ପାସେଞ୍ଜର ଯାନ ବିକ୍ରି ୧୮% କମିଲା

ନୂଆଦିଲ୍ଲୀ,୧୧-୭: ଚଳିତ ବର୍ଷ ଜୁନମାସରେ ପାସେଞ୍ଜର ଯାନ ବିକ୍ରି ୧୭.୫୪% ହ୍ରାସ ଘଟି ୨.୨୫ ଲକ୍ଷ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ ୨.୭୩ ଲକ୍ଷ ୟୁନିଟ ରହିଥିଲା। ଦେଶ ମଧ୍ୟରେ କାର ବିକ୍ରି ୨୪.୯୭% ହ୍ରାସ ଘଟି ୧.୩୯ ଲକ୍ଷ ୟୁନିଟ ରହିଛି। ଏହା ୨୦୧୮ ଜୁନରେ ୧.୮୩ ଲକ୍ଷ ୟୁନିଟ ରହିଥିଲା ବୋଲି ଭାରତୀୟ ଅଟୋମୋବାଇଲ ମାନୁଫାକଚରର ସଂଘ(ଏସ୍‌ଆଇଏଏମ୍‌) ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଗତ ମାସରେ ମୋଟର ସାଇକେଲ ବିକ୍ରି ୯.୫୭% ହ୍ରାସ ଘଟି ୧୦.୮୪ ଲକ୍ଷ ୟୁନିଟ ରହିଛି। ଯାହା ପୂର୍ବବର୍ଷ ସମାନ ଅବଧିରେ ୧୧.୯୯ ଲକ୍ଷ ୟୁନିଟ ଥିଲା। ମୋଟ ୨ ଚକିଆ ଯାନ ବିକ୍ରି ଜୁନରେ ୧୧.୬୯% ହ୍ରାସ ଘଟିଛି। ସେହିଭଳି ବାଣିଜି୍ୟକ ଯାନ ବିକ୍ରି ୧୨.୨୭% ହ୍ରାସ ହୋଇଛି। ସମସ୍ତ ବର୍ଗରେ ଯାନ ବିକ୍ରି ୧୨.୩୪% କମି ୧୯.୯୭ ଲକ୍ଷ ୟୁନିଟ ରହିଛି। ଯାହା ପୂର୍ବ ବର୍ଷରେ ୨୨.୭୯ ଲକ୍ଷ ୟୁନିଟ ଥିଲା। ଏପ୍ରିଲ-ଜୁନ ସମୟରେ ପାସେଞ୍ଜର ଯାନ ବିକ୍ରି ୧୮.୨୪% କମିଛି। ଏହି ସମୟରେ ସବୁ ବର୍ଗ ଯାନ ବିକ୍ରି ୧୨.୩୫% କମିଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।


All Right Reserved By

ଜାହାଜ ପରିଚାଳନାରେ ପାରାଦୀପ ବନ୍ଦର ରେକର୍ଡ: ୨୪ ଘଣ୍ଟାରେ ପରିଚାଳିତ ହେଲା ୩୦ ଜାହାଜ

ଭୁବନେଶ୍ୱର,୨୮-୫: ଦୈନିକ ହାରାହାରି ଜାହାଜ ପରିଚାଳନାରେ ପାରାଦୀପ ବନ୍ଦର ରେକର୍ଡ ହାସଲ କରିଛି। ଚଳିତ ମାସ ୨୭ ତାରିଖ ସକାଳ ୭.୩୦ରୁ ୨୮ ତାରିଖ ୭.୩୦...

ବାତ୍ୟା ଅଞ୍ଚଳରେ ବ୍ୟାଙ୍କିଙ୍ଗ ନେଇ ୟୁକୋ ବ୍ୟାଙ୍କର ପଦକ୍ଷେପ

ଭୁବନେଶ୍ୱର,୧୨-୫ : ଫନୀ ଯୋଗୁ ବିଶେଷ ପ୍ରଭାବିତ କଟକ, ପୁରୀ ଏବଂ ଖୋର୍ଦ୍ଧା ଜିଲାରେ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି। ୟୁକୋ ବ୍ୟାଙ୍କ ଏହି ସ୍ଥାନଗୁଡିକରେ...

ଏନ୍‌ଡିଏ ସରକାର ବିକିବେ ଶସ୍ତା ଏସି

ନୂଆଦିଲ୍ଲୀ,୩୦-୫: ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ଶସ୍ତା ଦରରେ ଲୋକଙ୍କୁ ଏସି ଯୋଗାଇବେ। ସରକାର ଦେଶବାସୀଙ୍କୁ ବଜାର ମୂଲ୍ୟଠାରୁ ୧୫ରୁ ୨୦ ପ୍ରତିଶତ ଶସ୍ତାରେ...

ଭୁବନେଶ୍ୱରରୁ ବାଙ୍ଗାଲୋରକୁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୨୮-୫: ବାତ୍ୟା ଫନୀ ଯୋଗୁ ଟ୍ରେନ ଯାତ୍ରାରେ ଅସୁବିଧା ସାମ୍ନା କରିଥିବା ଯାତ୍ରୀଙ୍କ ଲାଗି କ୍ରୀଷ୍ଣାରାଜପୁରମ (ବାଙ୍ଗାଲୋର)କୁ ଏକ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ରେଳ ମନ୍ତ୍ରଣାଳୟ...

ଋଣରେ ବୁଡ଼ିଥିବା ଅନୀଲ ଅମ୍ବାନୀ ବିକିବେ ମୁମ୍ବାଇର ମୁଖ୍ୟାଳୟ

ନୂଆଦିଲ୍ଲୀ,୧।୭: ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ଅନୀଲ ଅମ୍ବାନୀ ନିଜ ଋଣଭାରରୁ ମୁକୁଳିବା ପାଇଁ ଲାଗିପଡ଼ିଛନ୍ତି। ଏଥିଯୋଗୁ ଅନୀଲ ଏବେ ମୁମ୍ବାଇରେ ସାନ୍ତାକ୍ରୁଜ୍‌ରେ ଥିବା ତାଙ୍କ ମୁଖ୍ୟାଳୟକୁ...

ଜେଟ୍‌ ବନ୍ଦ ହେବା ଲାଗି ସରକାର ଦାୟୀ : ସ୍ପାଇସ୍‌ଜେଟ ଅଧ୍ୟକ୍ଷ

ନୂଆଦିଲ୍ଲୀ,୫-୬: ଘରୋଇ ଏୟାରଲାଇନ୍ସ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ ଅଚାନକ ବନ୍ଦ ହୋଇଯିବାକୁ ନେଇ ସ୍ପାଇସ୍‌ଜେଟ୍‌ ଅଧ୍ୟକ୍ଷ ଅଜୟ ସିଂ ମୁହଁ ଖୋଲିଛନ୍ତି। ଜେଟ୍‌ ବନ୍ଦ ହୋଇଯିବା...

ହ୍ରାସ ପାଉଛି ଚଳନ୍ତି ଜମା ନିଅଣ୍ଟ

ନୂଆଦିଲ୍ଲୀ,୩୦-୬: ଭାରତର ଚଳନ୍ତି ଜମା ନିଅଣ୍ଟ(ସିଏଡି) ପରିମାଣ ଆର୍ଥିକ ବର୍ଷ ୨୦୧୯ର ଚତୁର୍ଥ ତ୍ରୈମାସରେ ଜିଡିପିର ୦.୭% ଅର୍ଥାତ୍‌ ୪.୬ ବିଲିୟନ ଡଲାରକୁ ହ୍ରାସ ପାଇଛି।...

ପୂର୍ବତଟ ରେଳପଥ ପୁରସ୍କୃତ

ଭୁବନେଶ୍ୱର୨୩-୭(ବ୍ୟୁରୋ): ନିଜ ପରିସୀମା ମଧ୍ୟରୁ ଲକ୍ଷ୍ୟ ଧାର୍ଯ୍ୟର ବହୁ ପୂର୍ବରୁ ମାନବ ବିହୀନ ରେଳ ଲେଭଲ କ୍ରସିଂ ହଟାଇବା କ୍ଷେତ୍ରରେ ପୂର୍ବତଟ ରେଳପଥ ପୁରସ୍କୃତ ହୋଇଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *