ଚୋକ୍‌ସିଙ୍କ ୨୪.୭୭ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧୨।୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଠକେଇ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ଦେଶ ତଥା ବିଦେଶରେ ଥିବା ୨୪.୭୭ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରିଛି। ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ଦୁବାଇସ୍ଥିତ ୩ ବ୍ୟବସାୟିକ ପ୍ରତିଷ୍ଠାନ, ଏକ ମର୍ସିଡିଜ ବେଞ୍ଜ କାର୍‌ ଓ ଦେଶ ତଥା ବିଦେଶରେ ଥିବା ସାବଧି ଜମା ଖାତାରେ ଥିବା ଟଙ୍କା ରହିଛି। ଇଡି ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ପ୍ରିଭେନ୍ସନ ଅଫ୍‌ ମନିଲଣ୍ଡରିଂ ଅଧୀନରେ ଏ ସମ୍ପର୍କରେ ଅସ୍ଥାୟୀ ନିର୍ଦ୍ଦେଶ ଜାରି କରାଯାଇଥିଲା। ଚୋକ୍‌ସିଙ୍କ ବିରୋଧରେ ମୋଟ ୬୦୯୭.୭୩ କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଛି। ଅଦ୍ୟାବଧି ଇଡି ପକ୍ଷରୁ ୨୫୩୪.୭୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଭାରତରୁ ପଳାୟନ କରିବା ପରେ ଚୋକ୍‌ସି ବର୍ତ୍ତମାନ ଆଣ୍ଟିଗୁଆରେ ଅବସ୍ଥାନ କରୁଛନ୍ତି।


All Right Reserved By Dharitri.Com

ଜିଏସ୍‌ଟି ଠକେଇ ରୋକିବାକୁ ଉଦ୍ୟମ: ନୂଆ ଡିଲରଙ୍କ ପାଇଁ ଆଧାର ଯାଞ୍ଚ ହେବ ବାଧ୍ୟତାମୂଳକ

ବାଙ୍ଗାଲୋର,୧୫-୯: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ହେଉଥିବା ଟିକସ ଠକେଇ ରୋକିବା ଦିଗରେ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଧାରାରେ...

ଫୋବର୍‌ସ ତାଲିକା:୨୦୦୦ ଶୀର୍ଷ କମ୍ପାନୀଙ୍କ ମଧ୍ୟରେ ୫୭ ଭାରତୀୟ ସାମିଲ

ନୂଆଦିଲ୍ଲୀ,୧୫-୬: ପ୍ରଖ୍ୟାତ ଫୋବର୍‌ସ ପତ୍ରିକା ପକ୍ଷରୁ ବିଶ୍ୱର ଶୀର୍ଷ ୨୦୦୦ କମ୍ପାନୀଙ୍କ ଏକ ତାଲିକା ପ୍ରକାଶ କରାଯାଇଛି। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସମେତ ୫୭ ଭାରତୀୟ...

ବ୍ଲାକ୍‌ଷ୍ଟୋନ କିଣିବ କ୍ୟାଫେ କଫି ଡେର ଟେକ୍‌ ପାର୍କ

ବେଙ୍ଗାଲୁରୁ,୧୬-୮: କଫି ଚେନ୍‌ ଅପରେଟନର କଫି ଡେ ଏଣ୍ଟରପ୍ରାଇଜେସ୍‌ ବେଙ୍ଗାଲୁରୁ ସ୍ଥିତ କମ୍ପାନୀର ଗ୍ଲୋବାଲ ଭିଲେଜ ଟେକ୍‌ ପାର୍କକୁ ବ୍ଲାକ୍‌ଷ୍ଟୋନକୁ ବିକ୍ରି କରିଦେବ ବୋଲି ବୁଧବାର...

ମାଲ୍ୟାଙ୍କୁ ୟୁକେ ହାଇକୋର୍ଟ ଝଟକା

ଲଣ୍ଡନ,୨୬।୫: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଉ ଏକ ଜୋର୍‌ ଝଟକା ଲାଗିଛି। ବ୍ରିଟେନର ଏକ ପାନୀୟ କମ୍ପାନୀ ଡିଆଜିଓକୁ ସେ ୧୩.୫ କୋଟି ଡଲାର...

ଓ୍ବିଲ୍‌ଫୁଲ ଡିଫଲ୍ଟରଙ୍କ ଖାତାରେ ରହିଛି ୧,୫୦,୦୦୦ କୋଟି

ନୂଆଦିଲ୍ଲୀ,୩-୭: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ୨୦୧୮-୧୯ରେ ୧.୫୦ ଲକ୍ଷ କୋଟି (୨୧.୭୬ ବିଲିୟନ ଡଲାର) ଟଙ୍କାକୁ ଓ୍ବିଲ୍‌ଫୁଲ୍‌ ଡିଫଲ୍ଟ ଭାବେ ଦର୍ଶାଇଛି। ଏଥିମଧ୍ୟରୁ ଏକ ତୃତୀୟାଂଶ ଅର୍ଥ...

ନିବେଶକଙ୍କୁ ୩ ଲକ୍ଷ କୋଟି ଟଙ୍କା କ୍ଷତି

ମୁମ୍ବାଇ,୭-୧:ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୭୮୮ ପଏଣ୍ଟ ହ୍ରାସ ଘଟିଛି। ଏହା ୬ ମାସ ମଧ୍ୟରେ ସବୁଠାରୁ ବଡ ହ୍ରାସ ବୋଲି ଜଣାପଡିଛି। ଇରାନ...

ଜୁଲାଇ ପ୍ରଥମ ସପ୍ତାହରେ ଆସିପାରେ ବଜେଟ

ନୂଆଦିଲ୍ଲୀ,୩୧-୫: ମୋଦି ସରକାର ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ଚଳିତ ଆର୍ଥିକ ବର୍ଷ ପାଇଁ ଜୁଲାଇ ପ୍ରଥମ ସପ୍ତାହରେ ପୂର୍ଣ୍ଣାଙ୍ଗ ବଜେଟ ଆଣିପାରନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ...

ଏୟାର ଏସିଆର ଟ୍ରାଭେଲ ଫେୟାର ଆରମ୍ଭ;ଗ୍ରାହକଙ୍କ ପସନ୍ଦ ବାଲି, ବ୍ୟାଙ୍କକ୍‌

ଭୁବନେଶ୍ୱର,୩-୮(ବ୍ୟୁରୋ): ପର୍ଯ୍ୟଟନ ବିକାଶକୁ ଧ୍ୟାନରେ ରଖି ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ପକ୍ଷରୁ ସ୍ଥାନୀୟ ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ଠାରେ ‘ଟ୍ରାଭେଲ ଫେୟାର’...

Leave a comment

Your email address will not be published. Required fields are marked *