ଘର ପରିସରରେ ଶୌଚାଳୟ ଟାଙ୍କି ନିର୍ମାଣ ନିର୍ଦ୍ଦେଶ ଦେଲା ବିଏମ୍‌ସି : ପାଇଖାନା ମଇଳା ଡ୍ରେନକୁ ଛାଡ଼ିଲେ ଜରିମାନା

ଭୁବନେଶ୍ୱର, ୧୨।୭(ବ୍ୟୁରୋ) : ନିଜ ଘରୁ ବାହାରୁ ଥିବା ମଳଯୁକ୍ତ ମଇଳା ଓ ପଚା ମଇଳାକୁ କୌଣସି ଡ୍ରେନ କିମ୍ବା ନଦୀକୁ ପାଇପ ଯୋଗେ ଛାଡୁଥିଲେ ଏବେ ସେଥିପାଇଁ ଦଣ୍ଡିତ ହେବାକୁ ପଡ଼ିବ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଓଡ଼ିଶା ମହାନଗର ନିଗମ ଆଇନ, ୨୦୦୩ର ଧାରା ୫୧୮, ୫୧୯, ୬୫୮ ଓ ୬୫୯ ଦ୍ୱାରା ଏହି ନିର୍ଦ୍ଦେଶନାମାକୁ ବିଏମ୍‌ସି ଜାରି କରିଛି। ଏହାକୁ ମହାନଗର ନିଗମ ମଳଯୁକ୍ତ ମଇଳା ଓ ପଚା ମଇଳା ପରିଚାଳନା ବିନିମୟ ୨୦୧୮ (ଫେକାଲ ସ୍ଲଜ୍‌ ଆଣ୍ଡ ସେପ୍ଟିଜ୍‌ ମ୍ୟାନେଜ୍‌ମେଣ୍ଟ ତଥା ଏଫଏସ୍‌ଏସ୍‌ଏମ୍‌) ଭାବେ ନାମିତ କରାଯାଇଛି। ଅନ୍ୟ ରାଜ୍ୟଗୁଡିକ ଅପେକ୍ଷା ଓଡ଼ିଶାରେ ପ୍ରଥମ ଭାବେ ଏହି ବ୍ୟବସ୍ଥାକୁ ଆରମ୍ଭ କରାଯାଇଛି। ଏବେଠାରୁ ଏହାକୁ ବିଏମ୍‌ସି ଅଧୀନରେ ଥିବା ଅଞ୍ଚଳରେ ଜାରି କରିବାକୁ ସ୍ଥିର ହୋଇଛି। ନିର୍ଦ୍ଦେଶନାମାରେ ଲିଖିତ ତାରିଖଠାରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଏ ନେଇ ବାସୁଆଘାଈରେ ମଳବର୍ଜ୍ୟ ପରିଚାଳନା କରିବା ଲାଗି ବିଏମ୍‌ସି ପକ୍ଷରୁ ୭୫ କେଏଲଡିର ଏକ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରାଯାଇଛି।
ରାଜ୍ୟ ସରକାର ଏହି ପରିଚାଳନାରେ ସହମତି ପ୍ରକାଶ କରିବା ପରେ ଏବେ ବିଏମ୍‌ସି ପକ୍ଷରୁ ସମସ୍ତ ଓ୍ବାର୍ଡ ଅଫିସରଙ୍କୁ ଓ୍ବାର୍ଡରେ ସର୍ବେକ୍ଷଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ନିଜ ଘର ପରିସରରେ ମଳବର୍ଜ୍ୟ ପରିଚାଳନା କରିବା ଲାଗି ସ୍ବତନ୍ତ୍ର ଟାଙ୍କି ନ କରି ସିଧାସଳଖ ଭାବେ ଡ୍ରେନ କିମ୍ବା ନଦୀକୁ ପାଇଖାନା ପାଇପ୍‌ ଛାଡିଛନ୍ତି ସେମାନଙ୍କୁ ପ୍ରାଥମିକ ଭାବେ ନୋଟିସ୍‌ ଦିଆଯିବ। ଯଦି ସେମାନେ ଏ ନେଇ ମାସକ ମଧ୍ୟରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ସେଥିପାଇଁ ଜରିମାନା ସ୍ବରୂପ ତାଙ୍କୁ ୫ ହଜାର ଟଙ୍କା ଦେବାକୁ ପଡିବ। ଯେଉଁମାନେ ପାଇଖାନାରେ ଟାଙ୍କି ରଖିନାହାନ୍ତି ସେମାନଙ୍କୁ ଟାଙ୍କି ନିର୍ମାଣ କରିବାକୁ ପଡ଼ିବ ବୋଲି ଉକ୍ତ ନିର୍ଦ୍ଦେଶନାମାରେ ଲିଖିତ ହୋଇଥିବା ବେଳେ ବିଏମ୍‌ସିରେ ଏ ନେଇ ଜଣାଇବା ଲାଗି କୁହାଯାଇଛି।
ଏ ନେଇ ବିଏମ୍‌ସି ଅତିରିକ୍ତ ଆୟୁକ୍ତ ଶ୍ରୀମନ୍ତ ମିଶ୍ର କହିଛନ୍ତି, ଓ୍ବାର୍ଡ ଅଫିସରମାନେ ସର୍ବେକ୍ଷଣ ରିପୋର୍ଟ ଦେବା ପରେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସ୍ବେରେଜ୍‌ ଟିଟ୍‌ମେଣ୍ଟ ପ୍ଲାଣ୍ଟ ଜାମ ରହିବା, ରାସ୍ତା ଉପରେ ଆବର୍ଜନା ପାଣି ଭାସିବା ନେଇ ଅଭିଯୋଗ ଆସୁଥିବାରୁ ବିଏମ୍‌ସି ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ମଳବର୍ଜ୍ୟ ପରିଚାଳନା ପାଇଁ ସ୍ବତନ୍ତ୍ର ଭାବେ ଗାଡି ଓ କର୍ମଚାରୀଙ୍କୁ ମଧ୍ୟ ତାଲିମ୍‌ ଦିଆଯାଇଛି। ସେମାନେ ଆବଶ୍ୟକ ଉପକରଣ ସହ ମଳବର୍ଜ୍ୟ ଟାଙ୍କିକୁ କିପରି ସାବଧାନତାର ସହ ସଫା କରିବେ ସେନେଇ ତାଙ୍କୁ ବିଏମ୍‌ସି ପକ୍ଷରୁ ପ୍ରଶିକ୍ଷଣ ଯୋଗାଇ ଦିଆଯିବା ସହ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଲୋକେ ତାଙ୍କ ମଳବର୍ଜ୍ୟକୁ ଅନ୍ୟ ମଜୁରିଆମାନଙ୍କ ଦ୍ୱାରା ଅସାବଧାନତାରେ ସଫା କରିବା ଛାଡି ସାବଧାନତା ସହ ତାକୁ ନିୟୋଜିତ କର୍ମଚାରୀମାନଙ୍କ ଦ୍ୱାରା ସଫା କରି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ପଠାଇବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି।


