Posted inଖେଳ

୧୦ ଦିନ ପାଇଁ ସୋଏବ ଘରକୁ ଫେରିଲେ

ଲାହୋର,୩୦।୪(ପି.ଟି.)- ପାକିସ୍ତାନ ଅଭିଜ୍ଞ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ସୋଏବ ମଲିକ ୧୦ ଦିନ ପାଇଁ ଇଂଲଣ୍ଡ ଗସ୍ତରୁ ସ୍ବଦେଶ ଫେରିଛନ୍ତି । ତେବେ ବ୍ୟକ୍ତିଗତ କାରଣରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ତରଫରୁ ସୋମବାର କୁହାଯାଇଛି। ନିଜ ଘରୋଇ କାମ ସାରି ସେ ୧୦ ଦିନପରେ ଦଳରେ ଯୋଗ ଦେବେ। ତେବେ କେଉଁ କାରଣ ଯୋଗୁ ସୋଏବଙ୍କୁ ୧୦ଦିନ ଛୁଟି ଦିଆଗଲା ସେ ନେଇ ବୋର୍ଡ ତରଫରୁ କିଛି ସ୍ପଷ୍ଟ କରାଯାଇନାହିଁ। ତାଙ୍କ ବ୍ୟକ୍ତିଗତ ବ୍ୟାପାରକୁ ସମ୍ମାନ ଦେଇ ପିସିବି ଏ ସଂକ୍ରାନ୍ତରେ ଅଧିକ କିଛି ସୂଚନା ଦେବାକୁ ମନା କରିଦେଇଛି। ନର୍ଥାମ୍ପଟନସାୟାର ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ଠିକ୍‌ ପୂର୍ବରୁ ପିସିବି ଏ ନେଇ ସୂଚନା ଦେଇଛି। ଫଳରେ ମେ ୫ ତାରିଖରେ ଖେଳାଯିବାକୁ ଥିବା ଏକମାତ୍ର ଟି୨୦ ମ୍ୟାଚ୍‌ ସୋଏବ ଖେଳିପାରିବେ ନାହିଁ। ଉଲ୍ଲେଖଥାଉ କି, ମେ ୩୦ରୁ ଇଂଲଣ୍ଡରେ ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ପାକିସ୍ତାନ ଘରୋଇ ଇଂଲଣ୍ଡ ସହିତ ଏକ ୫ ମ୍ୟାଚ୍‌ ବିଶିଷ୍ଟି ଦିନିକିଆ ସରିଜରେ ଅବତୀର୍ଣ୍ଣ ହେବ। ୮ ତାରିଖରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ।


All Right Reserved By

Posted inଖେଳ

ଭେଲୋସିଟି ଦଳରେ ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ

ନୂଆଦିଲ୍ଲୀ, ୨୬ା୪ (ପି.ଟି.)- ଆସନ୍ତା ମେ ୬ରୁ ୧୧ ପର୍ଯ୍ୟନ୍ତ  ଜୟୁପରସ୍ଥିତ ସଓ୍ବାଇ ମାନସିଂ ଷ୍ଟାଡିୟମରେ ମହିଳା ଟି୨୦ ଚ୍ୟାଲେଞ୍ଜ ସିରିଜ ଖେଳାଯିବ। ଏଥିରେ ଭାଗନେବାକୁ...

କଶ୍ମୀର ଘଟଣା: ସର୍ଫରାଜ ଅହମ୍ମଦଙ୍କ ଟିପ୍ପଣୀ

କରାଚୀ,୧୪।୮- କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ରାଜ୍ୟର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବାର ଗୋଟିଏ ସପ୍ତାହ ପରେ ପାକିସ୍ତାନ କ୍ରିକେଟ...

ଫିଫା ମହିଳା ବିଶ୍ୱକପ୍‌ବ୍ରାଜିଲ ବିଜୟରେ ମାର୍ଟାଙ୍କ ବିଶ୍ୱ ରେକର୍ଡ

ଭାଲେନସିନେସ୍‌ (ଫ୍ରାନ୍ସ), ୧୯।୬(ଏଏଫ୍‌ପି): ଏଠାରେ ଚାଲିଥିବା ଫିଫା ମହିଳା ବିଶ୍ୱକପ୍‌ର ୭ମ ସଂସ୍କରଣରେ ବ୍ରାଜିଲ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗ୍ରୁପ୍‌-ସି’ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ...

ହସିନ ଜାହାନ ଗିରଫ

ଲକ୍ଷ୍ନୌ, ୩୦ା୪-ଶ୍ୱଶୁର ଘରେ ଗଣ୍ଡଗୋଳ ପାଇଁ କ୍ରିକେଟର ମହମ୍ମଦ ସାମିଙ୍କଠାରୁ ଦୀର୍ଘ ଦିନ ଧରି ଅଲଗା ରହୁଥିବା ତାଙ୍କ ସ୍ତ୍ରୀ ହସିନ ଜାହାନଙ୍କୁ ପୋଲିସ ପ୍ରଥମେ...

ବିସିସିଆଇ ନିକଟରେ ରୋହିତ-କୋହଲି ଫାଟ୍‌

ଲଣ୍ଡନ,୧୪।୭- ୨୦୧୯ ବିଶ୍ୱକପ୍‌ ସେମିଫାଇନାଲରୁ ବାଦ୍‌ ପଡ଼ିବା ପରେ ଭାରତୀୟ ଦଳରେ ସୃଷ୍ଟି ହୋଇଥିବା ଫାଟ୍‌ ସମ୍ପର୍କରେ ପ୍ରବଳ ଆଲୋଚନା ଚାଲିଛି। ଭାରତୀୟ ଦଳ ବହୁଳ...

କୋପା ଆମେରିକା: ସେମିରେ ବ୍ରାଜିଲ

ପୋର୍ଟୋ ଆଲେଗ୍ରେ,୨୮।୬(ଏଏଫ୍‌ପି)- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ବ୍ରାଜିଲ ଦଳ ଶୁଟ୍‌ଆଉଟ୍‌ ଜରିଆରେ ପାରାଗୁଏକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଏଥିପୂର୍ବରୁ ୨୦୧୧ ଓ...

ୟୁନିଲାଇଟ କପ୍‌ ଆନ୍ତଃସ୍କୁଲ ଫୁଟବଲ ଶ୍ରୀ ଅରବିନ୍ଦ, ସୈନିକ ସ୍କୁଲ ସେମିରେ

ଭୁବନେଶ୍ୱର, ୨୭।୮(କ୍ରୀଡ଼ା ପ୍ରତିନିଧି)- ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୬ ନମ୍ବର ହାଇସ୍କୁଲ ପଡ଼ିଆରେ ଚାଲିଥିବା ୟୁନିଲାଇଟ୍‌ କପ୍‌ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟରେ ଶ୍ରୀ ଅରବିନ୍ଦ...

ଆଜି ସିଓଏ ବୈଠକ: ରାଜ୍ୟ ସଂଘ ନିର୍ବାଚନ ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ,୨୬ା୭(ପି.ଟି.)-ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପରିଚାଳନା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି(ସିଓଏ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *