ଜନଧନ ଜମା ୧ ଲକ୍ଷ କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ,୧୧-୭: ଜନଧନ ଯୋଜନାରେ ଖୋଲାଯାଇଥିବା ଆକାଉଣ୍ଟଗୁଡିକରେ ଜମା ପରିମାଣ ୧ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହି ଯୋଜନା ୫ ବର୍ଷ ତଳେ ଆରମ୍ଭ କରାଯାଇଥିଲା। ଅର୍ଥମନ୍ତ୍ରଣାଳୟ ତଥ୍ୟ ମୁତାବକ ଏହି ଜମା ୩୬.୦୬ କୋଟି ଆକାଉଣ୍ଟରେ ରହିଛି। ଉକ୍ତ ଯୋଜନାକୁ ୨୮ ଅଗଷ୍ଟ ୨୦୧୪ରେ ଆରମ୍ଭ କରାଯାଇଥିଲା। ଲୋକମାନଙ୍କୁ ସାର୍ବଜନୀନ ବ୍ୟାଙ୍କ ସେବା ଯୋଗାଣ ନେଇ ଏହାର ଶୁଭାରମ୍ଭ ହୋଇଥିଲା। ଲୋକମାନଙ୍କ ଲାଗି ବେସିସ ସେଭିଙ୍ଗସ ବ୍ୟାଙ୍କ ଡିପୋଜିଟ (ବିଏସ୍‌ବିଡି) ଦ୍ୱାରା ଓଭରଡ୍ରାଫ୍ଟ ସୁବିଧା ଏବଂ ରୁପେ ଡେବିଟ କାର୍ଡ ପ୍ରଦାନ ବ୍ୟବସ୍ଥା କରାଯାଇଥିଲା। ଜନଧନରେ ଜିରୋ ଆକାଉଣ୍ଟ ସଂଖ୍ୟା ୨୦୧୮ ମାର୍ଚ୍ଚରେ ୫.୧୦ କୋଟି ରହିଥିବା ବେଳେ ଏହା ମାର୍ଚ୍ଚ ୨୦୧୯ରେ ୫.୦୭ କୋଟିକୁ ହ୍ରାସ ଘଟିଛି। ୨୮.୪୪ କୋଟି ଆକାଉଣ୍ଟଧାରୀଙ୍କୁ ରୂପେ ଡେବିଟ କାର୍ଡ ପ୍ରଦାନ କରାଯାଇଛି। ବିଏସ୍‌ବିଡି ଖାତାଗୁଡିକରେ କୌଣସି ସର୍ବନିମ୍ନ ବାଲାନ୍ସ ରଖିବା ଆବଶ୍ୟକତା ନ ଥିବା ସରକାର କହିଛନ୍ତି। ଉକ୍ତ ଆକାଉଣ୍ଟଗୁଡିକୁ ପ୍ରୋତ୍ସାହିତ କରିବା ଲାଗି ନୂଆ ଖାତା ଖୋଲିବା ଉପରେ ସରକାର ଦୁର୍ଘଟଣା ବୀମାକୁ ୨ ଲକ୍ଷ ଟଙ୍କାକୁ ବଢାଇଛନ୍ତି। ଏହାର ଓଭରଡ୍ରାଫ୍ଟ ସୀମାକୁ ଦୁଇଗୁଣ କରାଯାଇ ୧୦ ହଜାର କରାଯାଇଛି। ଜନଧନର ୫୦% ଆକାଉଣ୍ଟଧାରୀ ମହିଳା। ଏହି ଖାତା ଦ୍ୱାରା ଲୋକମାନେ ଆବଶ୍ୟକତା ଭିତ୍ତିରେ ଋଣ, ବୀମା, ପେନଶନ ଏବଂ ରେମିଟାନ୍ସ ସୁବିଧା ପାଇପାରିବେ।


All Right Reserved By Dharitri.Com

ଆଜିଠୁ ଇ-ଟିକେଟରେ ଆଦାୟ ହେବ ସର୍ଭିସ ଚାର୍ଜ; ଅଣ ଏସିରେ ୧୫, ଏସିରେ ୩୦ଲାଗିବ

ନୂଆଦିଲ୍ଲୀ,୧-୯: ରବିବାରଠାରୁ ଆଇଆର୍‌ସିଟିସିରୁ ଇ-ଟିକେଟ କିଣିବା ମହଙ୍ଗା ହେବ। ସେପ୍ଟେମ୍ବର ପହିଲାରୁ ଇ-ଟିକେଟ ଉପରେ ସର୍ଭିସ ଚାର୍ଜ ଆଦାୟ କରାଯିବ ବୋଲି ରେଲଓ୍ବେ ପକ୍ଷରୁ ପୂର୍ବରୁ...

ନୂଆ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନ ଚଳାଇଲା ରେଲଓ୍ବେ

ଭୁବନେଶ୍ୱର,୧୮-୪: ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ପୁଣି ଏକ ନୂଆ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କରାଯାଇଛି। ଜୁନ ମାସ ମାସ ଶେଷ ପର୍ଯ୍ୟନ୍ତ...

ଆସୁଛି ହାଲ୍‌କା ହଳଦିଆ ରଙ୍ଗର ୨୦ ଟଙ୍କିଆ ନୋଟ୍‌

ମୁମ୍ବାଇ,୨୮-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ୨୦ ଟଙ୍କିଆ ନୂଆ ନୋଟ୍‌ ବଜାରକୁ ଛାଡ଼ିବାକୁ ଯାଉଛି। ମହାତ୍ମା ଗାନ୍ଧୀ  ସିରିଜର ଏହି ନୂଆ ନୋଟ୍‌ରେ ଗଭର୍ନର...

ଜୁଲାଇରେ ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟପିଲା

ନୂଆଦିଲ୍ଲୀ,୨-୮: ଜିଏସ୍‌ଟି ଆଦାୟ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ଖୁସି ଆଣିଦେଇଛି। ଜୁଲାଇରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଯାଇଛି। ଏହି ସମୟରେ ୧.୦୨...

ବନ୍ୟା, ଭୂମିକମ୍ପ ପାଇଁ ଅଲଗା ହେବ ଗାଡ଼ି ବୀମା ପଲିସି

ନୂଆଦିଲ୍ଲୀ,୨୪।୬: ସାଧାରଣ ବୀମା କମ୍ପାନୀ ଭୂମିକମ୍ପ, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ, ଭଙ୍ଗାରୁଜା ଏବଂ ଦଙ୍ଗା ଭଳି ଘଟଣା ଲାଗି ଏଣିକି ଗାଡ଼ି ଲାଗି ସ୍ବତନ୍ତ୍ର ବାର୍ଷିକ...

ଶ୍ରୀଧର ପାତ୍ର ହେବେ ନାଲ୍‌କୋର ନୂଆ ସିଏମ୍‌ଡି

ଭୁବନେଶ୍ୱର, ୧୫-୮(ବ୍ୟୁରୋ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ)ର ନୂଆ ସିଏମ୍‌ଡି ଭାବେ ଶ୍ରୀଧର ପାତ୍ରଙ୍କ ନାମ ଚୟନ କରାଯାଇଛି। କାର୍ମିକ ଏବଂ ତାଲିମ ବିଭାଗର ରାଷ୍ଟ୍ରାୟତ୍ତ...

ଠିକ୍‌ ନିବେଶ ଏବେ ଚ୍ୟାଲେଞ୍ଜିଂ ହୋଇଛି

ଭୁବନେଶ୍ୱର, ୧୧-୯ (ବ୍ୟୁରୋ): ବର୍ତ୍ତମାନର ଡିଜିଟାଲ ସମୟରେ ଲୋକଙ୍କ ଆବଶ୍ୟକତା ଭିତ୍ତିରେ ସବୁ କାମ ଅନଲାଇନରେ କରାଯିବା ଆବଶ୍ୟକ। ଅପରପକ୍ଷରେ ଦେଶର ଅଭିବୃଦ୍ଧି ନିମନ୍ତେ ବିନିଯୋଗ...

ଆଜି କୋର୍ଟରେ ହାଜର ହେବେ ନୀରବ ମୋଦି

ନୂଆଦିଲ୍ଲୀ,୩୦-୫: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଗୁରୁବାର ଲଣ୍ଡନର ଓ୍ବେଷ୍ଟମିନିଷ୍ଟର ଅଦାଲତରେ ହାଜର କରାଯିବ। ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ପିଏନ୍‌ବି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *