ଶାନ୍ତି ଶୃଙ୍ଖଳା ସହିତ ସରିଲା ନିର୍ବାଚନ: ଇଭିଏମରେ ସିଲ୍‌ ୮୧ ପ୍ରାର୍ଥୀଙ୍କ ଭାଗ୍ୟ

ବାରିପଦା ଅଫିସ, ୩୦।୪- ଚତୁର୍ଥ ପର୍ଯ୍ୟାୟ ମତଦାନ ସୋମବାର ସକାଳୁ ମୟୂରଭଞ୍ଜ ଜିଲାରେ ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଯାଇଛି। କିଛି ବୁଥରେ ଆରମ୍ଭରୁ ଇଭିଏମ ଖରାପ ହେବାରୁ ବିଳମ୍ବରେ ଭୋଟ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ତେବେ ଅନ୍ୟ କିଛି ବୁଥରେ ପୋଲିଂ କର୍ମଚାରୀ ଓ ଭୋଟରଙ୍କ ମଧ୍ୟରେ କଥା କଟାକଟି ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ତେବେ ପ୍ରଶାସନ ତୁରନ୍ତ ଅନ୍ୟ ଇଭିଏମର ବ୍ୟବସ୍ଥା କରିବାପରେ ଭୋଟ ଦାନ ଆରମ୍ଭ ହୋଇଥିଲା। ପ୍ରବଳ ଖରା ଯୋଗୁ ଭୋଟ ଦାନ ମଧ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା। କେବଳ ଆଦର୍ଶ ବୁଥଗୁଡିକରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟ ବୁଥ ଗୁଡିକରେ ଲୋକେ ଖରାରେ ଠିଆ ହୋଇଥିଲେ। ସେହିପରି ପ୍ରବଳ ଖରା ଯୋଗୁ ସକାଳ ୭ ରୁ ଦିନ ୧୨ ଯାଏଁ ବୁଥ ଗୁଡିକରେ ଭିଡ଼ ଲାଗି ରହିଥିଲା। ୪ ଟା ପରେ ପୁନର୍ବାର ଲୋକଙ୍କ ଭିଡ଼ ଜମିଥିଲା। ଉପରୋକ୍ତ ୮ ଟି ନିର୍ବାଚନ ମଣ୍ଡଳୀର ମୋଟ ୨୧୨୩ଟି ବୁଥରେ ଭୋଟ ଗ୍ରହଣ କରାଯାଇଛି।  ଏଥି ଗୁଡିକ ମଧ୍ୟରୁ ୪୮ ଟି ଅତି ସମ୍ବେଦନଶୀଳ ଥିବାବେଳେ ୧୩୮ଟି ବୁଥ୍‌ ସମ୍ବେଦନଶୀଳ ରହିଛି। ସେହିପରି ସୁରକ୍ଷା ଦୃଷ୍ଟିରୁ ୨୧୮ ବୁଥରେ ସିସି ଟିଭି, ୧୯୩ ବୁଥରେ ମାଇକ୍ରୋ ଓବଜରଭର, ୪୧ ଟି ବୁଥରେ ଭିଡିଓ ଫଟୋଗ୍ରାଫି, ୨୨୦ ବୁଥରେ ୱେବ କାଷ୍ଟିଂ ଏବଂ ୩୦ ଟି ବୁଥରେ ଷ୍ଟିଲ କ୍ୟାମେରାରେ ଫଟୋ ଉଠାଯାଇଥିଲା। ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ୧୩, ୯୬୨ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ମୟୂରଭଞ୍ଜ ଲୋକସଭା ସହିତ ୮ ଟି ବିଧାନସଭା ଆସନରେ ୮୧ ଜଣ ପ୍ରାର୍ଥୀ ରହିଛନ୍ତି। ଏହି ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ପାଇଁ କରାଯାଇଥିବା ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରଖାଯିବ। ସମସ୍ତ ଦଳୀୟ ପ୍ରାର୍ଥୀଙ୍କ ଉପସ୍ଥିତିରେ ଏହି ଷ୍ଟ୍ରଙ୍ଗରୁମକୁ ସିଲ୍‌ କରାଯିବ। ଏହା ପରେ ମେ ୨୩ରେ ଭୋଟ ଗଣତି କରାଯିବ। ମୟୂରଭଞ୍ଜ ଲୋକ ସଭା ଆସନ ପାଇଁ ୮ ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ସାରସକଣା ବିଧାନସଭା ଆସନରେ ୧୦ ଜଣ, ଉଦଳା ବିଧାନସଭା ଆସନରେ ୫ ଜଣ, ମୋରଡ଼ା ବିଧାନସଭା ଆସନରେ ୧୩ ଜଣ, ବାଙ୍ଗିରିପୋଷି ବିଧାନସଭା ଆସନରେ ୧୧, ବଡ଼ସାହି ବିଧାନସଭା ଆସନରେ ୮, ବାରିପଦା ବିଧାନସଭା ଆସନରେ ୭ ଜଣ,  ରାଇରଙ୍ଗପୁର ବିଧାନସଭା ଆସନରେ ୯ ଜଣ ଓ ଯଶିପୁର ବିଧାନସଭା ଆସନରେ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଏହି ୮ ଟି ବିଧାନସଭା ଆସନରେ ମୋଟ ୧୬ ଲକ୍ଷ ୮୦ ହଜାର ୧୨ ଜଣ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ୮ ଲକ୍ଷ ୨୫ ହଜାର ୨୫ ଜଣ ମହିଳା ଓ ୮ ଲକ୍ଷ ୨୩ ହଜାର ୬୪୪ ଜଣ ପୁରୁଷ ଭୋଟର ରହିଛନ୍ତି।


All Right Reserved By Dharitri.Com

ବସ୍‌କୁ ଧକ୍କାଦେଲା ବସ୍‌: ୧୦ ଗୁରୁତର

ରେମୁଣା,୨୫।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ବିସିଇଟି କଲେଜ ସମ୍ମୁଖରେ ଶୁକ୍ରବାର ଅପରାହ୍ନରେ ଦୁର୍ଘଟଣା ଘଟିଛି। ନୀଳମାଧବ ନାମକ ଏକ ବସ୍‌କୁ ସାମଲ ବସ୍‌...

ବାଲେଶ୍ୱର ଭିଜିଲାନ୍ସ, ବନବିଭାଗର ଚଢ଼ାଉ: ମୂଲ୍ୟବାନ କାଠ ସହ ଗାଡ଼ି ଜବତ

ସଜନାଗଡ଼, ୨୪।୯(ଡି.ଏନ.ଏ.)-ବାଲେଶ୍ୱର ଭିଜିଲାନ୍ସ ଓ ନୀଳଗିରି ବନବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଏକ ଚୋରା କାଠ ବୋଝେଇ ପିକଅପ୍‌ ଭ୍ୟାନ୍‌ (ନଂ. ଓଆର୍‌୦୧ଏ-୩୨୪୬) ଜବତ...

ସ୍କୁଲ ଛାତ୍ରଙ୍କୁ ବହି ବୁହାଇବା ପଡ଼ିଲା ମହଙ୍ଗା: ପ୍ରଧାନଶିକ୍ଷକ ନିଲମ୍ବିତ

ବସ୍ତା,୧୭।୨(ଡି.ଏନ.ଏ): ସ୍କୁଲ ଛାତ୍ରଙ୍କୁ ସାଇକେଲରେ ବହି ବୁହାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିପଦ ଜେନାଙ୍କୁ ନିଲମ୍ବିତ କରାଯାଇଛି। ବସ୍ତା...

ମାଟ୍ରିକ ପରୀକ୍ଷା ଫଳ: କେନ୍ଦୁଝର ଜିଲାରେ ପାସ ହାର ୭୧.୪୬%

କେନ୍ଦୁଝର, ୨୧ା୫(ସ୍ବ.ପ୍ର.): ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲାରେ ପାସ ହାର ୭୧.୪୬% ରହିଥିବା ଜିଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର...

ଭଦ୍ରକ ହେବ ସ୍ମାର୍ଟସିଟି: ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ

ଭଦ୍ରକ ଅଫିସ, ୨୭।୬- ଭଦ୍ରକ ସହରକୁ ସ୍ମାର୍ଟସିଟି କରାଯିବା ପାଇଁ ନବନିର୍ବାଚିତ ବିଧାୟକ ସଞ୍ଜୀବ ମଲ୍ଲିକ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସହର ସାରା ଅଧିକାଂଶ ରାସ୍ତାକଡ଼...

ଡାକ୍ତର ଓ ସ୍ବାସ୍ଥ୍ୟ ସେବିକାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ୩ ଘଣ୍ଟା ଧରି ରୋଗୀସେବା ବ୍ୟାହତ

ବାରିପଦା ଅଫିସ, ୩୦।୬- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍‌ପିଟାଲରେ ଚିକତ୍ସା ସେବା ନ ମିଳିବା ଘଟଣାକୁ ନେଇ ଶନିବାର...

ପାରିିବାରିକ କଳହ: ଦୁଇ ଘଣ୍ଟାରେ ଦୁଇ ସାଙ୍ଗଙ୍କ ଆତ୍ମହତ୍ୟା

ବାଲେଶ୍ୱର ଅଫିସ, ୧୯।୧୦-ପାରିବାରିକ କଳହକୁ କେନ୍ଦ୍ର କରି ତ୍ରିଲୋଚନ ଜେନା ନାମକ ଜଣେ ଯୁବକ ଆତ୍ମହତ୍ୟା କରିବା ଘଟଣାରେ ବ୍ୟଥିତ ହୋଇ ତାଙ୍କର ଜଣେ ବନ୍ଧୁ...

ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ହିଁ ଶିଶୁ ମହୋତ୍ସବ

ସିମୁଳିଆ, ୨୭।୧୦(ଡି.ଏନ.ଏ.)-ସିମୁଳିଆ ମଣ୍ଡଳସ୍ତରୀୟ ଶିଶୁ ମହୋସତ୍ବ ସୁରଭି-୨୦୧୯ ଶନିବାର ମାର୍କୋଣା ରଘୁନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ...

Leave a comment

Your email address will not be published. Required fields are marked *