୩ ବର୍ଷ ଧରି ସିସିଏଙ୍କୁ ମିଳୁନାହିଁ ଦରମା

ଫୁଲବାଣୀ ଅଫିସ, ୧୧ା୭-କନ୍ଧମାଳ ଜିଲାରେ ବିଭିନ୍ନ ସେବାଶ୍ରେମ/ଆଶ୍ରମ ବିଦ୍ୟାଳୟରେ ସିସିଏ(କୁକ୍‌ କମ୍‌ ଆଟେଣ୍ଡାଣ୍ଟ)ଙ୍କୁ ଦରମା ମିଳୁ ନାହିଁ। ତୁମୁଡ଼ିବନ୍ଧ ବ୍ଲକ ଭାଲିଆପାଣି ସେବାଶ୍ରମ ବିଦ୍ୟାଳୟର ସିସିଏମାନେ ଆସି ଜିଲାପାଳଙ୍କୁ ଏନେଇ ଅଭିଯୋଗ କରିଛନ୍ତି। ୨୦୧୬ ଜୁଲାଇ ୧ରେ ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ଏକ ବୈଠକ କରି ରେଜୁଲେଶନ ମାଧ୍ୟମରେ ନିରନ୍ତି ମାଝୀ ଓ ତରୁଲତା ମାଝୀଙ୍କୁ ସିସିଏରେ ନିଯୁକ୍ତି ଦିଆଯାଇଥିଲା। ଆଜିପର୍ଯ୍ୟନ୍ତ ସେମାନଙ୍କୁ ନିଯୁକ୍ତି ପତ୍ର ଓ ଦରମା ମିଳିନାହିଁ। ଜିଲାର ବିଭିନ୍ନ ସ୍କୁଲରେ ୩୫ ଜଣ ସିସିଏ ଏହିଭଳି ଦୀର୍ଘଦିନ ଧରି ବିନା ପାରିଶ୍ରମିକରେ ଖଟୁଛନ୍ତି। ଏ ନେଇ କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨୦୧୭ରେ ରାଜ୍ୟ ଏସ୍‌ସି ଏସ୍‌ଟି ଉନ୍ନୟନ ବିଭାଗକୁ ଚିଠି କରାଯାଇଥିଲା। କିନ୍ତୁ କୌଣଶି ପଦକ୍ଷେପ ନିଆ ଯାଇନାହିଁ। ଏଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସିସିଏମାନେ ଦାବି କରିଛନ୍ତି। ଏ ନେଇ ଜିଲା ମଙ୍ଗଳ ଅଧିକାରୀ ଶେଷଦେବ ବେହେରାଙ୍କୁ ପଚାରିବାରୁ ମୁଁ ନୂତନ ଭାବେ ଯୋଗ ଦେଇଛି, ଏ ବିଷୟରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଜଣାଇ ଖୁବ୍‌ଶୀଘ୍ର ସମାଧାନ କରିବି ବୋଲି କହିଥିଲେ।


All Right Reserved By Dharitri.Com

କେଏଟିଏସ୍‌ ଆୟୁର୍ବେଦ ମହାବିଦ୍ୟାଳୟ: କଲେଜ ସମସ୍ୟା ସମାଧାନକୁ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୨୦ା୮-ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା(କେଏଟିଏସ୍‌) ଆୟୁର୍ବେଦ ମହାବିଦ୍ୟାଳୟ ନୂତନ ଛାତ୍ର ସଂସଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି...

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ : ଥାନାରେ ମାମଲା

ଦିଗପହଣ୍ଡି,୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଯୁକ୍ତ ୨ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ସେହି ଗାଁର ମିଥୁନ ସାହୁ (୨୨)...

ପୌରସଂସ୍ଥାର ପ୍ରାକ୍ତନ ସଦସ୍ୟା, ସଦସ୍ୟଙ୍କୁ ମିଳୁ ପେନ୍‌ସନ

ବ୍ରହ୍ମପୁର ଅଫିସ,୨୬ା୮-ବ୍ରହ୍ମପୁର ପୌର ନିଗମ (ବିଏମସି)ର ପୂର୍ବତନ କାଉନସିଲର ଓ କର୍ପୋରେଟର ସଂଘର ସମାବେଶ ରବିବାର ଅନୁଷ୍ଠିତ ହୋଇଯାଇଛି । ଏମ୍‌ପି ଓ ବିଧାୟକଙ୍କ ଭଳି...

କାନ୍ଥ ଖୋଳି ମୋବାଇଲ ଫୋନ ଲୁଟିନେଲେ

ଭଞ୍ଜନଗର,୨୫।୫(ଡି.ଏନ.ଏ.)- ତାରସିଂ ଥାନା ଗାଲେରୀ ମୁଖ୍ୟ ସଡକରେ ଥିବା ଏକ ମୋବାଇଲ ଦୋକାନରୁ ଶୁକ୍ରବାର ରାତିରେ ଏକ ବଡଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ପଛପଟ...

ଗଁ।ରେ ହାତୀ, ସହରରେ କର୍ମଚାରୀ

ଭଞ୍ଜନଗର,୧୧।୧(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଜଙ୍ଗଲ ନିକଟବର୍ତ୍ତୀ କେତେକ ଗ୍ରାମରେ ହାତୀ, ବାର୍‌ହା ଆତଙ୍କ ଦେଖାଦେଇଛି। ହାତୀ ଜଙ୍ଗଲରୁ ବାହାରି ଖଳାରେ ଥିବା ଚାଷୀଙ୍କ ଧାନ...

ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ପ୍ରସଙ୍ଗ ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଛତ୍ରପୁର,୨୯।୬(ଡି.ଏନ.ଏ.)-ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଶନିବାର ଥମିଛି। ତ୍ରିପାକ୍ଷିକ ଆଲୋଚନା ବୈଠକ ପରେ ବିସ୍ଥାପିତ ତଥା ଟାଟା ପ୍ରକଳ୍ପରେ ଏହାର ସହଯୋଗୀ ସଂସ୍ଥା ଟିଏସ୍‌ ଆଲଏଜ୍‌ରେ...

ବ୍ରହ୍ମପୁରରେ ଭୋଗି ଉତ୍ସବ: ଜମିଲା ପାରମ୍ପରିକ ଦାଣ୍ଡିଆ ନୃତ୍ୟ

ବ୍ରହ୍ମପୁର ଅଫିସ,୧୪।୧: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ତେଲୁଗୁ ସମ୍ପ୍ରଦାୟର ଭୋଗି ଉତ୍ସବ ମଙ୍ଗଳବାର ପାଳନ ହୋଇଛି। ଉତ୍ସବର ପ୍ରଥମ ଦିନରେ ସହରରେ ରହୁଥିବା ବହୁ...

ବେଡ୍‌ ପିଛା ୫୦ ଟଙ୍କା ଲାଞ୍ଚ ଅଭିଯୋଗ

ବ୍ରହ୍ମପୁର ଅଫିସ୍‌,୧୩ା୧୨- ପରୀକ୍ଷାଠାରୁ ଚିକିତ୍ସା, ଔଷଧଠାରୁ ଆରମ୍ଭ କରି ରକ୍ତ ପର୍ଯ୍ୟନ୍ତ ସବୁ ମାଗଣା । କିନ୍ତୁ ବେଡ୍‌ ପାଇବାକୁ ହେଲେ ଟଙ୍କା ଦେବାକୁ ପଡ଼ୁଛି...

Leave a comment

Your email address will not be published. Required fields are marked *