Posted inଫୁରସତ

ବର୍ଷରେ ଏହି ଦିନ ଗାଁରେ ରହିଲେ ମୃତ୍ୟୁ ହୁଏ ବୋଲି ବିଶ୍ୱାସ କରି ଘର ଛାଡନ୍ତି ଲୋକେ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ। ଉତ୍ତରପ୍ରଦେଶ ମହାରାଜଗଞ୍ଜ୍‌ ଜିଲା ବେଲଓ୍ବା ଚୌଧୁରୀ ଗାଁରେ ରହିଛି ଏଭଳି ଏକ ଅଜବ ପରମ୍ପରା। ଏଠାରେ ବର୍ଷରେ ଗୋଟିଏ ଦିନ ବୁଦ୍ଧ ପୂର୍ଣ୍ଣିମାରେ ସବୁ ବାସିନ୍ଦା ଘର ଛାଡି ଗାଁ ବାହାରକୁ ପଳାଇଥାନ୍ତି। ସାଙ୍ଗରେ ଗୃହପାଳିତ ପଶୁଙ୍କୁ ମଧ୍ୟ ନେଇ ଯାଇଥାନ୍ତି। ଏହାକୁ ସ୍ଥାନୀୟ ଲୋକ ପରାଓ୍ବନ ପର୍ବ କୁହନ୍ତି। ଗ୍ରାମବାସୀମାନେ ଶାପରୁ ରକ୍ଷା ପାଇଁ ଏହି ଦିନ ଗାଁ ଛାଡି ଚାଲିଯାଇଥାନ୍ତି। ଏହି ଦିନ ଗାଁରେ ରହୁଥିବା ବ୍ୟକ୍ତି କିମ୍ବା ପଶୁପକ୍ଷୀଙ୍କ ମୃତ୍ୟୁ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଗାଁ ଲୋକଙ୍କ କହିବା ଅନୁସାରେ ୨ଶହ ବର୍ଷ ତଳେ ଗାଁକୁ ଜଣେ ସାଧୁ ବୁଦ୍ଧପୂର୍ଣ୍ଣିମା ଦିନ ଆସିଥିଲେ। ଗ୍ରାମବାସୀଙ୍କ ପାଖରେ ସାଧୁ ଆସିବାର ସୂଚନା ନ ଥିଲା। ତେଣୁ ତାଙ୍କର ଉଚିତ ସ୍ବାଗତ କରାଯାଇ ନ ଥିଲା। ଏଥିରେ କ୍ରୋଧ ପ୍ରକାଶ କରି ସାଧୁ ଅଭିଶାପ ଦେଇଥିଲେ। ତେଣୁ ଏଭଳି ହୋଇଥାଏ ବୋଲି ଲୋକେ କୁହନ୍ତି।


All Right Reserved By Dharitri.Com

ବଡବିଲ୍‌ରୁ ଚୋରି ହାଇଓ୍ବା ଝାଡଖଣ୍ଡରୁ ଜବତ, ମାଷ୍ଟରମାଇଣ୍ଡ ସହ ୩ ଗିରଫ

ବଡ଼ବିଲ, ୨୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ହାଇଓ୍ବାକୁ ପୋଲିସ ବୁଧବାର ରାତିରେ ଝାଡଖଣ୍ଡରୁ...

ବିଶ୍ୱର ସବୁଠୁ ବିପଜ୍ଜନକ ପୋଲ

ପେରୁର ଏକ ଆଦିବାସୀ ଗାଁ କୁଜ୍‌କୋ; ଯାହା ମୁଖ୍ୟ ସହର ସହ ସଂଯୁକ୍ତ ହେବା ପାଇଁ ଏକ ଦଉଡ଼ି ପୋଲର ସହାୟତା ନେଇଥାଏ, ତାକୁ ବିଶ୍ୱର...

ଗାର୍ଲଫ୍ରେଣ୍ଡ୍‌ଙ୍କୁ ଯୁବକ ପିନ୍ଧାଇଲେ ଏମିତି ମୁଦି, ଦେଖିଲେ ଲାଗିବ ଘୃଣା

ଶୋସିଆଲ ମିଡିଆରେ ଏକ ଏନ୍‌ଗେଜ୍‌ମେଣ୍ଟ ରିଙ୍ଗ୍‌ ଭାଇରାଲ ହୋଇଛି। ଏହି ରିଙ୍ଗ୍‌ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବା ସହ ଘୃଣା ବି କରିବ। ଏହି...

କମ୍‌ ମାର୍କ ପାଇଁ ମାଟ୍ରିକ ବେଷ୍ଟଟେନ୍‌ରୁ ବଞ୍ଚତ୍ତ ହୋଇଥିଲି

ଭେଡ଼େନ ବିଡିଓ ମୁରଲୀଧର ନାୟକ। ଜଣେ ଆଶୁକବି। ବିଭିନ୍ନ ସଭାସମିତିରେ ସୁନ୍ଦର କବିତା, ଗୀତ ମାଧ୍ୟମରେ ନିଜର ବକ୍ତବ୍ୟ ରଖୁଥିବା ମୁରଲୀଧରଙ୍କ ଜନ୍ମ ଅନୁଗୋଳ ଜିଲା...

ଡେରାଡୁନ୍‌ର ଏକ ଗଳିର ନାଁ ଲୈଲା-ମଜ୍‌ନୁ, କାହିଁକି ଜାଣନ୍ତି

ଲୈଲା-ମଜ୍‌ନୁଙ୍କ ପ୍ରେମ ସମ୍ପର୍କ ସମସ୍ତଙ୍କୁ ଊଣା ଅଧିକେ ଜଣା। ଏମାନଙ୍କ ପ୍ରେମକୁ ନେଇ ଅନେକ କାହାଣୀ ଥିବାବେଳେ କିଛି ଫିଲ୍ମ ମଧ୍ୟ ନିର୍ମାଣ ହୋଇସାରିଛି। ଏହା...

ବଧିରଙ୍କୁ କର୍ମ ନିଯୁକ୍ତି ଦେବା ପାଇଁ ‘ସାଇଲେଣ୍ଟ କାଫେ’

ବଧିର ବ୍ୟକ୍ତିମାନଙ୍କୁ କର୍ମନିଯୁକ୍ତି ଦେବା ପାଇଁ ଷ୍ଟାରବକ୍ସ ନାମକ ଏକ କମ୍ପାନୀ ଏଇ କିଛିଦିନ ତଳେ ଚାଇନାର ଗୁଆଙ୍ଗଝୁଠାରେ ସାଇଲେଣ୍ଟ କାଫେର ଶୁଭାରମ୍ଭ କରିଛି। ଏହି...

୯୦ ବର୍ଷ ବୟସରେ ପୁଲ୍‌-ଅପ୍‌ସ: ଚର୍ଚ୍ଚାରେ ଅବସରପ୍ରାପ୍ତ ଏୟାର ମାର୍ଶାଲ

ନୂଆଦିଲ୍ଲୀ: ନିଜକୁ ଫିଟ୍‌ରଖିବା ଲାଗି ସମସ୍ତେ ଚାହାନ୍ତି। ହେଲେ ସମୟ ଅଭାବରୁ ଅଧିକାଂଶ ଜିମ୍‌ ଯିବା କିମ୍ବା ଶାରୀରିକ ପରିଶ୍ରମ କରିବା ପସନ୍ଦ କରି ନ...

ମଙ୍ଗଳରେ ଅମ୍ଳଜାନ

ଓ୍ବାଶିଂଟନ: ଲାଲ୍‌ ଗ୍ରହ ମଙ୍ଗଳରେ ଅମ୍ଳଜାନ ଅଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଏପରି ଦାବି କରିଛି। ମଙ୍ଗଳରେ ଜୀବନ ଖୋଜୁଥିବା ନାସାର ରୋଭର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *