Posted inଜାତୀୟ

ଭାରତୀୟ କ୍ରିକେଟ ଟିମ୍‌ର ପରାଜୟ ପରେ କଶ୍ମୀରଘାଟିରେ ଉତ୍ସବ ମନାଇଲେ ବିଚ୍ଛିନ୍ନତାବାଦୀ

ଶ୍ରୀନଗର,୧୧।୭: ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ କ୍ରିକେଟ ଦଳର ପରାଜୟ ପରେ ଜମ୍ମୁ କଶ୍ମୀର ଅଞ୍ଚଳରେ ଉତ୍ସବ ପାଳନ କରାଯାଇଛି। କଶ୍ମୀର ଘାଟିରେ କେତେକ ବିଚ୍ଛିନ୍ନତାବାଦୀ ରାସ୍ତା ଉପରେ ବାଣ ଫୁଟାଇବା ସହ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ। ଶ୍ରୀନଗର ସହିତ ପୁଲଓ୍ବାମା, ଅନନ୍ତନାଗ ଓ ସୋପିଆନ୍‌ ଅଞ୍ଚଳରେ ବାଣ ଫୁଟାଇ ଖୁସି ମନାଉଥିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ସ୍ଥାନରେ ଉତ୍ସବ ମନାଉଥିବା କିଛି ଯୁବକଙ୍କ ସହ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ସୁରକ୍ଷାକର୍ମୀ ପରିସ୍ଥିତିକୁ ଆୟତ୍ତ କରିବାକୁ ଯାଇ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ। ପୋଲିସ ଏନେଇ ସେମାନଙ୍କ ନଁ।ରେ ଏକ ମାମଲା ରୁଜୁ କରିବା ସହ ସିସିଟିଭିକୁ ଆଧାର କରି ତଦନ୍ତ ଜାରି ରଖିଛି।


All Right Reserved By Dharitri.Com

ଗୋଟିଏ ମିନିଟ୍‌ରେ ୬ହଜାର ୫ ଶହ ଗଛ ଲଗାଇ ଇତିହାସ ରଚିଲା ତ୍ରିପୁରା

ଅଗରତାଲା,୨୨।୬: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ଉପସ୍ଥିତିରେ ଚାଲିଥିବା ବୃକ୍ଷରୋପଣ ଅଭିଯାନରେ ଗୋଟିଏ ମିନିଟ୍‌ରେ ପ୍ରାୟ ୬ ହଜାର ୫ ଶହ ବୃକ୍ଷରୋପଣ କରି...

ସମ୍ବର ନେଲା ୬ବର୍ଷ ଛାତ୍ରର ଜୀବନ

ହାଇଦ୍ରାବାଦ୍‌,୧୫।୧୧: ଆନ୍ଧ୍ର ପ୍ରଦେଶ କୁରନୁଲର ଏକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଗରମ ସନ୍‌ମ୍ବରରେ ପଡି ଜଣେ ୬ ବର୍ଷ ଛାତ୍ରର ମୃତ୍ୟୁ ଘଟିଛି। ମୃତ...

ମୋଦି ଧ୍ୟାନ କରୁଥିବା ଗୁମ୍ଫାରେ ରହିବାକୁ ଚାହିଁଲେ ଗୋଟିଏ ରାତି ପାଇଁ ଦେବାକୁ ପଡିବ ୯୯୦ଟଙ୍କା

ଡେରାଡୁନ,୨୦।୫: ଗେରୁଆ ବସ୍ତ୍ରପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥର ଯେଉଁ ଗୁମ୍ଫାରେ ଧ୍ୟାନ କରୁଥିଲେ ତାହା ଏବେ ବେଶ୍‌ ଚର୍ଚ୍ଚିତ। ଶନିବାର ଏହି ଫଟୋଟି ସୋସିଆଲ...

ଚା’ ପତି କିଲୋ ୫୦ ହଜାର…

ଚା’ ପତି କିଲୋ ପୁଣି ହଜାର ହଜାର ଟଙ୍କା ଶୁଣିଲେ ଯେ କେହି ଚକିତ ହେବେ। ତେବେ ଆସାମରେ ଏଭଳି ଏକ ସ୍ବତନ୍ତ୍ର ଚା’ ପତି...

ଏଣିକି ପୋଲିସକର୍ମୀ ନିଜସ୍ବ ଗାଡ଼ିରେ ପୋଲିସ ଷ୍ଟିକର ଲଗାଇଲେ ଯିବାକୁ ପଡ଼ିପାରେ ଜେଲ୍‌

ମୁମ୍ବାଇ,୧।୭: ମହାରାଷ୍ଟ୍ରରେ ଏଣିକି ପୋଲିସ କର୍ମଚାରୀ ନିଜସ୍ବ ଗାଡିରେ ପୋଲିସ ଷ୍ଟିକର ଲଗାଇପାରିବେନି। ଯଦି କୌଣସି ବ୍ୟକ୍ତି ଲଗାନ୍ତି ତାହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ...

ଖେଳ ପଡ଼ିଆରୁ ଯୁଦ୍ଧ ପଡ଼ିଆ: ଧୋନୀଙ୍କ ମିଶନ କଶ୍ମୀର ଆରମ୍ଭ

ଶ୍ରୀନଗର,୩୧।୭: କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଏବେ ଖେଳ ପଡ଼ିଆରୁ ଯୁଦ୍ଧ ପଡ଼ିଆକୁ ଓହ୍ଲାଇଛନ୍ତି। ତାଙ୍କର ମିଶନ କଶ୍ମୀର ବୁଧବାରଠାରୁ ଆରମ୍ଭ ହୋଇଛି।ଏଠାରେ ୧୦୬-ପ୍ରାଦେଶିକ ସେନାରେ...

ଭାରତ-ପାକ୍‌ ସୀମାରୁ ମିଳିଲା ୨୦ ବର୍ଷ ତଳର ଲ୍ୟାଣ୍ଡମାଇନ୍‌

ଜୟପୁର : ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲାସ୍ଥିତ ଭାରତ-ପାକ୍‌ ସୀମାରେ ୨୦ ବର୍ଷ ତଳର ପୁରୁଣା ଲ୍ୟାଣ୍ଡମାଇନ ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଖବର ମିଳିବା ପରେ...

୩ଟି ସ୍ତମ୍ଭ ଉପରେ ରହିଛି ଏକବିଂଶ ଶତାବ୍ଦୀର ମୂଳଦୁଆ: ପ୍ରଧାନମନ୍ତ୍ରୀ

ଚେନ୍ନାଇ,୩୦।୯: ଏକବିଂଶ ଶତାବ୍ଦୀର ମୂଳଦୁଆ ୩ଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଉପରେ ରହିଛି। ସେଗୁଡ଼ିକ ହେଉଛି ନବୀକରଣ, ଦଳଗତକାର୍ଯ୍ୟ ଏବଂ ଜ୍ଞାନକୌଶଳ। ଏସବୁର ବିକାଶରେ ଶତାବ୍ଦୀର ଧାର୍ଯ୍ୟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *