Posted inଜାତୀୟ

ପାକ୍‌ରେ ଟ୍ରେନ ଦୁର୍ଘଟଣା: ୧୪ ମୃତ

ଇସଲାମାବାଦ୍‌,୧୨।୭(ଆଇଏଏନ୍‌ଏସ୍‌):ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ଯାତ୍ରୀବାହୀ ଟ୍ରେନ ଏକ ମାଲବାହୀ ଟ୍ରେନ ସହ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ୧୪ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବାବେଳେ ୭୯ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସାଦିକାବାଦ୍‌ସ୍ଥିତ ଓ୍ବାଲ୍‌ହର ରେଲଓ୍ବେ ଷ୍ଟେଶନରେ ଗୁରୁବାର ଭୋର୍‌ ୪ଟାରେ ଏହି ଦୁର୍ଘଟଣା ହୋଇଥିଲା। କ୍ୱେଟ୍ଟାକୁ ଯାଉଥିବା ଆକବର ଏକ୍ସପ୍ରେସରୁ ସମସ୍ତ ଯାତ୍ରୀଙ୍କୁ ବାହାର କରାଯିବା ସହ ରେଳଧାରଣା କାମ ଜାରି ରହିଥିବା ଡେପୁଟି କମିଶନର ଜମିଲ ଅହମଦ ଜମିଲ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୧.୫ ନିୟୁତ ପାକିସ୍ତାନୀ ଟଙ୍କା ପ୍ରଦାନ କରିବା ଲାଗି ରେଳମନ୍ତ୍ରୀ ଶେଖ୍‌ ରସିଦ ଅହମଦ ଘୋଷଣା କରିଛନ୍ତି।


All Right Reserved By

ବର୍ଷା ପାଇଁ ଯଜ୍ଞର ଆୟୋଜନ କଲା ଏଆଇଏଡିଏମ୍‌କେ

ଚେନ୍ନାଇ,୨୨।୬: ତାମିଲନାଡୁର ଅରୁଲମିଗୁ ଗଙ୍ଗାଦିସ୍ବରର ମନ୍ଦିରରେ ବର୍ଷା ଲାଗି ଏଆଇଏଡିଏମ୍‌କେ ପକ୍ଷରୁ ଏକ ଯଜ୍ଞର ଆୟୋଜନ କରାଯାଇଛି। ରାଜ୍ୟମନ୍ତ୍ରୀ ଜେ. ଜୟକୁମାର କହିଛନ୍ତି ରାଜ୍ୟରେ ମରୁଡି...

ଯମରାଜଙ୍କୁ ନୋଟିସ୍‌ ପଠାଇବାକୁ ହାଇକୋର୍ଟରେ ଆବେଦନ

କୋଲକାତା,୫।୧୦: ପଶ୍ଚିମବଙ୍ଗ କୋଲକତା ହାଇକୋର୍ଟରେ ଯମରାଜାକୁ ନୋଟିସ୍‌ ପଠାଇବାକୁ ଏକ ଆବେଦନ କରାଯାଇଛି। ଦୁଇଜଣ ଦୋଷୀଙ୍କ ପରିବାର ପକ୍ଷରୁ ଏନେଇ ହାଇକୋର୍ଟରେ ଆବେଦନ କରାଯାଇଛି। ଦୋଷୀମାନେ...

ଯେଉଁଠି ରାତିରେ କଳା ରଙ୍ଗ ହୋଇଯାଏ ବାଲି

ଗୁଜରାଟର ଦୁମାସ୍‌ ସମୁଦ୍ରତଟ ଆଜି ବି ଲୋକଙ୍କ ମନରେ ଭୟ ସଞ୍ଚାର କରି ରଖିଛି। ଜନଶ୍ରୁତି ଅନୁସାରେ, ଏଠାରେ ପାପ ଶକ୍ତିଙ୍କ ପ୍ରଭାବ ରହିଥିବା ଜଣାଯାଏ।...

ହସ୍ପିଟାଲରେ ସ୍ଥାନର ଅଭାବ ଯୋଗୁ ଚିକିତ୍ସା ପାଇଁ ଆସିଥିବା ୧୦୦ ଶିଶୁଙ୍କୁ ନିଜ ବଙ୍ଗଳାକୁ ନେଲେ ଜିଲାପାଳ

ଭୋପାଳ,୧୮।୭: ମଧ୍ୟପ୍ରଦେଶରେ ଜଣେ ଜିଲାପାଳ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ସେ ହେଉଛନ୍ତି ଅଭିଷେକ ସିଂ। ସ୍ଥାନୀୟ ସିହାଓ୍ବଲ ଅଞ୍ଚଳରେ ଥିବା ଏକ...

କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଲାଗି ଅଣାଯିବ ନୂଆ ଅବସର ବୟସ ସୀମା !

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ୍‌ ଶୀଘ୍ର କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଲାଗି ନୂଆ ଅବସର ବୟସ ସୀମା ଘୋଷଣା କରିବାକୁ ଯାଉଛନ୍ତି। ନୂଆ...

ପରିବାର ଲୋକ ଶୁଦ୍ଧିକ୍ରିୟା ସାରିବାର କିଛି ସମୟ ପୂର୍ବରୁ ଘରେ ପହଞ୍ଚିଲେ ମୃତ ଘୋଷିତ କୃଷକ

ହାସନ,୨।୭: କର୍ନାଟକ ହାସନରେ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ କୃଷକ ନିଜ ପରିବାର କଳହରୁ ଅତିଷ୍ଠ ହୋଇ ଘରଛାଡ଼ି ନିଜ...

କନ୍ୟା ଦିବସ: ଦେଶରେ ୨ କୋଟି ୧୦ ଲକ୍ଷ ଅନାକାଂକ୍ଷିତ ଶିଶୁ କନ୍ୟା

ନୂଆଦିଲ୍ଲୀ, ୨୨।୯: ପ୍ରତି ବର୍ଷ ସେପ୍ଟେମ୍ବର ଚତୁର୍ଥ ରବିବାରକୁ ଭାରତରେ କନ୍ୟା ଦିବସ ପାଳନ କରାଯାଇଥାଏ। କନ୍ୟା ଶିଶୁଙ୍କୁ ନେଇ ସଚେତନତା ସୃଷ୍ଟି ଲାଗି ଏହି...

ଦିଲ୍ଲୀ ବିମାନ ବନ୍ଦରରେ ଶାହ ଫୈସଲ ଅଟକ

ନୂଆଦିଲ୍ଲୀ,୧୪।୮: ପୂର୍ବତନ ଆଇଏସ୍‌ ଅଧିକାରୀ ତଥା ଜମ୍ମୁ-କଶ୍ମୀର ପିପୁଲ୍ସ୍‌ ମୁଭମେଣ୍ଟର ଅଧ୍ୟକ୍ଷ ଶାହ ଫୈସଲଙ୍କୁ ବୁଧବାର ଦିଲ୍ଲୀ ବିମାନ ବନ୍ଦରରେ ପୋଲିସ ଅଟକ ରଖିଛି। ଶାହ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *