ପାର୍ଲାମେଣ୍ଟରେ ବିଲ୍‌ ଗୃହୀତ : ଆମେରିକାରେ ଗ୍ରୀନ୍‌ କାର୍ଡ ସୀମା ହଟିବ

ଓ୍ବାଶିଂଟନ,୧୨।୭:  ଗ୍ରୀନ୍‌ କାର୍ଡ ଜାରି ରଖିବାର ବର୍ତ୍ତମାନର ୭ ପ୍ରତିଶତ ସୀମାକୁ ହଟାଇବା ଲାଗି ଆଗତ ଏକ ବିଲ୍‌କୁ ଆମେରିକା ପାର୍ଲାମେଣ୍ଟ ବୁଧବାର ଅନୁମୋଦନ କରିଛି। ଆମେରିକାରେ ସ୍ଥାୟୀ ଭାବେ ବସବାସ କରିବା ତଥା କାମ କରିବା ଲାଗି ଗ୍ରୀନ୍‌ କାର୍ଡ ପ୍ରଦାନ କରାଯାଇଥାଏ। ପ୍ରତିନିଧି ସଭା ଦ୍ୱାରା ଅନୁମୋଦନ ଲାଭ କରିଥିବା ଏହି ବିଲ୍‌ ଦ୍ୱାରା ଭାରତ ଭଳି ଦେଶର ପ୍ରତିଭାଶାଳୀ ପେସାଦାରଙ୍କୁ ଆଶ୍ୱସ୍ତି ଆଣିଦେଇଛି। ଅନ୍ୟ ଦେଶ ତୁଳନାରେ ଭାରତୀୟମାନେ ଏହି ବିଲ୍‌ ଦ୍ୱାରା ଅଧିକ ଲାଭବାନ ହେବେ। କାରଣ ଚାଇନା ପରେ ବହୁସଂଖ୍ୟାରେ ଭାରତୀୟ ଗ୍ରୀନ୍‌ କାର୍ଡ ମାଧ୍ୟମରେ ଆମେରିକାରେ ବସବାସ କରିବାକୁ ଚାହୁଁଛନ୍ତି। ଫେୟାରନେସ୍‌ ଅଫ୍‌ ହାଇସ୍କିଲ୍ଡ ଇମିଗ୍ରାଣ୍ଟସ ଆକ୍ଟ, ୨୦୧୯ ଅଥବା ଏଚ୍‌ଆର୍‌ ୧୦୪ ନାମରେ ଆଗତ ଏହି ବିଲ୍‌ ୪୩୫ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟରେ ୬୫ ମୁକାବିଲାରେ ୩୬୫ ଭୋଟ୍‌ରେ ଅନୁମୋଦନ ଲାଭ କରିଥିଲା।


All Right Reserved By Dharitri.Com

ଆଇସ୍କ୍ରିମ ଦ୍ୱାରା କରୋନା ସଂକ୍ରମଣ ସମ୍ଭାବନା ନାହିଁ: ଆଇଆଇସିଏମ୍‌ଏ

ନୂଆଦିଲ୍ଲୀ,୧୮-୩: ଆଇସ୍କ୍ରିମ ଦ୍ୱାରା କରୋନା ସଂକ୍ରମଣ ହେବାର ଗୁଜବ ହେଉଛି। ଏହା ଦ୍ୱାରା ଆଇସ୍କ୍ରିମ ଶିଳ୍ପ ବିକ୍ରି ପ୍ରଭାବିତ ହୋଇଛି। ଏହାକୁ ନେଇ ଶିଳ୍ପ ପକ୍ଷରୁ...

ଓ୍ବିଲ୍‌ଫୁଲ ଡିଫଲ୍ଟରଙ୍କ ଖାତାରେ ରହିଛି ୧,୫୦,୦୦୦ କୋଟି

ନୂଆଦିଲ୍ଲୀ,୩-୭: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ୨୦୧୮-୧୯ରେ ୧.୫୦ ଲକ୍ଷ କୋଟି (୨୧.୭୬ ବିଲିୟନ ଡଲାର) ଟଙ୍କାକୁ ଓ୍ବିଲ୍‌ଫୁଲ୍‌ ଡିଫଲ୍ଟ ଭାବେ ଦର୍ଶାଇଛି। ଏଥିମଧ୍ୟରୁ ଏକ ତୃତୀୟାଂଶ ଅର୍ଥ...

୩ରେ ଧର୍ମଘଟକୁ ଉହ୍ଲାଇବ ବିଏମ୍‌ଏସ୍‌

ନୂଆଦିଲ୍ଲୀ,୨୯-୧୨: ଘରୋଇକରଣ,ପୁଞ୍ଜି ପ୍ରତ୍ୟାହର ଏବଂ ବେକାରି ଭଳି ପ୍ରସଙ୍ଗ ଆଧାରରେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ୍‌) ଜାନୁୟାରୀ ୩ରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ପ୍ରତି ଜିଲାର...

କୁଚିନାର ପ୍ରାଥମିକତା ଟେକ୍ନୋଲୋଜିଯୁକ୍ତ ପ୍ରଡକ୍ଟ

ରୋଷେଇ ଘରେ ବ୍ୟବହାର ହେଉଥିବା ଚିମିନୀ ମାନୁଫାକଚରିଂ କ୍ଷେତ୍ରରେ କୁଚିନା ଏକ ପରିଚିତ ବ୍ରାଣ୍ଡ। ଏହା ଉକ୍ତ ବର୍ଗରେ ପ୍ରମୁଖ ବଜାର ଅଂଶୀଦାର ହୋଇ ପାରିଛି।...

ବଢୁଛି ବ୍ୟାଙ୍କ ଠକେଇ: ୨୦୧୮-୧୯ରେ ଧରାପଡିଛି ୭୧,୫୦୦ କୋଟି

ମୁମ୍ବାଇ,୪-୬: ଆର୍ଥିକ ବର୍ଷ ୨୦୧୮-୧୯ରେ ୭୧,୫୦୦ କୋଟି ଟଙ୍କାର ୬୮୦୦ ବ୍ୟାଙ୍କ ଠକେଇ ଧରାପଡିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ କୁହାଯାଇଛି। ଏହାର ପୂର୍ବବର୍ଷ...

କରୋନାଭାଇରସ ଭୟ: ବନ୍ଦ ରହିଲା ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦

ବାର୍ସିଲୋନା,୧୩।୨: କରୋନାଭାଇରସର ଭୟାବହତା ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭିତ କରି ରଖିଛି। ଏହି ପ୍ରାଣଘାତୀ ଭୂତାଣୁ ଯୋଗୁ ପ୍ରତିଦିନ ମୃତକ ଓ ସଂକ୍ରମିତଙ୍କ...

ଆଦାନୀ ସୌରଶକ୍ତିର ସର୍ବଶ୍ରେଷ୍ଠ ପିଭିଏଲ୍‌ ଯୋଗ୍ୟତା ହାସଲ

ନୂଆଦିଲ୍ଲୀ, ୧୧।୬:ଆଦାନୀ ସୌରଶକ୍ତି ବିଶ୍ୱର ଅଗ୍ରଗଣ୍ୟ ପିଭିଏଲ ଗବେଷଣା ଗାର (ଆମେରିକା) ଦ୍ୱାରା ଦ୍ୱିତୀୟଥର ସର୍ବଶ୍ରେଷ୍ଠ ଯୋଗ୍ୟତା ହାସଲ କରିପାରିଛିା ପିଭିଏଲ ୫ମ ବାର୍ଷିକ ସଂସ୍କରଣରେ...

୩୦ରେ ଲଞ୍ଚ ହେବ ଆଇଆର୍‌ସିଟିସି ଆଇପିଓ

ନୂଆଦିଲ୍ଲୀ,୨୬।୯:  ନିବେଶ ଜରିଆରେ ଆୟ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଭାରତୀୟ ରେଲଓ୍ବେର ସହଯୋଗୀ ଆଇଆର୍‌ସିଟିସି ଆଣିବାକୁ ଯାଉଛି ଏକ ସ୍ବତନ୍ତ୍ର ସୁଯୋଗ। ରେଲଓ୍ବେ ଲାଗି...

Leave a comment

Your email address will not be published. Required fields are marked *