Posted inଜାତୀୟ

କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷ ହେବାକୁ ସୋନିଆ ମନାକଲେ

ନୂଆଦିଲ୍ଲୀ,୧୨।୭:ଲୋକ ସଭା ନିର୍ବାଚନରେ ପରାଜୟ ପାଇଁ ନିଜକୁ ଦାୟୀ କରି ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ କେତେଜଣ ବରିଷ୍ଠ ନେତା ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟି ଅସ୍ଥାୟୀ ଭାବେ ଦଳର ନେତୃତ୍ୱ ନେବା ଲାଗି ଅନୁରୋଧ କରିଥିଲେ। ସ୍ବାସ୍ଥ୍ୟଗତ କାରଣରୁ ରାଜନୀତିଠାରୁ ଦୂରେଇ ରହିଥିବା ସୋନିଆ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ଏପରିକି ଅସ୍ଥାୟୀ ଭାବେ ମଧ୍ୟ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ସମର୍ଥ ନୁହନ୍ତି ବୋଲି ସୋନିଆ ତାଙ୍କ ସହଯୋଗୀମାନଙ୍କୁ କହିଛନ୍ତି।
ଲୋକ ସଭା ନିର୍ବାଚନରେ ପରାଜୟ ପରେ ବିଭିନ୍ନ ରାଜ୍ୟରେ କଂଗ୍ରେସର ସ୍ଥିତି ଖରାପ ହେବାରେ ଲାଗିଛି। ଦଳର ଏଭଳି ନୈରାଶ୍ୟଜନକ ସ୍ଥିତିରେ ହସ୍ତକ୍ଷେପ କରି ଅନ୍ତରୀଣ ଅଧ୍ୟକ୍ଷ ହେବା ଲାଗି ସୋନିଆଙ୍କୁ ତାଙ୍କର ଘନିଷ୍ଠ ସହଯୋଗୀମାନେ ଅନୁରୋଧ କରିଥିଲେ। ଅଧ୍ୟକ୍ଷ ପଦ ଗ୍ରହଣ କରିବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ ବୋଲି ୭୨ ବର୍ଷୀୟା ସୋନିଆ କହିଛନ୍ତି।


All Right Reserved By Dharitri.Com

ମୋଦି ସରକାର ଆଶ୍ୱସ୍ତ: ରାଫାଲର ପୁନର୍ବିଚାର ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୧୪।୧୧: ରାଫାଲ୍‌ ଯୁଦ୍ଧ ବିମାନ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଆଶ୍ୱସ୍ତି ମିଳିଛି। ଏହାର ପୁନର୍ବିଚାର ଆବେଦନକୁ ଗୁରୁବାର ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି। ଏହି...

ଚିଦାମ୍ବରମ୍‌ଙ୍କ ବିରୋଧରେ କାର୍ଯ୍ୟ କରି ଭୀରୁତାର ପରିଚୟ ଦେଇଛନ୍ତି ମୋଦି ସରକାର: ପ୍ରିୟଙ୍କା

ନୂଆଦିଲ୍ଲୀ,୨୧।୮: ଆଇଏନ୍‌ଏକ୍ସ ମିଡ଼ିଆ ମାମଲାରେ ପି. ଚିଦାମ୍ବରମ୍‌ଙ୍କୁ ଜାଣିଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଜଡ଼ିତ କରିବାକୁ ଚାହଁୁଛନ୍ତି। ଏଭରି କରି ମୋଦି ସରକାର ନିଜର...

ଲାଲୁଙ୍କ ଜୀବନୀ ଉପରେ ହେବ ବାୟୋପିକ୍‌

ପାଟନା,୩୦।୧୦: ବଲିଉଡ୍‌ରେ ଏବେ ବାୟୋପିକ୍‌ ଟ୍ରେଣ୍ଡ ଚାଲିଛି। ରାଜନୀତିଜ୍ଞଙ୍କଠାରୁ ଆରମ୍ଭ କରି ଖେଳାଳିଙ୍କ ଉପରେ ପ୍ରାଯୋଜକମାନେ ଫିଲ୍ମ ତିଆରି କରୁଛନ୍ତି। ତେବେ ରାଜନୀତି ହେଉ କି...

ଫ୍ୟାଶନରେ ଆଗରେ ଥିଲେ ପ୍ରାଚୀନ ଭାରତୀୟ

ନୁଆଦିଲ୍ଲୀ: ସୋସିଆଲ ମିଡିଆ ଏବେ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଦୂରଦୂରାନ୍ତରେ ରହୁଥିବା ଲୋକଙ୍କ ସହ ଯୋଗାଯୋଗରେ ରହିବାର ଏହା ମୁଖ୍ୟ ମାଧ୍ୟମ ପାଲଟିଥିବା ବେଳେ...

ନିର୍ଭୟା ମାମଲା: କୋର୍ଟରେ ଦାଖଲ ହେଲା ଷ୍ଟାଟସ ରିପୋର୍ଟ

ନୂଆଦିଲ୍ଲୀ,୧।୨: ନିର୍ଭୟା ଗଣବଳାତ୍କାର ମାମଲାର ଷ୍ଟାଟସ ରିପୋର୍ଟ ଶନିବାର ଜିହାର ଜେଲ ପ୍ରଶାସନ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଛି। ଏହି ମାମଲାର ଦୋଷୀ ବିନୟଙ୍କ କ୍ଷମା...

ଅଭିନନ୍ଦନଙ୍କ ଗେମ୍‌କୁ ‘ବେଷ୍ଟ ଗେମ’ ପାଇଁ ଚୟନ କଲା ଗୁଗଲ

ନୂଆଦିଲ୍ଲୀ,୧୯।୧୧: ଭାରତୀୟ ବାୟୁ ସେନାର ଭିଡିଓ ଗେମ୍‌ Indian Air Force: A Cut Aboveକୁ ‘ବେଷ୍ଟ ଗେମ-୨୦୧୯’ର ‘ୟୁଜର୍ସ ଚଏସ୍‌ ଗେମ୍‌’ କ୍ୟାଟେଗୋରୀରେ ଚୟନ...

ବିଷ ପିଇଥିବା ମହିଳାଙ୍କ ପାଟିରୁ ବାହାରିଲା ନିଆଁ: ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ଆଲିଗଡ଼,୧୭।୫: ଆଲିଗଡ ମୁସଲିମ ୟୁନିଭର୍ସିିଟିର ଜେଏନ୍‌ ମେଡିକାଲ କଲେଜରେ ଗତ ବୁଧବାର ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଜଣେ ମହିଳା ବିଷ...

ଭାରତର ପ୍ରତିରକ୍ଷା କ୍ଷମତା ବୃଦ୍ଧି: ସାମିଲ୍‌ ହେଲା ଫ୍ଲୋଟିଂ ଟେଷ୍ଟ୍‌ ରେଞ୍ଜ୍‌

ନୂଆଦିଲ୍ଲୀ,୨୮।୧୦: ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇଛି। ଇତିମଧ୍ୟରେ ଭାସମାନ ପରୀକ୍ଷଣ ରେଞ୍ଜ୍‌(ଫ୍ଲୋଟିଂ ଟେଷ୍ଟ୍‌ ରେଞ୍ଜ୍‌) ପ୍ରତିରକ୍ଷା କ୍ଷେତ୍ରରେ ସାମିଲ୍‌ ହୋଇଛି। ଏହାକୁ ଡିଆର୍‌ଡିଓ ଦ୍ୱାରା...

Leave a comment

Your email address will not be published. Required fields are marked *