ବଢ଼ିଲା ବସ୍‌ ଭଡ଼ା: କିମି ପିଛା ୧, ୨ ପଇସା, ଯାତ୍ରୀ ଅସନ୍ତୋଷ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ପୁଣି ବସ୍‌ ଭଡ଼ା ବଢ଼ିଲା। ଡିଜେଲ ଦର ବୃଦ୍ଧି ଯୋଗୁ ରାଜ୍ୟ ସରକାର ଏହି ବସ୍‌ ଭଡ଼ା ବୃଦ୍ଧି କରିଥିବା କୁହାଯାଉଛି। ଡିଜେଲ ଦର ବୃଦ୍ଧି ପାଇବାରୁ ସ୍ବୟଂକ୍ରିୟ ବ୍ୟବସ୍ଥା ଅନୁଯାୟୀ ଭଡ଼ା ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପ୍ରତି ୧ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୨ ପଇସା ବୃଦ୍ଧି ହୋଇଛି। ପୂର୍ବରୁ ସାଧାରଣ ବସ୍‌ ଭଡ଼ା ପ୍ରତି କିମି ପିଛା ୬୮ ପଇସା ଥିବା ବେଳେ ଏବେ ତାହା ୬୯ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପିଛା ୭୧ ପଇସାରୁ ୭୨ ପଇସାକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୯୭ ପଇସାରୁ ୯୯ ପଇସା ଏସି ଡିଲକ୍ସ ବସ୍‌ର କିମି ପିଛି ୧ଟଙ୍କା ୧୯ ପଇସାରୁ ୨ ପଇସା ହିସାବରେ ୧ ଟଙ୍କା ୨୧ ପଇସାକୁ ବୃଦ୍ଧି ହୋଇଛି। ବସ୍‌ ଭଡ଼ା ବୃଦ୍ଧି ପାଉଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବାରମ୍ବାର ବସ୍‌ ଭଡ଼ା ବଢ଼ାଇବା ଦ୍ୱାରା ଯାତ୍ରୀଙ୍କ ଉପରେ ବୋଝ ପଡ଼ୁଛି। ଡିଜେଲ ଦର ବଢ଼ୁଥିବାରୁ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ଅନ୍ୟପକ୍ଷରେ ବସ୍‌ ଭଡ଼ା ବୃଦ୍ଧି କରିବାକୁ ଇଚ୍ଛା ନ ଥିଲେ ମଧ୍ୟ ତୈଳ ବୃଦ୍ଧି ଯୋଗୁ ବାଧ୍ୟ ହୋଇ ଭଡ଼ା ବଢ଼ାଯାଉଛି ବୋଲିି ଓଡ଼ିଶା ରାଜ୍ୟ ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି। କେବଳ ଡିଜେଲ ନୁହେଁ ଗାଡିର ଅନ୍ୟାନ୍ୟ ଯନ୍ତ୍ରାଂଶ ଓ ଆନୁଷଙ୍ଗିକ ଖର୍ଚ୍ଚ ବଢ଼ୁଥିବାରୁ ବସ୍‌ ଚଳାଇବ କଷ୍ଟ ସାଧ୍ୟ ହୋଇପଡ଼ୁଛି। ଯାତ୍ରୀଙ୍କ ଉପରେ ଭଡ଼ା ବୋଝ ପଡ଼ୁଥିବାରୁ ସରକାର ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।


All Right Reserved By

୯ ହଜାରରୁ ଅଧିକ ଭୋଟରେ ବିକ୍ରମ ଆଗୁଆ

ବ୍ରହ୍ମପୁର ଅଫିସ,୨୩।୫- ବ୍ରହ୍ମପୁର ବିଧାନସଭା ର୍ନିବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡା ୯ ହଜାରରୁ ଅଧିକ ଭୋଟରେ ଆଗୁଆ ହୋଇଛନ୍ତି। ପଞ୍ଚମ ରାଉଣ୍ଡ ସୁଦ୍ଧା...

ପଟ୍ଟନାୟିକିଆ ଛକରେ ତିନିଭାଇଙ୍କ ହତ୍ୟା ଘଟଣା:ଅଭିଯୁକ୍ତଙ୍କୁ ଧରିବାକୁ ୩ ସ୍ବତନ୍ତ୍ର ଟିମ୍‌ର ଚଢ଼ାଉ

ସାକ୍ଷୀଗୋପାଳ,୧୬।୭(ଡି.ଏନ୍‌.ଏ.):ପୁରୀ ଜିଲା ସତ୍ୟବାଦୀ ଥାନା ପଟ୍ଟନାୟିକିଆ ଛକରେ ରବିବାର ଅପରାହ୍ନରେ ଘଟିଥିବା ଟ୍ରିପଲ ମର୍ଡର ଘଟଣାରେ ସତ୍ୟବାଦୀ ଥାନା ପୋଲିସ ସୋମବାର ୪ ଜଣଙ୍କୁ ଥାନାରେ...

ଏନ୍‌ଇଏସ୍‌ଟି ପରୀକ୍ଷାଫଳ ପ୍ରକାଶ, କାହ୍ନା ଜୈନ ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୯।୬(ବ୍ୟୁରୋ): ନ୍ୟାଶନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ (ଏନ୍‌ଇଏସ୍‌ଟି) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ପଶ୍ଚିମବଙ୍ଗର ପ୍ରଣୟ ଦେ ସର୍ବଭାରତୀୟ ସ୍ତରରେ ପ୍ରଥମ ହୋଇଥିବା ବେଳେ...

ଆମ୍ବୁଲାନ୍ସରୁ ସରିଗଲା ତେଲ: ଡାକ୍ତରଖାନା ଯିବା ରାସ୍ତାରେ ଆଖିବୁଜିଲେ ମା’, ଗର୍ଭସ୍ଥ ଶିଶୁ

ବାରିପଦା ଅଫିସ,୫।୧୦: ଡାକ୍ତରଖାନା ଯିବା ରାସ୍ତାରେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ଗର୍ଭବତୀ ମହିଳା ଏବଂ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ। ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା...

ଏମ୍‌ସ ଡାକ୍ତରଙ୍କଠାରୁ ଅଧିକ ବେତନ ପାଉଛନ୍ତି ଓଡ଼ିଶା ଡାକ୍ତର

ଭୁବନେଶ୍ୱର, ୨୧ା୯ (ବ୍ୟୁରୋ): ଓଡ଼ିଶାର ଡାକ୍ତରମାନେ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କଠାରୁ ଅଧିକ ବେତନ ପାଇଥାନ୍ତି। ଏପରିକି ରାଜ୍ୟ...

‘ଖୁବ୍‌ଶୀଘ୍ର ଆଉ ୩ ମେଡିକାଲ କଲେଜ’

ଭୁବନେଶ୍ୱର/ସମ୍ବଲପୁର/,୮।୭(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ଆଉ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ସୁନ୍ଦରଗଡ଼, ପୁରୀ ଓ ତାଳଚେରରେ ମେଡିକାଲ କଲେଜ ସ୍ଥାପନ କରିବାକୁ ରାଜ୍ୟ ସରକାର...

ସାମୁଦ୍ରିକ ମାଛ ସୁରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରାଜ୍ୟରେ ସମୁଦ୍ର ଉପକୂଳରେ ଟ୍ରଲର ଦ୍ବାରା ମାଛ ବାସସ୍ଥାନ ପ୍ରଭାବିତ ହେବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର...

ସ୍ତ୍ରୀ, ପୁଅକୁ ଛାଡ଼ି କାଠଯୋଡ଼ିକୁ ଡେଇଁବା ଘଟଣା: ସପ୍ତାହେ ପରେ ମିଳିଲା ଦେବବ୍ରତଙ୍କ ମୃତଦେହ

କଟକ ଅଫିସ/କଣ୍ଟାପଡ଼ା,୧୬।୧୦(ଡି.ଏନ୍‌.ଏ.): ସପ୍ତାହେ ପରେ କାଠଯୋଡ଼ିକୁ ଡେଇଁ ନିଖୋଜ ହୋଇଯାଇଥିବା ଦେବବ୍ରତ ମହାପାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ୯ ତାରିଖରେ ସ୍ତ୍ରୀଙ୍କ ସହ ଝଗଡ଼ା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *