ଭୂଷଣ ମାମଲାରେ ୨୮୪ଜଣଙ୍କ ବିରୋଧରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୧-୭: ଭୂଷଣ ଷ୍ଟିଲ ବେଆଇନ୍‌ ଋଣ କାରବାର ମାମଲାରେ ସିରିୟସ ଫ୍ରଡ ଇନଭେଷ୍ଟିଗେଶନ ଅଫିସ(ଏସ୍‌ଏଫ୍‌ଆଇଓ) ପକ୍ଷରୁ ୨୮୪ ବ୍ୟକ୍ତି ଏବଂ ସଂସ୍ଥାଙ୍କ ବିରୋଧରେ ଚାର୍ଜଶିଟ ଦାଏର ହୋଇଛି। ଏହି ମାମଲାରେ ୬୦୦ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆସିଥିବା ବେଳେ ମୋଟ ୭୦ ହଜାର ପୃଷ୍ଠାର ଚାର୍ଜଶିଟ ଏସ୍‌ଏଫ୍‌ଆଇଓ ପ୍ରସ୍ତୁତ କରିଛି। ମାମଲାରେ ସବୁ ଅଭିଯୁକ୍ତଙ୍କୁ ଯଦି ଏକାଥରକେ ହାଜର କରାଯାଏ ଏବଂ ବ୍ୟକ୍ତି ପିଛା ୧ ମିନିଟ ସମୟ ନିଆଯାଏ ତେବେ ୪ ଘଣ୍ଟା ୪୫ ମିନିଟରୁ ଅଧିକ ସମୟ ଲାଗିବ ବୋଲି ଆକଳନ କରାଯାଇଛି। ଭୂଷଣ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ବିଜୟ ଅଗ୍ରଓ୍ବାଲ କହିଛନ୍ତି ଯେ, ଏହି ମାମଲାର ଶୁଣାଣି ଏତେ ଶୀଘ୍ର ଶେଷ ହେବ ନାହିଁ। ଶୁଣାଣି ଲାଗି କୋର୍ଟ ରୁମ ନୁହେଁ ବରଂ ଏକ ଷ୍ଟାଡିୟମ ଆବଶ୍ୟକ।
ସୂଚନାଯୋଗ୍ୟ ୨୦୧୭ରେ ଭୂଷଣ ଷ୍ଟିଲ ୪୭,୭୦୦ କୋଟି ଟଙ୍କାର ଋଣ ଖିଲାପ ମାମଲାରେ ଜଡିତ ଥିବା ସାମ୍ନାକୁ ଆସିଥିଲା। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଭୂଷଣ ୩,୮୧୫ କୋଟି ଟଙ୍କା ବେଆଇନ ଋଣ କାରବାର କରିଥିବା ଗତ ସପ୍ତାହରେ ଜଣାପଡିଥିଲା। କନସୋର୍ଟିୟମ ବ୍ୟାଙ୍କଠାରୁ ଋଣ ଉଠାଇବା ଲାଗି କମ୍ପାନୀ ବୁକ ଅଫ୍‌ ଆକାଉଣ୍ଟରେ ବିଭିନ୍ନ ଜାଲିଆତି କରିଥିବା ତଦନ୍ତରୁ ସାମ୍ନାକୁ ଆସିଛି। ବ୍ୟାଙ୍କ ବ୍ୟବସ୍ଥାରୁ ଅର୍ଥ ହେରଫେର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ କମ୍ପାନୀ ଏବଂ ଏହାର ନିର୍ଦ୍ଦେଶକଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର ହୋଇଛି। ଚାର୍ଜଶିଟରେ ନଁା ରହିଥିବା ମୋଟ ୨୮୪ଙ୍କ ମଧ୍ୟରୁ ୧୫୦ କମ୍ପାନୀ ରହିଛି। ଶୁଣାଣି ବେଳେ ଅଭିଯୋଗ ଆସିଥିବା କମ୍ପାନୀମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ରହିଛି। କୋର୍ଟରେ ମାମଲା ପଡି ରହୁଥିବାରୁ ଉକ୍ତ ମାମଲାର କେତେ ଶୀଘ୍ର ଚୂଡାନ୍ତ ରୂପ ନେବ ସେ ନେଇ କିଛି କହିବା ଠିକ ହେବ ନାହିଁ ବୋଲି ଆଇନ ବିଶାରଦ କହିଛନ୍ତି। ଆପରାଧିକ ମାମଲା ତୁଳନାରେ ଅର୍ଥନୈତିକ ଅପରାଧ ମାମଲାଗୁଡିକ ଅଧିକ ସମୟ ଲାଗୁଛି। ଏଭଳି ମାମଲାରେ ଦୋଷୀଙ୍କୁ ଦଣ୍ଡ ଦେବାକୁ ହେଲେ ଠିକ୍‌ ତଥ୍ୟ ପ୍ରମାଣ ଆବଶ୍ୟକତା ରହିଛି। ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମାମଲାରେ ୩୨ ହଜାର ପୃଷ୍ଠାର ଚାର୍ଜଶିଟ ହୋଇଥିବା ବେଳେ ଭୂଷଣ ମାମଲା କିନ୍ତୁ ଏହାକୁ ଟପି ୭୦ ହଜାର ପୃଷ୍ଠା ସମ୍ବଳିତ ଚାର୍ଜଶିଟ ହୋଇଛି।


All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟରେ ନେଣଦେଣ: ୧୨୫ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ନେବ ଆଇସିଆଇସିଆଇ ବ୍ୟାଙ୍କ

ନୂଆଦିଲ୍ଲୀ,୧୬।୯: ଘରୋଇ ସେକ୍ଟରର ଆଇସିଆଇସିଆଇ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଜୋର୍‌ଦାର ଝଟକା ଦେଇଛି। ବ୍ୟାଙ୍କ ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କୁ ଅକ୍ଟୋବର ୧୬ରୁ ଶାଖାରେ ପ୍ରତ୍ୟେକ ନଗଦ...

ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଏଏସ୍‌ବିଏମ୍‌ର କୁଳାଧ୍ୟକ୍ଷ

ଭୁବନେଶ୍ୱର,୫-୧୦: ଏସିଆନ୍‌ ସ୍କୁଲ ଅଫ ବିଜନେସ୍‌ ମ୍ୟାନେଜମେଣ୍ଟ (ଏଏସ୍‌ବିଏମ୍‌) ରାଜ୍ୟ ସରକାରଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରି ସେପ୍ଟେମ୍ବର ୨୬ରୁ କାର୍ଯ୍ୟକ୍ଷମ ହୋଇଛି। ଏହାର...

୮% ଜିଡ଼ିପି ବୃଦ୍ଧି ଜରୁରୀ: ରଙ୍ଗରାଜନ

ହାଇଦ୍ରାବାଦ,୧୩।୭: ଆସନ୍ତା ୫ ବର୍ଷରେ ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପହଞ୍ଚାଇବାକୁ ହେଲେ ଦେଶକୁ ୮% ହାରରେ ବାର୍ଷିକ ଅଭିବୃଦ୍ଧି ହାସଲ କରିବାକୁ...

ଜନଧନ ଯୋଜନା ଜମା;ଖୁବଶୀଘ୍ର ପାର୍‌ କରିଯିବ ୧ଲକ୍ଷ କୋଟି

ନୂଆଦିଲ୍ଲୀ,୨୨-୪: ଜନଧନ ଯୋଜନା ଅଧୀନରେ ଖୋଲାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଜମା ରାଶି ଖୁବଶୀଘ୍ର ୧ ଲକ୍ଷ କୋଟି ଟଙ୍କା ପାର୍‌ କରିଯିବ ବୋଲି ଆଶାକରାଯାଉଛି। ମୋଦି...

ମାଲେସିଆରୁ ପାମ୍‌ ତେଲ ଆମଦାନୀ ବୃଦ୍ଧିର ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୧୭ -୮: ମାଲେସିଆର ସ୍ବତନ୍ତ୍ର ଧରଣର ପାମ୍‌ ତେଲର ଆମଦାନୀ ଅହେତୁକ ବୃଦ୍ଧି ପାଇଛି। ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆର ଅଭିଯୋଗ କ୍ରମେ କେନ୍ଦ୍ର...

ଜିଏସ୍‌ଟି ଠକେଇ ରୋକିବାକୁ ଉଦ୍ୟମ: ନୂଆ ଡିଲରଙ୍କ ପାଇଁ ଆଧାର ଯାଞ୍ଚ ହେବ ବାଧ୍ୟତାମୂଳକ

ବାଙ୍ଗାଲୋର,୧୫-୯: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ହେଉଥିବା ଟିକସ ଠକେଇ ରୋକିବା ଦିଗରେ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଧାରାରେ...

୧୦୦ ଟଙ୍କା ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର

ନୂଆଦିଲ୍ଲୀ,୧-୭:  ଅଣ ସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ୧୦୦.୫୦ ଟଙ୍କା ହ୍ରାସ ପାଇଛି। ଜୁଲାଇ ପହିଲାରୁ ଏହା ଲାଗୁ ହୋଇଯିବ। ଫଳରେ ଦିଲ୍ଲୀରେ ଘରୋଇ ବ୍ୟବହାର...

ରାଜ୍ୟରେ ରାସାୟନିକ ଶିଳ୍ପ ପାର୍କ ବିକାଶ ସମ୍ଭବ:ନାଲ୍‌କୋ ସିଏମ୍‌ଡି

ଭୁବନେଶ୍ୱର,୧୫-୭: ଇନଷ୍ଟିଚ୍ୟୁଟ ଅଫ୍‌ କେମିକାଲ ଟେକ୍ନୋଲୋଜି(ଆଇସିଟି) ଭୁବନେଶ୍ୱର କ୍ୟାମ୍ପସ ଦ୍ୱାରା ପ୍ରେରିତ ରାସାୟନିକ ଶିଳ୍ପ କ୍ଲଷ୍ଟର ରାଜ୍ୟର ଶିଳ୍ପାୟନକୁ ଇନ୍ଧନ ଯୋଗାଣ ଦିଗରେ କାର୍ଯ୍ୟ କରିବ।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *