ଜନସଂଖ୍ୟା ବିସ୍ଫୋରଣର ମୁକାବିଲା

ଶେଖ୍‌ ଫରିଦ୍‌ଉଦ୍ଦିନ
ସମଗ୍ର ବିଶ୍ୱକୁ ଜନସଂଖ୍ୟାର ଗଣିତ ଓଲଟପାଲଟ କରିଦେବାର କ୍ଷମତା ରଖିଥାଏ। ନିକଟରେ ମିଳିତ ଜାତିସଂଘର ଏକ ରିପୋର୍ଟର ତଥ୍ୟ ଅନୁଯାୟୀ ଆସନ୍ତା ୩୦ବର୍ଷ ଭିତରେ ଭାରତର ଜନସଂଖ୍ୟା ବର୍ତ୍ତମାନର ୧୩୫କୋଟିରୁ ବୃଦ୍ଧି ପାଇ ୨୭୦କୋଟି ଛୁଇଁବ। ସମଗ୍ର ବିଶ୍ୱରେ ବିଶାଳ ଜନସଂଖ୍ୟା ଦୃଷ୍ଟିରୁ ଆସନ୍ତା ୮ବର୍ଷରେ ଭାରତ ଶୀର୍ଷରେ ରହିବ। ଏହା ସୁଲକ୍ଷଣ ନା କୁଲକ୍ଷଣ? ଏଇ ବିଶାଳ ଜନସଂଖ୍ୟା ଏକ ଚିନ୍ତାର କାରଣ ନିଶ୍ଚୟ। ତେବେ ବିଭିନ୍ନ ଶପିଙ୍ଗ୍‌ ମଲ୍‌ର ଅଫର ଏବଂ ବିଭିନ୍ନ ଖାଦ୍ୟ ଗୋଦାମରେ ମହଜୁଦ ଥାଇ ନଷ୍ଟ ହେଉଥିବା ଖାଦ୍ୟଶସ୍ୟର ପରିମାଣକୁ ବିଚାରକୁ ନେଲେ ଏହି ସଂଖ୍ୟା କ’ଣ ସତରେ ଏତେ ବେଶି? ଏପରି ଏକ ପ୍ରଶ୍ନ ମନକୁ ଆସେ। ଆଜିର ଦିନରେ ବିଭିନ୍ନ ସହର ବଜାରର ବଡ଼ ବଡ଼ ଶପିଙ୍ଗ୍‌ ମଲ୍‌ରେ ବିକ୍ରି ହେଉଥିବା ଅନେକ ସାମଗ୍ରୀର ଅଫର ଏପରି ଚିନ୍ତାର ମୂଳ କାରଣ। ଏଠି ଗୋଟିଏ କିଣିଲେ ଆଉ ଗୋଟିଏ ମାଗଣା ଦିଆଯାଏ। ଅର୍ଥାତ୍‌ ଯେଉଁ ପରିମାଣର ସାମଗ୍ରୀ ତିଆରି ହୋଇଛି ସେଇ ସଂଖ୍ୟକ ଲୋକ ନ ଥିବାରୁ ଆଉ ଗୋଟିଏ ମାଗଣାରେ ଦିଆଯାଉଛି। ଦେଶର ବିିଭିନ୍ନ ଖାଦ୍ୟ ଗୋଦାମରେ ମହଜୁଦ ଥିବା ଧାନ, ଚାଉଳ, ଗହମ ଯେଉଁ ପରିମାଣରେ ନଷ୍ଟ ହେଉଛି ତାକୁ ଦେଖିଲେ କିଏ କହିବ ଏ ଦେଶରେ ଜନସଂଖ୍ୟା ବିସ୍ଫୋରଣ ଏକ ସମସ୍ୟା? ଯେକୌଣସି ପଦାର୍ଥ ଆବଶ୍ୟକତାଠାରୁ ଅଧିକ ଥିଲେ ତାହା ନଷ୍ଟ ହୁଏ। କମ୍‌ ଥିଲେ ସେଥିପ୍ରତି ମଣିଷ ଯତ୍ନବାନ ହୁଏ। ହାଉଯାଉ ହେଲେ ପଦାରେ ପଡ଼ି ଖତ ଖାଏ। ତା’ହେଲେ କେଉଁଟା ସତ୍ୟ? ସରକାର ସବୁବେଳେ କହୁଛନ୍ତି- ‘ଦେଶରେ ଗଚ୍ଛିତ ବିଦେଶୀ ମୁଦ୍ରାର ସିଂହଭାଗ ତୈଳ ଆମଦାନିରେ ଖର୍ଚ୍ଚ ହେଉଛି। ଗାଡ଼ିମୋଟର ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ତେଲ ଚାହିଦା ତା’ସହ ତାଳଦେଇ ବଢ଼ୁଛି। ତେଣୁ ସେଇ ପରିମାଣର ଅଶୋଧିତ ତୈଳ ବିଦେଶରୁ ଆମଦାନି କରାଯାଉଥିବାରୁ ଏଥିପାଇଁ ଅଧିକ ବିଦେଶୀ ମୁଦ୍ରା ଆବଶ୍ୟକ ହେଉଛି।
ଏହି ଯୁକ୍ତି କ’ଣ ପ୍ରକୃତରେ ସତ୍ୟ? ବୋଧହୁଏ ନା। ଏହା ଯେ ସତ୍ୟ ନୁହେଁ ତାହା ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ ତେଲ ଟାଙ୍କିରେ ମରାହୋଇଥିବା ବିଜ୍ଞାପନରୁ ବେଶ୍‌ ବୁଝିହୁଏ। ବିଜ୍ଞାପନଟି ଅଧିକ ତେଲ ବ୍ୟବହାର ପାଇଁ ଗ୍ରାହକଙ୍କୁ ଆକୃଷ୍ଟ କରିବା ଦିଗରେ ଉଦ୍ଦିଷ୍ଟ। ଏଥିରେ ଲେଖା ହୋଇଛି- ”ଆପଣ ଯଦି ୫୦୦ ଟଙ୍କାରେ ତେଲ କିଣିବେ ତା’ହେଲେ ଗୋଟେ ରଙ୍ଗିନ ଛତା ଉପହାର ମିଳିବ“। ଯିଏ ୨୦୦ ଟଙ୍କାର ତେଲ ପକାଇବାକୁ ଯାଉଥିବ ସେ ଏଇ ଛତା ଲୋଭରେ ୫୦୦ ଟଙ୍କାର ତେଲ ପକାଇବାକୁ ଆଗ୍ରହୀ ହେବା ସ୍ବାଭାବିକ। ୨୦୦ ଟଙ୍କାର ତେଲ ପକାଉଥିଲେ ଯେତେଦୂର ଗାଡ଼ି ଚାଲିଥାନ୍ତା ୫୦୦ ଟଙ୍କାର ତେଲ ପକାଇଥିବାରୁ ତାକୁ ଅଧିକ ବାଟ ଯିବାକୁ ଇଚ୍ଛା ହେବ ନା ନାଇଁ? ତେଲ ବାବଦରେ ଅଧିକ ବୈଦେଶିକ ମୁଦ୍ରା ଆବଶ୍ୟକ ହେଉଛି ଏହି ଯୁକ୍ତି ଉକ୍ତ ବିଜ୍ଞାପନରେ କେଉଁଠି ପ୍ରତିଫଳିତ, ଭାବିଲେ ଥଳକୂଳ ମିଳେନା। ଭାରତର ଲୋକସଂଖ୍ୟାକୁ ବିଚାରକୁ ନେଲେ ଏ ଦେଶକୁ ଆଖପାଖର ଦେଶଗୁଡ଼ିକ ଭୟ କରିବା କଥା। କିନ୍ତୁ ସେମାନେ ଭୟ କରିବା ବଦଳରେ ଧମକାଉଛନ୍ତି। ଏହାର କାରଣ ଆଉ ଯାହା ହୋଇଥାଉନା କାହିଁକି, ଆମ ଦେଶରେ ମଣିଷର ଶକ୍ତି ଏବଂ ସାମର୍ଥ୍ୟର ଉପଯୁକ୍ତ ମୂଲ୍ୟାୟନ ହୋଇନାହିଁ କି ହେଉ ନାହିଁ। ଯେଉଁ କାରଣରୁ ୧୨୭ କୋଟି ଲୋକ ଥାଇ ସୁଦ୍ଧା ଗୋଟିଏ କିଣିଲେ ଆଉ ଗୋଟିଏ ମାଗଣାରେ ମିଳୁଛି। ଖାଦ୍ୟ ଗୋଦାମରେ ଲକ୍ଷ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ନଷ୍ଟ ହେଉଛି। କିଛି ଲୋକ ଖିରିପୁରିରେ ଭାସୁଥିବା ବେଳେ ଆଉ କେତେକେ କୋଟି କୋଟି ଟନ୍‌ ଖାଦ୍ୟଶସ୍ୟ ଥାଇ ସୁଦ୍ଧା ଅନାହାରରେ ଶଢ଼ୁଛନ୍ତି।
ଭାରତର ୧୪ ଭାଗରୁ ଭାଗେ ଆୟତନର ଦେଶ ଭାରତକୁ ଧମକାଉଛି। କାରଣ ଆମ ଦେଶରେ ଜନସଂଖ୍ୟାକୁ ସମ୍ବଳ ବୋଲି ବିଚାର ନ କରି ତାକୁ ସମସ୍ୟା ଭାବେ ଗ୍ରହଣ କରି ତା’ର ପ୍ରତିକାର ବ୍ୟବସ୍ଥା ଆମେ ଖୋଜୁଛୁ। ମୁମ୍ବାଇର ଲୋକସଂଖ୍ୟାର ଦୁଇଗୁଣ ଲୋକ ସାଂଘାଇରେ ରୁହନ୍ତି। କିନ୍ତୁ ସାଂଘାଇ ତୁଳନାରେ ମୁମ୍ବାଇ ୧୦ଗୁଣ ଅପରିଷ୍କାର, ବିପର୍ଯ୍ୟସ୍ତ ଏବଂ ବିଶୃଙ୍ଖଳିତ। ଏହାର ଏକମାତ୍ର କାରଣ, ମଣିଷକୁ ଆମେ ସମ୍ବଳ ବୋଲି ଭାବୁନାହୁଁ। ପୃଥିବୀର ବିଶାଳ ଜନସଂଖ୍ୟାବହୁଳ ଦେଶ ଚାଇନା ଗରିବୀ ଓ ବେରୋଜଗାରୀ ସମସ୍ୟାକୁ ସଫଳ ଭାବେ ମୁକାବିଲା କରିପାରିଛି। ଭାରତ ବେରୋଜଗାରୀ, ଗରିବୀ ପରି ବଡ଼ ସମସ୍ୟା ସହ ସଂଗ୍ରାମ କରୁଥିବାବେଳେ ଜନ୍ମରୁ କୁପୋଷଣ ମଧ୍ୟ ଏକ ଉଦ୍‌ବେଗଜନକ ସମସ୍ୟା। ତେଣୁ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ। କାରଣ ଜନସଂଖ୍ୟା ବୃଦ୍ଧି ସହ ସମାନୁପାତିକ ଭାବେ ପ୍ରାକୃତିକ ସମ୍ପଦ ବଢ଼ୁନାହିଁ। ନାଇଜେରିଆ ହେଉଛି ଏପରି ଏକ ଦେଶ ଯେଉଁଠାରେ ଆଗାମୀ ୫୦ବର୍ଷ ମଧ୍ୟରେ ଜନସଂଖ୍ୟା ବୃଦ୍ଧି ସବୁଠୁ ଅଧିକ ଦେଖାଯିବ। ତେଣୁ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଜଳବାୟୁ ପରିବର୍ତ୍ତନ ସହ ତାପମାନର ଉଦ୍‌ବେଗଜନକ ପରିବର୍ତ୍ତନ ଏବଂ ବୃଦ୍ଧି ପାଉଥିବା ଜନସଂଖ୍ୟା ଏବେ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରିଛି।
ଦୂରସଞ୍ଚାର ଭବନ, ଲିଙ୍କ୍‌ରୋଡ୍‌, କଟକ, ମୋ: ୯୪୩୭୦୦୪୮୮୮


All Right Reserved By

ମଣିଷଠୁ ଭିନ୍ନ ନୁହେଁ ପ୍ରାଣୀ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ମଣିଷ କ’ଣ ଏକମାତ୍ର ପ୍ରାଣୀ ଯିଏ ଭୋଟ ଦିଏ, ମଦ୍ୟପାନ କରେ, ପରକୀୟା ପ୍ରୀତିରେ ନିମଗ୍ନ ହୁଏ ବା ଅନ୍ୟମାନଙ୍କ...

ସମ୍ପାଦକୀୟ/ବାତିଲ ଶୁଭଙ୍କର

ଆଫଗାନିସ୍ତାନରେ ସ୍ଥିତି ଜାହିର କରିଥିବା ଆତଙ୍କବାଦୀ ସଙ୍ଗଠନ ତାଲିବାନ ସହ ଶାନ୍ତି ଚୁକ୍ତି କରିବା ଲାଗି ଆମେରିକା ବର୍ଷେ ହେବ ଚଳାଇ ଆସୁଥିବା ଉଦ୍ୟମ ବାତିଲ...

ରୋଗ ଉପଶମରେ ଯୋଗର ପ୍ରୟୋଗ

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ଋତୁ ପରିବର୍ତ୍ତନ ତଥା ଜଳବାୟୁ ପରିବର୍ତ୍ତନ ଫଳରେ ଆମେ ଅନେକ ପ୍ରକାର ପୀଡ଼ାର ସମ୍ମୁଖୀନ ହେଉ। ଆମ ମୁଣ୍ଡଠାରୁ ଆରମ୍ଭ କରି...

ଏଇ ଭାରତରେ

ପ୍ରତିବର୍ଷ ଅଗଷ୍ଟ ୧୫କୁ ଭାରତ ସ୍ବାଧୀନତା ଦିବସ ଭାବେ ପାଳନ କରିଥାଏ। କାରଣ ଭାରତୀୟଙ୍କ ପାଇଁ ଏହି ଦିନର ମହତ୍ତ୍ୱ ଖୁବ୍‌ ଅଧିକ। ହେଲେ ଭାରତରେ...

ବିଶ୍ୱବ୍ୟାଙ୍କର ପ୍ରଥମ ମହିଳା ଏମ୍‌ଡି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ଭାବେ ବିଶ୍ୱ ବ୍ୟାଙ୍କ ଗରିବ ରାଷ୍ଟ୍ରଗୁଡ଼ିକୁ ସୁଧମୁକ୍ତ ଋଣ ଓ ଅନୁଦାନ ଦେଇ ବିକାଶମୂଳକ ପ୍ରକଳ୍ପ ତ୍ୱରାନ୍ବିତ...

ଖଣିରେ ମୃତ୍ୟୁ

ବେଆଇନ ଖଣି ଖନନ ଭାରତରେ ଏକ ଦୀର୍ଘସ୍ଥାୟୀ ସମସ୍ୟା ଭାବେ ରହିଆସିଛି। ଏ ନେଇ ଯେତେ ପଦକ୍ଷେପ ନିଆଗଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ଅପାରଗତା ବେଆଇନ...

ଆଇଏନ୍‌ସିବି ସଦସ୍ୟା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ଅନ୍ତର୍ଜାତୀୟ ନିଶା ଔଷଧ ନିୟନ୍ତ୍ରଣ ବୋର୍ଡ (ଇଣ୍ଟରନ୍ୟାଶନାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ ବା ଆଇଏନ୍‌ସିବି) ଜାତିସଂଘର ଏକ ସ୍ବାଧୀନ ତଥା...

ମୋ ଘର

ଅଲେଖ ଚନ୍ଦ୍ର ମିଶ୍ର ଚାରିକାନ୍ଥ ଓ ଛପର ଦ୍ୱାରା ଆବଦ୍ଧ କ୍ଷେତ୍ର ଗୃହ, ବାସସ୍ଥାନ, ବସାଘର ବା ଭଡ଼ାଘର ହୋଇପାରେ (ହାଉସ)। କିନ୍ତୁ ଘର (ହୋମ୍‌)...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *