ବାରଣ୍ଡାରେ ଗଢ଼ା ହେଉଛି ପିଲାଙ୍କ ଭବିଷ୍ୟତ

ଝରିଗାଁ,୧୧।୭(ସ୍ବ.ପ୍ର)- ଗ୍ରାମାଞ୍ଚଳରେ ଗୁଣାମତ୍କ ଶିକ୍ଷାକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ସରକାରୀ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଠିକ୍‌ ନଥିବାରୁ ଛାତ୍ରୀଛାତ୍ରମାନେ ପାଠ ପଢିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶ୍ରେଣୀ ଗୃହ ନ ଥିବାରୁ ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବାଣୁଆଗୁଡା ପଞ୍ଚାୟତ ଗୋମିଓଡା ପ୍ରାଥମିକ ବିଦ୍ୟାଳୟରେଏହା ଦେଖିବାକୁ ମିଳିଛି।
୧୯୮୦ରେ ଗୋମିଓଡା ଗ୍ରାମରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ପିଲାଙ୍କ ପାଠ ପଢାରେ ଆଗ୍ରହ ବଢିବା ସହ ଶ୍ରେଣୀ ବଢିଲା ହେଲେ ଶ୍ରେଣୀ ଗୃହ ବଢି ପାରିଲା ନାହିଁ। ବର୍ତ୍ତମାନ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ରହିଥିବା ବେଳେ ୯୭ ଛାତ୍ରୀଛାତ୍ରଙ୍କ ସକାଶେ ୩ ଶିକ୍ଷକ ନିୟୋଜିତ ରହିଛନ୍ତିି। ବିଦ୍ୟାଳୟର ପୁରୁଣା ଗୃହରେ ଦୁଇଟି ଶ୍ରେଣୀ ଗୃହ ରହିଥିବା ବେଳେ ଏବେ ତାହା ଜରାଜୀର୍ଣ୍ଣ ପାଲଟିଛି। ଗାଁର ବୁଲା ଗାଈଗୋରୁଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ବିଦ୍ୟାଳୟ ପରିସରରେ ରହିଥିବା ଅତିରିକ୍ତ ଶ୍ରେଣୀ ଗୃହରେ ୫ଟି ଶ୍ରେଣୀର ପିଲାଙ୍କ ଭବିଷ୍ୟତ ଗଢା ଚାଲିଛି। ଛାତ୍ରୀଛାତ୍ରଙ୍କ ଉପସ୍ଥିତ ଅଧିକ ରହିଥିବା ହେତୁ ବର୍ଷ ତମାମ ପଞ୍ଚମ ଶ୍ରେଣୀର ଛାତ୍ରୀଛାତ୍ର ବାରଣ୍ଡାରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତିି। ଶ୍ରେଣୀ ଗୃହ ଅଭାବ ରହିଥିଲେ ମଧ୍ୟ ଗୋମିଓଡା ଗ୍ରାମର ଝିଅପୁଅ ମାନେ ସର୍ବଦା ବିଦ୍ୟାଳୟକୁ ଆସି ପାଠ ପଢିଥାନ୍ତିି। ସେହିପରି ବିଦ୍ୟାଳୟ ପରିଚାଳନା କମିଟି ଏବଂ ଗ୍ରାମବାସୀ ପଲ୍ଲୀସଭାରେ ବାରମ୍ବାର ବିଦ୍ୟାଳୟର ଶ୍ରେଣୀ ଗୃହ,ପାଚେରୀ ସକାଶେ ଦାବୀ କୁରୁଥିବା ବେଳେ ସେଥିପ୍ରତି କାହାର ଗୁରୁତ୍ୱ ନାହିଁ। ବିଦ୍ୟାଳୟ ପରିସରରେ ଶୌଚାଳୟ ରହିଥିଲେ ମଧ୍ୟ ତାହା ବ୍ୟବହାର ପୂର୍ବରୁ ନଷ୍ଟ ହୋଇଯାଇଛି। ସେହିପରି ବିଦ୍ୟାଳୟରେ ପାଚେରୀ ନଥିବା ଯୋଗୁଁ ତାହା ଗୋଚର ପାଲଟିଛି। ଗୋମିଓଡା ବିଦ୍ୟାଳୟରେ ଶ୍ରେଣୀ ଗୃହ ନଥିବା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବାହାଦୂରସିଂ ଧରୁଆଙ୍କୁ ପଚାରିବାରୁ ସେହି ସ୍କୁଲର ଶ୍ରେଣୀ ଗୃହ କିପରି ଶୀଘ୍ର ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି।


All Right Reserved By Dharitri.Com

ସିଲେରୁ ନଦୀରେ ଡଙ୍ଗା ବୁଡି ନିଖୋଜ ଘଟଣା: ୪ ଦିନ ପରେ ୨ ମହିଳାଙ୍କ ମୃତଦେହ ଉଦ୍ଧାର

ମାଲକାନରି, ୬ା୬ (ସ୍ବ.ପ୍ର.)- ସିଲେରୁ ନଦୀରେ ଡଙ୍ଗାବୁଡି ନିଖୋଜ ଥିବା ୨ ମହିଳାଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଫଳରେ ଗତ ୪ ଦିନ ଧରି...

କୋରାପୁଟରେ ବାଜି ମାରିଲେ ବିଜେଡିର ରଘୁରାମ ପଡାଲ

କୋରାପୁଟ, ୨୩।୫(ସ୍ବ.ପ୍ର.)-କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ବାଜି ମାରିଛି ବିଜେଡି। କଂଗ୍ରେସର କୃଷ୍ଣ କୁଲ୍‌ଦୀପଙ୍କୁ ୬,୨୨୪ ଭୋଟରେ ହରାଇ ବିଜେଡିର ରଘୁରାମ ପଡାଲ ବିଜୟୀ ହୋଇଛନ୍ତି। ରଘୁରାମ...

ବ୍ରାହ୍ମଣ ସାହିରେ ମା’ଙ୍କୁ ଆବାହନ

ରାୟଗଡା ଅଫିସ, ୮।୧୦: ରାୟଗଡା ସହରରେ ବିଜୟା ଦଶମୀ ପୂଜା ପାରମ୍ପରିକ ରୀତିନୀତିରେ ଚାଲିଛି। ରାୟଗଡା ବ୍ରାହ୍ମଣ ସାହିରେ ଅତି ଆଡ଼ମ୍ବରରେ ଦଶହରା ପୂଜା ଚାଲିଛି।...

କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

ମାଲକାନଗିରି,୨୦।୪ (ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଗତ ୪ ଦିନ ହେଲା ବନ ବିଭାଗ (କେନ୍ଦୁପତ୍ର) ଏବଂ କେତେକ ଘରୋଇ ସଂସ୍ଥା ଜିଲାର ବିଭିନ୍ନ ଫଡିରେ କେନ୍ଦୁପତ୍ର...

ମାଲକାନଗିରି: କେନ୍ଦୁପତ୍ରକୁ ଭୟ ଫନୀ

ମାଲକାନଗିରି,୧।୫ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗତ ଦୁଇସପ୍ତାହ ହେଲା ସରକାରୀ ଏବଂ ବେସରକାରୀ ସଂସ୍ଥା ଗୁଡିକ ବିଭିନ୍ନ ଅଞ୍ଚଳରୁ କେନ୍ଦୁପତ୍ର ସଂଗ୍ରହ କରିଛନ୍ତି। ବର୍ତ୍ତମାନ ପ୍ରାୟ...

ନାଲକୋ ହିଲ୍‌ଟପ୍‌ରେ ଛାଇଗଲା କୁଆପଥର

ଦାମନଯୋଡ଼ି/କୋରାପୁଟ,୧୯ା୪(ସ୍ବ.ପ୍ର.): କୋରାପୁଟ ଜିଲା ଦାମନଯୋଡ଼ିରେ ଶୁକ୍ରବାର ଅପରାହ୍ନରେ ପ୍ରବଳ କୁଆପଥର ବର୍ଷା ହୋଇଛି। ଏଥିରେ ନାଲକୋର ହିଲଟପ୍‌ ବରଫାବୃତ୍ତ ହୋଇ କାଶ୍ମୀରର ଭ୍ରମ ସୃଷ୍ଟି କରିଛି।...

ମୌସୁମୀ ବିଳମ୍ବ: ମରୁଡ଼ି ଆଶଙ୍କା ନେଇ ଚିନ୍ତାରେ ଚାଷୀ

ମାଲକାନଗିରି,୧୭ା୬(ଡି.ଏନ.ଏ.)-  ଜୁନ ୧୭ରେ ବିଶ୍ୱ ଅନାବୃଷ୍ଟି ଓ ମରୁଡ଼ି ପ୍ରତିରୋଧ ଦିବସ ପାଳନ ହେବାକୁ ଯାଉଛି। ଏହି ଦିବସ କୃଷକମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିବସ।...

ଗଞ୍ଜେଇ ଚେରାଚାଲାଣ ଧରପଗଡ ବେଳେ ଗୁଳିଚାଳନା: ୧୧୨୩ କିଲୋ ଗଞ୍ଜେଇ ଜବତ,୨ ଗିରଫ

କୋରୁକୋଣ୍ଡା, ୨୩ା୭(ଡି.ଏନ.ଏ)- ମାଲକାନଗିରି ଜିଲାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢ଼ିବାରେ ଲାଗିଛି। ମାଲକାନଗିରି ପୋଲିସ ପକ୍ଷରୁ ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ...

Leave a comment

Your email address will not be published. Required fields are marked *