Posted inଜାତୀୟ

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା: ନିର୍ମାଣ ହେବ ଲକ୍ଷେ ୨୫ ହଜାର କିମି ରାସ୍ତା; ଖର୍ଚ୍ଚ ହେବ ୮୦ ହଜାର କୋଟି

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ତୃତୀୟ ପର୍ଯ୍ୟାୟରେ ଦେଶର ଗ୍ରାମୀଣ ଅଞ୍ଚଳରେ ଲକ୍ଷେ ୨୫ ହଜାର କିମି ରାସ୍ତା ନିର୍ମାଣ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥିରେ ୮୦ ହଜାର ୨ଶହ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି। ସେଥିମଧ୍ୟରୁ କେନ୍ଦ୍ର ସରକାର ୫୩ ହଜାର ୮ଶହ କୋଟି ଏବଂ ରାଜ୍ୟ ସରକାର ୨୬ ହଜାର ୪ ଶହ ୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏନେଇ କ୍ୟାବିନେଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପାଣ୍ଠି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ୬୦ ଅନୁପାତ ୪୦ରେ ଖର୍ଚ୍ଚ କରାଯିବ। ତେବେ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଆଦି ୩ ରାଜ୍ୟରେ ଏହା ୯୦ ଅନୁପାତ ୧୦ରେ ଖର୍ଚ୍ଚ ହେବ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଇତିମଧ୍ୟରେ ୫ ଲକ୍ଷ ୯୯ ହଜାର କିମି ରାସ୍ତା ନିର୍ମିତ ହୋଇଛି।


All Right Reserved By

ଗୋଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା ବିଧାୟକ

ପଣଜୀ,୧୩।୭: ଗୋଆ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଶନିବାର ହୋଇଛି। ନିକଟରେ କଂଗ୍ରେସରୁ ଇସ୍ତଫା ଦେଇ ଭାଜପାରେ ଯୋଗ ଦେଇଥିବା ୧୦ ଜଣ ବିଧାୟକଙ୍କ ମଧ୍ୟରୁ ୩ ଜଣଙ୍କୁ...

ଏମ୍ସରେ ଭର୍ତ୍ତି ହେଲେ ରାମଦେବଙ୍କ ମୁଖ୍ୟ ସହଯୋଗୀ

ନୂଆଦିଲ୍ଲୀ,୨୩।୮: ଯୋଗଗୁରୁ ବାବା ରାମଦେବଙ୍କ ମୁଖ୍ୟ ସହଯୋଗୀ ବାଲକ୍ରିଷ୍ଣନ ଶୁକ୍ରବାର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହରିଦ୍ୱାରରେ ଥିବା ଅଲ୍‌ ଇଣ୍ଡିଆା ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌...

ବନ୍ଧୁତ୍ୱ ଦିବସରେ ମୋଦିଙ୍କୁ ଟୁଇଟ୍‌ କଲେ ବେଞ୍ଜାମିନ୍‌ ନେତାନ୍ୟାହୁ: ଲେଖିଲେ ଶୋଲେ ଫିଲ୍ମର ‘ ୟେ ଦୋସ୍ତି ହମ୍‌ ନେହିଁ ଛୋଡ଼େଙ୍ଗେ’ ଗୀତର ଧାଡ଼ିଏ

ନୂଆଦିଲ୍ଲୀ,୪।୮: ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସରେ ଇସ୍ରାଏଲ୍‌ ରାଷ୍ଟ୍ରପତି ବେଞ୍ଜାମିନ୍‌ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ବନ୍ଧୁତା ଆଗାମୀ ଦିନରେ...

ବୋହୂକୁ ବଞ୍ଚାଇବାକୁ ଯାଇ ପୁଅକୁ ଗୁଳିକଲେ ମା’

କୋଲକାତା,୨୫।୬: ଚଳିତ ଦିନରେ ଶାଶୁ ବୋହୂଙ୍କ କଳି ସବୁବେଳେ ଶୁଣିବାକୁ ମିଳୁଥିବା ବେଳେ ପଶ୍ଚିମ ବଙ୍ଗରେ ଜଣେ ଶାଶୁ ବୋହୂ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।...

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଶତ୍ରୁଘ୍ନ

ନୂଆଦିଲ୍ଲୀ,୧।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନା ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା...

ଗେହଲଟଙ୍କୁ ହଟାଇବା ପାଇଁ କଂଗ୍ରେସ ବିଧାୟକଙ୍କ ଦାବି

ଜୟପୁର,୬ା୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ହଟାଇ ସଚିନ୍‌ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କଂଗ୍ରେସ ବିଧାୟକ ପୃଥ୍ବୀରାଜ ମୀନା ଦାବି କରିଛନ୍ତି। ସାଧାରଣ ନିର୍ବାଚନରେ...

ଜନ୍ମ ତାରିଖରୁ ଜାଣନ୍ତୁ ଶୁଭାଶୁଭ

ଜ୍ୟୋତିଷାଚାର୍ଯ୍ୟ ମନିଷ ଶର୍ମାଙ୍କ ଗଣନାରେ ଜନ୍ମ ତାରିଖ ଅନୁଯାୟୀ ଅଗଷ୍ଟ ୧୨ରୁ ୧୮ ତାରିଖ ମଧ୍ୟରେ ଦିନ କେମିତି କଟିବ ତାହା ଜାଣନ୍ତୁ। *୧,୧୦,୧୯ ଓ...

କାଚ ଖାଇ ବଞ୍ଚୁଛନ୍ତି ଓକିଲ ବାବୁ

ଭୋପାଳ,୧୪।୯: ମଧ୍ୟପ୍ରଦେଶର ଡିଣ୍ଡୋରିରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କାଚ ଖାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *