Posted inଜାତୀୟ

ଅଯୋଧ୍ୟା ମାମଲା: ଜୁଲାଇ ୧୮ରେ ଦାଖଲ ହେବ ମଧ୍ୟସ୍ଥତା ରିପୋର୍ଟ; ୨୫ରୁ ଶୁଣାଣି

ନୂଆଦିଲ୍ଲୀ,୧୧।୭: ଅଯୋଧ୍ୟା ମାମଲାରେ ଜୁଲାଇ ୧୮ରେ ମଧ୍ୟସ୍ଥତା ରିପୋର୍ଟ ଦାଖଲ ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଜୁଲାଇ ୨୫ଠାରୁ ଏହି ମାମଲା ଉପରେ ଶୁଣାଣି ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଆବେଦନକାରୀ ସୂଚିତ କରିଥିଲେ ଯେ, ଏହି ମାମଲାରେ ମଧ୍ୟସ୍ଥଙ୍କ ଠିକ ଭାବେ କାର୍ଯ୍ୟ କରୁ ନାହାଁନ୍ତି। ତେବେ ସୁପ୍ରିମ୍‌କୋର୍ଟ ପ୍ରକାଶ କରିଥିଲେ ମଧ୍ୟସ୍ଥଙ୍କ ଦିଆଯାଇଥିବା ସମୟ ସୀମା ସରିବାକୁ ଯାଉଛି। ଏହାର ରିପୋର୍ଟ ଜୁଲାଇ ୧୮ରେ ଦାଖଲ କରାଯିବ। ଏହାପରେ ଓପନକୋର୍ଟରେ ଏହି ମାମଲାର ଶୁଣାଣି ପ୍ରତିଦିନ କରାଯିବ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସୂଚିତ କରିଛନ୍ତି।


All Right Reserved By Dharitri.Com

ଦିଲ୍ଲୀରେ କ୍ଲିନସୁଇପ୍‌ କଲା ଭାଜପା: ଆପ୍‌ ମୂଳପୋଛ୍‌

ନୂଆଦିଲ୍ଲୀ, ୨୪।୫: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ପରେ ଭଳି ଦିଲ୍ଲୀରେ କ୍ଲିନ୍‌ ସୁଇପ୍‌ କରିଛି ଭାଜପା। ଦିଲ୍ଲୀରେ ୭ଟି ଲୋକ ସଭା ସିଟ୍‌ରେ ଭାଜପା...

ଏସିଡିଟିରୁ ମୁକ୍ତି ପାଇଁ ରାନିଟିଡିନ୍‌ ଔଷଧ ଖାଇଲେ ହୋଇପାରେ କ୍ୟାନସର୍‌: ଡ୍ରଗ୍‌ କଣ୍ଟ୍ରୋଲର୍‌ ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୫।୯: ଏସିଡିଟିରୁ ମୁକ୍ତି ଲାଗି ଡାକ୍ତର ରାନିଟିଡିନ୍‌ ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି। ତେବେ ଏହାକୁ ଖାଇଲେ କ୍ୟାନସର ହେବାର ଆଶଙ୍କା ରହିଥାଏ ବୋଲି ଭାରତୀୟ...

ମୋଦି-ଶାହଙ୍କ ଯୋଡି ଆଜିର କୃଷ୍ଣ-ଅର୍ଜୁନ: ରଜନୀକାନ୍ତ

ଚେନ୍ନାଇ,୧୧।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ମୋଦି ସରକାରଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ଏହାକୁ ନେଇ ରଜନୀକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ରାଜନୀତି ଛାଡ଼ିବେ କୁମାରସ୍ବାମୀ

ହାସାନ୍‌, ୪ା୮(ପି.ଟି.): କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‌ ନେତା କୁମାରସ୍ବାମୀ ରାଜନୀତିରୁ ସନ୍ୟାସ ନେବେ। ଏନେଇ ସେ ଶନିବାର ସଙ୍କେତ ଦେଇଛନ୍ତି। ଅକସ୍ମାତ୍‌ ସେ...

କେଜରିଓ୍ବାଲଙ୍କ ଘର ସମ୍ମୁଖରେ ଭାଜପା କର୍ମକର୍ତ୍ତାଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୨୬।୯: ନ୍ୟାସନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆରସି)କୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦେଇଥିବା ବୟାନକୁ ନେଇ ଭାଜପା ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି। ଏନେଇ...

ଭାଜପା ବିନା ମହାରାଷ୍ଟ୍ରରେ ସରକାର ଗଠନ ଅସମ୍ଭବ

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରରେ ଏବେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଏହାପରେ ବି ଭାରତୀୟ ଜନତା ପାର୍ଟି(ଭାଜପା) ଚୁପ୍‌ ହୋଇ ବସିନାହିଁ। ଏବେବି ସେ ସରକାର ଗଢିବାର...

କଶ୍ମୀର ଆମ ହାତରୁ ଖସିଯାଇପାରେ: ଦିଗ୍‌ବିଜୟ

ନୂଆଦିଲ୍ଲୀ,୧୨।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବ ପରେ ହୁଏତ କେହି ବଡ ବଡ କଂଗ୍ରେସ ନେତା ଏହା ଉପରେ ପ୍ରତିକ୍ରିୟା ରଖି ନ ଥିଲେ।...

ନାଗରିକତ୍ୱ ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୫ା୧୨(ପି.ଟି.): ବିବାଦୀୟ ନାଗରିକତ୍ୱ (ସଂଶୋଧନ) ବିଲ୍‌କୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଫଳରେ ଏହାକୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବା ଲାଗି ପଥ ପରିଷ୍କାର ହୋଇଯାଇଛି।...

Leave a comment

Your email address will not be published. Required fields are marked *