Posted inUncategorized

୭ ବର୍ଷ ହେଲା ନାହାନ୍ତି ସ୍ଥାୟୀ ଡାକ୍ତର, ୫ ପଞ୍ଚାୟତର ଲୋକେ ପାଉନାହାନ୍ତି ସ୍ବାସ୍ଥ୍ୟସେବା

ନାଉଗାଁ,୧୧ା୭(ସ୍ବ.ପ୍ର.): ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାର ଯୋଜନା ଉପରେ ଯୋଜନା କରିଚାଲିଛନ୍ତି। ପ୍ରତି ୫ ହଜାର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଉପକେନ୍ଦ୍ର ଓ ୨୫ ହଜାର ଜନସଂଖ୍ୟାକୁ ଆଧାର କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି। ନିରାମୟ ଯୋଜନାରେ ମାଗଣା ଔଷଧ ଦେବାର ବ୍ୟବସ୍ଥା ହୋଇଛି। କିନ୍ତୁ ଏସବୁ ସତ୍ତ୍ୱେ ଆବଶ୍ୟକ ଡାକ୍ତର ଅଭାବ ଯୋଗୁ ଜନସାଧାରଣ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇପାରୁ ନାହାନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସରକାରୀସ୍ତରରେ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ମାସେ କିମ୍ବା ୨ ମାସ ନୁହେଁ, ଦୀର୍ଘ ୭ ବର୍ଷ ଧରି କେତେକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନ ଥିବା ଦେଖିବାକୁ ମିଳୁଛି।
ନାଉଗାଁ ବ୍ଲକ ଡେରିକି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଛି ଏଭଳି ସମସ୍ୟା।
ସୂଚନା ଅନୁଯାୟୀ, ୨୦୧୨ରେ ଏଠାରେ ଥିବା ଡାକ୍ତର ନୃସିଂହ ଚରଣ ଦାସଙ୍କୁ ଅନ୍ୟତ୍ର ବଦଳି କରାଯିବା ପରେ ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦିଆଯାଇନାହିଁ। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୬ ପଞ୍ଚାୟତର ୩୦ ହଜାର ଲୋକ ନିର୍ଭର କରନ୍ତି। ସ୍ଥାୟୀ ଡାକ୍ତର ନ ଥିବାରୁ ଜଣେ ସ୍ବାସ୍ଥ୍ୟ ସେବକଙ୍କ ସହ ରାଷ୍ଟ୍ରୀୟ ବାଲ ବିକାଶ ସଂସ୍ଥାର ଜଣେ ଫାର୍ମାସିଷ୍ଟ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଅନ୍ୟପକ୍ଷରେ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଅଭ୍ୟର୍ଥନା ଗୃହ ନିର୍ମାଣ ହୋଇଥିବାବେଳେ ଶୀତତାପ ନିୟନ୍ତ୍ରିତ କକ୍ଷ ବ୍ୟବସ୍ଥା ହୋଇଛି। ଡାକ୍ତର ନ ଥିବାରୁ ସାଧାରଣ ରୋଗୀ ଖର୍ଚ୍ଚାନ୍ତ ହୋଇ ନାଉଗଁା ଓ ବାଲିକୁଦା ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିବା ପ୍ରକାଶ କରିଛନ୍ତି। ଏଠାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ସ୍ଥାନୀୟ ଲେକେ ବହୁବାର ଧାରଣା ଓ ଅନଶନ କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନିଯୁକ୍ତି ପାଇଁ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ବ୍ୟବସ୍ଥା କରାଯାଇନାହିଁ। ଏ ସମ୍ପର୍କରେ ନାଉଗଁା ସ୍ବାସ୍ଥ୍ୟକେନ୍ଦ୍ରର ଭାରାପ୍ରାପ୍ତ ଅଧିକାରୀ ସୁନନ୍ଦନ ମହାନ୍ତିଙ୍କୁ ପଚାରିବାରେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୪ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଗଲାଣି। କିନ୍ତୁ ସେମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଧରି କିଏ ଡେପୁଟେଶନରେ ତ ଆଉ କିଏ ଅନ୍ୟତ୍ର ବଦଳି ହୋଇଯାଉଛନ୍ତି ବୋଲି କହିଛନ୍ତି। କେଉଁ କାରଣରୁ ୩ ମାସ ମଧ୍ୟରେ ୪ ଜଣ ଡାକ୍ତର ଏଠାରୁ ବଦଳି ହୋଇଗଲେଣି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକତ୍ସା ଅଧିକାରୀ ଡା. ଅଜୟ କୁମାର ପୋଥାଳଙ୍କୁ ପଚାରିବାରେ ସେ କୌଣସି ଉତ୍ତର ନ ଦେଇ ଏଡାଇ ଯାଉଛନ୍ତି। ତେଣୁ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ତୁରନ୍ତ ଏଠାରେ ସ୍ଥାୟୀ ଡାକ୍ତର ନିଯୁକ୍ତ କରିବାକୁ ଦାବି ହେଉଛି।


All Right Reserved By Dharitri.Com

ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଛେଣ୍ଡିପଦା,୧୩।୬(ଡି.ଏନ.ଏ.)- ଅନୁଗୋଳ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ଜରପଡା ଥାନା ତୁବେ ଗ୍ରାମ ନିକଟରେ ବୁଧବାର ଏକ ଟାଟା ମ୍ୟାଜିକ-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ଶାନ୍ତିଶୃଙ୍ଖଳାରେ ଶେଷ ହେଲା ସାନି ମତଦାନ

ରତ୍ନଗିରି,୧୯ା୫(ଡି.ଏନ.ଏ.)- ବରୀ ନିର୍ବାଚନମଣ୍ଡଳୀର ବୁଥ୍‌ ନଂ. ୮୨, ୧୫୮, ୧୬୨, ୧୬୩ ଓ ୧୯୪ରେ ରବିବାର ଶାନ୍ତିଶୃଙ୍ଖଳା ମଧ୍ୟରେ ସାନି ମତଦାନ ଶେଷ ହୋଇଛି। ୧୯୪...

ଚା’ ଦୋକାନୀଙ୍କ ଝିଅ ଜିଲା ଟପ୍ପର

ବନ୍ତଳା, ୨୪ା୬ (ଡି.ଏନ.ଏ.) ପାଠ ପଢାରେ ଅର୍ଥାଭାବ ବାଧକ ସାଜିଥିଲେ ବି ପରିଶ୍ରମ ଦ୍ୱାରା ଏହାକୁ ଦୂରେଇ ସଫଳତା ପାଇପାରିଛନ୍ତି ଚା’ ଦୋକାନୀଙ୍କ ଝିଅ ମଧୁସ୍ମିତା ବେହେରା।...

ପୋଲିସ, ଜନସାଧାରଣ ମଧ୍ୟରେ ବଢୁଛି ଦୂରତା: ଗାଁ ଗାଁରେ ହେଉଛି କଙ୍ଗାରୁ କୋର୍ଟ

ନୂଆଗାଁ,୧୧ା୭ (ଡି.ଏନ.ଏ.): ନୟାଗଡ଼ ଜିଲାର ବିଭିନ୍ନ ଗ୍ରାମରେ କଙ୍ଗାରୁ କୋର୍ଟ ଭଳି ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି। ଏହା ଦ୍ୱାରା ସାଧାରଣ ନିରୀହ ଲୋକେ...

ଜିଲା ପ୍ରଶାସନ ପକ୍ଷରୁ ସ୍ମୃତି ସଭା: ‘ଯୁବଶକ୍ତିର ପ୍ରେରଣା କଳ୍ପନା’

ଢେଙ୍କାନାଳ ଅଫିସ, ୨୯।୫-ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ପରଲୋକରେ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଭାବୋଦ୍ଦୀପକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଅବସରରେ ପୂର୍ବାହ୍ନ...

ମୌସୁମୀ ପହଞ୍ଚିଲେ ଜୋର୍‌ ଧରିବ ଚାଷ କାର୍ଯ୍ୟ : ନିଅଣ୍ଟ ବିହନକୁ ନେଇ ଚିନ୍ତାରେ ଚାଷୀ

ଅନୁଗୋଳ ଅଫିସ, ୧୬।୬ – ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ ପରେ ଚାଷ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ଚାଷୀ। ଗତବର୍ଷ ଅପେକ୍ଷା ଚଳିତବର୍ଷ କ୍ଷେତରୁ ଭଲ...

ବାଲି ବୋଝେଇ ଟ୍ରାକ୍ଟର ଜବତ

ବିଞ୍ଝାରପୁର,୭ା୬(ଡି.ଏନ୍‌.ଏ.)- ବିଞ୍ଝାରପୁର ତହସିଲ ଅଞ୍ଚଳର ବିଭିନ୍ନ ବାଲିଘାଟରୁ ବେଆଇନଭାବେ ବାଲି ଉଠାଣ ହେଉଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହେଉଥିଲା। ଏହି ଅଭିଯୋଗ ପରେ ବିଞ୍ଝାରପୁର...

କଲବଲ କରୁଛି ଗୁଳୁଗୁଳି

ଢେଙ୍କାନାଳ ଅଫିସ, ୧୧ା୫- ବାତ୍ୟା ‘ଫନୀ’ ପରେ ପୁଣିଥରେ ବଢ଼ିବା ଆରମ୍ଭ କରିଛି ତାପମାତ୍ରା। ସପ୍ତାହେ ହେଲା ଢେଙ୍କାନାଳ ସହରର ପାରଦ ୪୩ ଡିଗ୍ରୀ ପାଖାପାଖି...

Leave a comment

Your email address will not be published. Required fields are marked *