍ଚିମବଙ୍ଗରରେ ଗୁରୁବାର ଦୁଇ ଦଳ ମଧ୍ୟରେ ଉପୁଜିଥିବା ହିଂସାତ୍ମକ ପରିସ୍ଥିତିକୁ ଦେଖି ୧୪୪ ଧାରା ଜାରି କରାଯାଇଛି। ଭାତପଡା ଓ ଜଗତଦଲଙ୍କ ମଧ୍ୟରେ ଉପୁଜିଥିବା...

ଫିରୋଜାବାଦ୍‌ ରାଲିରେ ନୀତୀନ ଗଡ଼କରୀଙ୍କ ନୂଆ ଟ୍ରାଫିକ୍‌ ନିୟମର ଖୋଲାଖୋଲି ଉଲ୍ଲଂଘନ କଲେ ଭାଜପା କର୍ମୀ

ଲକ୍ଷ୍ନୌ,୧୦।୯: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆ ଟ୍ରାଫିକ୍‌ ନିୟମ ଲାଗୁ କରିଛନ୍ତି। ତେବେ ନିୟମକୁ ବେଖାତିର କରି...

ପାଣି ଓଭର ଫ୍ଲୋ ହେବାରୁ ଜିଲାପାଳ ନିଜ ଉପରେ ଲଗାଇଲେ ଜରିମାନା

ଲକ୍ଷ୍ନୌ: କୌଣସି କାର୍ଯ୍ୟାଳୟରେ କିଛି ଭୁଲ ହେଲେ ବରିଷ୍ଠ କର୍ମଚାରୀ ବର୍ତ୍ତି ଯାଉଥିବା ବେଳେ ତଳିଆ କର୍ମଚାରୀ ଫସିଯାଆନ୍ତି। ବେଳେବେଳେ ଏଥିପାଇଁ ସେମାନଙ୍କୁ ଅସୁବିଧା ମଧ୍ୟ...

ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ୩

ନୂଆଦିଲ୍ଲୀ,୨୦ା୬ (ଆଇଏଏନ୍‌ଏସ୍‌) : ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ମାତ୍ର ୩ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ ଓ...

Leave a comment

Your email address will not be published. Required fields are marked *