Posted inଜାତୀୟ

‘୨ରୁ ଅଧିକ ପିଲା ଥିବା ଦମ୍ପତିଙ୍କୁ ମତାଧିକାରରୁ ବଞ୍ଚିତ କରାଯାଉ’

ପାଟନା,୧୨।୭(ପି.ଟି.):ଜନସଂଖ୍ୟା ବୃ୍‌ଦ୍ଧିକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଗୁରୁବାର ଉଦ୍‌ବେଗ ପ୍ରକାଶ କରିବା ସହ ଯେଉଁମାନଙ୍କର ୨ରୁ ଅଧିକ ପିଲା ଅଛନ୍ତି ସେମାନଙ୍କୁ ମତାଧିକାରରୁ ବଞ୍ଚିତ କରିବା ସପକ୍ଷରେ ମତ ଦେଇଛନ୍ତି। ବିବାଦୀୟ ମନ୍ତବ୍ୟ ପାଇଁ ଜଣାଶୁଣା ଏହି ଭାଜପା ନେତା ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଟୁଇଟରରେ ଏକ ଗ୍ରାଫିକ୍‌ ଶେୟାର କରିଛନ୍ତି। ଭାରତର ଜନସଂଖ୍ୟା ୧୯୪୭ରୁ ୨୦୧୯ ମଧ୍ୟରେ ୩୬୬% ବୃଦ୍ଧି ପାଇଥିବା ଏଥିରେ ଦର୍ଶାଯାଇଛି। ଜନସଂଖ୍ୟା ଅତ୍ୟଧିକ ବୃଦ୍ଧି ଯୋଗୁ ଭାରତର ଅର୍ଥନୀତି, ସାମାଜିକ ସଦ୍‌ଭାବନା, ସମ୍ବଳର ସନ୍ତୁଳନ ବାଧାପ୍ରାପ୍ତ ହେଉଛି। ଧାର୍ମିକ ବ୍ୟବସ୍ଥାର ଆଳ ଦେଖାଇ ଜନ୍ମ ନିୟନ୍ତ୍ରଣ କରାଯାଉ ନାହିଁ ବୋଲି ମୁସଲମାନମାନଙ୍କୁ ଲକ୍ଷ୍ୟ କରି କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ଭାରତ ଆଉ ଏକ ସାଂସ୍କୃତିକ ବିଭାଜନ ଆଡକୁ ମୁହାଁଉଥିବା ଜଣାପଡୁଛି। ଜନ୍ମ ନିୟନ୍ତ୍ରଣ ଆଇନ ଆଣିବା ପାଇଁ ସବୁ ରାଜନୈତିକ ଦଳ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ ଲାଗି ୨ରୁ ଅଧିକ ପିଲା ଥିବା ସବୁ ଧର୍ମର ଦମ୍ପତିଙ୍କ ମତାଧିକାର ରଦ୍ଦ କରିବାକୁ ସେ ଯୁକ୍ତି ଦର୍ଶାଇଛନ୍ତି।


All Right Reserved By

କ୍ରିକେଟ୍‌ ଦୁର୍ନୀତି ମାମଲା: ଫାରୁକ୍‌ ଅବଦୁଲ୍ଲାଙ୍କୁ ଇଡି ପକ୍ଷରୁ ଜେରା

ଚଣ୍ଡିଗଡ, ୩୧।୭: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଜେରା କରାଯାଇଛି। ଜମ୍ମୁ କଶ୍ମୀର କ୍ରିକେଟ ଆସୋସିଏସନ (ଜେକେସିଏ)...

ଜାତୀୟ ସଙ୍ଗୀତରୁ ଏଠାରେ ଆରମ୍ଭ ହୁଏ ଦିନ

ଛତିଶଗଡ଼ର ଗାରିଆବନ୍ଦ ଜିଲା ଶ୍ୟାମ ନଗର ଗାଁରେ ଦେଶପ୍ରେମର ଏକ ନିଆରା ଛବି ଦେଖିବାକୁ ମିଳେ। ନିୟମ ଅନୁଯାୟୀ, ଏଠାରେ ସକାଳ ଠିକ୍‌ ୮ଟା ୫୯ରେ...

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବୈଠକ ଆରମ୍ଭ: ଆସିଲେନି ରାହୁଲ, ମାୟା, ମମତା

ନୂଆଦିଲ୍ଲୀ, ୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ମୁଦ୍ଦାକୁ ନେଇ ସର୍ବଦଳୀୟ ବୈଠକ ସଂସଦ ଭବନର ଲାଇବ୍ରେରୀରେ ଆରମ୍ଭ ହୋଇଛି।...

ଚାଚା ନେହେରୁ ମଦ୍ରାସାରେ ନିର୍ମାଣ ହେବ ମନ୍ଦିର ଓ ମସଜିଦ୍‌

ଅଲୀଗଡ଼,୧୪।୭: ଉତ୍ତରପ୍ରଦେଶ ଅଲୀଗଡ଼ସ୍ଥିତ ଚାଚା ନେହେରୁ ମଦ୍ରାସାରେ ଉଭୟ ମନ୍ଦିର ଏବଂ ମସଜିଦ୍‌ ନିର୍ମାଣ କରାଯିବା ପାଇଁ ଯୋଜନା ହୋଇଛି। ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‌ ଅନସାରୀଙ୍କ...

ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲା: ନିୟମ ଉଲ୍ଲଂଘନ ସମ୍ପର୍କରେ ଅଜଣା ଥିଲା ଏଫ୍‌ଆଇପିବି

ନୂଆଦିଲ୍ଲୀ,୨୪।୮: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ନିୟମ ଉଲ୍ଲଂଘନ ସମ୍ପର୍କରେ ଏଫ୍‌ଆଇପିବି ଅଜଣା ରହିଥିଲା। ଏନେଇ ତତ୍କାଳୀନ ଏଫ୍‌ଆଇପିବି ଅଧ୍ୟକ୍ଷ ସୁବ୍ବା ରାଓ ବୟାନ ଦେଇଛନ୍ତି। ସୁବ୍ବା...

ସେନାରେ ୭୮ ହଜାର ପଦବୀ ଖାଲି: ୩ ବର୍ଷରେ ୨୧ ଶହ ଅଫିସର ଛାଡ଼ିଛନ୍ତି ଚାକିରି

ନୂଆଦିଲ୍ଲୀ,୨।୭: ଭାରତୀୟ ସେନାରେ ୭୮ ହଜାର ୨ଶହ ୯୧ ପଦବୀ ଖାଲି ପଡ଼ିଛି। ସେଥିମଧ୍ୟରେ ୯ ହଜାର ୪ ଶହ ୨୭ ଅଫିସର ପଦବୀ ରହିଛି।...

ଚିଟ୍‌ଫଣ୍ଡ୍‌ ସ୍କିମ୍‌ରେ ଅଙ୍କୁଶ ଲାଗି ପାର୍ଲାମେଣ୍ଟରେ ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୩୦ା୭(ପି.ଟି.): ଚିଟ୍‌ଫଣ୍ଡ୍‌ ସ୍କିମ୍‌ରେ ଅଙ୍କୁଶ ଲଗାଇବା ଲାଗି ସୋମବାର ପାର୍ଲାମେଣ୍ଟରେ ସର୍ବସମ୍ମତି କ୍ରମେ ବିଲ୍‌ ପାସ ହୋଇଛି। ଗତ ୨୪ରେ ଲୋକ ସଭାର ଅନୁମୋଦନ...

ପଶ୍ଚିମବଙ୍ଗରେ ହିଂସା ପରିସ୍ଥିତି: ୧୪୪ ଧାରା ଜାରି

କୋଲକାତା,୨୦।୬: ପଶ୍ଚିମବଙ୍ଗରରେ ଗୁରୁବାର ଦୁଇ ଦଳ ମଧ୍ୟରେ ଉପୁଜିଥିବା ହିଂସାତ୍ମକ ପରିସ୍ଥିତିକୁ ଦେଖି ୧୪୪ ଧାରା ଜାରି କରାଯାଇଛି। ଭାତପଡା ଓ ଜଗତଦଲଙ୍କ ମଧ୍ୟରେ ଉପୁଜିଥିବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *