ରେଲଓ୍ବେର ହେବନି ଘରୋଇ କରଣ

ନୂଆଦିଲ୍ଲୀ,୧୧-୭: ଭାରତୀୟ ରେଲଓ୍ବେର ଘରୋଇକରଣ ହେବ ନାହିଁ। ଏ ନେଇ କୌଣସି ପ୍ରସ୍ତାବ ନାହିଁ। ଘରୋଇ ଅପରେଟରଙ୍କ ହାତରେ ଦୁଇ ଟ୍ରେନ ଦେବା ଲାଗି ରହିଥିବା ପ୍ରସ୍ତାବ ଉପରେ ପ୍ରଶ୍ନର ଉତ୍ତର ରଖି ରେଳମନ୍ତ୍ରୀ ପୀୟୂଷ ଗୋୟଲ ବୁଧବାର ଏହା କହିଛନ୍ତି। ଲୋକସଭାକୁ ଏକ ଲିଖିତ ଉତ୍ତରରେ ଗୋୟଲ କହିଛନ୍ତି ଯେ, ଘରୋଇ ସଂସ୍ଥା ଦ୍ୱାରା ପରିଚାଳନା ଲାଗି କୌଣସି ଯାତ୍ରୀବାହୀ ଟ୍ରେନକୁ ନିର୍ଦ୍ଧାରିତ କରାଯାଇ ନାହିଁ। ନୂଆଦିଲ୍ଲୀ-ଲକ୍ଷ୍ନୌ ତେଜସ୍‌ ଏକ୍ସପ୍ରେସ ଦେଶର ପ୍ରଥମ ଘରୋଇ ଟ୍ରେନ ହେବ ବୋଲି ଖବର ଆସିଥିଲା। ମାତ୍ର ରେଲଓ୍ବେ ପକ୍ଷରୁ ଆନୁଷ୍ଠାନିକ ଭାବେ ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ।

ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡି କହିଛନ୍ତି ଯେ, ଆଗାମୀ ଦିନରେ ଏ ଭଳି ଟ୍ରେନ ପରୀକ୍ଷାମୂଳକ ଭାବେ ଚଳାଚଳ ନେଇ ସରକାର ଚିନ୍ତା କରିବେ। ମାତ୍ର ରେଲଓ୍ବେର ଘରୋଇ କରଣ ନେଇ କୌଣସି ପ୍ରସ୍ତାବ ନ ଥିବା ରେଳ ମନ୍ତ୍ରୀ ଗୋୟଲ କହିଛନ୍ତି। ଚଳିତ ବର୍ଷ ଏପ୍ରିଲରେ ୧୮୯ ନୂଆ ଲାଇନ ଯୋଜନା କରାଯାଇଥିବା ସେ କହିଛନ୍ତି। ଏଗୁଡିକ ୨୧,୪୪୩ କିମି ବିଶିଷ୍ଟ ହାଇଥିବା ବେଳେ ଯୋଜନା, ମଞ୍ଜୁରୀ ଏବଂ କାର୍ଯ୍ୟାନ୍ବୟନର ବିଭିନ୍ନ ସ୍ତରରେ ରହିଛି। ରେଳ ନେଟଓ୍ବର୍କ ସହ ଯୋଡି ହୋଇ ନ ଥିବା ଅଞ୍ଚଳଗୁଡିକୁ ସେବା ଯୋଗାଣ ନେଇ ସରକାର ଏଭଳି ବ୍ୟବସ୍ଥା ଆଣିଛନ୍ତି। ସମୟର ଆବଶ୍ୟକତା ଅନୁସାରେ ବର୍ଦ୍ଧିତ ଯାତ୍ରୀ ସଂଖ୍ୟାକୁ ନଜରରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିଭଳି ବାଣିଜି୍ୟକ ଯଥାର୍ଥତା, ପରିଚାଳନାଗତ ଆବଶ୍ୟକତା, ଜ୍ଞାନକୌଶଳଗତ ଢାଞ୍ଚା ଏବଂ ସମ୍ବଳ ଉପଲବ୍ଧତା ଉପରେ ବିଚାର କରାଯାଉଥିବା ଗୋୟଲ ସ୍ପଷ୍ଟ ସ୍ପଷ୍ଟ କରିଛନ୍ତି।

ଦୈନିକ ଅତିରିକ୍ତ ୪ ଲକ୍ଷ ବର୍ଥ ବ୍ୟବସ୍ଥା ହେବ
ଯାତ୍ରୀ ସୁବିଧାକୁ ଧ୍ୟାନରେ ରଖି ଚଳିତ ବର୍ଷ ଅକ୍ଟୋବରରୁ ଅତିରିକ୍ତ ୪ ଲକ୍ଷ ବର୍ଥ ବ୍ୟବସ୍ଥା କରିବାକୁ ରେଲଓ୍ବେ ଯୋଜନା ରଖିଛି। ଏଥି ଲାଗି ରେଲଓ୍ବେ ନୂଆ ଟେକ୍ନୋଲୋଜି ଆଣିବ। ପାଓ୍ବାର କାର ବଦଳରେ ଇଞ୍ଜିନରୁ ଶକ୍ତି ସଂଯୋଗ କରିବା ଦିଗରେ ନୂଆ ଟେକ୍ନୋଲୋଜି ସହାୟକ ହେବ। ଲାଇଟ ଏବଂ ଏସି ଲାଗି ଏହି ଶକ୍ତି ଉପଯୋଗ ହେବ ବୋଲି ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ପ୍ରତି ଏଲ୍‌ଏଚ୍‌ବି ରେକ୍‌ରେ ଗୋଟିଏ କିମ୍ବା ୨ ପାଓ୍ବାର କାର ଇଞ୍ଜିନ ବ୍ୟବହାର ହେଉଛି। ଡିଜେଲ ଜେନେରେଟର ଦ୍ୱାରା କୋଚ୍‌ଗୁଡିକୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରାଯାଉଛି। ଏହାକୁ ଏଣ୍ଡ ଅଫ୍‌ ଜେନେରେଶନ କୁହାଯାଉଥିବା ବେଳେ ଆଗାମୀ ଦିନରେ ହେଡ ଅନ୍‌ ଜେନେରେଶନ ନାମକ ନୂଆ ଟେକ୍ନୋଲୋଜି ବ୍ୟବସ୍ଥା ଆସିବ। ଏଗୁଡିକ ଦ୍ୱାରା ଓଭରହେଡ ପାଓ୍ବାରଲାଇନରୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରାଯିବ। ୫ ହଜାରରୁ ଅଧିକ କୋଚରେ ଏହି ବ୍ୟବସ୍ଥା ଆସିବ। ଫଳରେ ଟ୍ରେନଗୁଡିକ ସେମାନଙ୍କ ପାଓ୍ବାରକାରଗୁଡିକୁ କମ୍‌ କରି ଅଧିକ ବର୍ଥ ବ୍ୟବସ୍ଥା କରିବେ। ଏହା ଦ୍ୱରା ରେଲଓ୍ବେର ବାର୍ଷିକ ୬ ହଜାର କୋଟି ଟଙ୍କାର ଫୁଏଲ ବିଲ୍‌ ସଞ୍ଚୟ ହେବ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

ଶସ୍ତା ହେବ ଏଲ୍‌ସିଡି-ଏଲ୍‌ଇଡି ଟିଭି

ନୂଆଦିଲ୍ଲୀ,୧୯-୯: ଅର୍ଥନୀତିରୁ ମାନ୍ଦାବସ୍ଥାକୁ ଦୂରେଇ ଦେବା ଲକ୍ଷ୍ୟରେ ପାର୍ବଣ ଋତୁ ଆରମ୍ଭରୁ ସରକାର ଟିଭି ବିକ୍ରି ବଢ଼ାଇବା ଯୋଜନା କରିଛନ୍ତି। ଘରୋଇ ଓ ବିନିର୍ମାଣ କ୍ଷେତ୍ରକୁ...

ଟେଲିକମ ସେକ୍ଟର ପାଇଁ ରିଲିଫ୍‌ ପ୍ୟାକେଜ ସପକ୍ଷରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୯-୬: ସଙ୍କଟଗ୍ରସ୍ତ ଟେଲିକମ୍‌ ସେକ୍ଟରକୁ ଉଦ୍ଧାର କରିବା ଲାଗି ବଜେଟରେ ଲାଇସେନ୍ସ ଫି ହ୍ରାସ ସହ ଏକ ସିରିଜ ରିଲିଫ୍‌ ପ୍ୟାକେଜ ପ୍ରଦାନ କରାଯିବାର ଆବଶ୍ୟକତା...

ଦୁର୍ନୀତି ବିରୋଧରେ ଲଢ଼େଇ;ବିଦା ହେଲେ ଆହୁରି ୨୨ ଆୟକର ଅଧିକାରୀ

ନୂଆଦିଲ୍ଲୀ,୨୭-୮: ଦୁର୍ନୀତି ବିରୋଧରେ ନରେନ୍ଦ୍ର ମୋଦି ସରକାର ୨.୦ ଦୃଢ଼ ମନୋଭାବ ଆପଣାଇଛନ୍ତି। ସରକାରୀ ବିଭାଗରେ ବ୍ୟାପିଥିବା ଦୁର୍ନୀତିକୁ ଦୂର କରିବା ଲାଗି ଏବେ ଅଭିଯାନ...

କ୍ରମାଗତ ୧୧ ବର୍ଷ ଧରି ନିଜ ଦରମା ବଢ଼ାଇଲେନି ମୁକେଶ

ନୂଆଦିଲ୍ଲୀ,୨୧-୭: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ କ୍ରମାଗତ ୧୧ ବର୍ଷ ଧରି ନିଜ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ନିଜର ଦରମା ନ ବଢ଼ାଇ...

ବାସଗୃହ ଋଣ ଉପରେ ଅତିରିକ୍ତ ଟିକସ ରିହାତି

ନୂଆଦିଲ୍ଲୀ,୬-୭: ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଗ୍ରାହକ ନେଉଥିବା ବାସଗୃହ ଋଣ ଉପରେ ପ୍ରଦାନ କରୁଥିବା ସୁଧ ଉପରେ ଅତିରିକ୍ତ ୧.୫୦ ଲକ୍ଷ କୋଟି ଟଙ୍କାର ଅତିରିକ୍ତ...

୪୦% ବଢ଼ିବ ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୬-୪: ଦେଶରେ କ୍ରମାଗତ ଡାଟା ଶସ୍ତା ହେଉଥିବାରୁ ୨୦୨୩ ସୁଦ୍ଧା ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା ପ୍ରାୟ ୪୦କ୍ଷ ବୃଦ୍ଧି ପାଇବ। ସେହିପରି ଏହି ଅବଧି ମଧ୍ୟରେ...

ବିଓବିରେ ମିଶ୍ରଣର ପ୍ରଭାବ;୯୦୦ ଶାଖା ବନ୍ଦ ହେବା ସମ୍ଭାବନା

ନୂଆଦିଲ୍ଲୀ,୨୦-୫: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ସହ ଅନ୍ୟ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ପରେ ଏବେ ୮୦୦ରୁ ୯୦୦ ଶାଖା ବନ୍ଦ ହୋଇଯିବ ଅଥବା ସ୍ଥାନାନ୍ତରିତ...

କ୍ୟାବିନେଟ ନିଷ୍ପତ୍ତି;୧୫ତମ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ,୧୮-୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୁଧବାର ୧୫ତମ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳକୁ ଏକ ମାସ ବୃଦ୍ଧି କରିଛନ୍ତି। ଏଣିକି ଆୟୋଗଙ୍କ କାର୍ଯ୍ୟକାଳ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *