ଆଜିର ଅର୍ଥନୀତି/ବଜେଟ ତ୍ରୁଟି

ନିକଟରେ ବଜେଟ ଉପସ୍ଥାପନ ପରେ ପରେ ବିଏସ୍‌ଇ ସେନ୍‌ସେକ୍ସ ତଳକୁ ଖସିଥିବା ବେଳେ ଗୁରୁବାର ଓଲଟିଯାଇ ୨୬୬ ପଏଣ୍ଟ ବୃଦ୍ଧିପାଇଛି। ୟୁଏସ୍‌ ଫେଡ୍‌ ରେଟ୍‌ ହ୍ରାସ କରିବାର ସଙ୍କେତ ଦେବା ପରେ ଏହି ବୃଦ୍ଧି ଘଟିଛି। ଗୁରୁବାରକୁ ଛାଡ଼ିଦେଲେ ଜୁଲାଇ ୫ ତାରିଖରେ କେନ୍ଦ୍ର ବଜେଟ ଉପସ୍ଥାପନ ପରଠାରୁ ବୁଧବାର ପର୍ଯ୍ୟନ୍ତ ବିତ୍ତ ବଜାର ୨ ପ୍ରତିଶତ ହ୍ରାସ ପାଇଥିଲା। ଜୁନ୍‌ ୪ ତାରିଖରେ ସର୍ବକାଳୀନ ଉଚ୍ଚ ସ୍ତରରୁ ଏହା ୪ ପ୍ରତିଶତ ତଳେ ରହିଥିଲା। ଶୁକ୍ରବାର ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ ପରେ ଏହା ବିରୋଧରେ ବିତ୍ତ ବଜାରରେ ମଧ୍ୟମ ପ୍ରତିକୂଳ ପ୍ରତିକ୍ରିୟା ପରିପ୍ରେକ୍ଷୀରେ ଉଭୟ ସେନ୍‌ସେକ୍ସ ଓ ନିଫ୍‌ଟି ଚଳିତ ସପ୍ତାହ ପ୍ରାରମ୍ଭରେ ଗତ ଦୁଇବର୍ଷ ଭିତରେ ସବୁଠୁ ବଡ଼ ପତନର ସମ୍ମୁଖୀନ ହୋଇଥିଲା। ବଜେଟ ପରେ ପ୍ରଥମ ବାଣିଜି୍ୟକ ଦିବସରେ ସେନ୍‌ସେକ୍ସ ୭୯୩ ପଏଣ୍ଟ ହ୍ରାସ ପାଇଥିବା ବେଳେ ନିଫ୍‌ଟି ୨୫୦ ପଏଣ୍ଟ ତଳକୁ ଖସିଥିଲା ଏବଂ ତା’ପରେ ପତନର ଧାରା ଜାରି ରହିଥିଲା। ବୁଧବାର ସେନ୍‌ସେକ୍ସ ଆଉ ୧୭୪ ପଏଣ୍ଟ ହ୍ରାସ ପାଇଥିଲା। ବିତ୍ତ ବଜାରରେ ଏକ ଭୟର ବାତାବରଣ ଖେଳିଯାଇଥିଲା। ନିବେଶକମାନେ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିନେଉଥିବା ବେଳେ ବିଦେଶୀ ନିବେଶକ ମଧ୍ୟ ଲାଭ ବାନ୍ଧୁଥିଲେ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟରେ ଘୋଷଣା କରିଥିବା କେତେକ ନିଷ୍ପତ୍ତି ବଜାର ମନୋଭାବକୁ ଭୟସଂକୁଳ କରିବାରୁ ସେନ୍‌ସେକ୍ସ ହ୍ରାସ ପାଇଥିଲା। କ୍ରେତାଙ୍କ ମନୋଭାବ ପ୍ରତି ଦୃଷ୍ଟି ନ ଦେଇ ଚଳିତବର୍ଷ ବଜେଟରେ କେତେକ ଆମଦାନି ଉପରେ ଶୁଳ୍କ ବୃଦ୍ଧି କରାଯାଇଥିଲା। ବିଦେଶୀ ବଜାରରେ ସେମାନଙ୍କ ଦ୍ରବ୍ୟଗୁଡ଼ିକର ସୁରକ୍ଷା ପାଇଁ ଅନୁରୂପ ପଦକ୍ଷେପ ନେବାର ସମ୍ଭାବନା ସୃଷ୍ଟି ହୋଇଛି। ଭାରତ ତା’ର ଘରୋଇ ଶିଳ୍ପଗୁଡ଼ିକୁ ସୁରକ୍ଷା ଦେବାର ଉତ୍ତମ ଇତିହାସ ନାହିଁ। ଶିଳ୍ପଗୁଡ଼ିକର ସୁରକ୍ଷା ପାଇଁ ଶୁଳ୍କ ବୃଦ୍ଧି କଲେ ଦ୍ରବ୍ୟଗୁଡ଼ିକର ଦାମ୍‌ ବୃଦ୍ଧି ପାଇବ ଏବଂ ସେଗୁଡ଼ିକ ପ୍ରତିଯୋଗିତାକ୍ଷମ ହୋଇପାରିବ ନାହିଁ। ଘରୋଇ ବଜାରରେ ପ୍ରତିଯୋଗିତା ଅଭାବରୁ ଏକଚାଟିଆ କାରବାର ଦେଖାଦେବ ଏବଂ ଫଳତଃ ଦାମ୍‌ ମଧ୍ୟ ବୃଦ୍ଧି ପାଇବ। ବର୍ତ୍ତମାନର ବିଶ୍ୱ ଯୋଗାଣ ଶୃଙ୍ଖଳରେ ସୁରକ୍ଷାବାଦ ଏକ ଅତୀତର ବିଷୟ। ତାହା ଏବେ ଆଉ ଚଳୁନାହିଁ। ଅନ୍ତର୍ଜାତୀୟ ବଜାର ଦେଶ-ବିଦେଶର ସୀମା ଦେଇ ଦ୍ରବ୍ୟ ଓ ସେବାଗୁଡ଼ିକର ସ୍ବଚ୍ଛନ୍ଦ ଯାତାୟାତ ଆଶା କରୁଛି, ଯେଉଁଥିପାଇଁ ଏକ ସ୍ଥିର ବାଣିଜ୍ୟ ନୀତିର ଆବଶ୍ୟକତା ରହିଛି। ଶୁଳ୍କ ବୃଦ୍ଧି ହେତୁ ଦାମ୍‌ ବୃଦ୍ଧି ପାଇଲେ ବିଶ୍ୱ ବଜାରରେ ଭାରତର ଅଂଶକୁ ବର୍ତ୍ତମାନର ୨ ପ୍ରତିଶତରୁ ବୃଦ୍ଧି କରିବା ଲାଗି ସରକାରଙ୍କ ଲକ୍ଷ୍ୟ ବ୍ୟାହତ ହେବ।
ଟିକସ ବୋଝ ବୃଦ୍ଧିକରିବା ପରି ଅର୍ଥମନ୍ତ୍ରୀଙ୍କ କେତେକ ପ୍ରସ୍ତାବ ନିବେଶକମାନଙ୍କୁ ନିରତ୍ସାହିତ କରିଛି। ଏହି ପ୍ରସ୍ତାବଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ବିଦେଶୀ ନିବେଶକଙ୍କ ଉପରେ ଦୀର୍ଘକାଳୀନ ପୁଞ୍ଜିଲାଭ ଟିକସ ବୃଦ୍ଧିକରିବା ଏବଂ କମ୍ପାନୀଗୁଡ଼ିକ ଦ୍ୱାରା ଶେୟାରଗୁଡ଼ିକର ପୁନଃକ୍ରୟ ଉପରେ ୨୦ ପ୍ରତିଶତ ଟିକସ ଲଦିବା। ଅତି ଧନୀଙ୍କ ଉପରେ ସରକାର ଯେଉଁ ସର୍‌ଚାର୍ଜ ଲାଗୁ କରିଛନ୍ତି, ତାହା ମଧ୍ୟ ବଜାର ଉପରେ ପ୍ରଭାବ ପକାଇଛି। ଅତି ଧନୀଙ୍କ ଉପରେ ଲଗାଯାଇଥିବା ଟିକସ ସରକାରଙ୍କ ରାଜକୋଷ ବୃଦ୍ଧି କରିବାରେ ଖୁବ୍‌ ବେଶି ସାହାଯ୍ୟ କରି ନ ପାରେ। ଏହାଦ୍ୱାରା ସେମାନେ ଅନ୍ୟ ଦେଶକୁ ଚାଲିଯିବାର ମଧ୍ୟ ସମ୍ଭାବନା ରହିଛି। କେତେକ ତାଲିକାକୃତ କମ୍ପାନୀର ସର୍ବନିମ୍ନ ପବ୍ଲିକ୍‌ ଶେୟାର୍‌ହୋଲ୍‌ଡିଂ ପରିମାଣ ୨୫ ପ୍ରତିଶତରୁ ୩୫ ପ୍ରତିଶତକୁ ବୃଦ୍ଧି କରିବା ଲାଗି ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ନିବେଶକମାନେ ପସନ୍ଦ କରୁନାହାନ୍ତି। ଦେଶର ଘରୋଇ ନିବେଶକଙ୍କ ଲାଗି ବଜେଟରେ କୌଣସି ପ୍ରୋତ୍ସାହନ ନାହିଁ, ଯେଉଁମାନେ ନିଯୁକ୍ତି ସୃଷ୍ଟିର ପ୍ରମୁଖ ଉତ୍ସ। କେବଳ କିଛି ମନଭୁଲାଣିଆ କଥା କହିବା ବ୍ୟତୀତ ବଜେଟରେ ଅର୍ଥମନ୍ତ୍ରୀ କୌଣସି ଢାଞ୍ଚାଗତ ସଂସ୍କାର ବିଷୟରେ କହିନାହାନ୍ତି।
ଆଗାମୀ ମାସଗୁଡ଼ିକରେ ବଜାରର କୁଟିଳ ଗତି ସରକାରଙ୍କ ସଂସ୍କାର ଉପରେ ଅନେକାଂଶରେ ନିର୍ଭର କରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ନୀତିର ସରଳତା ଉପରେ ଗୁରୁତ୍ୱ ଦେଉଥିବା ବେଳେ ବିଶ୍ୱ ଲିକ୍ୱିଡିଟିକୁ ଟାଇଟ୍‌ କରିଦେଲେ ତାହା ବିଦେଶୀ ପାଣ୍ଠିର ଅନ୍ତଃପ୍ରବେଶକୁ ପ୍ରଭାବିତ କରିବ। ଗୁରୁବାର ୟୁଏସ୍‌ ଫେଡ୍‌ର ସୂଚନା ଏକ ସୁଧହାର ହ୍ରାସର ଆଶା ଉଜ୍ଜୀବିତ କରିଛି। ଏହା ବିଶ୍ୱ ବଜାରକୁ ସାହାଯ୍ୟ କରିପାରେ କାରଣ ବିଦେଶୀ ସଂସ୍ଥା (ଏଫ୍‌ଆଇ)ଗୁଡ଼ିକ ଉଦୀୟମାନ ବଜାରଗୁଡ଼ିକରେ ପୁଞ୍ଜିନିବେଶ ବଳବତ୍ତର ରଖିବେ। ସରକାର କୃତ୍ରିମଭାବରେ ବଜାରକୁ ସମର୍ଥନ କରିବାର ଇଚ୍ଛାରୁ ନିବୃତ୍ତ ରହିବା ଦରକାର। ବଜାର ତଳକୁ ଖସୁଥିବା ଦେଖି ସରକାର ତା’ର ସ୍ବାଭାବିକ ପ୍ରତିକ୍ରିୟାରେ ରାଷ୍ଟ୍ରାୟତ୍ତ ଇନ୍‌ସ୍ୟୁରାନ୍ସ ସଂସ୍ଥା ଓ ବ୍ୟାଙ୍କଗୁଡ଼ିକୁ ଇକ୍ୱିଟି କିଣି ସୂଚକାଙ୍କ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ସରକାର ଏପରି କରିବା ଉଚିତ ନୁହେଁ। ବରଂ ଇକ୍ୱିଟିଗୁଡ଼ିକର ମୁକ୍ତ କାରବାରକୁ ସରକାର ଅନୁମତି ଦେବା ଉଚିତ। ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକୁ ଇକ୍ୱିଟି କିଣିବାକୁ ବାଧ୍ୟ କରି ବଜାର ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କଲେ ସରକାର ଭୟଭୀତ ହୋଇପଡ଼ିଛନ୍ତି ବୋଲି ସୂଚନା ମିଳିବ ଏବଂ ନିବେଶକମାନେ ଆହୁରି ଭୀତତ୍ରସ୍ତ ହୋଇପଡ଼ିବେ। ତା’ ନ କରି ସରକାର ବରଂ ଦୀର୍ଘକାଳୀନ ସଂସ୍କାର ବ୍ୟବସ୍ଥା ପ୍ରଚଳନ କରନ୍ତୁ। ଆମଦାନି ବା ବହିଃଶୁଳ୍କ ବୃଦ୍ଧି କରିବା କୌଣସି ମତେ ଅର୍ଥନୀତି ପାଇଁ ଲାଭଦାୟକ ହେବନାହିଁ।


All Right Reserved By Dharitri.Com

ଆଜିର ଅର୍ଥନୀତି/ ମିଛ ମାନ୍ୟତା

ଜେନେରାଲାଇଜ୍‌ଡ ସିଷ୍ଟମ୍‌ ଅଫ୍‌ ପ୍ରିଫରେନ୍ସେସ୍‌ (ଜିଏସ୍‌ପି) ଯୋଜନାରୁ ବାଦ୍‌ ଦେବାକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବା ପାଇଁ ଆମେରିକା ଭାରତକୁ ଏକ ‘ବିକଶିତ ଅର୍ଥନୀତି’ର ଦେଶ ଭାବେ...

ଟ୍ରମ୍ପଙ୍କ ଗସ୍ତ

ଆକାର ପଟେଲ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଭାରତ ଗସ୍ତରେ ଆସି ସୋମବାର ଓ ମଙ୍ଗଳବାର ଅହମଦାବାଦ, ଆଗ୍ରା ଓ ଦିଲ୍ଲୀ ଯିବେ। ସେ ୨୦ଟି...

କୂଟନୈତିକ ରାଜନେତା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ କେନ୍ଦ୍ରରେ ୩୦ ମେ ୨୦୧୯ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ଲାଗି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର...

ଏଇ ଭାରତରେ

୪୪ ଜଣ ସାଥୀଙ୍କୁ ଏକାଠି କଲା ଗୋଟିଏ ମେସେଜ୍‌। ଆଧୁନିକ ଯୁଗରେ ସମସ୍ତେ ମୋବାଇଲ ମାନିଆ ହୋଇଥିବା ବେଳେ ଏବେ ହ୍ବାଟ୍ସଆପ୍‌ ମଧ୍ୟ ଅନେକ ସମୟରେ...

ଏଇ ଭାରତରେ

ଭାରତ ଭଳି ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ଭୋଟର ମତଦାନ କରି ନିଜ ପସନ୍ଦର ଲୋକ ପ୍ରତିନିଧି ବାଛିବା ଆବଶ୍ୟକ। କିନ୍ତୁ ଦେଖାଯାଉଛି ପ୍ରାୟ...

କର୍ମ ନେଇ ଫଳ

ରମେଶ ଚନ୍ଦ୍ର ସାମଲ ପିମ୍ପୁଡି ରୁଖା ଉପରକୁ ଉଠିଗଲେ ଭାବେ ତା’ ମୁଣ୍ଡ ସ୍ବର୍ଗରେ ଲାଗିଛି। ସମାଜର ପ୍ରତ୍ୟେକ ସ୍ତରରେ ଏହା ଦେଖିବାକୁ ମିଳୁଛି। ଯିଏ...

ଜୀବନ ପାତ୍ର ମୋ ଭରିଛ କେତେ ମତେ

ଡ. ଭାଗ୍ୟଲିପି ମଲ୍ଲ ‘ଜୀବନ ପାତ୍ର ମୋ ଭରିଛ କେତେ ମତେ, ନ ଦେଲ କିଛି ବୋଲି କହିବି କି ହେ ଆଉ’ ଏଇ ମାତ୍ର...

ସଭିଙ୍କୁ ଧନ୍ୟବାଦ

ପ୍ରକାଶ ତ୍ରିପାଠୀ ଏଇ କିଛିଦିନ ତଳର ଘଟଣା। ସେଦିନ ଥାଏ ରବିବାର। ଜଣେ ବନ୍ଧୁଙ୍କୁ ଆଣିବା ପାଇଁ ରେଲଓ୍ବେ ଷ୍ଟେଶନ ବାହାରିଲି। ମଧ୍ୟାହ୍ନ ବାରଟା ସମୟ...

Leave a comment

Your email address will not be published. Required fields are marked *