କାଜୁ ଚାରାରୋପଣ ପ୍ରହସନ

କେନ୍ଦୁଝର, ୩୦ା୪(ଡି.ଏନ.ଏ.): କେନ୍ଦୁଝର ଜିଲାରେ କାଜୁ ଚାରାରୋପଣ ଯୋଜନା ପ୍ରହସନରେ ପରିଣତ ହୋଇଛି। ଜିଲାର ବିଭିନ୍ନ ସ୍ଥାନରେ ପତିତ ଜମିରେ କାଜୁ ଚାରାରୋପଣ କରାଯାଇଥିଲା। ଏଥିପାଇଁ ସରକାରଙ୍କ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଆଶାନୁରୂପ ଭାବେ ଏହି ଯୋଜନା ସଫଳ ହୋଇନି। ଏଭଳି ଏକ ଘଟଣା ସଦର ବ୍ଲକ ବାଉରୀପଦା ପଞ୍ଚାୟତ ମନୋହରପୁର ନିକଟରେ ଦେଖିବାକୁ ମିଳିଛି। ମନୋହରପୁର ନିକଟରେ ଥିବା କେତେକ ପତିତ ଏବଂ ସରକାରୀ ଜମିରେ କାଜୁ ଚାରାରୋପଣ କରାଯାଇଥିଲା। ମୃତ୍ତିକା ସଂରକ୍ଷଣ ଏବଂ ଉଦ୍ୟାନ ବିଭାଗ ତରଫରୁ ୨ ବର୍ଷ ତଳେ ଏଠାରେ କାଜୁ ଚାରା ଲଗାଯାଇଥିଲା। ଏବେ ତାହାର ଦେଖା ଦର୍ଶନ ମିଳୁ ନ ଥିବା ଜଣାଯାଇଛି। କେତେକ ସ୍ଥାନରେ ଅଳ୍ପ ଗଛ ବଞ୍ଚିଥିବା ଦେଖାଯାଉଛି। ଏଥିପାଇଁ ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।


All Right Reserved By Dharitri.Com

ଥଇଥାନ ପାଇଁ ଜିଲାପାଳଙ୍କୁ ଭେଟିଲେ ବ୍ୟବସାୟୀ

ଭଦ୍ରକ ଅଫିସ, ୪।୭ – ଭଦ୍ରକ ସହରରୁ ଜବରଦଖଲ ଉଚ୍ଛେଦ ପରେ ରୋଜଗାର ହରାଇଥିବା ଦୋକାନୀମାନଙ୍କୁ ଥଇଥାନ ଦାବିରେ ସିପିଆଇ(ଏମ୍‌)ର ଜିଲା କମିଟି ବୁଧବାର ଜିଲାପାଳଙ୍କୁ...

ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ, ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୨୩।୧: ବାଲେଶ୍ୱର ପୋଲିସ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ଛାତ୍ରୀଛାତ୍ର ଓ ଅଭିଭାବକ ଧାରଣାରେ ବସିଛନ୍ତି। ଗୁରୁବାର ବିଭିନ୍ନ ଦାବି ନେଇ ଛାତ୍ରୀଛାତ୍ର ଓ...

‘ଶିକ୍ଷାର ମାନ ବଢ଼ିଲେ ଆସିବ ପରିବର୍ତ୍ତନ’ – ନିଆରା ବ୍ୟକ୍ତିତ୍ୱ ସନାତନ

ସିମୁଳିଆ, ୪ା୧୧(ସନ୍ତୋଷ କୁମାର ନାୟକ)- ଚାକିରି ଜୀବନରୁ ଅବସର ନେବା ପରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା,ଶିକ୍ଷାର ଗୁଣାତ୍ମକ ବିକାଶ ଓ ସମାଜସେବା ଭଳି ନାନା କାର୍ଯ୍ୟରେ ସେ...

ମୋବାଇଲ ଚୋର ଗିରଫ

ଧାମନଗର,୧୨।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଦୋବଲ ବଜାରରେ ମୋବାଇଲ ଦୋକାନ କରିଥିବା ସେକ୍‌ ଇଝାରଙ୍କୁ ମୋବାଇଲ ଚୋରି ଅଭିଯୋଗରେ କେନ୍ଦ୍ରାପଡ଼ା ପୋଲିସ ଗିରଫ କରିଛି। ଇଝାର ଚୋରା...

କାର୍‌ରେ ଲାଗିଲା ନିଆଁ

ସଜନାଗଡ଼, ୨୮।୧୨(ଡି.ଏନ.ଏ.)- ଯାଜପୁର ଟାଉନ ଅଞ୍ଚଳରୁ ରତିରଞ୍ଜନ ପଣ୍ଡା ପରିବାର ସହ ଶନିବାର ଏକ କାର୍‌(ନଂ. ଓଆର୦୨ଏଏମ୍‌-୬୦୦୦)ରେ ନୀଳଗିରି ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ପଞ୍ଚଲିଙ୍ଗେଶ୍ୱର ଶୈବପୀଠ...

ଚମ୍ପୁଆରେ ଫୁଟିଲା ବ୍ରହ୍ମକମଳ

ଚମ୍ପୁଆ, ୧୬।୭(ଡି.ଏନ.ଏ)-ଚମ୍ପୁଆ ଏନଏସି ଅନ୍ତର୍ଗତ ୬ନଂ ୱାର୍ଡର ଡାକ୍ତର ଭବାନୀ ଶଙ୍କର ମହାନ୍ତଙ୍କ ବାଡିରେ ବ୍ରହ୍ମ କମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି। ୬ନଂ ପିଏଚଡି...

ଥମୁନି ଝାଡ଼ାବାନ୍ତି, ପୁଣି ଜଣେ ମୃତ: ପ୍ରଶାସନର ଚେତା ପଶୁନି

ସଜନାଗଡ଼, ୨୯।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ତଥା ଆଖପାଖ ଅଞ୍ଚଳରେ ଝାଡାବାନ୍ତି ଥମିବାର ନଁା ନେଉନି। ଗତ ୪ତାରିଖରୁ ୫୦ରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ଝାଡ଼ାବାନ୍ତିରେ...

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ବିଭ୍ରାଟ

ଖଇରା, ୧୮।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ବିଭ୍ରାଟ ଦେଖାଦେଇଛି । ଏଥିଯୋଗୁ ଅସ୍ତ୍ରୋପଚାର ପାଇଁ ଆସିଥିବା...

Leave a comment

Your email address will not be published. Required fields are marked *