Posted inଜାତୀୟ

ଗୋଆରେ କଂଗ୍ରେସକୁ ଝଟକା

ପଣଜୀ,୧୧ା୭: ଜାତୀୟସ୍ତରରେ ନେତୃତ୍ୱ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସ ଆକାଶରେ ଯେମିତି କଳାବାଦଲ ଘୋଟି ଆସିଛି। କର୍ନାଟକ କଂଗ୍ରେସ ବିଧାୟକମାନେ ଇସ୍ତଫା ଦେଇ କୁମାରସ୍ବାମୀ ସରକାରଙ୍କ ସମ୍ଭାବ୍ୟ ପତନର କାରଣ ସାଜିଥିବାବେଳେ ଗୋଆରେ ମଧ୍ୟ ଏବେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଏକ ରାଜନୈତିକ ଘଟଣାକ୍ରମରେ ବୁଧବାର ରାତିରେ ଗୋଆ କଂଗ୍ରେସର ୧୫ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ଦଳ ଛାଡ଼ି ଭାଜପାରେ ଯୋଗଦେଇଛନ୍ତି। ଫଳରେ କଂଗ୍ରେସ ଦଳର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି।
ଗୋଆ ବିଧାନସଭାର ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକରଙ୍କ ସମେତ ୧୦ କଂଗ୍ରେସ ବିଧାୟକ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କୁ ଭେଟି ଭାଜପାରେ ସାମିଲ ହୋଇଛନ୍ତି। ଅନ୍ୟମାନେ ହେଲେ ଆଟାନାସିଓ ମୋନ୍‌ସେରାଟ୍ଟେ, ଜେନିଫର ମୋନ୍‌ସେରାଟ୍ଟେ, ଫ୍ରାନ୍ସିସ୍‌ ସିଲଭେଇରା, ଫିଲିପ୍‌ ନେରି ରୋଡ୍ରିଗୁଏସ୍‌, କ୍ଲିଏଓଫାସିଓ ଡିଆସ୍‌, ଓ୍ବିଲଫ୍ରେଡ୍‌ ଡି’ସୁଜା, ନୀଳକଣ୍ଠ ହଲାର୍ନକର, ଇସିଡୋର ଫର୍ନାଣ୍ଡିଜ୍‌ ଏବଂ ଆଣ୍ଟୋନିଓ ଫର୍ନାଣ୍ଡିଜ୍‌। ସାଓ୍ବନ୍ତ ବିଧାୟକମାନଙ୍କୁ ଦଳକୁ ସ୍ବାଗତ କରିବା ସହ ସେମାନଙ୍କୁ ସାଙ୍ଗରେ ନେଇ ବାଚସ୍ପତି ରାଜେଶ ପାଟନେକରଙ୍କୁ ସମର୍ଥନପତ୍ର ପ୍ରଦାନ କରିଛନ୍ତି। କଂଗ୍ରେସର ଦୁଇତୃତୀୟାଂଶ ବିଧାୟକ ଭାଜପାରେ ମିଶିଥିବାରୁ ସେମାନଙ୍କ କ୍ଷେତ୍ରରେ ଦଳବଦଳ ଆଇନ ଲାଗୁ ହେବନାହିଁ। ସାଓ୍ବନ୍ତ କହିଛନ୍ତି, କଂଗ୍ରେସ ବିଧାୟକମାନେ ନିଃସର୍ତ୍ତରେ ଭାଜପାରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଯୋଗଦାନ ପରେ ଗୃହରେ ଭାଜପା ସଦସ୍ୟଙ୍କ ସଂଖ୍ୟା ୨୭କୁ ଛୁଇଁଛି। ଫଳରେ ଭାଜପାକୁ ଆଉ ସହଯୋଗୀ ଦଳର ଆବଶ୍ୟକତା ନାହିଁ। ତେବେ ସହଯୋଗୀ ବିଧାୟକଙ୍କୁ ସରକାରରେ ରଖାଯିବ କି ନାହିଁ ସେନେଇ କୌଣସି ନିଷ୍ପତ୍ତି ହୋଇନି। ସେହିପରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମଧ୍ୟ କିଛି ସ୍ଥିର କରାଯାଇନାହିଁ। ଗୋଆ ପ୍ରଦେଶ କଂଗ୍ରେସ କମିଟି ସଭାପତି ଗିରିଶ ଚୋଦାନ୍‌କର କହିଛନ୍ତି, ଭାଜପା ପ୍ରଲୋଭନ ଦେଖାଇ ଓ ବ୍ଲାକ୍‌ମେଲିଂ କରି କଂଗ୍ରେସ ବିଧାୟକମାନଙ୍କୁ ନିଜ ଆଡ଼କୁ ଟାଣିନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପାଇଁ ନୁହେଁ, ବରଂ ‘ଗୋଟିଏ ଦେଶ ଗୋଟିଏ ଦଳ’ ପାଇଁ ଉଦ୍ୟମ ଚଳାଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।
୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଭାଜପା ବିଧାୟକଙ୍କ ସଂଖ୍ୟା ୧୭ ଥିବାବେଳେ କଂଗ୍ରେସର ୧୫ ସଦସ୍ୟ ଥିଲେ। ସେହିପରି ଗୋଆ ଫରଓ୍ବାର୍ଡ ପାର୍ଟିର ୩ ସମେତ ୩ ସ୍ବାଧୀନ ବିଧାୟକ ସାଓ୍ବନ୍ତ ସରକାରଙ୍କୁ ସମର୍ଥନ କରୁଛନ୍ତି। ୧୦ ବିଧାୟକ ଭାଜପାରେ ଯୋଗଦେବା ପରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ୫କୁ ଖସିଆସିଛି। ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ୧୫ରେ ଆରମ୍ଭ ହେବ। (ଫଟୋ: ପୃଷ୍ଠା-୨)


All Right Reserved By Dharitri.Com

ନେହେରୁଙ୍କ ଅଚାନକ ଅସ୍ତ୍ରବିରତି ଘୋଷଣା ଯୋଗୁ ସୃଷ୍ଟି ହୋଇଥିଲା ପିଓକେ: ଶାହ

ମୁମ୍ବାଇ,୨୨।୯ : ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଯୋଗୁ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ତେବେ ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କର ଏକ ଐତିହାସିକ...

ମାନ୍ଦାବସ୍ଥା ମାଡ଼:ମାରୁତି ସୁଜୁକିର ୩୦୦୦ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ

ନୂଆଦିଲ୍ଲୀ,୨୮-୮:ଅଟୋ ଉଦ୍ୟୋଗରେ ମାନ୍ଦାବସ୍ଥା ଉତ୍କଟ ହେବାରେ ଲାଗିଛି। ଦୈନିକ ବିକ୍ରି ହ୍ରାସ ପାଇବା କାରଣରୁ ମାରୁତି ସୁଜୁକି ଏହାର ୩୦୦୦ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରିବାକୁ...

ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ ନୀରଜ ଶେଖର

ଲକ୍ଷ୍ନୌ, ୧୪।୮:ଉତ୍ତର ପ୍ରଦେଶର ଏକ ସିଟ୍‌ରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ପୁଅ ନୀରଜ...

ଦିନ ଦ୍ୱିପ୍ରହରରେ ଭାଜପା ନେତାଙ୍କୁ ହତ୍ୟା

ହାପୁଡ,୯।୯: ଉତ୍ତର ପ୍ରଦେଶର କାନୁନ ବ୍ୟବସ୍ଥାକୁ ନେଇ ପୁଣି ଥରେ ଉଠିଛି ପ୍ରଶ୍ନବାଚୀ। କାରଣ ଏଠାରେ ଦିନ ଦ୍ୱିପ୍ରହରରେ ଜଣେ ଭାଜପା ନେତାଙ୍କୁ ଗୁଳି କରି...

ବୁଡ଼ିଗଲା କାଜିରଙ୍ଗା ଜାତୀୟ ଉଦ୍ୟାନ

ବକସା,୧୪।୭: ଆସାମରେ ଆସିଥିବା ବନ୍ୟା ପରିସ୍ଥିତି ଏବେ ଗାଁଠାରୁ ସହର ସବୁଠି ସାଧାରଣ ଜନ ଜୀବନକୁ ପ୍ରଭାବିତ କରିଛି। ତେବେ ଆସାମରେ ଥିବା କାଜିରଙ୍ଗା ଜାତୀୟ...

୩୫ ବର୍ଷ ମଧ୍ୟରେ ବିନା ଯୁଦ୍ଧରେ ସିଆଚୀନ୍‌ରେ ଶହୀଦ୍‌ ହୋଇଛନ୍ତି ୮୭୩ ଯବାନ: ପାକିସ୍ତାନଠାରୁ ଭୟଙ୍କର ଶତ୍ରୁ ପାଲଟିଛି ସ୍ଥାନୀୟ ପାଣିପାଗ

ଜମ୍ମୁ,୧୯।୧୧:ସିଆଚୀନ୍‌ ଗ୍ଲାସିୟର ପୃଥିବୀର ଉଚ୍ଚତମ ଯୁଦ୍ଧସ୍ଥଳ। ଏଠାରେ ଭାରତୀୟ ଯବାନ ୧୬ ରୁ ୨୦ ହଜାର ଫୁଟ ଉଚ୍ଚରେ ମୁତୟନ ହୋଇଥାନ୍ତି। ଦେଶ ସୀମାର ସୁରକ୍ଷା...

ସର୍ଦ୍ଦାର ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ସମ୍ମାନ ଆରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୨୫।୯: ରାଷ୍ଟ୍ରର ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ ପାଇଁ କେନ୍ଦ୍ର ସରକାର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ସମ୍ମାନର ଶୁଭାରମ୍ଭ କରିଛନ୍ତି।...

ଯେଉଁଠି ଚାଲେ ଭୂତଙ୍କ କୋର୍ଟ

ଦୁନିଆରେ ଅନେକ ପ୍ରକାରର କୋର୍ଟ ଦେଖିଥିବେ। ଯେଉଁଠାରେ ମଣିଷଙ୍କ ଉପରେ ମାମଲା ଚାଲେ ଏବଂ ଦଣ୍ଡବିଧାନ କରାଯାଏ। ଏଠାରେ କିନ୍ତୁ ଯେଉଁ କୋର୍ଟ ବିଷୟରେ ଆଲୋଚନା...

Leave a comment

Your email address will not be published. Required fields are marked *