Posted inUncategorized

ଫାର୍ମାସିଷ୍ଟଙ୍କ ଯୋଗଦାନକୁ ବିରୋଧ: ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଟାୟାର ଜାଳି ପ୍ରତିବାଦ

ନାଉଗାଁ,୧୨ା୭(ସ୍ବ.ପ୍ର.): ନାଉଗାଁ ବ୍ଲକ ଡେରିକି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ସମସ୍ୟା ଲାଗି ରହିଥିବାବେଳେ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଫାର୍ମାସିଷ୍ଟଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି। ବୁଧବାର ସମ୍ପୃକ୍ତ ଫାର୍ମାସିଷ୍ଟ ଏଠାରେ କାର୍ଯ୍ୟରେ ଯୋଗଦେବା ପରେ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଟାୟାର ଜାଳି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ୭ ଦିନ ମଧ୍ୟରେ ସମ୍ପୃକ୍ତ ଫାର୍ମାସିଷ୍ଟଙ୍କୁ ଏଠାରୁ ବଦଳି କରା ନ ଗଲେ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଅନଶନ କରାଯିବ ବୋଲି ସେମାନେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନ ଥିବାବେଳେ ଜଣେ ଫାର୍ମାସିଷ୍ଟ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। କିଛିଦିନ ତଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଜଣେ ଫାର୍ମାସିଷ୍ଟ ନିଶାସକ୍ତ ଅବସ୍ଥାରେ ଶୋଇରହିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ପରେ ତାଙ୍କୁ ସେଠାରୁ ବଦଳି କରାଯାଇ ଡେରିକି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ତେଣୁ ସ୍ଥାନୀୟ ବାସିନ୍ଦା ମଙ୍ଗୁଳି ଚରଣ ବେହେରା, ମହାଦେବ ବିଶ୍ୱାଳ, ଭରତ ଜେନା, ମନୋଜ କୁମାର ସ୍ବାଇଁ, ଉପେନ୍ଦ୍ର କୁମାର ଜେନା ପ୍ରମୁଖ ଏନେଇ ଜିଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏହାର ନକଲ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ନାଉଗଁା ଥାନା ଅଧିକାରୀ, ଜଗତ୍‌ସିଂହପୁର ବିଧାୟକ ଓ ନାଉଗଁା ଅଗ୍ନିଶମ ସେବା ସଂସ୍ଥାକୁ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଜୟ ବୈଠାରୁ କହିଛନ୍ତି ଯେ, ଜିଲାପାଳଙ୍କ ସହ ଆଲୋଚନା କରାଯାଇ ନୂତନ ଭାବେ ଯୋଗଦେଇଥିବା ଫାର୍ମାସିଷ୍ଟଙ୍କୁ ନାଉଗଁା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। କିନ୍ତୁ ଡେରିକି ସ୍ବାସ୍ଥ୍ୟକେନ୍ଦ୍ରରେ ଅଧିକ କର୍ମଚାରୀ ଆବଶ୍ୟକ ଥିବା ଦୃଷ୍ଟିରୁ ତାଙ୍କୁ ସେଠାରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେ ଠିକ୍‌ ଭାବେ କାର୍ଯ୍ୟ କରୁଛନ୍ତି କି ନାହିଁ, ୧୫ ଦିନ ଅନୁଧ୍ୟାନ କରାଯାଇ ଜିଲାପାଳଙ୍କୁ ରିପୋର୍ଟ ଦେବା ପରେ ଯାହା ପଦକ୍ଷେପ ନିଆଯିବ।


All Right Reserved By Dharitri.Com

Posted inUncategorized View All

ଇଦ୍‌ରେ ଶୈଫ ବନିଲେ ରୋଷେୟା

ମୁମ୍ବାଇ: ଦେଶରେ କରୋନା ଭାଇରସ ଯୋଗୁ ଲକ୍‌ଡାଉନ ଚାଲିଥିବାରୁ ଏଥର ଇଦ୍‌ ପର୍ବ ସମାନ୍ୟ ଫିକା ପଡିଯାଇଛି। ବିଶେଷ ଭାବେ ମାୟାନଗରୀରେ ସେଲିବ୍ରିଟିମାନେ ନିଜ ନିଜ...

ବାଣଫୁଟାକୁ ନେଇ ଗୋଷ୍ଠୀ ସଂଘର୍ଷ

ଜୟପୁର,୨୮ା୧୦(ନି.ପ୍ର.): ଜୟପୁରରେ ବାଣଫୁଟାକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ରବିବାର ଦୀପାବଳୀ ରାତିରେ ବାଣଫୁଟା ଚାଲିଥିବା ବେଳେ ବିଜୁ ନଗର ଓ ଖ୍ରୀଷ୍ଟିଆନ...

କୋହଲିଙ୍କୁ ଟ୍ରୋଲ କଲେ ଜୁନିୟର ବଚ୍ଚନ

ନୂଆଦିଲ୍ଲୀ,୨୫।୫- ଇଂଲଣ୍ଡରେ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ଭାରତୀୟ ଦଳ ସହ ପ୍ରସ୍ତୁତ ହେଉଥିବା ଅଧିନାୟକ ବିରାଟ କୋହଲି ଟୋଟେନହାମ ହଟସପୁର ଷ୍ଟାର ହାରି...

ଲେଠ୍‌ରଉଛେ ନାରାୟଣ ସାଗର ମାଏଟ୍‌ କାମ୍‌

ଲୋଇସିଂହା,୧୮।୪(ଡି.ଏନ.ଏ):  ବଲାଙ୍ଗୀର ଜିଲା ଲୋଇସିଂହାର ନାରାୟଣ ସାଗରର ମାଏଟ୍‌ କାମ୍‌ ଚାଲିଛେ। ହେଲେ ପଁକ୍‌ ଉଧାର କାମ୍‌ ଧିରେସୁସ୍‌ତେ ଚାଲିଥିବାର ଅଭିଯୋଗ ହେଉଛେ। ଆଗ୍‌କେ ବର୍ଷା...

ଚିନ୍ତା ବଢାଉଛି କରୋନା: ବ୍ରିଟେନରେ ସରି ଆସୁଛି ପିପିଇ, ସଂକ୍ରମଣରେ ୮୦ ଡାକ୍ତର, ନର୍ସଙ୍କ ମୃତ୍ୟୁ

ଲଣ୍ଡନ,୨୦।୪: ବ୍ରିଟେନରେ କରୋନା ସଂକ୍ରମଣ ଏବେ କମ୍‌ ଥିବା ସୂଚନା ରହିଛି। ହେଲେ ଏବେ ସେଠାରେ ଆଉ ଏକ ସମସ୍ୟା ହେଉଛି ଆଉ ମାତ୍ର ଗୋଟିଏ...

Leave a comment

Your email address will not be published. Required fields are marked *