All Right Reserved By

କାର କାଚ ଭାଙ୍ଗି ଲୁଟ୍‌ ଘଟଣା, ୪ ଗିରଫ

କଟକ ରୋଡ,୪ା୧୦(ଡି.ଏନ୍‌.ଏ) : କାର କାଚ ଭାଙ୍ଗି ଲୁଟ ଅଭିଯୋଗରେ ଲକ୍ଷ୍ମୀସାଗର ପୋଲିସ ଗୁରୁବାର ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ...

ଦୁର୍ନୀତିଗ୍ରସ୍ତଙ୍କ ଉପରେ ପୁଣି କାର୍ଯ୍ୟାନୁଷ୍ଠାନ: ୬ ଅଫିସର ବିଦା; ୪ ପୂର୍ବତନ ଅଧିକାରୀଙ୍କ ପେନ୍‌ସନ ବନ୍ଦ

ଭୁବନେଶ୍ୱର,୧ା୯(ବ୍ୟୁରୋ): ରାଜ୍ୟ ପ୍ରଶାସନରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ଏହିକ୍ରମରେ ଶନିବାର ମୁଖ୍ୟମନ୍ତ୍ରୀ ୬ ଜଣ ଅଧିକାରୀଙ୍କୁ...

ଶରଧାବାଲିରେ ତିନିରଥ : ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ

ପୁରୀ ଅଫିସ,୫।୭ : ଶ୍ରୀମନ୍ଦିର ଛାଡ଼ି ବଡଦାଣ୍ଡକୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧାବିଗ୍ରହ। ତାଙ୍କ ସ୍ପର୍ଶରେ ରଥ, ପଥ ହେଲା ବ୍ରହ୍ମମୟ। ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କର ଘଟିଲା ମହାମିଳନ।...

ବିଜୟ ପରେ ପରସ୍ପରକୁ ଅଭିନନ୍ଦନ

ଭୁବନେଶ୍ୱର,୨୪-୫- (ବ୍ୟୁରୋ):ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟଥର ନିର୍ବାଚିତ ହୋଇଛନ୍ତି। ଅନୁରୂପଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୫ମ ଥର ପାଇଁ ବିଜୟୀ ହୋଇଛନ୍ତି। ରାଜ୍ୟର...

୧୨ରେ ନନ୍ଦନକାନନ ପାଳିବ ବିଶ୍ୱ ହସ୍ତୀ ଦିବସ

ବାରଙ୍ଗ,୧୧।୮(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୨ ତାରିଖ ତଥା ସୋମବାର ୫ମ ଥର ପାଳନ ହେବ ବିଶ୍ୱ ହସ୍ତୀ ଦିବସ। ଏହି ଦିନ ନନ୍ଦନକାନନ ବନ୍ଦ...

ଆଜିଠାରୁ ଭୁବନେଶ୍ୱର-ଜୁନାଗଡ଼ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୨୪।୮ (ବ୍ୟୁରୋ): କଳାହାଣ୍ଡିବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରରୁ ଜୁନାଗଡ଼ ପର୍ଯ୍ୟନ୍ତ ସ୍ବତନ୍ତ୍ର ଭାବେ ଚାଲିବ ଟ୍ରେନ୍‌। ଭୁବନେଶ୍ୱର-ଜୁନାଗଡ଼ ରୋଡ୍‌-ଭୁବନେଶ୍ୱର ଏକ୍ସପ୍ରେସ (ନଂ.୧୮୪୩୭-୧୮୪୩୮) ଶନିବାରଠାରୁ...

ଜୁଲାଇ ୪ରେ ରଥଯାତ୍ରା: ଚାଲିଛି ଦୁଆର ବେଢ଼ା କାମ

ପୁରୀ ଅଫିସ, ୩୦ା୬: ଜୁଲାଇ ୪ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିଲାଗି ଚଳଚଞ୍ଚଳ ରଥଖଳା। ଅକ୍ଷୟତୃତୀୟଠାରୁ ଆରମ୍ଭ ହୋଇଥିବା ରଥକାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି।...

ଆଜି ଦାୟିତ୍ୱ ନେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ ଅଫିସ,୨୦।୮: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଡ. କ୍ରିଷନ କୁମାର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିବେ। ରାଜ୍ୟ ସରକାର ପ୍ରଦୀପ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *