ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ଜନ୍ମଦିନରେ ଖୁବ୍‌ ମଜା କଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ବେଳେ ବେଳେ ଆସି ଯାଆନ୍ତି ଚର୍ଚ୍ଚାକୁ। ବିଶେଷ କରି ତାଙ୍କ ଲଭ୍‌ ଅଫେୟାର୍ସ ହେଉ ଅବା ତାଙ୍କ ବିବାହ ଏସବୁ ପାଇଁ ସେ ଥାଆନ୍ତି ଖବରର ଶିରୋନାମାରେ। ଗତ ୯ ତାରିଖରେ ସଲମାନଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡ ସଙ୍ଗିତା ବିଜଲାନିଙ୍କର ଥିଲା ଜନ୍ମଦିନ। ଆଉ ଏହି ଅବସରରେ ସଲମାନ ତାଙ୍କ ର୍ୟୁମର ଗର୍ଲ ଫ୍ରେଣ୍ଡ ୟୁଲିୟା ବନ୍ତୁରଙ୍କ ସହ ସେଠାରେ ପହଞ୍ଚିଥିଲେ। ଏବେ ସେହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସଲମାନ ସଙ୍ଗିତାଙ୍କର ଖୁବ୍‌ ନିକଟରେ ଥିବା ବେଳେ ପାଖରେ ଅଛନ୍ତି ୟୁଲିୟା। ତେବେ ସଙ୍ଗିତାଙ୍କ ଜନ୍ମଦିନ ପାର୍ଟିରେ ସଲମାନ ପହଞ୍ଚିବା ଯେତିକି ଆଶ୍ଚର୍ଯ୍ୟ ସୃଷ୍ଟି କରି ନ ଥିଲା ସେଠାରେ ୟୁଲିୟାଙ୍କୁ ଦେଖି ପ୍ରାୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ହେଲେ ଉଭୟ ସେଠାରେ ଖୁବ୍‌ ମସ୍ତି କରିଥିଲେ। ଆଉ କମ୍ଫଟେବଲ୍‌ ବି ଥିଲେ।


All Right Reserved By Dharitri.Com

ବାହାହେବାକୁ ପ୍ରସ୍ତୁତ ହେଲେଣି ଅରବାଜ !

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଅରବାଜ ଖାଁ ପତ୍ନୀ ମଲାଇକାଙ୍କଠାରୁ ଅଲଗା ହେବା ପରେ ଯେତିକି ଚର୍ଚ୍ଚାକୁ ଆସି ନ ଥିଲେ ତା’ଠାରୁ ଅଧିକ ଚର୍ଚ୍ଚିତ ହୋଇଥିଲେ...

ଫିଲ୍ମ ‘୮୩’ରେ ଦୀପିକାଙ୍କ ପ୍ରଥମ ଫଟୋ ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ୧୯୮୩ ମସିହା ବିଶ୍ୱକପ ବିଜେତା କପିଲ ଦେବଙ୍କ ଉପରେ ନିର୍ମାଣ ହୋଇଛି ଫିଲ୍ମ ‘୮୩’। ଏଥିରେ ମୁଖ୍ୟ...

ଟ୍ବିଙ୍କିଲ୍‌ କାନରେ ପିନ୍ଧିଲେ ପିଆଜ ଇୟର ରିଙ୍ଗ୍‌

ମୁମ୍ବାଇ: ପିଆଜ ଦାମ ଆକାଶ ଛୁଆଁ ହୋଇଛି। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ବହୁ ରୋଚକ ଫଟୋ ଶେୟାର କରାଯାଉଛି। ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖାନ୍ନାଙ୍କୁ...

ପ୍ରିନ୍‌ସେସ୍‌ ଲୁକ୍‌ରେ ନୀଳନୟନା

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ଇଟାଲୀର ରୋମ ସହରରେ। ତାଙ୍କ ସହିତ ସ୍ବାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟା ମଧ୍ୟ ଅଛନ୍ତି। ଦୁଇଦିନ...

କରୀନାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଡେବ୍ୟୁ କଲେ ପୁଅ ତୈମୁର

ଏମିତି କୌଣସି ଦିନ ନାହିଁ, ଯେଉଁଦିନ ଅଭିନେତ୍ରୀ କରୀନା କପୁର ଚର୍ଚ୍ଚାରେ ରହିନାହାନ୍ତି। ଗୋଟିଏ ଦିନ ପୂର୍ବରୁ ସେ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଡେବ୍ୟୁ କରିଥିଲେ। ଏବେ...

ରାଜ୍‌ କପୁରଙ୍କ ଶାକାହାରୀ ରହସ୍ୟ

ବଲିଉଡ୍‌ର ଶୋ’ ମ୍ୟାନ୍‌ ରାଜ କପୁର। କେବଳ ଜଣେ ଅଭିନେତା ନୁହନ୍ତି, ଜଣେ ପ୍ରଯୋଜକ, ନିର୍ଦ୍ଦେଶକ ଭାବରେ ତାଙ୍କର ବେଶ୍‌ ସୁଖ୍ୟାତି ରହିଛି। ତାଙ୍କ ପ୍ରଯୋଜିତ,...

ଭଉଣୀ ସହ ଭାଇ ଦୁଜ ପାଳିଲେ କାର୍ତ୍ତିକ

ମୁମ୍ବାଇ: ଦୀପାବଳି ସେଲିବ୍ରେସନ ପରେ ଏବେ ବଲିଉଡ୍‌ରେ ଭାଇ ଦୁଜ ପାଳନ କରାଯାଇଛି। ଭାଇ ଭଉଣୀଙ୍କ ଭଲ ପାଇବାକୁ ପ୍ରତୀକ ଭାବେ ଜଣାଯାଉଥିବା ଏହି ପର୍ବକୁ...

ଆଖୁ କିଆରିରେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଷ୍ଟାରକିଡ୍‌ ଅନନ୍ୟା ପାଣ୍ଡେ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ ତାଙ୍କର ଏକ ଫଟୋ ସାସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ୟୁଜର୍ସ...

Leave a comment

Your email address will not be published. Required fields are marked *