ଫନୀକୁ ବିତିଲା ୨ ମାସ, ଭଙ୍ଗାରୁଜା ଅବସ୍ଥାରେ ସ୍କୁଲ୍‌ଗୃହ : ଗ୍ରୀଷ୍ମଛୁଟି ପରେ ବି ହେଉନି ମରାମତି

ରଣପୁର,୧୧ା୭(ସ୍ବ.ପ୍ର.)-ଫନୀ ବାତ୍ୟା ଘଟିବାର ଇତି ମଧ୍ୟରେ ୨ ମାସ ବିତିଯାଇଛି। ହେଲେ ଏ ପର୍ଯ୍ୟନ୍ତ ସ୍କୁଲ ଗୃହଗୁଡ଼ିକ ଭଙ୍ଗାରୁଜା ଅବସ୍ଥାରେ ପଡ଼ି ରହିଥିବାରୁ ଛାତ୍ରୀଛାତ୍ର, ଶିକ୍ଷକ ଓ ଅଭିଭାବକ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ନିୟମାନୁସାରେ ଗ୍ରୀଷ୍ମଛୁଟି ପୂର୍ବରୁ ଭାଙ୍ଗି ଯାଇଥିବା ଶ୍ରେଣୀ ଗୃହଗୁଡ଼ିକୁ ମରାମତି କରାଯିବା ଉଚିତ। କିନ୍ତୁ ଏବେ ପାଠପଢ଼ା ଆରମ୍ଭ ହୋଇଯାଇଥିଲେ ସୁଦ୍ଧା ଅନେକ ବିଦ୍ୟାଳୟରେ ଯଥା ପୂର୍ବଂ ତଥା ପର ଅବସ୍ଥା ଦେଖିବାକୁ ମିଳୁଛି। ନୟାଗଡ଼ ଜିଲା ରଣପୁର ବ୍ଲକ ଅନ୍ତର୍ଗତ ଚମ୍ପାପେଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହେଉଛି ଏହାର ଏକ ପ୍ରକୃଷ୍ଟ ଉଦାହରଣ। ଫନୀ ବାତ୍ୟାରେ ଏହାର ତିନୋଟି ଶ୍ରେଣୀ ଭାଙ୍ଗିଯାଇଛି । କିନ୍ତୁ ମରାମତି ନିମନ୍ତେ ଯେଉଁସବୁ ସରକାରୀ ନିୟମ ରହିଛି ତାହା ଏଠି ପ୍ରହସନ ପାଲଟିଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ପ୍ରାୟ ୧୦୦ ଛାତ୍ରୀଛାତ୍ର ପାଠପଢ଼ନ୍ତିି । ବିଦ୍ୟାଳୟରେ ମୋଟ ୬ଟି ଶ୍ରେଣୀ କୋଠରି ରହିଛି । କିନ୍ତୁୁ ଗତ ଫନୀ ବାତ୍ୟା ପ୍ରଭାବରେ ୩ କୋଠରି ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଅନ୍ୟ ୩ କୋଠରିରେ ବହୁ ଅସୁବିଧା ମଧ୍ୟରେ ପିଲାମାନେ ପାଠ ପଢ଼ୁଛନ୍ତି। ଏ ସମସ୍ୟା ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ କହିଛନ୍ତି, ଭାଙ୍ଗି ଯାଇଥିବା ଶ୍ରେଣୀଗୃହଗୁଡିକ ବିଷୟରେ ଲିଖିତ ଭାବେ ସେ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ। ତଥାପି ଏହାର କୌଣସି ସୁଫଳ ମିିଳି ପାରିନାହିଁ କି ଏ ପର୍ଯ୍ୟନ୍ତ ଭଙ୍ଗାରୁଜା ଅବସ୍ଥାରେ ଥିବା ଶ୍ରେଣୀଗୃହଗୁଡିକୁ ଦେଖିବା ପାଇଁ କେହି ଆସିନାହାନ୍ତି । ଚମ୍ପାପେଡ଼ି ସରପଞ୍ଚ ନିର୍ମଳ କୁମାର ମତଗଜସିଂ ଏ ବିଷୟରେ କହିଛନ୍ତି, ବାତ୍ୟା ପରେ ଏହି ପଞ୍ଚାୟତସ୍ଥିତ ବାରଙ୍ଗାଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଚମ୍ପାପେଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ଷୟକ୍ଷତି ସମ୍ପର୍କରେ ସେ ଲିଖିତ ଭାବେ ରଣପୁର ବିଡିଓଙ୍କୁ ଜଣାଇଥିଲେ। ବିଦ୍ୟାଳୟଗୁଡିକୁ ଏ ପର୍ଯ୍ୟନ୍ତ କାହିଁକି ମରାମତି କରାଯାଉ ନାହିଁ ବୋଲି ପଚାରିବାରୁ ସରକାରୀ ଆଦେଶ ଆସିନାହିଁ ବୋଲି ବିଡିଓ କହିଥିବା ମତଗଜସିଂ କହିଛନ୍ତି । ତେବେ ଆବଶ୍ୟକତା ଅନୁସାରେ ଶ୍ରେଣୀଗୃହ ନ ଥିବାରୁ ପିଲାମାନଙ୍କର ପାଠପଢ଼ାରେ ବ୍ୟାଘାତ ଘଟୁଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଉକ୍ତ ସମସ୍ୟାର ସମାଧାନ ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଅଞ୍ଚଳବାସୀ ଧାରଣାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତିି ।


All Right Reserved By

ଟ୍ରଲରକୁ ଧକ୍କା ଦେଲା କଣ୍ଟେନର, ୨ ଜଣଙ୍କ ଜୀବନ ଗଲା

ଛତିଆ/ଚଣ୍ଡିଖୋଲ,୧ା୭(ଡି.ଏନ୍‌.ଏ.): ଯାଜପୁର ଜିଲା ବନ୍ଦାଳ ହାଟ କରନ୍ଦା ଛକ ନିକଟରେ ସୋମବାର ଭୋରରୁ ରଡ୍‌ ବୋଝେଇ ଟ୍ରଲର ପଛପଟେ ଏକ କଣ୍ଟେନର ଧକ୍କା ଦେବାରୁ ଘଟଣାସ୍ଥଳରେ...

ଚାଉଳ ମିଳୁଛି, ହିତାଧିକାରୀ ଜାଣିନାହାନ୍ତି : ଲୁଟି ନେଉଛନ୍ତି ରିଟେଲର

ଜଗତ୍‌ସିଂହପୁର ଅଫିସ,୨୩ା୭: ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଗରିବ ପରିବାରକୁ ଚାଉଳ, କିରୋସିନ ଆଦି ସାମଗ୍ରୀ ପ୍ରଦାନ ନିମନ୍ତେ ସରକାର ବ୍ୟବସ୍ଥା କରିଛନ୍ତି। ମାତ୍ର ପରିତାପର...

ଖାଇବାକୁ ମାଗିବାରୁ ଗରମ ପେଯ ଫୋପାଡ଼ିଲେ ସ୍ତ୍ରୀ

ଯାଜପୁର ଟାଉନ,୧୦ା୬ (ଡିଏନଏ): ସ୍ବାମୀଙ୍କ ଉପରକୁ ସ୍ତ୍ରୀ ଗରମ ପେଯ ଫୋପାଡ଼ିବାରୁ ସ୍ବାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି...

ପ୍ରଶାସନିକ ଦୃଷ୍ଟି ଆଢୁଆଳରେ ପ୍ରାଥମିକ ବିଦ୍ୟାଳୟ: ଅଧାପନ୍ତରିଆ ଅବସ୍ଥାରେ ନିର୍ମାଣ କାର୍ଯ୍ୟ

ନୂଆଗାଁ,୨୨।୬(ଡି.ଏନ୍‌.ଏ.): ଦେଶରୁ ନିରକ୍ଷରତା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ପିଲାମାନେ ସ୍କୁଲ ଯିବା ପ୍ରତି ଉତ୍ସାହିତ କରିବା ନିମନ୍ତେ ମାଗଣା...

କମିବାରେ ଲାଗିଛି ମହାନଦୀ ଜଳସ୍ତର : ଖଣ୍ଡପଡା ନିର୍ବାଚନମଣ୍ଡଳୀର ୬ ପଞ୍ଚାୟତ ପ୍ରଭାବିତ

କଣ୍ଟିଲୋ,୨୨ା୭ (ସ୍ବ.ପ୍ର.): ସମ୍ପ୍ରତି ଛତିଶଗଡ ସରକାର ମହାନଦୀ ଉପରମୁଣ୍ଡରେ ଛୋଟବଡ ୫୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ (ବ୍ୟାରେଜ) ନିର୍ମାଣ କରିବା ଫଳରେ ଏହାର ପ୍ରଭାବ ମହାନଦୀ ଉପରେ...

ସମସ୍ୟା ଘେରରେ କଣ୍ଟିଲୋ ମହାବିଦ୍ୟାଳୟ : ପାଚେରି ନିର୍ମାଣ ଓ ପାନୀୟ ଜଳ ବ୍ୟବସ୍ଥା ନେଇ ବିଧାୟକଙ୍କ ପ୍ରତିଶ୍ରୁତି

ଖଣ୍ଡପଡ଼ା,୮ା୭(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ ପରିସରରେ ଶନିବାର ବ୍ଲକସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବେ ଖଣ୍ଡପଡ଼ା...

କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର: ୧୦୨ ଆମ୍ବୁଲାନ୍ସ ବନ୍ଦ ପରେ ପ୍ରସୂତି ସେବା ବାଧାପ୍ରାପ୍ତ

ଖଣ୍ଡପଡ଼ା,୩ା୭(ସ୍ବ.ପ୍ର)-ଗତ ମେ ୩୧ ତାରିଖଠାରୁ ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ପ୍ରସୂତି ସେଣ୍ଟରରେ ୧୦୨ ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯିବା ପରେ...

ଡାକ୍ତର, ଫାର୍ମାସିଷ୍ଟ ନିଯୁକ୍ତି ନେଇ ଜିଲାପାଳଙ୍କୁ ଦାବିପତ୍ର

ଧର୍ମଶାଳା,୨୨ା୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁରସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଥିବା ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି ଦାବିରେ ଗୁରୁବାର ବଣମଲ୍ଲି ସାହିତ୍ୟ ଓ ସେବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *