କୃଷି ବଜେଟରେ ନା କୃଷି ନା କୃଷକ

ବିଚିତ୍ର ବିଶ୍ୱାଳ
ଆମ ରାଜ୍ୟ ଓଡ଼ିଶାରେ ଗତ ୬ବର୍ଷ ହେବ ସ୍ବତନ୍ତ୍ର କୃଷି ବଜେଟ ପ୍ରସ୍ତୁତ କରାଯାଉଛି। କିନ୍ତୁ କୃଷକଙ୍କ ସମସ୍ୟାର ସମାଧାନ ଏବେ ବି ଅନେକ ଦୂର। ଚଳିତ ବର୍ଷ ୨୦୧୯-୨୦ରେ ମଧ୍ୟ ରାଜ୍ୟ ସରକାର ସ୍ବତନ୍ତ୍ର କୃଷି ବଜେଟ ପ୍ରସ୍ତୁତ କରିଛନ୍ତି। ଏହି କୃଷି ବଜେଟ ଓ କୃଷକଙ୍କ ଅସଲ ସମସ୍ୟା ଭିତରେ କୌଣସି ସମ୍ପର୍କ ଥିବା ପରି ମନେହେଉନାହଁି। କୃଷକଙ୍କ ସମସ୍ୟାକୁ ଦେଖି ସେହି ହିସାବରେ ବ୍ୟୟ ଅଟକଳ ପ୍ରସ୍ତୁତ କରିବାର ଚିନ୍ତାଧାରା ଏବେ ବି ଆମ ଶାସନତନ୍ତ୍ରକୁ ଚିନ୍ତିତ କରିନାହିଁ। ଚଳିତ ବର୍ଷ ରାଜ୍ୟ ସରକାର ୨୦,୭୧୪ କୋଟି ଟଙ୍କାର କୃଷି ବଜେଟ ପ୍ରସ୍ତୁତ କରିଛନ୍ତି। ଗତବର୍ଷ ତୁଳନାରେ ଏଥିରେ ୨୩.୫% ବ୍ୟୟ ବରାଦ ବୃଦ୍ଧି କରାଯାଇଛି। ଏସବୁ ଅଙ୍କ ଯଦିଓ କାନକୁ ଭଲ ଶୁଭୁଛି କିନ୍ତୁ ମୁଖ୍ୟ ପ୍ରଶ୍ନ ହେଉଛି, କୃଷକଙ୍କ ସମସ୍ୟା ଓ ଏହି ବ୍ୟୟ ଅଟକଳ ଭିତରେ କିଛି ସମ୍ପର୍କ ଅଛି କି?
ଆଜିର ସମୟରେ ଆମ ରାଜ୍ୟର କୃଷକଙ୍କର ମୁଖ୍ୟ ସମସ୍ୟା ଉପତ୍ାଦନ ବୃଦ୍ଧି ନୁହେଁ, ଉପତ୍ାଦନର ସଂରକ୍ଷଣ ଓ ଉପତ୍ାଦନକୁ ଉପଯୁକ୍ତ ମୂଲ୍ୟ ନ ମିଳିବା। ଆମେ ବାରମ୍ବାର ଦେଖି ଆସୁଛେ ଯେ, ଅଧିକାଂଶ ଜିଲାର ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି। ଅନେକ ସ୍ଥାନରେ ମଣ୍ଡି ଠିକ୍‌ ଭାବେ ଚାଲୁନାହଁି। ଚାଷୀମାନେ ଦଲାଲଙ୍କୁ ଅତି କମ୍‌ ମୂଲ୍ୟରେ ଧାନ ବିକ୍ରି କରୁଛନ୍ତି। ଅନେକ ସ୍ଥାନରେ ଚାଷୀମାନେ ମଣ୍ଡିରେ ବି ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି। ଚାଷୀଙ୍କଠାରୁ ଧାନ କିଣିବା ପାଇଁ ମଣ୍ଡି ବି ଟାଳଟୁଳ ନୀତି ଆପଣାଉଛି। ଫଳରେ ଚାଷୀମାନେ ନିଜ ଉପତ୍ାଦିତ ଦ୍ରବ୍ୟର ଉପଯୁ୍‌କ୍ତ ମୂଲ୍ୟ ପାଉନାହାନ୍ତି ଓ କ୍ଷତିର ଶିକାର ହେଉଛନ୍ତି। ଗତବର୍ଷ ଆମେ ଦେଖିଲେ ଯେ, ବରଗଡ଼ ଓ ବ୍ରହ୍ମପୁରର ପନିପରିବା ଚାଷୀମାନେ ଟମାଟୋ କିଲୋପ୍ରତି ଏକ ଟଙ୍କାରେ ବିକିବାକୁ ବାଧ୍ୟହେଲେ। କାରଣ ସେମାନଙ୍କ ପାଖରେ ଟମାଟୋ ସଂରକ୍ଷଣ ପାଇଁ କିଛି ବ୍ୟବସ୍ଥା ନ ଥିଲା। ସେମାନଙ୍କ ଆଖପାଖରେ ଶୀତଳ ଭଣ୍ଡାର କି ଗୋଦାମ ଘରର ବ୍ୟବସ୍ଥା ନାହଁି। ଅନେକ କ୍ଷେତ୍ରରେ ଚାଷୀମାନେ ଟମାଟୋ ଜମିରେ ଗୋରୁ ଛାଡ଼ିଦେଉଥିବାର ଖବର ମଧ୍ୟ ମିଳିଲା। ଏପରି ସ୍ଥିତିରେ ସରକାର ଚାଷୀମାନଙ୍କର ଉପତ୍ାଦନ ବୃଦ୍ଧି କରିବା ପାଇଁ ଯୋଜନା କରିବା ଅପେକ୍ଷା ପ୍ରଥମେ ପ୍ରତି ବ୍ଲକ୍‌ରେ ଶୀତଳ ଭଣ୍ଡାରର ବ୍ୟବସ୍ଥା କରିବା ଉଚିତ। ଏହାଦ୍ୱାରା ଚାଷୀମାନେ ସେମାନଙ୍କ ଉପତ୍ାଦିତ ଦ୍ରବ୍ୟକୁ ସଂରକ୍ଷଣକରି ରଖିପାରିବେ ଓ ବଜାରର ଭାଉ ଦେଖି ବିକ୍ରି କରିବେ। କିନ୍ତୁ ଦୁର୍ଭାଗ୍ୟର କଥା ଯେ, କୃଷିପ୍ରଧାନ ରାଜ୍ୟ ଓଡ଼ିଶାରେ ଜିଲା ସ୍ତରରେ ବି ଗୋଟିଏ ଶୀତଳ ଭଣ୍ଡାର ନାହଁିି। ସ୍ବତନ୍ତ୍ର କୃଷି ବଜେଟରେ ଏଥିପାଇଁ କିଛି ବ୍ୟବସ୍ଥା ନାହଁି। ସେହିପରି ଚାଷୀକୁ ତା’ ଉପତ୍ାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପ୍ରାପ୍ତିକୁ ନିଶ୍ଚିତ କରେଇବା ପାଇଁ ରାଜ୍ୟର ସ୍ବତନ୍ତ୍ର କୃଷି ବଜେଟରେ ବି କିଛି ବ୍ୟବସ୍ଥା ନାହଁି। ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବା ଯଦିଓ କେନ୍ଦ୍ରର ବିଷୟ, କିନ୍ତୁ ରାଜ୍ୟ ସରକାର ବି ଚାହଁିଥିଲେ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ କିଛି ବୋନସ ବ୍ୟବସ୍ଥା କରିପାରନ୍ତେ; ଯାହା ଚାଷୀଙ୍କ କ୍ଷତିକୁ କମ୍‌ କରିବାରେ ସହାୟକ ହୁଅନ୍ତା।
ଏତଦ୍‌ବ୍ୟତୀତ ଆମ ରାଜ୍ୟର ଓ ସାରା ଦେଶର ଚାଷୀଙ୍କର ମୁଖ୍ୟ ସମସ୍ୟା ହେଉଛି, ଚାଷରେ କ୍ରମାଗତ ଭାବେ ବଢ଼ୁଥିବା ଖର୍ଚ୍ଚ। ତେଣୁ ଚାଷରେ ଖର୍ଚ୍ଚ କମ୍‌ କରିବାକୁ ଯୋଜନା ନ କଲେ ଚାଷୀମାନେ ଋଣଯନ୍ତାରୁ ମୁକୁଳିପାରିବେ ନାହଁି। କୃଷି ବଜେଟରେ ହୋଇଥିବା ବ୍ୟବସ୍ଥାରେ ଚାଷୀର ଖର୍ଚ୍ଚ କମିବା ପରିବର୍ତ୍ତେ ବଢ଼ିବ। ଗୋଟିଏ ପଟେ ଚାଷୀକୁ ଉପତ୍ାଦନର ଉପଯୁକ୍ତ ମୂଲ୍ୟ ମିଳୁନି ଓ ଅନ୍ୟପଟେ ଚାଷରେ ଖର୍ଚ୍ଚ ବଢ଼ୁଛି, ତେଣୁ ଏହା ଚାଷୀ ପାଇଁ ବୋଝ ଉପରେ ନଳିତାବିଡ଼ା ନୁହେଁ ତ ଆଉ କ’ଣ! କୃଷି ବଜେଟରେ ସରକାର ଚାଷୀ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣର ସୁବିଧା କରିଛନ୍ତି। ଏଥିରେ କିଛି ବି ନୂଆପଣ ନାହଁି। ଆମେ ଦେଖି ଆସୁଛେ ଯେ, ଏହିସବୁ ଋଣର ସୁବିଧା ଛୋଟ ଓ ନାମମାତ୍ର ଚାଷୀ ଅପେକ୍ଷା ଅତ୍ୟନ୍ତ ବଡ଼ ଚାଷୀ ଓ ବ୍ୟବସାୟୀମାନେ ପାଉଛନ୍ତି। ଏହା ବ୍ୟତୀତ ଚାଷୀକୁ କିପରି ଋଣଯନ୍ତାରୁ ବାହାର କରାଯିବ ସେଥିପାଇଁ ବ୍ୟବସ୍ଥା ନ କରି ସରକାର ପୁନଶ୍ଚ ଚାଷୀକୁ ଋଣ ଆଡ଼କୁ ମୁହଁାଉଛନ୍ତି। ଧୀରେ ଧୀରେ ଆମ ରାଜ୍ୟରେ ବି ରାସାୟନିକ ସାର ଓ କୀଟନାଶକର ବ୍ୟବହାର ବଢ଼ିଲାଣି। ଏହାକୁ କମ୍‌ କରିବା ପାଇଁ ସରକାରଙ୍କ ପାଖରେ କିଛି ଠୋସ୍‌ ଯୋଜନା ଥିବା ପରି ଦେଖାଯାଉନାହଁି। ଭୂତଳ ଜଳସ୍ତର ହ୍ରାସ ଚାଷ ପାଇଁ ଏକ ମହା ସଙ୍କଟ ଭାବେ ଉଭା ହେଲାଣି। ଯେଉଁ ଯେଉଁ ଅଞ୍ଚଳରେ ଅଧିକରୁ ଅଧିକ ପରିମାଣରେ ରାସାୟନିକ ସାର, କୀଟନାଶକ ଆଦି ବ୍ୟବହାର କରାଯାଉଛି, ସେଠି ଏହି ସମସ୍ୟା ଅଧିକ ତୀବ୍ର। ଚଳିତବର୍ଷର କୃଷି ବଜେଟ ଏ ବିଷୟରେ ବି ନୀରବ। ଆମ ରାଜ୍ୟରେ ଜଳସେଚନ ଏକ ମୁଖ୍ୟ ସମସ୍ୟା। ଯଦିଓ ଜଳସେଚନ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି, କିନ୍ତୁ ସରକାର ଏପର୍ଯ୍ୟନ୍ତ ସବୁ ଜମିକୁ ଜଳ ପହଞ୍ଚେଇବା କାମକୁ ଗୁରୁତ୍ୱର ସହ ନେଇନାହାନ୍ତି। ଆମ ରାଜ୍ୟର ଚାଷୀମାନେ ଗତ କିଛିବର୍ଷ ହେବ ସୁରକ୍ଷା ଭତ୍ତା ପାଇଁ ଆନ୍ଦୋଳନ କରିଆସୁଛନ୍ତି। ଅନେକ ଥର ରାଜଧାନୀରେ ବିକ୍ଷୋଭ, ଅର୍ଥନୈତିକ ଅବରୋଧ ଆଦି ମଧ୍ୟ କରିଆସୁଛନ୍ତି, କିନ୍ତୁ ସ୍ବତନ୍ତ୍ର କୃଷି ବଜେଟ ସେ ବିଷୟରେ ନୀରବ। କୃଷିର ବିକାଶ ନାଁରେ କାଳିଆ ଯୋଜନାରେ ବି ଯେପରି ଭାବେ ଟଙ୍କା ବଣ୍ଟାଯାଉଛି, ତାହା କୃଷି ଅପେକ୍ଷା ଅଣକୃଷି କାମରେ ଅଧିକ ବ୍ୟବହାର ହେଉଛି ବୋଲି ସମସ୍ତେ ଜାଣନ୍ତି। କେବଳ ଗୋଟିଏ ସ୍ବତନ୍ତ୍ର କୃଷି ବଜେଟ କରି ଗତାନୁଗତିକ ଭାବେ ଯୋଜନା କଲେ କୃଷକଙ୍କ ସମସ୍ୟାର ସମାଧାନ ହେବ ନାହଁି। କୃଷକଙ୍କ ପ୍ରକୃତ ସମସ୍ୟାକୁ ଦେଖି ତାହାର ସମାଧାନ ପାଇଁ କୃଷି ବଜେଟ ପ୍ରସ୍ତୁତ କରାଗଲେ ହଁି ଆମ ରାଜ୍ୟର କୃଷକଙ୍କ ସମସ୍ୟାର ସମାଧାନ ହୋଇପାରିବ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର, ମୋ- ୯୪୩୮୪୬୮୪୭୪


All Right Reserved By

ଚାଷ ଦୂର କରିବ ବେକାରି

ବିଚିତ୍ର ବିଶ୍ୱାଳ ସଂପ୍ରତି ଆମ ଦେଶରେ ବେକାରି ସମସ୍ୟା ଅତ୍ୟନ୍ତ ଉତ୍କଟ ଓ ଦିନକୁ ଦିନ ଏହା କାୟା ବିସ୍ତାର କରିଚାଲିଛି। ନିକଟ ଅତୀତରେ ମହାରାଷ୍ଟ୍ର...

କିଙ୍ଗ୍‌-ମେକରଙ୍କ ଭୂମିକା

ବୈକୁଣ୍ଠନାଥ ମିଶ୍ର ଅନେକ ସମୟରେ ଦେଖାଯାଏ ଯେ, କୌଣସି ଶାସନର ସର୍ବୋଚ୍ଚ ସ୍ତରରେ ଏପରି ଜଣେ ଜଣେ ବିଦ୍ୱାନ୍‌ ବ୍ୟକ୍ତିଙ୍କର ଆବିର୍ଭାବ ଘଟିଥାଏ, ଯାହାଙ୍କର ଅନନ୍ୟ...

ମଣିଷର ବଡ଼ ଶତ୍ରୁ

ଉପେନ୍ଦ୍ର ବିଶ୍ୱାଳ ସ୍ବର୍ଗ ଓ ନର୍କର ପାର୍ଥକ୍ୟ ଜାଣିବାକୁ ଇଚ୍ଛା କରି ଜନୈକ ଯୁବକ ଆସି ପହଞ୍ଚତ୍ଲେ ଜଣେ ସାଧୁଙ୍କ ଆଶ୍ରମରେ। ସାଧୁଙ୍କୁ ପ୍ରଣାମ କରି...

ଆସନ୍ନ ବେକାରି ବିସ୍ଫୋରଣ

ବିମଳ ପ୍ରସନ୍ନ ଦାସ ପୃଥିବୀର ଦ୍ୱିତୀୟ ଜନବହୁଳ ଦେଶ ଭାରତରେ ବେକାରି ସମସ୍ୟା ବଡ଼ ବିପଦ ଭାବେ ଉଭା ହୋଇଛି। ଯେଉଁ ହାରରେ ଜନସଂଖ୍ୟା ବୃଦ୍ଧି...

ଫନୀ ଫେରାଇଛି ପୁରୁଣା ଦିନ

ପ୍ରକାଶ ତ୍ରିପାଠୀ ଗତ ମେ ୩ତାରିଖରେ ଓଡ଼ିଶା ଉପକୂଳ ଜିଲାଗୁଡ଼ିକରେ ମହାପ୍ରଳୟ ଘଟାଇ ୧୯୯୯ ମହାବାତ୍ୟାର ସ୍ମୃତିକୁ ଉଜ୍ଜୀବିତ କରିଦେଇଛି ସାମୁଦ୍ରିକ ଝଡ଼ ଫନୀ। ପୁରୀଠାରେ...

ଏଇ ଭାରତରେ

ହାଇଦ୍ରାବାଦ୍‌ର ଜଣେ ଯୁବକ ଗୋଟିଏ ଦିନରେ ହଜାରେ ଲୋକଙ୍କୁ ଖାଦ୍ୟ ଖୁଆଇ ରେକର୍ଡ ସୃଷ୍ଟି କରିଛନ୍ତି। ‘ସର୍ଭ୍‌ ନିଡି’ ନାମକ ଏନ୍‌ଜିଓର ପ୍ରତିଷ୍ଠାତା ଗୌତମ କୁମାର...

ପୂର୍ବବର୍ତ୍ତୀଙ୍କ ପ୍ରତି ଅଶ୍ରଦ୍ଧାର ପରିଣାମ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ୧୯୪୨ ମସିହାରେ ଥରେ ଆଲୋଚନା ପ୍ରସଙ୍ଗରେ କହିଥିଲେ-ପୂର୍ବଗାମୀମାନଙ୍କର ନିନ୍ଦାକରି, ସେମାନଙ୍କର ଅପ୍ରତିଷ୍ଠା କରି ଯଦି ନିଜର ପ୍ରତିଷ୍ଠା ଚାହଁ, ସେ...

ଉତ୍କଳର ରାଜବଂଶ ଓ ବାଇଶି ପାହାଚ

ବୈକୁଣ୍ଠନାଥ ମିଶ୍ର ଭୌମକର ବଂଶର ଶାସକମାନେ କଳିଙ୍ଗକୁ ଶାସନ କରୁଥିବା ସମୟରେ ସୋମବଂଶୀମାନେ କୋଶଳର ଶାସନକର୍ତ୍ତା ଥିଲେ। ନବମ ଶତାବ୍ଦୀର ଶେଷଭାଗରେ ଭୌମକର ଶାସନର ପତନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *