Posted inଖେଳ

ଧୋନୀଙ୍କୁ ପୁଣି ସମାଲୋଚନା କଲେ ଯୁବିଙ୍କ ବାପା

ନୂଆଦିଲ୍ଲୀ,୧୦।୭- ପ୍ରାକ୍ତନ ଅଲ୍‌ରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ ବାପା ତଥା ପୂର୍ବତନ ପେସର ଯୋଗରାଜ ପୁଣିଥରେ ମହେନ୍ଦ୍ର ସିଂ ଧୋନୀଙ୍କୁ ସମାଲୋଚନା କରିଛନ୍ତି। ଏଥର ଅମ୍ବାତି ରାୟୁଡୁଙ୍କ ଅବସର ପାଇଁ ଧୋନୀଙ୍କୁ ଦାୟୀ କରିଛନ୍ତି। ବିଶ୍ୱକପ୍‌ ଦଳରୁ ବାଦ୍‌ ପଡ଼ିବା ଓ ପରେ ଚୟନକର୍ତ୍ତା ଉପେକ୍ଷା କରିବା ଯୋଗୁ ଚଳିତ ମାସରେ ରାୟୁଡୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ରାୟୁଡୁ ଆହୁରି ଅଧିକରୁ ଅଧିକ ଖେଳିବା ଉଚିତ। ସେ ରଣ୍‌ଜୀ, ଇରାନୀ ଓ ଦିଲୀପ ଟ୍ରଫି ଖେଳିବା ଦରକାର। ତାଙ୍କ ନିକଟରେ ଆହୁରି କ୍ରିକେଟ ରହିଛି। ତୁମ ଅବସର ଲାଗି ଠିକ୍‌ ସମୟ ଆସିନାହିଁ। ଅବସରରୁ ଫେରି ଆସି ତୁମ ଦକ୍ଷତାର ପ୍ରଦର୍ଶନ କର। ଧୋନୀଙ୍କ ଭଳି ଖରାପ ଖେଳାଳି ଦଳରେ ସର୍ବଦା ରହିବେ ନାହିଁ ବୋଲି ଯୋଗରାଜ କହିଛନ୍ତି। ତେବେ ଯୋଗରାଜଙ୍କ ଏଭଳି ଟିପ୍ପଣୀ କ୍ରିକେଟ ପ୍ରଶଂସକ ଗ୍ରହଣ କରିନାହାନ୍ତି। ଅଧିନାୟକ ନ ଥିବାରୁ ବିଶ୍ୱକପ୍‌ ଦଳ ଚୟନରେ ଧୋନୀଙ୍କ ଭୂମିକା ନାହିଁ। ଉଲ୍ଲେଖଥାଉ କି, ଧୋନୀଙ୍କ ନେତୃତ୍ୱରେ ରାୟୁଡୁ ଚେନ୍ନାଇ ସୁପର କିଙ୍ଗ୍ସର ସମସ୍ତ ମ୍ୟାଚ୍‌ ଖେଳିଥିଲେ।


All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନ୍‌ର ବିଜୟଲକ୍ଷ୍ୟ

ହାମିଲଟନ,୨୯।୧- ଏଠାରେ ଚାଲିଥିବା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି। ପ୍ରଥମେ ବ୍ୟାଟିଂ କରିଥିବା...

ବୁମ୍‌ରାଙ୍କ ରେକର୍ଡ

ପୁଣେ, ୧୧ା୧ (ପି.ଟି.)-ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଯଶପ୍ରୀତ ବୁମ୍‌ରା ଭାରତର ସର୍ବାଧିକ ଉଇକେଟ ହାସଲକାରୀ ବୋଲର ବିବେଚିତ ହୋଇଛନ୍ତି। ଶୁକ୍ରବାର ଏଠାରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ...

ଟିଭି ନଷ୍ଟ କଲେ ପାକିସ୍ତାନ ପ୍ରଶଂସକ

ମାଞ୍ଚେଷ୍ଟର,୧୭।୬- ସ୍ଥାନୀୟ ଓଲ୍ଡ ଟାଫୋର୍ଡଠାରେ ଭାରତୀୟ ଦଳ ବିଶ୍ୱକପ୍‌ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୮୯ ରନ୍‌ର ବୃହତ୍‌ ବ୍ୟବଧାନରେ ହରାଇ ଦେଇଛି। ବିଶ୍ୱକପ୍‌ ଇତିହାସରେ ଏହା...

ପିକେଏଲ: ଆଟ୍ରାଚାଲିଙ୍କୁ ୟୁ ମୁମ୍ବା ନେତୃତ୍ୱ

ମୁମ୍ବାଇ,୧୭।୭(ପିଟି)- ଆସନ୍ତା ୨୦ ତାରିଖରୁ ହାଇଦ୍ରାବାଦଠାରେ ଆରମ୍ଭ ହେବାକୁ ଯାଉଛି ପ୍ରୋ କବାଡି ଲିଗ (ପିକେଏଲ)ର ୭ମ ସଂସ୍କରଣ। ଏଥିଲାଗି ୟୁ ମୁମ୍ବା ଫ୍ରାଞ୍ଚାଇଜ ବୁଧବାର...

ଜାତୀୟ ହକି ପ୍ରଶିକ୍ଷଣ ଶିବିର ବୀରେନ୍ଦ୍ର, ଅମିତ୍‌

ନୂଆଦିଲ୍ଲୀ,୧୪।୧୦(ପି.ଟି.)- ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ଅଲିମ୍ପିକ୍ସ କ୍ୱାଲିଫାୟର ପାଇଁ ହକି ଇଣ୍ଡିଆ ରବିବାର ୨୨ ଖେଳାଳିଙ୍କୁ...

ସୁଇମିଂରେ ରିଦ୍ଧିଙ୍କ ସଫଳତା

ଭୁବନେଶ୍ୱର, ୨୬।୨ (ସ୍ପୋର୍ଟ୍ସ ବ୍ୟୁରୋ): ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସୁଇମିଂର ମହିଳା ୫୦ ମିଟର ବ୍ରେଷ୍ଟ ଷ୍ଟୋକରେ ରିଦ୍ଧି ବୋହ୍‌ରା ରୌପ୍ୟ...

ଭାରତ ବିପକ୍ଷ ଦକ୍ଷିଣ ଆଫ୍ରିକା ଟେଷ୍ଟ, ଟି୨୦ ଦଳ ଘୋଷିତ

ଜୋହାନ୍ସବର୍ଗ,୧୪।୮(ଏଏଫ୍‌ପି)- ଆଗାମୀ ଭାରତ ବିପକ୍ଷ ଟେଷ୍ଟ ଓ ଟି୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ ହୋଇଛି। ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌...

କ୍ରିକେଟକୁ ଓ୍ବାସିମ ଜାଫରଙ୍କ ଅଲ୍‌ବିଦା

ମୁମ୍ବାଇ,୭ା୩(ପି.ଟି.)- ପୂର୍ବତନ ଭାରତୀୟ ଓପନର ଓ୍ବାସିମ ଜାଫର ଶନିବାର କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ଏଥିସହ ଏକ ଯୁଗର ଅବସାନ ଘଟିଛି। ୪୨...

Leave a comment

Your email address will not be published. Required fields are marked *