ବେଦିରେ ବସିବା ପୂର୍ବରୁ ବନ୍ଧାହେଲା କୋକେଇ

କେନ୍ଦୁଝର,୧୧।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା କେନ୍ଦୁଆ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସନ୍ଧ୍ୟାରେ ବରବେଶ ହେବାକୁ ଥିବା ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସିଯିବାରୁ ତାଙ୍କର ମୃତ୍ୟୁଘଟିଛି। ମୃତକ ହେଲେ ଲୋକନାଥ ମହାନ୍ତ। ସନ୍ଧ୍ୟାରେ ବାହା ହେବାକୁ ଯାଇଥାନ୍ତେ ଲୋକନାଥ। ମାତ୍ର ଦୁର୍ଭାଗ୍ୟର ବିଷୟ ବେଦିରେ ବସିବା ପୂର୍ବରୁ ତାଙ୍କ କୋକେଇ ବନ୍ଧା ହୋଇଛି।
ପ୍ରକାଶ ଯେ, ଲୋକନାଥଙ୍କ ବିବାହକୁ ନେଇ ଘରେ ପ୍ରସ୍ତୁତି ଜୋରଦାର ଚାଲିଥିଲା। ତେବେ ସକାଳୁ ଲୋକନାଥ ଲାଇଟ ସୁଇଚ ବନ୍ଦ କରିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଥିଲେ। ପରେ ତାଙ୍କୁ ଜିଲା ମୁ୍‌ଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


All Right Reserved By

୧,୦୭,୪୦୮ ଧର୍ତ୍ତବ୍ୟ ଅପରାଧ ପଞ୍ଜୀକୃତ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ହତ୍ୟା, ବଳାତ୍କାର ଓ ଯୌତୁକଜନିତ ଅପରାଧ ଚିନ୍ତାର କାରଣ ହୋଇଛି। ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଶ୍ୱେତପତ୍ର-୨୦୧୮ରୁ ଏହା ଜଣାପଡିଛି। ୨୦୧୮ରେ...

ଡାହାଣୀ ସନ୍ଦେହ : ମହିଳାଙ୍କୁ ମାଡ଼ ମାରି ବିଷ୍ଠା ଖୁଆଇଲେ

ଢେଙ୍କିକୋଟ, ୨୬।୫(ଡି.ଏନ୍‌.ଏ.)- ଡାହାଣୀ ସନ୍ଦେହ ଭଳି ଅନ୍ଧବିଶ୍ୱାସକୁ ନେଇ କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅଧୀନ ଆମ୍ବୁଆପଡ଼ା ଗ୍ରାମରେ ଜଣେ ମହିଳାଙ୍କୁ ବୁଧବାର ଅପରାହ୍ନରେ ଉଲଗ୍ନ...

ଗୁଳିମାଡ଼ରେ ଜଣେ ଗୁରୁତର

ବାଲେଶ୍ୱର ଅଫିସ,୨୫।୭: ବାଲେଶ୍ୱର ଜିଲା ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଆନନ୍ଦ ବଜାରରେ ଗୁରୁବାର ପୂର୍ବାହ୍ନରେ ୬/୭ ଜଣ ଯୁବକ  ତେଲେଙ୍ଗାସାହି ଅଞ୍ଚଳର ରୋହିତ ରାଓ(୧୮)ଙ୍କୁ...

ବଢ଼ିଲା ବସ୍‌ ଭଡ଼ା: କିମି ପିଛା ୧, ୨ ପଇସା, ଯାତ୍ରୀ ଅସନ୍ତୋଷ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ପୁଣି ବସ୍‌ ଭଡ଼ା ବଢ଼ିଲା। ଡିଜେଲ ଦର ବୃଦ୍ଧି ଯୋଗୁ ରାଜ୍ୟ ସରକାର ଏହି ବସ୍‌ ଭଡ଼ା ବୃଦ୍ଧି କରିଥିବା କୁହାଯାଉଛି। ଡିଜେଲ ଦର...

ମୟୂରଭଞ୍ଜ ଜିଲାରେ ନିର୍ବାଚନ ଫଳାଫଳ: ଭାଜପା ୬, ବିଜେଡି ୩ ବିଧାନସଭା ଆସନରେ ବିଜୟୀ

ବାରିପଦା ଅଫିସ,୨୪।୫ : ମୟୂରଭଞ୍ଜ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ବିଶେଶ୍ୱର ଟୁଡୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଡା. ଦେବାଶିଷ ମାରାଣ୍ଡିଙ୍କୁ ହରାଇ...

ବଦାଙ୍ଗିରୁ ବିଦେଶୀ ମଦ ଜବତ

ଭଞ୍ଜନଗର,୧୧।୬(ଡି.ଏନ.ଏ.)- ତାରସିଂ ପୋଲିସ ବୁଧବାର ବଦାଙ୍ଗିରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି। ଏହି ମାମଲାରେ ଅଭିଯୁକ୍ତ ସଞ୍ଜୟ ସାହୁଙ୍କୁ ଗିରଫ କରି ଭଞ୍ଜନଗର...

ଐତିହ୍ୟ ପୃଷ୍ଠାରୁ…: ସରସ୍ବତୀଙ୍କ ପ୍ରତୀକ ରୂପେ ପୂଜା ପାଏ ମାଦଳାପାଞ୍ଜି

ଶ୍ରୀମନ୍ଦିର ସ୍ବତ୍ୱଲିପିରେ ଅଛି-ତଢାଉକରଣ ରୂପେ ମାଦଳାପାଞ୍ଜି ଦିନକୁ ଦିନ ଗଡ଼ାଇ ଲେଖିବେ। ପୁରୁଣା ପାଞ୍ଜିଗୁଡ଼ିକୁ ହଳଦୀ କେଶର ଲଗାଇ ଅବିକଳ ଅବସ୍ଥାରେ ରଖିବେ। ଯେଉଁଦିନ ଯେଉଁ...

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ: ଉପଶାସ୍ତ୍ରୀ, ଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶ

ପୁରୀ ଅଫିସ,୩୦ା୫: ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ୨୦୧୯ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ତୃତୀୟ ବର୍ଷ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ଫଳାଫଳ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *